EDITIONS
Odia

ଉତ୍ତର ପ୍ରଦେଶର ଦୁର୍ଗମ ଗାଁରେ ଅଶାର କିରଣ: Solar Soldiers

Team Odia
17th Nov 2015
Add to
Shares
0
Comments
Share This
Add to
Shares
0
Comments
Share

“ଛିଣ୍ଡା ଶାଢୀ ପିନ୍ଧିଥିବା ବୁଢୀ ଲୋକଟି ବାରମ୍ବାର ନିଜ ଝାଟିମାଟି ଘରର ନୂଆଣିଆ ଚାଳକୁ ଚାହୁଁଥିବ। କପାଳର ରେଖା ଗୁଡିକ ତାର ଲୋଚାକୋଚା ଆଉ ଆଖି ଦୁଇଟି ମଳିନ ପଡି ଆସିଥିବ। ସେ ଚାହୁଁଥିବ ଚାଳରୁ ଝୁଳୁଥିବା ବଲ୍ବକୁ । ତା ପୁରା ଜୀବନରେ ବୁଢୀଟି ବଲ୍ବକୁ ଦୁଇ କି ତିନି ଥର ହିଁ ଜଳିବାର ଦେଖିଥିବ। ତା ନିଜ ପାଇଁ ଆଲୁଅର ଆଶା ସେ କେବେ ଠାରୁ ଛାଡି ସାରିଛି। ଏବେ ଗୋଟିଏ ଆଶା ଧରି ସେ ବଞ୍ଚିଛି –ତାର ନାତି ନାତୁଣୀ ମାନେ ଅନ୍ତତଃ ଏହି ବଲ୍ବର ସଠିକ ଉପଯୋଗୀତା ପାଇପାରିବେ.... ସେମାନଙ୍କ ଜୀବନ ଅନ୍ଧାର ଭିତରେ ବିତିବ ନାହିଁ।“... ନା ଏଇ କେଉଁ ଚଳଚିତ୍ରର ଦୃଶ୍ୟ, ଅବା ବିକାଶଶୀଳ ଦେଶମାନଙ୍କ ଉପରେ ଖବର ପ୍ରକାଶିତ କରୁଥିବା କୌଣସି ପତ୍ରିକାର ପ୍ରଚ୍ଛଦ। ଏହା ହିଁ ହେଉଛି ବିଜୁଳି ଆଲୁଅ ଠାରୁ ଅପହଞ୍ଚ ଦୂରତାରେ ରହୁଥିବା ଅନେକ ଭାରତୀୟ ଗ୍ରାମର ନଗ୍ନ ବାସ୍ତବତା।

ଏମିତି ଗୋଟିଏ ଗାଁ ହେଲା ଉତ୍ତର ପ୍ରଦେଶର ଗୁଲାବଗଞ୍ଜ। ଏଠି କେଉଁ ରାତିଟି ସବୁଠାରୁ ଅଧିକ ଆଲୋକିତ ଜାଣିଛନ୍ତି?ପୂର୍ଣ୍ଣିମା ରାତି। ଗ୍ରାମର ସଂଖ୍ୟାଧିକ ଲୋକ ଦଳିତ। କାଗଜପତ୍ରରେ ସେମାନଙ୍କ ପାଇଁ ଚାଲିଛି ଅନେକ ସରକାରୀ ଯୋଜନା। ମାତ୍ର ବାସ୍ତବତା ହେଉଛି ସମ୍ପୂର୍ଣ ଭିନ୍ନ। ସେଇଥିପାଇଁ ତ ସେମାନେ ରାଜନୈତିକ ନେତା ଓ ସରକାରୀ ଅଧିକାରୀଙ୍କୁ ସହଜରେ ବିଶ୍ଵାସ କରନ୍ତି ନାହିଁ। Sunkalp Energyର ପ୍ରତିଷ୍ଠାତା କନିକା ଖାନ୍ନା ଯେତେବେଳେ ଏହି ଗ୍ରାମବାସୀଙ୍କୁ ବିଜୁଳି ଆଲୁଅର ପ୍ରସ୍ତାବ ଦେଲେ, ଗ୍ରାମବାସୀମାନେ କନିକା ଓ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ। ଏପରିକି ଅନେକ ଲୋକ କନିକାଙ୍କୁ ପରିହାସ ମଧ୍ୟ କରିଥିଲେ। ନିଜ ଲକ୍ଷ୍ୟରେ ଅଟଳ କନିକା ଏହି ଗ୍ରାମକୁ ସୌରଶକ୍ତି ଦ୍ଵାରା ଆଲୋକିତ କରିବା କାମରେ ଆଗେଇଗଲେ।

image


ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ସୌରଶକ୍ତି ଦ୍ଵାରା ବିଜୁଳି ଉତ୍ପାଦନ କରିବା ଦିଗରେ Sunkalp Energyକାମ କରେ। ବର୍ତ୍ତମାନ ସୁଦ୍ଧା ପାଖାପାଖି ଏକ ଲକ୍ଷ ଗ୍ରାମରେ Sunkalp Energyଏହି ସୁବିଧା ପହଞ୍ଚାଇ ପାରିଛି। ଗୁଲାବଗଞ୍ଜକୁ ଆଲୋକିତ କରିବା ପାଇଁ ସଂସ୍ଥା ତରଫରୁ ଏକ ଅଭିନବ ଯୋଜନା ତିଆରି କରଯାଇଥିଲା। ସଂସ୍ଥା ନିଜର କ୍ରାଉଡ ଫଣ୍ଡିଙ୍ଗ ଅଭିଯାନ ‘Solar Soldiers’ ସହାୟତାରେ ପ୍ରକଳ୍ପ ପାଇଁ ଆବଶ୍ୟକ ଖର୍ଚ୍ଚ ଯୋଗାଡ କରିଥିଲା। ଏହା ପରେ ବାକି ରହିଲା ରକ୍ଷଣାବେକ୍ଷଣ ଖର୍ଚ୍ଚ। ଏହି ଖର୍ଚ୍ଚ ବହୁତ କମ ଓ ଲୋକମାନଙ୍କୁ ବିଜୁଳି ଯୋଗାଇ ଦେଇ ସେମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରିବାର ଲକ୍ଷ୍ୟ ରଖାଗଲା। ଫଳରେ ପ୍ରକଳ୍ପଟି ସ୍ଵୟଂ ସଂପୂର୍ଣ୍ଣ ହୋଇପାରିଲା। ଦୁଇ କିଲୋୱାଟ କ୍ଷମତା ସମ୍ପନ୍ନ ଗୋଟିଏ ସୌର ପ୍ଳାଣ୍ଟ ନିର୍ମାଣ କରାଯାଇ ପ୍ରତି ଘରକୁ ଦୁଇଟି ବଲ୍ବ ଓ ଗୋଟିଏ ପଙ୍ଖା ଚଳାଇବା ପାଇଁ ଆବଶ୍ୟକ ହେଉଥିବା ବିଜୁଳି ଶକ୍ତି ଯୋଗାଇ ଦିଆଗଲା। ଏହାଛଡା ଦୋକାନ ଓ ସ୍କୁଲକୁ ମଧ୍ୟ ବିଜୁଳି ଶକ୍ତି ଯୋଗାଇ ଦିଆଗଲା। ମିଟରର ତତ୍ଵାବଧାନ, ଲୋକମାନଙ୍କ ଠାରୁ ପଇସା ଆଦାୟ ଓ ସୌର ପ୍ଳାଣ୍ଟର ରକ୍ଷଣାବେକ୍ଷଣ ଦାୟିତ୍ଵ ଜଣେ ଗ୍ରାମବାସୀଙ୍କ ହାତରେ ନ୍ୟସ୍ତ କରାଗଲା।

image


ଏହାର କାର୍ଯ୍ୟକାରିତାରେ ନିଜେ କନିକା ହତଚକିତ ହୋଇ ଯାଇଥିଲେ। ଏହି ସଫଳତା ଉପରେ ପ୍ରତିକ୍ରିୟା ଦେଇ କନିକା କୁହନ୍ତି,” ପ୍ରଥମେ ଲୋକମାନେ ଆମକୁ ବିଶ୍ଵାସ କରୁନଥିଲେ। ସେମାନଙ୍କୁ ଆମ ଅଭିଯାନ ବିଷୟରେ ବୁଝାଇବା ଓ ପଞ୍ଚାୟତ ଠାରୁ ଅନୁମତି ନେବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥିଲା। ଭାରତର ସହରାଞ୍ଚଳମାନଙ୍କରେ ମଧ୍ୟ ଅନେକ ଲୋକ କ୍ରାଉଡ ଫଣ୍ଡିଙ୍ଗ ବିଷୟରେ ଜାଣନ୍ତି ନାହିଁ। ଏହି ଅଭିନବ ଉପାୟ ସମ୍ପର୍କରେ ଗୁଲାବଗଞ୍ଜର ଗ୍ରାମବାସୀଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା।“ ମାତ୍ର କନିକା ଓ ତାଙ୍କ ସହଯୋଗୀମାନେ ହାର ମାନି ନଥିଲେ। ଗ୍ରାମ ପଞ୍ଚାୟତ ଓ ୯୩ ପ୍ରତିଶତ ଗ୍ରାମବାସୀଙ୍କୁ ବୁଝେଇବାରେ ଏମାନେ ସମର୍ଥ ହୋଇଥିଲେ। କନିକାଙ୍କ ସଫଳତାର ଏହି କାହାଣୀ ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଦେବ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags