EDITIONS
Odia

କଳାର ପୁର୍ନରୁଦ୍ଧାର ମାଧ୍ୟମରେ ବିହାରର ମହିଳାମାନଙ୍କୁ ଜୀବିକା ନିର୍ବାହର ଉପାୟ ଯୋଗାଇବା ପାଇଁ ଶ୍ଵେତା ତିୱାରୀଙ୍କ ପ୍ରୟାସ

17th Nov 2015
Add to
Shares
0
Comments
Share This
Add to
Shares
0
Comments
Share

ବିହାର ଗୟାର ଏକ ଛୋଟ ସହରରେ ଜନ୍ମିତ ଶ୍ଵେତା ତିୱାରୀଙ୍କ ଶିକ୍ଷା ଦୀକ୍ଷା ଖୁବ ଭଲ ନଥିଲା। ଶିକ୍ଷା ପ୍ରତି ତାଙ୍କର ସେମିତି ଅତ୍ୟଧିକ ଆଗ୍ରହ ନଥିଲା କିନ୍ତୁ କଳା ଏବଂ ସଙ୍ଗୀତ ପ୍ରତି ସେ ସବୁବେଳେ ଢଳି ରହୁଥିଲେ। ସାରା ଭାରତରେ ହସ୍ତଶିଳ୍ପ କାରୀଗରଙ୍କ ପାଇଁ ଜୀବିକା ନିର୍ବାହ ଯୋଗାଇବା ପାଇଁ ଶ୍ଵେତା 'ଚୁଙ୍ଗି'କୁ ଆରମ୍ଭ କରିଥିଲେ। ଏକ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନେ ସେମାନଙ୍କ ପାରଦର୍ଶିତା ଦେଖାଇବା ପାଇଁ ଏହା ଏକ ଜରିଆ ଥିଲା। ସାଧାରଣ ଜୀବନଯାପନର ମାନରୁ ବଞ୍ଚିତ ମହିଳାମାନଙ୍କ ଦକ୍ଷତା ଦେଖାଇବା ଏବଂ ଆର୍ଥିକ ସ୍ତରରେ ସେମାନଙ୍କୁ ସଶକ୍ତ କରିବା ଚୁଙ୍ଗୀର ଲକ୍ଷ୍ୟ।

image


ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ନିଜର ସ୍ନାତକ ସାରିବା ପରେ ଶ୍ଵେତା ବିଜ୍ଞାପନ ଶିଳ୍ପରେ ଯୋଗ ଦିଅନ୍ତି। ବିଜ୍ଞାପନରେ ନିଜର ପ୍ରାଥମିକ ବର୍ଷଗୁଡ଼ିକୁ ସେ ମେଳାରେ ଚାଲୁଥିବା ରେଳଗାଡ଼ିର ଯାତ୍ରା ଭାବରେ ବର୍ଣ୍ଣନା କରନ୍ତି: “ଘରୁ ଶୀଘ୍ର ବାହାରିବା ଏବଂ ଡେରିରେ ଘରକୁ ଫେରିବା, କାମ କରିବାର କୌଣସି ଧାର୍ଯ୍ୟ ସମୟ ନରହିବା, ଶେଷ ମୁହୁର୍ତ୍ତରେ ପ୍ରସ୍ତୁତି ଆରମ୍ଭ କରିବା, କାମରେ ସଙ୍କଟ ସମୟକୁ ସମ୍ଭାଳିବା, ସପ୍ତାହାନ୍ତରେ କାମ କରିବା, ଘରେ ମଜ୍ଜା କରିବା। ଏହା ସବୁବେଳେ ଲୋକଙ୍କ ଠାରୁ ପ୍ରଶ୍ନ ଏବଂ ମତ ଆଣୁଥିଲା- ଏମିତି କି କାମ ଯେ ତାହା ଦିନରେ ହୋଇପାରିବ ନାହିଁ ।” ଏହା ତାଙ୍କ ମନୋବଳକୁ ଭାଙ୍ଗିବା ପରିବର୍ତ୍ତେ, ଏହି ସମାଲୋଚନା ତାଙ୍କୁ ଏକ ଅପେକ୍ଷାକୃତ ଭଲ ସମାଜ ପାଇଁ କାମ କରିବାକୁ ଆହୁରି ପ୍ରୋତ୍ସାହିତ କଲା।

ଚୁଙ୍ଗୀ ମାଧ୍ୟମରେ ଏକ ପରିବର୍ତ୍ତନ ଆଣିବା

କଳା ଏବଂ ଶିଳ୍ପୀମାନଙ୍କ ପୁର୍ନରୁଦ୍ଧାର ପାଇଁ ଚୁଙ୍ଗୀ ଏକ ପ୍ରୟାସ ମାତ୍ର। ଆଜିର ଆଧୁନିକ ଡିଜିଟାଲ ଜଗତରେ ବହୁତ କମ୍ ଲୋକ ଛୁଞ୍ଚିରେ ସିଲେଇ କାମ, କନ୍ଥା କାମ ଏବଂ ମଧୁବନୀ ଚିତ୍ରକଳା ସଂପର୍କରେ ଅବଗତ ଥିବେ। “ଏହି କାରିଗର ମାନେ ନିଜର ଏକ ନୂଆ ଠିକଣା ପାଇପାରିବେ ଏବଂ ଅନଲାଇନ ମାଧ୍ୟମରେ ନିଜ କଳାର ବିକ୍ରୀ ପାଇଁ ଏକ ସମ୍ଭାବନା ସୃଷ୍ଟି କରିପାରିବେ” ବୋଲି ଶ୍ଵେତା କୁହନ୍ତି।

image


ଶିକ୍ଷା ଏବଂ ରୋଜଗାର ଯୋଗାଇ ଦେଇ ନିଜ ଅଞ୍ଚଳର ଲୋକମାନଙ୍କୁ ଶ୍ଵେତା ସାହାଯ୍ୟ କରିବାକୁ ଚାହାନ୍ତି। ଚୁଙ୍ଗୀ ମାଧ୍ୟମରେ ସେ ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛନ୍ତି। ମହିଳାମାନଙ୍କୁ ପ୍ରଶିକ୍ଷିତ କରି ଏବଂ ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ଵଚ୍ଛଳ କରି, ସେ ସେମାନଙ୍କ ପାଇଁ ଏକ ଭରସାଯୋଗ୍ୟ ସ୍ଥାନ ତିଆରି କରିପାରିଛନ୍ତି। “ଏହା ଶିଳ୍ପୀମାନଙ୍କୁ ଏକତ୍ର କରିବାର ଏକ ପରିବାର। ଆମ ପାଖକୁ କାରିଗର ଭାବରେ ଆଶିଥିବା ସୁନିତା ଏବଂ ଆମ ପରିବାର ସଦସ୍ୟ ଭଳି। ଆସୁଥିବା ଅସୁବିଧାକୁ, ଥଟ୍ଟାମଜାକୁ ଏବଂ ଆମର ଦୈନନ୍ଦିନ ଅସୁବିଧାକୁ ଆମେ ପରସ୍ପର ସହ ବାଣ୍ଟିଥାଉ” ବୋଲି ସେ କୁହନ୍ତି।

ଆହ୍ଵାନ

image


ଶ୍ଵେତାଙ୍କ ଜୀବନରେ ଆସିଥିବା ଦୁଇଜଣ ପ୍ରମୁଖ ମହିଳାଙ୍କ ମାଧ୍ୟମରେ ଚୁଙ୍ଗୀ ଆରମ୍ଭ ହୋଇଥିଲା- ତାଙ୍କ ମା ବୀଣା ଏବଂ ଭଉଣୀ ସ୍ମିତା। ବାନ୍ଧି ରଖିଥିବା ସାମାଜିକ ପ୍ରତିବନ୍ଧକକୁ ଦୂରେଇ ମହିଳାମାନଙ୍କୁ ପ୍ରଭାବିତ କରିବା ଏବଂ ପରିବାରର ସଦସ୍ୟ ଏବଂ ସ୍ଵାମୀମାନଙ୍କ ଦ୍ଵାରା ନିରୁତ୍ସାହିତ ନହେବାକୁ ବୁଝାଇବା ସେମାନେ ସାମନା କରିଥିବା ମୁଖ୍ୟ ସମସ୍ୟା ମଧ୍ୟରେ ପ୍ରମୁଖ ଥିଲା।

ମହିଳାମାନଙ୍କ ପରିବାରକୁ ବୁଝାଇବାରେ ପ୍ରାଥମିକ ଦିନଗୁଡ଼ିକ ବିତିଯାଇଥିଲା ବୋଲି ଶ୍ଵେତା କୁହନ୍ତି। “ତେବେ ସେମାନଙ୍କ ସହ ବାରମ୍ବାର ଆଲୋଚନା ଦ୍ଵାରା ଏକମାସ ପରେ ଆମେ କିଛି ମହିଳାଙ୍କୁ ବୁଝାଇବାରେ ସକ୍ଷମ ହେଲୁ। ପରେ ଏହା ଆର୍ଥିକ ସ୍ତରରେ ସ୍ଵାଧୀନ କିଛି ମହିଳା ଚୁଙ୍ଗୀ କାରିଗରଙ୍କ ଏକ ଦଳ ତିଆରି କରିବାରେ ସହାୟକ ହେଲା। ଏହା ପରେ ଆମ ଦ୍ଵାରା ପ୍ରଭାବିତ ହୋଇ ଅନ୍ୟମାନେ ଆମପାଖକୁ ଆସିବାରେ ଲାଗିଲେ। ଆମକୁ ଆଉ ବେଶୀ ଶ୍ରମ କରିବାକୁ ପଡ଼ିଲା ନାହିଁ ।”

ଜଣେ ଉଦ୍ୟୋଗୀ ଭାବରେ ଶ୍ଵେତାଙ୍କୁ ଦୂରତା ଦୁରେଇବାର ପରିଚାଳନା ପାଇଁ ପ୍ରତିବନ୍ଧକକୁ ସାମନା କରିବାକୁ ପଡ଼େ। କାରିଗର ମାନେ ଏବଂ ସେମାନଙ୍କ ପରିବାର ଶ୍ଵେତାଙ୍କ ସହରର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ମୁମ୍ବାଇ ଆସୁଥିବା ସବୁ ଚୁଙ୍ଗୀ କିପରି ସୁରକ୍ଷିତ ଏବଂ ନିଖୁଣ ଭାବରେ ଆସିପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ।

“ବହୁ ସମୟରେ ସମୟ ଏବଂ ହାତରେ ସଂସାଧନ ଅଭାବରୁ ଆମେ ଆମର ନିର୍ଦ୍ଧାରିତ ଲକ୍ଷ୍ୟ ପୁରଣ କରିବାରେ ବିଫଳ ହେଉ। ସଂସାଧନ ଯେକୌଣସି ଶିଳ୍ପ ପାଇଁ ତାର ମେରୁଦଣ୍ଡ ଏବଂ ଚୁଙ୍ଗୀ କ୍ଷେତ୍ରରେ ମଧ୍ୟ ତାହା ଘଟିଥାଏ।”

ପାଣ୍ଠିର କୌଣସି ବାହ୍ୟ ସ୍ରୋତ ନଥିବାରୁ ଅର୍ଥ ପରିଚାଳନା ଆଜି ବି ତାଙ୍କ ପାଇଁ ମୁଖ୍ୟ ପ୍ରତିବନ୍ଧକ ଭାବେ ରହିଛି। “ମୁଁ ମୋ ପ୍ରତିଦିନର ଅନୁଭୂତିରୁ ବହୁ ଅଭିଜ୍ଞତା ଲାଭ କରୁଛି ” ବୋଲି ଶ୍ଵେତା କୁହନ୍ତି। ସେ ଷ୍ଟିଭ୍ ଜବସଙ୍କ ଦ୍ଵାରା ଅନୁପ୍ରାଣିତ ଏବଂ ବିଫଳତାର କାହାଣୀ ତାଙ୍କୁ ଲଢ଼ିବା ପାଇଁ ପ୍ରେରଣା ଯୋଗାଇଥାଏ।

ପ୍ରେରଣାର ଉତ୍ସ ହୋଇରହିବା

“ମୁଁ ମୋ ପରିବାରରୁ ପ୍ରେରଣାଏବଂ ସମର୍ଥନ ପାଇଥାଏ ଏବଂ ମୋ ସଫଳତା ଏବଂ କୃତିତ୍ଵର ସବୁ ଶ୍ରେୟ ସେମାନଙ୍କୁ ଦେଇଥାଏ” ବୋଲି ଶ୍ଵେତା କୁହନ୍ତି। ତାଙ୍କ ପରିବାର ସେମାନଙ୍କ ପୁର୍ଣ୍ଣ ସମର୍ଥନ ଶ୍ରେୟାଙ୍କୁ ଦେଇଥାନ୍ତି ଏବଂ ସ୍ଥାନୀୟ କାରିଗର ଏବଂ ସେମାନଙ୍କ ପରିବାରମାନଙ୍କ ସହ ସୌହାର୍ଦ୍ଧ୍ୟପୁର୍ଣ୍ଣ ଆଳାପ ମାଧ୍ୟମରେ ସଂପର୍କ ଗଢ଼ିବାରେ ସହାୟକ ହୋଇଥାନ୍ତି।

ଗତ ଏକ ବର୍ଷମଧ୍ୟରେ ଶ୍ଵେତା ଅନୁଭବ କରିଛନ୍ତି ଯେ, ଚୁଙ୍ଗୀ କାରିଗରମାନେ ନିଜ ଉପରେ ଭରସା ଆଣିପାରିଛନ୍ତି ଏବଂ ପ୍ରତିବଦଳରେ ତାଙ୍କୁ ସମାଜରେ ପରିଚିତି ଏବଂ ସମ୍ମାନ ମିଳିପାରିଛି। ସେ କୁହନ୍ତି, “ଏହି ମହିଳା କାରିଗରମାନଙ୍କ ଠାରେ ଏକ ପରିବର୍ତ୍ତନ ଆସିଛି- ସେମାନଙ୍କ ମାନସିକ ଶକ୍ତି ପୂର୍ବଠାରୁ ବହୁ ସଶକ୍ତ ହୋଇଛି ଏବଂ ଆର୍ଥିକ ସ୍ତରରେ ମଧ୍ୟ ସ୍ଵଚ୍ଛଳ ହୋଇଛନ୍ତି। ସମାଜକୁ ବଦଳାଇବାରେ ନିଜର ସେମାନଙ୍କର ସାମାନ୍ୟତମ ସହଯୋଗ କାମ କରିବ ବୋଲି ସେମାନେ ଭାବିବା ମୋ ଭିତରେ ସକାରାତ୍ମକ ମନୋବୃତ୍ତି ଏବଂ ଗର୍ବ ଆଣିଦେଇଛି।”

image


ରାସ୍ତା ଆଗକୁ ଆହୁରି ରହିଛି

“ବର୍ଷେ ତଳେ ଚୁଙ୍ଗୀର ବ୍ୟାଙ୍କ ଖାତା ଶୁନରୁ ଆରମ୍ଭ ହୋଇଥିଲା। ଆଜି 25ଜଣ ମହିଳା ଚୁଙ୍ଗୀ କାରିଗରଙ୍କ ସହ ସମୁଦାୟ 35ଜଣ କାରିଗରଙ୍କ ସହାୟତାରେ ସଂସ୍ଥା ଚାଲିଛି” ବୋଲି ଶ୍ଵେତା କୁହନ୍ତି।

ବର୍ତ୍ତମାନ ସମୟରେ ଛୁଞ୍ଚିରେ ସିଲେଇ କାମ, କନ୍ଥା କାମ ଏବଂ ମଧୁବନୀ ଚିତ୍ରକଳାର ପୁନରୁଦ୍ଧାର ପାଇଁ ତାଙ୍କୁ ସହାୟତା କରିବାକୁ କାରିଗର ରହିଛନ୍ତି। “ଏହି ଭଳି ଚିତ୍ରକଳାକୁ ଆମେ ସାମନାକୁ ଆଣିବୁ ଯାହା ବର୍ତ୍ତମାନର ସମୟରେ ନିଜର ସତ୍ତା ହରାଇବାକୁ ବସିଛି ଏବଂ ସ୍ଥାନୀୟ କାରିଗରଙ୍କ ମାଧ୍ୟମରେ ଏହାର ପୁନରୁଦ୍ଧାର କରିବୁ। ସବୁ ଦିଗରେ ପ୍ରଗତି ପାଇଁ ଆମର ଯୋଜନା ରହିଛି। ଏହାକୁ ଆହୁରି ସମୃଦ୍ଧ କରିବା ପାଇଁ ଆସନ୍ତାବର୍ଷ ସୁଦ୍ଧା ଆମେ ଶହେଜଣ କାରିଗରଙ୍କୁ ଆମ ସହିତ ଯୋଡ଼ିବାର ଯୋଜନା ରଖିଛୁ। ଯାହାଫଳରେ ନିଜ କଳାନୈପୁଣ୍ୟତା ପାଇଁ ମହିଳାମାନେ ଆଦୃତ ଲାଭ କରିବା ସହ ଆର୍ଥିକ ସ୍ତରରେ ସ୍ଵଚ୍ଛଳ କରି ପାରିବ।”

ମୂଳ ଲେଖା - ତନବୀ ଦୁବେ

ଅନୁବାଦ - ଜୟନ୍ତ କୁମାର ସାହୁ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags