EDITIONS
Odia

ଭେଙ୍କଟ ମାରୋଜୁଙ୍କ ସଫଳତାର କାହାଣୀ

"ମୋ ଘର ତେଲେଙ୍ଗାନା। ମୋତେ ଇଂରାଜୀ କହି ଆସୁ ନଥିଲା ଓ ମୁ କଲେଜରେ ଜଣେ ସଂରକ୍ଷିତ ପ୍ରାର୍ଥୀ ଥିଲି "

13th Oct 2015
Add to
Shares
4
Comments
Share This
Add to
Shares
4
Comments
Share

ବିକାଶଶୀଳ ଅର୍ଥନୀତିକୁ ଲୋକଙ୍କ ପାଖରେ ମୋବାଇଲ ଏବଂ ୱୟାରଲେସ୍ ଡାଟା ନେଟୱର୍କ ମାଧ୍ୟମରେ ପହଞ୍ଚାଇ କୃଷି, ଆର୍ଥିକ ସେବା ଏବଂ ଖୁଚୁରା ବ୍ୟବସାୟ ସଂପର୍କରେ ତଥ୍ୟ ଯୋଗାଇବା ପାଇଁ ମାଧ୍ୟମ ପାଲଟିଛି ସୋର୍ସ ଟ୍ରେସର eServices Everywhere™ ପ୍ରକଳ୍ଫ। କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ସହ ସିଧାସଳଖ କାମ କରୁଥିବା ସମବାୟ ସଂସ୍ଥା, ଏନଜିଓ, ବିପଣନ ସଂସ୍ଥା ଏବଂ ସରକାରୀ ଏଜେନ୍ସିମାନଙ୍କୁ ହିଁ ସୋର୍ସ ଟ୍ରେସ ମୁଖ୍ୟ ଲକ୍ଷ୍ୟ କରିଥାଏ।

ସୋର୍ସ ଟ୍ରେସ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ପ୍ରମୁଖ ତିନି ମହାଦେଶର ଗ୍ରାମାଞ୍ଚଳରେ ସକ୍ରିୟ ରହିଛି। ଆମେରିକା, ଭାରତ, କୋଷ୍ଟାରିକା ଏବଂ ବାଂଲାଦେଶ ଭଳି ଦେଶରେ ନିଜର ଅଫିସ୍ ଖୋଲିଛି ଯେଉଁଠି ବୈଷୟିକ ବିଶେଷଜ୍ଞ ଏବଂ କୃଷି ବିଶେଷଜ୍ଞମାନେ ଏକାଠି କାମ କରିଥାନ୍ତି। ମୋବାଇଲ ଆପ୍ଲିକେସନର ବିକାଶରେ ଆମେ ବିଶେଷ ଦକ୍ଷତା ହାସଲ କରିଛୁ ଏବଂ ସ୍ମାର୍ଟଫୋନରେ ବ୍ୟବହୃତ ହେଉଥିବା ଆପଲ୍ ଏବଂ ଆଣ୍ଡ୍ରଏଡ ଆପ୍ଲିକେସନ ପୂର୍ବରୁ ଆମେ ଏହାକୁ ମୋବାଇଲରେ ଆରମ୍ଭ କରିଛୁ ବୋଲି ସିଇଓ ଭେଙ୍କଟ ମାରେୋଜୁ କୁହନ୍ତି।

image


ରାତାତାତି କଂପାନୀ ଗଢ଼ି ଉଠିନି, ସମାନ୍ତରାଳ ଭାବରେ ମାଲିକଙ୍କ ସଂଘର୍ଷ ଦେଇ ଧିରେ ଧୀରେ ମୁଣ୍ଡ ଟେକିଛି ବୋଲି ଭେଙ୍କଟ କୁହନ୍ତି।

ଏମ୍ଆଇଟି ଏବଂ ବର୍କେଲି ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ପ୍ରତିଷ୍ଠିତ କଂପାନୀରେ ଭେଙ୍କଟ ଯୋଗ ଦେବା ପରେ ବହୁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିଥିଲା। ପାଞ୍ଚବର୍ଷର ପରିଶ୍ରମ ଏବଂ ବହୁ ଅର୍ଥ ବ୍ୟୟ ପରେ ବି ଏହାର ପ୍ରଗତି ସେମିତି ଆଖିଦୃଶିଆ ନଥିଲା। ମୁଖ୍ୟ ନିବେଶକ ଗ୍ରେ ଘୋଷ୍ଟ ଭେଞ୍ଚର ବିନିଯୋଗ ଅପେକ୍ଷା କୃଷି ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଯାହାର ଭାରତରେ ନିବେଶ ହୋଇଥିବା ବହୁ ସଂସ୍ଥାର ପରାମର୍ଶଦାତା ଥିଲେ ଭେଙ୍କଟ । ସେମାନେ ଭେଙ୍କଟଙ୍କ ପ୍ରସ୍ତାବଗୁଡ଼ିକ ଉପରେ ଖୁସି ହେଇ ଏହି ସଂସ୍ଥାକୁ ଚଳାଇବାକୁ ପରାମର୍ଶ ଦେଲେ ବୋଲି ଭେଙ୍କଟ କୁହନ୍ତି। ଗତ ଅଢ଼େଇ ବର୍ଷ ହେଲା ସେ ଏହାର ପରିଚାଳନା ଦାୟିତ୍ବ ନେଇଛନ୍ତି।

ତେବେ କାମ କରିବାର ସୁଯୋଗ ପାଇଁ ଭାଗ୍ୟ ଏମିତି ଆସିନଥିଲା ଭେଙ୍କଟଙ୍କ ପାଖକୁ। ତେଲଙ୍ଗାନାର ଗ୍ରାମୀଣ ଅଞ୍ଚଳରେ ସତୁରୀରୁ ଅଶୀ ଦଶକ ଜନ୍ମ ଗ୍ରହଣ କରିଥିବା ଭେଙ୍କଟଙ୍କ କୈଶୋର ଆରମ୍ଭ ହୋଇଥିଲା। ସରକାରୀ ସ୍କୁଲରେ ପାଠ ପଢ଼ା ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ତେଲୁଗୁ ଭାଷାରେ ଶିକ୍ଷାଲାଭ କରିଥିଲେ। ସେତେବେଳେ ସାମାନ୍ୟ ବର୍ଷାରେ ବି ସ୍କୁଲ ବନ୍ଦ ହେଇଯାଉଥିଲା। ରାଜ୍ୟର ମିଳିତ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓସମାନିଆ ବିଶ୍ବବିଦ୍ୟାଳୟର ଇଞ୍ଜିନିଅରିଂ କଲେଜରେ ନାଁ ଲେଖାଇବା ପରେ ଆଶ୍ବର୍ଯ୍ୟ ହେଇଥିଲେ ସେ। ତେବେ ସେ ଏହାକୁ ନିଜ ଭାଗ୍ୟ ଓ ପରିଶ୍ରମର ଫଳ ବୋଲି କୁହନ୍ତି ଭେଙ୍କଟ।

image


ରାଜ୍ୟର ଏକ ଆଗ ଧାଡ଼ିର ଇଞ୍ଜିନିଅରିଂ କଲେଜରେ ନାଁ ଲେଖାଇବା ପରେ ସେ ଜଣେ ତାରକା ପାଲଟି ଯାଇଥିଲେ। ତେବେ ଓସମାନିଆ ବିଶ୍ବବିଦ୍ୟାଳୟରେ ପ୍ରବେଶ କରିବା ପରେ ନିଜକୁ ସେଠାରେ ନପାଇବା ପରି ଅନୁଭବ କରିଥିଲେ। ତିନିଟି ପ୍ରମୁଖ ପ୍ରତିକୁଳ ଅବସ୍ଥା ତାଙ୍କୁ ଘେରି ରହିଥିଲା । ଗ୍ରାମାଞ୍ଚଳରେ ଆସିଥିବା କାରଣରୁ, ଇଂରାଜୀ ଭାଷାରେ ଦକ୍ଷତା ଅବାବରୁ ଏବଂ ସଂରକ୍ଷିତ ପ୍ରାର୍ଥୀ ହୋଇଥିବାରୁ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

image


ପ୍ରଥମେ ସେ କେବେ ଭାବିନଥିଲେ ଯେ ସେଠି ସେ ନିଜର ଶିକ୍ଷା ସମାପ୍ତ କରି ନିଜର ଡିଗ୍ରୀ ହାସଲ କରିପାରିବେ। ଗୋଟିଏ ଲକ୍ଷ୍ୟଥିଲା ସରକାରୀ ଚାକିରୀଟିଏ ପାଇବାର। ତେବେ ମଣିଷ ଯାହା ଇଚ୍ଛା କରିଥାଏ ମସ୍ତିଷ୍ଟ ତାଠାରୁ ଆହୁରି ଅଧିକ ବେଗରେ ଗତି କରିଥାଏ ବୋଲି ସେ ସ୍ବୀକାର କରନ୍ତି। ପରୀକ୍ଷାରେ ଟପ୍ପର ହୋଇ କୃତକାର୍ଯ୍ୟ ହେବା ପରେ ସେ GATEରେ ଭଲ ନମ୍ବର ରଖି ଆଇଆଇଏସସି, ବାଙ୍ଗାଲୋରରେ ଯୋଗ ଦେବା ପାଇଁ ମନୋନୀତ ହେଲେ। ଏହା ପରେ ବୃତ୍ତି ପାଇ ସେ ଆମେରିକାରେ ନିଜର ପିଏଚଡି ଡିଗ୍ରୀ ହାସଲ କଲେ।

1994ରେ ମୋଟର ଶିଳ୍ପରେ ନିଜର କାର୍ଯ୍ୟ ଆରମ୍ଭ କଲେ ଭେଙ୍କଟ। ଖୁବ ଶୀଘ୍ର ସେ ମ୍ୟାନେଜମେଣ୍ଟ ସେକ୍ଟରକୁ ନିଜର ବୃତ୍ତି ବଦଳେଇଲେ। ବୋଷ କର୍ପୋରେସନରେ ଗ୍ଲୋବାଲ ଅଟୋମୋଟିଭ୍ ଡିଭିଜନ ପାଇଁ ଡିଭିଜନାଲ ଇନଫର୍ମେସନ ଅଫିସର ପଦରେ ଥିବା ବେଳେ କଂପାନୀ ତରଫରୁ MIT ସ୍ଲୋଆନରେ ଏମବିଏ ଡିଗ୍ରୀ ହାସଲ କରିବା ପାଇଁ ପଠାଗଲା। MITରେ ଯେ କେବେ ପାଠ ପଢ଼ିବାର ସୁଯୋଗ ମିଳିବ ତାହା ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ଭେଙ୍କଟ। ଏହା ଏକ ଲମ୍ବା ଯାତ୍ରାର ଅଂଶ ବିଶେଷ ଥିଲା ଏବଂ ଏହା ମାଧ୍ୟମରେ ସେ ନିଜର ଏମବିଏ ଡିଗ୍ରୀ ହାସଲ କରିପାରିଲେ। ତେବେ ଏହି ଠାରୁ ତାଙ୍କ ଜୀବନ ଆରମ୍ଭ ହେଲା ବୋଲି ସେ ବିଶ୍ବାସ କରନ୍ତି।

image


ଜୀବନରେ ସଫଳତା ସତ୍ତ୍ବେ ସେ ନିଜ ପ୍ରାରମ୍ଭିକ ଜୀବନକୁ କେବେ ବି ଭୂଲିନାହାନ୍ତି। ତେଲଙ୍ଗାନାର ଏକ ସରଳ, ନିଷ୍କପଟ ଗାଁରୁ ଆସିଥିବା ଭେଙ୍କଟ ସବୁବେଳେ ପଛୁଆ ଥିବା ଗ୍ରାମାଞ୍ଚଳର ବିକାଶ ଏବଂ ନାନା ଅସୁବିଧାକୁ ଦୂର କରିବା ପାଇଁ ମନ ସ୍ଥିର କରିଥିଲେ। 1991ରୁ 2005 ମଧ୍ୟରେ ରାଜ୍ୟରେ କୃଷକମାନଙ୍କ ଆତ୍ନହତ୍ୟାକୁ ଦେଖି ମର୍ମାହତ ହୋଇ ତେଲେଙ୍ଗାନା ଆନ୍ଦୋଳନରେ 2000ମସିହାରେ ସାମିଲ ହୁଅନ୍ତି। ସେମାନଙ୍କ ଅସୁବିଧାକୁ ଉପଲବ୍ଧି କରି କ୍ଷୁଦ୍ର ଏବଂ ମଧ୍ୟ ଚାଷୀଙ୍କ ଚାଷ ପ୍ରଣାଳୀ ଉପରେ ଗୁରୁତ୍ବ ଦେବାକୁ ନୂଆ ପ୍ରଣାଳୀ ବାହାର କଲେ। ଏହାକୁ ସେ ନିଜର ପିଏଚଡି ଥେସିସରେ ଲେଖିଛନ୍ତି ମାଇକ୍ରୋ ଫାଇନାନ୍ସ ଇନ୍ ଇଣ୍ଡିଆ ଭାବରେ।

ଏହା ପରେ ସେ ନିଜ କ୍ୟାରିଅର ସହିତ ସାମାଜିକ ପ୍ରସଙ୍ଗ ଏବଂ ଗ୍ରାମାଞ୍ଚଳ ବିକାଶରେ ନିଜକୁ ମନୋନିବେଶ କଲେ। 2009ରେ ନିଜ ଚାକିରୀ ଛାଡ଼ି ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। କ୍ଷୁଦ୍ର ଚାଷୀମାନଙ୍କୁ ଆହୁରି ମଜଭୁତ କରିବା ପାଇଁ ସେ ନିଜର ସଂସ୍ଥା ଆରମ୍ଭ କଲେ। କିଛି ସଫଳ ଚାଷୀମାନଙ୍କୁ ନେଇ କରିମନଗର ଜିଲ୍ଲାରେ ମୁଲକାନୁର କୋଅପରେଟିଭ ସଂସ୍ଥା ଆରମ୍ଭ କଲେ ଯାହାର ମୂଳ ଲକ୍ଷ୍ୟ ଥିଲା ଏକ ଲାଭଦାୟକ ସମବାୟ ସଂସ୍ଥା ଆରମ୍ଭ କରିବା। ତେବେ ପ୍ରାରମ୍ଭିକ ଦିନଗୁଡ଼ିକ ବହୁ କଷ୍ଟକର ଥିଲା। ବ୍ୟବସାୟ ଏବଂ ସାମାଜିକସ୍ତରରେ କୌଣସି ଅଭିଜ୍ଞତା ନଥାଇ ବ୍ୟବସାୟ ଆରମ୍ଭ କରିବା ବହୁ ବାଧା ଦେଇ ଗତି କରିଥିଲା ବୋଲି ସେ ସ୍ବୀକାର କରନ୍ତି।

image


ଏହାପରେ ନିଜ ସଂସ୍ଥା ଥାଇ ମଧ୍ୟ 2012ରେ ସେ ସୋର୍ସ ଟ୍ରେସରେ ଯୋଗଦେଲେ। ଏଥିରେ ଯୋଗଦାନ କରିବା ପୂର୍ବରୁ କିଛି ଭାବିନଥିଲେ। ମାତ୍ର ଅଢ଼େଇ ବର୍ଷ ଭିତରେ ସେ ନିଜ ଉତ୍ପାଦନରେ ପାରଦର୍ଶିତା ଅର୍ଜନ କରି 10ଟି ଦେଶର 30ରୁ ଉର୍ଦ୍ଧ୍ବ ଗ୍ରାହକଙ୍କ ସହିତ ଚୁକ୍ତି ଗଠନ କରିପାରିଛନ୍ତି ବୋଲି ସେ କୁହନ୍ତି।

ସଫଳତା ଏତେ ସହଜରେ ମିଳେନାହିଁ। ଏହାକୁ ପାଇବା ପାଇଁ ଅଦମ୍ୟ ଚେଷ୍ଟା ସହ ବହୁ ବାଧାବିଘ୍ନର ବି ସାମନା କରିବାକୁ ପଡେ। ସୋର୍ସ ଟ୍ରେସରେ 2ୟ ବର୍ଷରେ ବ୍ୟବସାୟରେ ମାନ୍ଦା ଆସିଯାଇଥିଲା। ଆମେ ଆଶା ରଖିଥିବା ବହୁ ମୁଖ୍ୟ ଗ୍ରାହକ ଶେଷ ମୁହୁର୍ତ୍ତରେ ତାଙ୍କର ଅର୍ଡରକୁ ଫେରାଇ ନେବା ବହୁ ନକରାତ୍ମକ ମନୋଭାବ ଆଣିଥିଲା। ତେବେ ଆମ ଉପରେ ଭରସା ରଖିଥିବା ନିବେଶକାରୀଙ୍କ ମନୋବଳରୁ 6ମାସ ମଧ୍ୟରେ ଆମେ ପୁଣି ଆମ ସ୍ଥାନ ବଜାୟ ରଖିପାରିଲୁ। ପରେ ଆମେ ବହୁ ଅଧିକ ଗ୍ରାହକଙ୍କ ସହ ଯୋଡ଼ି ହୋଇପାରିଲୁ ବୋଲି ଭେଙ୍କଟ କୁହନ୍ତି।

ଏବେ ଆମେ ବ୍ୟବସାୟରେ ଉନ୍ନତି ପାଇଁ ଆମେ ବିଭିନ୍ନ ଯୋଜନା ପ୍ରଣୟନ ସହ ଆଗେଇଛୁ। ବଜାରରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ଆମେ ଚେଷ୍ଟା କରିଛୁ। ଆମ ପାଇଁ ଆଫ୍ରିକା ଏକ ବୃହତ ବଜାର। ତେବେ ଏହା ବିଭିନ୍ନ ଭାବରେ ବିଭକ୍ତ ହୋଇ ରହିଥିବାରୁ ସେଠାରେ ବ୍ୟବସାୟ କରିବାରେ ବହୁ ବାଧା ଆସୁଛି। ତେବେ ସେଠି ଏବେ ଚିତ୍ର ବଦଳିଛି ଏବଂ ଆମେ କେତେକାଂଶରେ ଭଲ ବେପାର କରିପାରିଛୁ ବୋଲି ସେ ସ୍ବୀକାର କରନ୍ତି। ସାମାଜିକ ବ୍ୟବସାୟ ପାଇଁ ବଡ଼ ସ୍ବପ୍ନ ଦେଖିବା ଅତ୍ୟନ୍ତ ଆବଶ୍ୟକ । ଆମ ପାଖରେ ବର୍ତ୍ତମାନ 3ଟି ମହାଦେଶର 10ଟି ଦେଶର 2ଲକ୍ଷରୁ ଅଧିକ କୃଷକଙ୍କ ବିବରଣୀ ରହିଛି। 2017 ସୁଦ୍ଧା ଆମେ 10ଲକ୍ଷ କୃଷକଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରଖିଛୁ ବୋଲି ଭେଙ୍କଟ କୁହନ୍ତି।

ଭୁଲରୁ ମଣିଷ ବହୁତ କିଛି ଶିଖିଥାଏ ଏବଂ ବେଳେବେଳେ ଝୁଣ୍ଟି ପଡ଼ିବା ମଣିଷକୁ ସତର୍କ କରିଥାଏ ବୋଲି ହସି ହସି ଭେଙ୍କଟ କହନ୍ତି। ବିଫଳତା ହିଁ ସଫଳତାର ମୂଳଦୁଆ । ନିଜ ଇଚ୍ଛାରେ ଆନ୍ତରିକ ଭାବରେ ନିଷ୍ଠାର ସହ କାମ କଲେ ସଫଳତା ଦିନେ ନିଶ୍ଚୟ ମିଳିବ ବୋଲି ସେ କୁହନ୍ତି।

Add to
Shares
4
Comments
Share This
Add to
Shares
4
Comments
Share
Report an issue
Authors

Related Tags