EDITIONS
Odia

୧୪ ବର୍ଷୀୟ ହର୍ଷବର୍ଦ୍ଧନଙ୍କ ଡ୍ରୋନ ପ୍ରୋଜେକ୍ଟରେ ସରକାର କଲେ ୫କୋଟିର ନିବେଶ

Team Odia
18th Jan 2017
Add to
Shares
2
Comments
Share This
Add to
Shares
2
Comments
Share

ଯୁଧ୍ୟଭୂମିରେ ଲ୍ୟାଣ୍ଡମାଇନ ଠାବ ପାଇଁ ବିଶେଷ ଭାବେ ଡିଜାଇନ ହେଇଥିବା ଲେଜର ଡ୍ରୋନ ନିର୍ମାଣ ପାଇଁ ଗୁଜରାଟ ସରକାର ପାଞ୍ଚକୋଟି ଟଙ୍କାର ଏମଓୟୁ ସ୍ଵାକ୍ଷର କରିଛନ୍ତି। କୌଣସି କମ୍ପାନୀ କିମ୍ବା ବଡ଼ ବୈଜ୍ଞାନିକଙ୍କ ସହ ନୁହେଁ ବରଂ ଦଶମ ଶ୍ରେଣୀରେ ପଢୁଥିବା ଜଣେ ୧୪ ବର୍ଷୀୟ ବାଳକଙ୍କ ସଙ୍ଗେ।

image


ଏହି ଡ୍ରୋନକୁ ନିର୍ମାଣ କରିଥିବା ୧୪ ବର୍ଷୀୟ ହର୍ଷବର୍ଦ୍ଧନ ଜାଲାଙ୍କ ସହ ଗୁଜରାଟ କାଉନସିଲ ଅନ ସାଇନ୍ସ ଆଣ୍ଡ ଟେକନୋଲଜି ସହ ଏହି ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି।

ଅହମଦାବାଦ, ଗୁଜରାଟରେ ଅନୁଷ୍ଠିତ ହେଇଥିବା ‘ଭାଇବ୍ରାଣ୍ଟ ଗୁଜରାଟ ସମିଟ ୨୦୧୭’ ରେ ଏହି ଚୁକ୍ତିନାମା ସ୍ଵାକ୍ଷର ହେଇଛି।

ଗୁଜରାଟର ବାସିନ୍ଦା ହର୍ଷବର୍ଦ୍ଧନ ଦଶମ ଶ୍ରେଣୀର ଛାତ୍ର ଅଟନ୍ତି। ଟିଭିରେ ଆସୁଥିବା ଖବର ଗୁଡ଼ିକୁ ଦେଖିବା ପରେ ତାଙ୍କ ମନରେ ଡ୍ରୋନ ତିଆରି କରିବାର ବିଚାର ଆସିଥିଲା ବୋଲି ସେ କୁହନ୍ତି। ସେ BBCକୁ ଏକ ସାକ୍ଷାତକାରରେ କହିଛନ୍ତି,

ମୁଁ ଯେତେବେଳେ ଟିଭିରେ ଖବର ଦେଖୁଥିଲି ଯେ ଅନେକ ଭାରତୀୟ ସୈନ୍ୟ ଲ୍ୟାଣ୍ଡମାଇନକୁ ଠାବ କରିବା ଓ ତାକୁ ଅକାମୀ କରିବା ସମୟରେ ମୃତ୍ୟୁବରଣ କରୁଛନ୍ତି, ସେତେବେଳେ ମୋର ମନରେ ଏପରି ଏକ ଡ୍ରୋନ ତିଆରି କରିବାର ବିଚାର ଆସିଲା।
ମୁଁ ଏହା’ଉପରେ ଅନେକ ଗବେଷଣା କଲି। ବର୍ତ୍ତମାନ ଲ୍ୟାଣ୍ଡମାଇନ ଠାବ କରିବା ପାଇଁ ଯେଉଁ ଡିଟେକ୍ଟର ବ୍ୟବହାର କରାଯାଉଛି ତାହା ସୁରକ୍ଷିତ ନୁହେଁ ଏବଂ ତାକୁ ସଠିକ ଭାବେ ବ୍ୟବହାର ମଧ୍ୟ କରାଯାଉନାହିଁ।

ହର୍ଷବର୍ଦ୍ଧନ କହିଛନ୍ତି ଯେ ନିଜେ ଡ୍ରୋନ ତିଆରି କରିବାରେ ସେ ଯେଉଁ କୌଶଳ ବ୍ୟବହାର କରିଛନ୍ତି ତାହା ସଂପୂର୍ଣ୍ଣ ରୂପେ ତାଙ୍କ ନିଜର କୌଶଳ।

ସେ କୁହନ୍ତି,

ମୁଁ ଛ’ ଥର ଫେଲ ମାରିଲା ପରେ ସପ୍ତମ ଥର ଏହି ଡ୍ରୋନ ତିଆରି କରିବାରେ କୃତକାର୍ଯ୍ୟ ହେଇଥିଲି। ଗତବର୍ଷ ଫେବୃଆରୀ-ମାର୍ଚ୍ଚ ରେ ହିଁ ମୁ ଏହାର ନିର୍ମାଣ କାମ ସାରିବାରେ ସଫଳ ହେଇଥିଲି। କିନ୍ତୁ ଏ ବର୍ଷ ଏପ୍ରିଲ-ମଇ ମାସ ମଧ୍ୟରେ ଏହାକୁ ସଂପୂର୍ଣ୍ଣ ରୂପେ ବିକଶିତ କରାଯିବ। ଏଥିରେ ଆହୁରି ଅନେକ ଫିଚର ଯୋଡ଼ିବା ବାକି ଅଛି।

ହର୍ଷବର୍ଦ୍ଧନଙ୍କର ପିତା ଜଣେ ଆକାଉଣ୍ଟାଣ୍ଟ ଅଟନ୍ତି ଏବଂ ବର୍ତ୍ତମାନ ନିଜର କମ୍ପାନୀ ଏରୋବାଟିକ୍ସ-୭ ଆରମ୍ଭ କରିଛନ୍ତି। ଏହିପରି ଆହୁରି ଅନେକ ଗ୍ୟାଜେଟ ନିର୍ମାଣ କରିବାର ଲକ୍ଷ୍ୟ ନେଇ ଏହି କମ୍ପାନୀ ଆରମ୍ଭ ହେଇଛି।

ହର୍ଷବର୍ଦ୍ଧନ ଏଯାବତ ୩ଟି ଡ୍ରୋନ ତିଆରି କରିଛନ୍ତି। ପ୍ରଥମ ଦୁଇଟି ନିର୍ମାଣ କରିବା ପାଇଁ ତାଙ୍କ ବାପା ତାଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା ବେଳେ ତୃତୀୟ ଡ୍ରୋନର ନିର୍ମାଣ ପାଇଁ ତାଙ୍କୁ ଗୁଜରାଟ ସରକାର ୩ଲକ୍ଷ ଟଙ୍କାର ସହାୟତା ଦେଇଥିଲେ। ଏହି ଡ୍ରୋନରେ ଇନଫ୍ରାରେଡ, ଆରଜିବି ସେନ୍ସର, ଥର୍ମାଲ ମିଟର ଓ ୨୧ ମେଗାପିକ୍ସେଲର କ୍ୟାମେରା ଲାଗିଛି ବୋଲି ହର୍ଷବର୍ଦ୍ଧନ ଜଣାଇଛନ୍ତି। ପୃଥିବୀପୃଷ୍ଠରୁ ୨ଫୁଟ ଉପରକୁ ଉଡିବା ସମୟରେ ଏହା ୮ଫୁଟର ପରିଧି ମଧ୍ୟରେ ରହିଥିବା ଲ୍ୟାଣ୍ଡମାଇନକୁ ଠାବ କରିପାରିବ। ଏହା ସହ ଲ୍ୟାଣ୍ଡମାଇନରେ ବିସ୍ଫୋରଣ ଘଟାଇବା ପାଇଁ ଏହା ୫୦ ଗ୍ରାମର ଏକ ବୋମା ମଧ୍ୟ ସାଙ୍ଗରେ ବୋହି ନେଇପାରିବ। 

Add to
Shares
2
Comments
Share This
Add to
Shares
2
Comments
Share
Report an issue
Authors

Related Tags