EDITIONS
Odia

ଅର୍ଥାଭାବ ପାଇଁ ଜାତୀୟ ବକ୍ସିଂ ଚମ୍ପିଆନ ଏବେ ମାଲଗାଡି ଚାଳକ

Ruchi Panigrahi
27th Oct 2015
Add to
Shares
1
Comments
Share This
Add to
Shares
1
Comments
Share

ମୃଣାଳ ଭୋସଲେଙ୍କ ପାଇଁ ଜାନୁଆରୀ 2015 ସବୁବେଳେ ବିଶେଷ ହୋଇ ରହିବ। ଦୁର୍ଘଟଣାରେ ଆଘାତ ହୋଇ ନିଜର ଲମ୍ବା କ୍ୟାରିୟର ହରାଇବା, ଅପେକ୍ଷାକୃତ କମ୍ ଟ୍ରେନିଂ ସୁବିଧା, ଆର୍ଥିକ ଅଶାନ୍ତି- ଏହି ସବୁ ଭିତରେ ନାଗପୁରରେ ଅନୁଷ୍ଠିତ ଜାତୀୟ ବକ୍ସିଂ ଚମ୍ପିଆନସିପରେ ମୃଣାଳ କାଂସ୍ୟ ପଦକ ବିଜେତା ହୁଅନ୍ତି।

ଆପଣ କେଉଁଠି ଭେଟିବେ ଏଭଳି ହିରୋଙ୍କୁ? ବିଶ୍ଵସ୍ତରୀୟ ଟ୍ରେନିଂ ସୁବିଧା ଥିବା ଏକ ସ୍କ୍ୱାର୍ଡରେ ଯେଉଁଠି ସବୁର ଯତ୍ନ ନିଆଯାଏ? ନା। ନିକଟରେ ଲାଭ କରିଥିବା ନିଜର ବିଜୟକୁ ଉପଭୋଗ କରିବା ଏବଂ ଏକ ଜାତୀୟ ଚମ୍ପିଆନ ବିଜେତା ଭଳି ଆଦର ପାଇବା ନୁହେଁ, ବରଂ ନିଚ୍ଛକ ସତ ହେଉଛି ଆଜି ମୃଣାଳ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ପୁଣେ ସହରରେ ମାଲଗାଡି ଚଳାଉଛନ୍ତି।

In dire need of money, and with limited options to pick from, Mrunal drives a goods carrier to manage his financial situation.

In dire need of money, and with limited options to pick from, Mrunal drives a goods carrier to manage his financial situation.


କ୍ରିକେଟରଙ୍କ ବ୍ୟତୀତ ଭାରତରେ ଅନ୍ୟ କୌଣସି ଖେଳାଳୀଙ୍କ ଅବସ୍ଥା ଭଲ ନୁହେଁ। କ୍ରିକେଟ ଛଡ଼ା ଅନ୍ୟ ସବୁ ଖେଳ ଏବଂ ଖେଳାଳୀମାନେ କ୍ରିକେଟ ଖେଳ ଏବଂ ଖେଳାଳୀଙ୍କ ଆଗରେ ସାବତ ପରି ବ୍ୟବହାର ପାଇଥାନ୍ତି।

ଜାତୀୟ ସ୍ତରରେ ଏକ ମେଡାଲ ବିଜୟ ପରେ ସରକାରୀ ଚାକିରୀ ପାଇବାକୁ ପ୍ରତିଶୃତି ପାଇଥିବା ମୃଣାଳ ଏବେ ପ୍ରତିଦିନ ନିଜର ଗୁଜୁରାଣ ମେଣ୍ଟାଇବାକୁ ସଂଘର୍ଷ କରୁଛନ୍ତି। ବକ୍ସିଂ ଏପରି ଏକ ଖେଳ ଯେଉଁଠାରେ ଆଘାତ ପାଇବା ଏକ ସାଧାରଣ ବିଷୟ। ତାଙ୍କ ବାହୁରେ ଏକ ଆଘାତ ଲାଗିଛି ଯାହାର ଅସ୍ତ୍ରୋପଚାର ଅତି ଶୀଘ୍ର ହେବା ଆବଶ୍ୟକ।

ଛ' ଜଣ ସଦସ୍ୟଙ୍କ ପରିବାରରେ ମୃଣାଳଙ୍କ ଜନ୍ମ। ତାଙ୍କର ବାପା ସେନାର ଏକ ୱାର୍କସପରେ ମଜୁରିଆ ଭାବରେ କାମ କରନ୍ତି ଏବଂ ମା ଜଣେ ସାଧାରଣ ଗୃହିଣୀ। ତାଙ୍କ ଉପର ଦୁଇ ଭଉଣୀ ବିବାହିତ ଏବଂ ସାନ ଭଉଣୀ ନିକଟରେ ପୋଲିସ ସେବାରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ତାଙ୍କର କନେଷ୍ଟବଳ ପାଇଁ ଟ୍ରେନିଂ ଚାଲିଛି। ଏସବୁ ସତ୍ତ୍ୱେ ଅଲମ୍ପିକରେ ଭାରତ ପାଇଁ ଏକ ମେଡାଲ ଜିତିବାକୁ ମୃଣାଳ ନିଜ ସ୍ଵପ୍ନ ପଛରେ ଗୋଡ଼ାଉଛନ୍ତି।

ମୃଣାଳଙ୍କ ଜୀବନର ବାଧାବିଘ୍ନ ଏବଂ ଆକାଂକ୍ଷା ଜାଣିବାକୁ ତାଙ୍କ ସହ କଥା ହୋଇଥିଲା yourstory।

କ୍ରିକେଟ? ବହୁତ ମହଙ୍ଗା

ମୋ ପିଲାଦିନେ ସ୍କୁଲରୁ ଫେରିବା ପରେ ମୋ ପାଖରେ ବହୁତ ସମୟ ରହୁଥିଲା ଏବଂ ମୁଁ ଲକ୍ଷ୍ୟହୀନ ଭାବରେ ଘୁରି ବୁଲୁଥିଲି। ଏହି ସମୟକୁ ଖେଳରେ ବା ନାଚ ମୋର ସାମର୍ଥ୍ୟ ଦେଖାଇବାକୁ ଇଛାରେ ମୋ ବାପାମାଙ୍କ ସହମତି ମିଳିଥିଲା। ମୁଁ କ୍ରିକେଟକୁ ପସନ୍ଦ କରୁଥିବାରୁ ଖେଳକୁ ଆଦରିଲି। ତେବେ କ୍ରିକେଟରେ ଆବଶ୍ୟକ ସରଞ୍ଜାମ ଯେପରିକି ବ୍ୟାଟ୍ କିଣିବା, ହେଲମେଟ୍, ପ୍ୟାଡ ଆଦିର ଖର୍ଚ୍ଚ ଉଠାଇବା ପାଇଁ ମୋ ପରିବାର ସକ୍ଷମ ନଥିଲା।

ତେବେ ବକ୍ସିଂକୁ କିପରି ଆସିଲେ ମୃଣାଳ? 12ବର୍ଷ ବୟସ ହୋଇଥିବା ବେଳେ ମୃଣାଳଙ୍କ ଜଣେ ସଂପର୍କିୟ ତାକୁ ଖେଳୁଥିବାର ଦେଖିଲେ ଏବଂ ତାକୁ ବକ୍ସିଂ ଖେଳ ଖେଳିବାକୁ କହିଲେ। କାରଣ ଏଥିରେ ଅର୍ଥ ବିନିଯୋଗର ପରିଣାମ କମ ଥିଲା ଏବଂ ଭଲ କ୍ୟାରିୟରର ସୁଯୋଗ ରହିଥିଲା। ଅନ୍ୟ ପିଲାଙ୍କ ଭଳି 12ବର୍ଷରେ ବକ୍ସିଂ ଖେଳକୁ ମଜାଦାର ଭାବରେ ଆପଣେଇଲେ ମୃଣାଳ। ଅଭ୍ୟାସ ବେଳରେ ଯେତେବେଳେ ସେ ଏଥିରେ ଦୃଢ଼ ଭାବରେ ଜଡ଼ିତ ହେଲେ ଏବଂ ଅନ୍ୟମାନଙ୍କ ସହ ଆଲୋଚନା କଲେ, ସେତେବେଳେ ସେ ଏହାର ବାସ୍ତବତାକୁ ଉପଲବ୍ଧି କଲେ।

ଆଗରେ ଥିବା ନିଜର ଏକ ଲମ୍ବା କ୍ୟାରିୟରକୁ ଦେଖି ନେହରୁ ଷ୍ଟାଡିୟମର ମହାରାଷ୍ଟ୍ର ଇନଷ୍ଟିଚ୍ୟୁଟ ଅଫ୍ ଗେମସ ଆଣ୍ଡ ସ୍ପୋର୍ଟସ୍(MIGS) କ୍ଲବରେ ସ୍ଵର୍ଗତ ଟି.ଜେ. ନାୟକଙ୍କ ତତ୍ତ୍ଵାବାବଧାନରେ ସେ ବହୁ ସମୟ ପର୍ଯ୍ୟନ୍ତ ଅଭ୍ୟାସ ଜାରୀ ରଖିଲେ। ଦୁର୍ଭାଗ୍ୟବଶତଃ 2008ରେ ଏକ ବାଇକ ଦୁର୍ଘଟଣାରେ ସେ ନିଜର ଗୋଡରେ ଆଘାତ ପାଇଲେ ଏବଂ ଏଥିପାଇଁ ସେ ନିଜର ଅଭ୍ୟାସ ଠାରୁ ବହୁଦିନ ଧରି ଦୂରେଇ ରହିଲେ। 2010ରେ ସୁସ୍ଥ ହୋଇ ଯୋଗ୍ୟ ହେବା ବେଳକୁ ସେ କନିଷ୍ଠ ବର୍ଗ ପାଇଁ ଉଦ୍ଦିଷ୍ଟ ବୟସକୁ ଅତିକ୍ରମ କରିସାରିଥିଲେ।

ନିଜର ସଙ୍କଟପୁର୍ଣ୍ଣ ସମୟରେ ଏବଂ ଭବିଷ୍ୟତ ଯେତେବେଳେ ଅନ୍ଧକାରମୟ ଦେଖାଯାଇଥିଲା, ସେ ନିଜେ ଶେଷ ହେଇଯିବା ଭଳି ଅନୁଭବ କରିଥିଲେ। ସେତେବେଳେ ସେ 2010 କମନୱେଲଥ ଗେମସର ସ୍ଵର୍ଣ୍ଣ ପଦକ ବିଜେତା ମନୋଜ କୁମାର ଏବଂ 2008 ଅଲମ୍ପିକର କାଂସ୍ୟ ପଦକ ବିଜେତା ବିଜେନ୍ଦର ସିଂହଙ୍କୁ ଭେଟିବାର ସୁଯୋଗ ପାଇଲେ। ସେମାନେ ମୃଣାଳଙ୍କ ଠାରେ ଅଗାଧ ଆଗ୍ରହ ଜନ୍ମାଇବା ସହ ସଠିକ ନିର୍ଦ୍ଦେଶ ଦେଖାଇଥିଲେ। ପୁଣିଥରେ ନିଜର ମାନସିକ ଶକ୍ତି ଫେରିପାଇ ମୃଣାଳ ବରିଷ୍ଠ ବର୍ଗରେ ଫେରିବାକୁ ଆଗ୍ରହ ଦେଖାଇଲେ।

ପଦକ ଥିଲା ନିଶ୍ଚିତ। ଜୀବନ ଅପେକ୍ଷାକୃତ ଭଲ ହେବାକୁ ଲାଗୁଥିଲା...

ଆମେ ତାଙ୍କୁ ଜାତୀୟ ବକ୍ସିଂ ଚାମ୍ପିଅନସିପରେ ପଦକ ବିଜୟ ଉପରେ କିଛି ମୌଳିକ ପ୍ରଶ୍ନ ପଚାରିଥିଲୁ। ଉତ୍ତରରେ ମୃଣାଳ କହିଥିଲେ, ସେ ପ୍ରସ୍ତୁତ ଥିଲେ। ପଦକ ଜିତିବା ସୋପାନଗୁଡ଼ିକୁ ଅତିକ୍ରମ କରି ପଦକ ଜିତିବାକୁ ସେ ଦୃଢ଼ ନିଶ୍ଟିତ ଥିଲେ। ଯାହା ସମ୍ଭବ ତାହା ସେ କରିବାକୁ ପ୍ରସ୍ତୁତ ଥିଲେ। “ମୁଁ ଉଭୟ ମାନସିକ ଏବଂ ଶାରିରୀକ ସ୍ତରରେ ପ୍ରସ୍ତୁତ ଥିଲି। କୌଣସି ଏକ ମ୍ୟାଚ୍ ଖେଳିବା ପୂର୍ବରୁ ସମସ୍ତେ ପ୍ରାୟତଃ ଡରି ଯାଇଥାନ୍ତି। କିନ୍ତୁ ମୋ ମୁଣ୍ଡରେ କେବଳ ଗୋଟିଏ ଲକ୍ଷ୍ୟ ଥିଲା- ମୋତେ ପଦକ ଜିତିବାକୁ ହେବ। ମୁଁ ଯଦି ପଦକ ଜିତୁଛି, ମୋତେ ଏକ ସରକାରୀ ଚାକିରୀ ମିଳିବ ଯାହା ମୋତୋ ଆର୍ଥିକସ୍ତରରେ ଦୃଢ଼ କରିବ। ଭଲ କରିବା ପାଇଁ ମୁଁ ଘଣ୍ଟାଘଣ୍ଟା ଧରି ଅଭ୍ୟାସ କରୁଥିଲି। ” ଭାରତୀୟ ରେଳବାଇର ଦଳକୁ ମୁଁ ଦେଖିଲି। ବକ୍ସିଂରେ ନିଜକୁ ଦୃଢ଼ କରିବା ପାଇଁ ସେମାନେ ବହୁ ସମୟ ଅଭ୍ୟାସ କରୁଥିଲେ ଯାହା ସେମାନଙ୍କୁ ବହୁ ସମୟ ଧରି ଖେଳିବା ପାଇଁ ସାହସ ଯୋଗାଉଥିଲା। ତେଣୁ ମୁଁ ଜିତିବା ଉପରେ ପୁରା ଧ୍ୟାନ ଦେଲି ଏବଂ ତା ପରେ ଏକ ଚାକିରୀ ଓ ଯାହା ସବୁ ଖେଳାଳୀମାନଙ୍କର ଏକ ଆଶା ରହିଥାଏ- ଅଲମ୍ଫିକରେ ସ୍ଵର୍ଣ୍ଣ ପଦକ ଜିତିବା।

ଜାତୀୟ ବକ୍ସିଂ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିବା ପରେ ସବୁ ଶେଷ ହେଇଗଲା ବୋଲି ମୃଣାଳ ଭାବିଥିଲେ। ଦୁର୍ଭାଗ୍ୟକୁ ପ୍ରତିଥର ସରକାରୀ ଚାକିରୀ ପାଇଁ ଆବେଦନ କଲା ବେଳେ, ବୟସ ଅତିକ୍ରମ ହୋଇଯାଇଛି କହି ତାଙ୍କ ଆବେଦନ ଖାରଜ ହୋଇଯାଉଥିଲା। ତେବେବି ଖେଳରେ ମନୋନିବେଶ କରି ଅବିଚଳିତ ଭାବେ ମୃଣାଳ ଏକ ଚାକିରୀକୁ ଅପେକ୍ଷା କରି ରହିଥିଲେ।

ଶାନ୍ତିରେ ଶୋଇବା ପୂର୍ବରୁ ଅଛି ଲମ୍ବା ରାସ୍ତା

ନିଜ ସ୍ଵପ୍ନକୁ ଆଗକୁ ନେଇଯିବା ପାଇଁ, ମୃଣାଳ ଆଜିକାଲି ମାଲଗାଡ଼ି ଚଳାଉଛନ୍ତି। ଯଦିଓ କାମ କରିବା ସମୟରେ ଏଭଳି କାମ ତାଙ୍କ ପାଇଁ ଉପଯୁକ୍ତ ନୁହେଁ, ତେବେ ବହୁ ସମୟରେ ସେ ଏହାକୁ ନେଇ କ୍ଲାନ୍ତ ଅନୁଭବ କରନ୍ତି। ତେବେ ନିଜକୁ ପ୍ରମାଣିତ କରିବା ପାଇଁ ସେ ନିଜକୁ ପ୍ରତିଦିନ ପ୍ରୋତ୍ସାହିତ କରିଥାନ୍ତି।

ମୃଣାଲ ନିଜର ପାଠପଢ଼ାରେ ସ୍ନାତକ ହାସଲ କରିଛନ୍ତି। ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ଯୋଗୁଁ ଏବଂ ଗୋଡ଼ରେ ଆଘାତ ଲାଗିବା କାରଣରୁ ପଢ଼ା ଶେଷ କରିବାରେ ବି ବିଳମ୍ବ ଘଟିଛି। ଶିକ୍ଷାକୁ ପ୍ରାଧାନ୍ୟ ଦେଇ ନିଜର ସ୍ନାତକ ଶେଷକରିବାକୁ ସେ ନିଜର ସିନିୟର ଏବଂ ଅନ୍ୟ ହିତାକାଂକ୍ଷୀଙ୍କ ଠାରୁ ପରାମର୍ଶ ପାଇଆସିଛନ୍ତି ବୋଲି ମୃଣାଲ କୁହନ୍ତି।

“ସମସ୍ତେ ମୋର ସ୍ନାତକ ଶେଷ କରିବା ଉପରେ ଗୁରୁତ୍ଵ ଦିଅନ୍ତି। କିନ୍ତୁ ସବୁଥର କୌଣସି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା କାରଣରୁ ମୁଁ ପରୀକ୍ଷା ଦେଇ ପାରେନାହିଁ। ମୁଁ ସେତେବେଳେ ଅକ୍ଟୋବର ମାସରେ ପରୀକ୍ଷା ଦେବାକୁ ଯୋଜନା କରି ଦେଇଥାଏ। ମୁଁ ଜଣେ ଭଲ ଖେଳାଳୀ ଏବଂ ଏହାକୁ ଜାରି ରଖିବାକୁ ମୋ ସିନିୟର ମାନେ କହିଥାନ୍ତି। ତେବେ ମୁଁ ପାଠପଢ଼ାରେ ସାଲିସ କରି ପାରେ ନାହିଁ। ମୁଁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଚାହେଁ। ମୋ ପାଇଁ ଚାକିରୀ ଏକାନ୍ତ ଆବଶ୍ୟକ। ତା ସହ ପାଠପଢ଼ା ବି। ମୋତେ ବାଟ ଦେଖାଉଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି।"

ସମସ୍ୟାରେ ଜଡ଼ିତ

ଏହା ସତ ଯେ କ୍ରିକେଟ ବ୍ୟତୀତ ଅନ୍ୟ ସବୁ ଖେଳକୁ ଯେତିକି ଗୁରୁତ୍ଵ ଦିଆଯିବା କଥା ତାହା ଦିଆଯାଇନାହିଁ। ଆଇପିଏଲକୁ ଦେଖିରେ ଏହାର ଗୁରୁତ୍ଵ ଏବଂ ଏଥିରେ ବିନିଯୋଗ ଅର୍ଥ ସ୍ପଷ୍ଟ ଭାବରେ ବାରି ହୋଇପଡ଼େ। ମନୋମୁଗ୍ଧକର ସୁନ୍ଦରତା ସହ ମନୋରଞ୍ଜନର ଭରପୁର ଏହି ଖେଳର ପ୍ରକ୍ରିୟା ବହୁ ଯୁବବର୍ଗଙ୍କ ପ୍ରତିଭାକୁ ସାମନାକୁ ଆଣିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାମକରୁଛି। “ଯେଉଁମାନେ ଖେଳ ଖେଳନ୍ତି ନାହିଁ କିନ୍ତୁ ଟିମର ମାଲିକାନାରେ ରହିଛନ୍ତି ସେମାନେ ଏଥିରି ପ୍ରଚୁର ଆର୍ଥିକ ଲାଭ ପାଇଥାନ୍ତି। ବକ୍ସିଂ ଭଳି ଖେଳରେ ଏଭଳି ଦେଖିବାକୁ ମିଳେନାହିଁ। ଅନ୍ୟ ଖେଳମାନଙ୍କୁ ସାବତ ପୁଅ ଭଳି ବ୍ୟବହାର କରାଯାଇଥାଏ। ପରିସ୍ଥିତି ଦିନେ ବଦଳିଯିବ ଏବଂ ଅନ୍ୟ ଖେଳମାନଙ୍କୁ ବି ସମାନ ଭାବରେ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି ମୁଁ ଭାବୁଛି। ଯଦିଓ ଏହାକୁ ମୁଁ ବଦଳାଇ ପାରିବିନି, ତେବେ ପରିସ୍ଥିତି ଆପେ ଆପେ ଏହାକୁ ପରିବର୍ତ୍ତନ କରିବ ଏବଂ କେହି ନା କେହି ଏହା ଦ୍ଵାରା ସୁଯୋଗ ପାଇପାରିବେ। ସେତେବେଳେ ମୁଁ ଆତ୍ମ ସନ୍ତୋଷ ଲାଭ କରିବି।“

ସରକାରଙ୍କ ପଦକ୍ଷେପ ସଂପର୍କରେ ତାଙ୍କର ମତରେ ମୃଣାଳ କୁହନ୍ତି, “ଆପଣ କେବେ ଦେଖିଛନ୍ତି କୌଣସି ଧନୀଶ୍ରେଣୀର ବ୍ୟକ୍ତି ବକ୍ସିଂ ଖେଳିବାର?” ଅଧିକାଂଶ ଖେଳାଳୀ ସ୍ଵଳ୍ପ ରୋଜଗାର କରୁଥିବା ପରିବାରରୁ ଆସିଥାନ୍ତି। ସେମାନଙ୍କ ପାଇଁ କୌଣସି ଆର୍ଥିକ ସହାୟତା ନଥାଏ, ଏବଂ ବହୁ କ୍ଷେତ୍ରରେ ସେମାନେ ଜୀବନର ଆର୍ଥିକ ବୋଝକୁ ସମ୍ଭାଳି ନପାରି ଖେଳ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ଏବଂ ଖେଳାଳୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ କିଛି ପଦକ୍ଷେପ ନେବା ଆବଶ୍ୟକ ବୋଲି ମୃଣାଳ କୁହନ୍ତି।

ଯେଉଁ କ୍ଲବରେ ମୁଁ ଅଭ୍ୟାସ କରୁଥୁଲି ସେଠାରେ ବହୁ କମ ସୁବିଧା ରହିଥିଲା। କେତେକ ସ୍ଥଳରେ କିଛି ମୌଳିକ ଉପାଦାନ ବି ମିଳୁନଥିଲା। ସେପରି ସ୍ଥଳେ ସେଠାରେ କିଛି ଅସାଧାରଣ ପ୍ରତିଭାର ଖେଳାଳି ରହିଥିଲେ ଏବଂ ଖେଳରେ ନିଜର ପାରଦର୍ଶିତା ଦେଖାଇପାରିଥିଲେ। ତେବେ ସେମାନେ ବାହାରୁ କୌଣସି ସହାୟତା ପାଇପାରୁନଥିଲେ। କେତେକ ଖେଳାଳୀ ଯେଉଁମାନେ ଖେଳରେ ସେମାନଙ୍କ ସର୍ବୋତ୍କୃଷ୍ଟ ଦକ୍ଷତା ଦେଖାଇ ପାରିଥିଲେ ସେମାନେ ଜୀବନ ବାସ୍ତବିକତା ଆଗେ ହାରମାନି ଖେଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗନେଇ ଜିତିବା ପାଇଁ ଆମ ଦେଶରେ ବହୁ ପ୍ରତିଭା ରହିଛନ୍ତି। ହେଲେ ଘରର ପ୍ରତିପୋଷଣ ପାଇଁ ସେ କଣ କରିବ?

ମଣିଷକୁ ପ୍ରଭାବିତ କରିବାକୁ ବହୁ କମ ସାଧନ ରହିଛି। ଜଣେ ଖେଳାଳୀ ପାଇଁ ନିଜର ଅଭ୍ୟାସ କିଟ୍ ହେଉ ବା ହଳେ ଭଳ ଜୋତା, ଭଳି ଛୋଟ ଉପାଦାନ ବି ପ୍ରଭାବ ପକାଇଥାଏ। ସୁବିଧାର ଅଭାବ, ଆର୍ଥିକ ସ୍ଥିରତା ଏବଂ ଆଘାତ ପରେ ଡାକ୍ତରୀ ସୁବିଧାର ଅବହେଳା ଖେଳ ଛାଡ଼ିବାର ତିନି ମୁଖ୍ୟ ପ୍ରସଙ୍ଗ ବୋଲି ସେ କୁହନ୍ତି। ମୃଣାଳଙ୍କ ହାତ ଖଞ୍ଜାରେ ଥିବା ଆଘାତର ଅସ୍ତ୍ରୋପଚାର ଶୀଘ୍ର ହେବା ଆବଶ୍ୟକ। ତେବେ ଏଥିପାଇଁ ତାଙ୍କ ପାଖରେ ଆବଶ୍ୟକ ସମ୍ବଳ ନାହିଁ। ଆପଣ ଭାବିବେ ହୁଏତ ସେ ବୋଧହୁଏ ଖେଳ ଛାଡ଼ିଦେବେ, ହେଲେ ମୃଣାଳ ଏକ ଭିନ୍ନ ଧାତୁରେ ଗଢ଼ା।

ମୋ ସ୍ଵପ୍ନର ସ୍ଵପ୍ନ

ତାଙ୍କ କୋଚଙ୍କ ଦେହାନ୍ତ ପରେ ମୃଣାଳ ନିଜ ସିନିୟର ଯେଉଁମାନେ ତାଙ୍କ କୋଚଙ୍କ ଠାରୁ ଟ୍ରେନିଂ ନେଇଥିଲେ ସେମାନଙ୍କ ଠାରୁ ନିଜର କୋଚିଂ ଶିକ୍ଷାଲାଭ କରିଥିଲେ। ନିଜ କୋଚ ଏବଂ ସିନିୟରଙ୍କ ଅନୁପସ୍ଥିତିରେ ମୃଣାଳ ଛୋଟ ଛୋଟପିଲାଙ୍କୁ କୋଚିଂ ଦେଉଥିଲେ। ପାଞ୍ଚବର୍ଷ ବୟସରୁ ପିଲାମାନେ କୋଚିଂ ପାଇଁ ସେଠାକୁ ଆସୁଥିଲେ। ସେମାନଙ୍କୁ କୋଚିଂ ଦେବାକୁ ତାଙ୍କୁ ଆନନ୍ଦ ଦେଉଥିଲା। ପିଲାମାନେ ତାଙ୍କୁ ବି ମାନୁଥିଲେ। ବେଳେବେଳେ ସେମାନଙ୍କ ଅଭିଭାବକ ମାନେ ମୋ କୋଚିଂକୁ ପ୍ରଶଂସା କରୁଥିଲେ ଯାହା ମୋତେ ଶୁଣି ଖୁସି ଲାଗୁଥିଲା ବୋଲି ମୃଣାଳ କୁହନ୍ତି।

ମନୋଜ କୁମାରଙ୍କ ଠାରୁ ପାଇଥିବା ସାହାଯ୍ୟ ତାଙ୍କୁ ମୋର ପ୍ରେରଣାର ଉତ୍ସ କରିଦେଇଛି। କେବଳ ମହାରାଷ୍ଟ୍ର ନୁହେଁ ସାରା ଭାରତର ଲୋକମାନେ ଏବେ ମୋତେ ଚିହ୍ନନ୍ତି। ମୋ ପାଇଁ ମନୋଜ କୁମାର ଯାହା କରିଛନ୍ତି, ତାହା ମୁଁ ଅନ୍ୟମାନଙ୍କ ପାଇଁ କରିବାକୁ ଚାହେଁ। ଭବିଷ୍ୟତରେ କେବେ ସେ ନିଜର ଏକ ଏକାଡେମୀ ଖୋଲି କୋଚିଂ ଦେବାକୁ ଯୋଜନା ରଖିଛନ୍ତି କି ବୋଲି ଆମେ ଯେତେବେଳେ ପ୍ରଶ୍ନ କଲୁ, ତାଙ୍କର ଉତ୍ତର ଆମକୁ ଆଶ୍ଚର୍ଯ୍ୟ କରିଥିଲା। ତାଙ୍କ କୋଚ ତାଙ୍କୁ ଏହି ଏକାଡେମୀରେ କୋଚିଂ ଦେଇଛନ୍ତି ଏବଂ ସେ ବି ଏଠି ତାଙ୍କର କୋଚିଂ ଜାରି ରଖିବେ ଏବଂ ନିଜର କୌଣସି ଏକାଡେମୀ ଖୋଲିବେ ନାହିଁ ବୋଲି କହିଛନ୍ତି। ମୋ କୋଚଙ୍କର କିଛି ସ୍ଵପ୍ନ ଥିଲା। ଏବେ ସେ ନାହାନ୍ତି। ଏଠାରେ ମୁଁ ତାଙ୍କର ସ୍ଵପ୍ନକୁ ସାକାର କରିବା ପାଇଁ ଉଦ୍ୟମ ଜାରୀ ରଖିବି ବୋଲି ସେ କହିଛନ୍ତି।

ସବୁ ଦିଗରୁ ସାହାଯ୍ୟ ପାଇଁ ଆମେ ଆଶା ରଖୁଛୁ। ମୃଣାଳ ଏକ ପ୍ରାୟୋଜକ ଅପେକ୍ଷାରେ ପ୍ରତିଦିନ ଅପେକ୍ଷା କରି ରହନ୍ତି। ହଳେ ଜୋତା ଭଳି ମୌଳିକ ଆବଶ୍ୟକତା ପାଇଁ ତାଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କିଛି ଅନ୍ତର୍ଜାତୀୟସ୍ତରରେ ଆମେ ଆମର ଖେଳାଳୀଙ୍କ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନା କରିବା ପୂର୍ବରୁ ଆମକୁ ମନେ ରଖିବାକୁ ହେବ ଯେ ପ୍ରତି ଗରିବ ଖେଳାଳୀଟିଏ କେବେ ନିଜେ ଖରାପ ପ୍ରଦର୍ଶନ କରିବା ପାଇଁ ଚାହେଁ ନାହିଁ। ପଞ୍ଚତାରକା ହୋଟେଲରେ ଥରେ ନଖାଇଲେ ସେ ତାର ଖେଳ ପାଇଁ ହଳେ ଗ୍ଲୋବସ କିଣିପାରିବ।

ଭାରତର ପ୍ରତିଷ୍ଠିତ କ୍ଷୁଦ୍ର କରଜ ଦେଉଥିବା ସଂସ୍ଥା ମିଳାପ ଏହି ଭଳି କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇଥାଏ। ମୃଣାଳଙ୍କ ଖେଳର ଅର୍ଥ ସମସ୍ୟାକୁ ମେଣ୍ଟାଇବା ପାଇଁ ମିଳାପ ତାଙ୍କ ପାଇଁ ଅର୍ଥ ଯୋଗାଡ଼ କରିବାର ଦାୟିତ୍ବ ନେଇଛି।

ପ୍ରତି ବକ୍ସର ଅଲମ୍ପିକରେ ନିଜ ଦେଶ ପାଇଁ ପଦକ ଜିତିବାର ସ୍ଵପ୍ନ ଦେଖନ୍ତି। ମୃଣାଳ ମଧ୍ୟ ଏଭଳି ସ୍ଵପ୍ନ ଦେଖନ୍ତି।

ସରକାରୀ ଚାକିରୀଟିଏ ପାଇଲେ ମୁଁ ସବୁ ସୁବିଧା ପାଇବା ସହ ଆଗକୁ ଖେଳ ଜାରି ରଖିପାରିବି। ତେବେ ମୁଁ ଏବେ ବି ଖେଲିବାକୁ ଚାହୁଁଛି। ଯଦି କୌଣସି ପ୍ରାୟୋଜକ ମିଳନ୍ତି ଏବଂ କିଛି ଅର୍ଥ ଯୋଗାଡ଼ ହୋଇ ପାରନ୍ତା, ତେବେ ମୁଁ ମୋ ଆର୍ଥିକ ଦୁଃସ୍ଥିତିରୁ ମୁକୁଳିପାରନ୍ତି। ଅନ୍ତର୍ଜାତୀୟସ୍ତରରେ ଭାରତ ନାଁ ଉଚ୍ଚା କରି ତିରଙ୍ଗାକୁ ଆହୁରି ଉପରକୁ ନେବାକୁ ମୁଁ ପ୍ରୟାସ କରିବି।
Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags