EDITIONS
Odia

Print View : ପରିବେଶ ଅନୁକୂଳ ପ୍ରିଣ୍ଟିଂ କ୍ଷେତ୍ରରେ ନୂଆ ଉଦ୍ୟମ

27th Apr 2016
Add to
Shares
0
Comments
Share This
Add to
Shares
0
Comments
Share

ଆମେ ପ୍ରତିଦିନ ବ୍ଯବହାର କରୁଥିବା କାଗଜ, କାଳି ଲାଗି ପ୍ରକୃତିମାତା ଉପରେ କେତେ ବୋଝ ପଡୁଛି, ସେ ସମ୍ପର୍କରେ କେବେ ଭାବିଛନ୍ତି କି? ଗୋଟିଏ ଫର୍ଦ୍ଦ କାଗଜ ଉତ୍ପାଦନ ପାଇଁ 10 ଲିଟର ପାଣି ବ୍ଯବହାର ହୋଇଥାଏ ପୁଣି ଏକ ଟନ କାଗଜ ପ୍ରସ୍ତୁତି ପାଇଁ 258 ଟନ ଗ୍ରୀନହାଉସ ଗ୍ଯାସ ନିର୍ଗତ ହୋଇଥାଏ। ଗୋଟିଏ କାର 6 ମାସ ଧରି ଚାଲିଲେ ସେତିକି ପରିମାଣର ଗ୍ରୀନହାଉସ ଗ୍ଯାସ ବାହାରିଥାଏ ଏବେ ପ୍ରିଣ୍ଟିଂ ପାଇଁ ବ୍ଯବହାର ହେଉଥିବା କାଳି ବା ଟୋନର କଥା ବିଚାରକୁ ନିଆଯାଉ। ଗୋଟିଏ ଲେଜର କ୍ଯାଟ୍ରିଜ ବ୍ଯବହାର ପାଇଁ ଏକ ଗ୍ଯାଲନ ପେଟ୍ରୋଲିୟମ ବ୍ଯବହାର ହୋଇଥାଏ। ପ୍ରତି ମନୋଟୋନର କ୍ଯାଟ୍ରିଜ ପ୍ରସ୍ତୁତ ପାଇଁ 4.8 କେଜି ଅଙ୍ଗାରକାମ୍ଳ ଗ୍ଯାନ ନିର୍ଗତ ହୋଇଥାଏ। ଏସବୁ କ୍ଯାଟ୍ରିଜ ବ୍ଯବହାର ଦ୍ବାରା କ୍ଯାନସର ରୋଗ ସୃଷ୍ଟିକରୁଥିବା ବିକିରଣ ନିର୍ଗତ ହୋଇଥାଏ। ଆମ ଦେଶରେ କାଗଜର ରିସାଇକେଲଡ୍ ପେପର ବା ରଦ୍ଦି କାଗଜରୁ ପ୍ରସ୍ତୁତ କାଗଜର ବ୍ଯବହାର ମଧ୍ୟ ବହୁତ କମ। ଭାରତରେ ବର୍ଷକୁ ଯେତେ କାଗଜ ବ୍ଯବହାର ହୁଏ ତାହାର ମାତ୍ର 27 ପ୍ରତିଶତ ରିସାଇକେଲ କାଗଜ। କିନ୍ତୁ ଜର୍ମାନୀରେ ଏହା 73 ପ୍ରତିଶତ, ସ୍ବିଡେନରେ 69 ପ୍ରତିଶତ ଓ ଜାପାନରେ 60 ପ୍ରତିଶତ। ଆମଦେଶରେ ଯଦି ରିସାଇକେଲ କାଗଜର ବ୍ଯବହାର ଆହୁରି ବୃଦ୍ଧି କରାଯାଇପାରନ୍ତା, ତେବେ କେତେ ପରିମାଣର ଗଛ, ପାଣି ସଂଚୟ ହୋଇପାରନ୍ତା ତାହା ଅନୁମାନ କରନ୍ତୁ ତ!

image


ଆମ ଦେଶରେ ରିସାଇକେଲଡ କାଗଜ ଓ ପରିବେଶ ଅନୁକୂଳ କାଗଜ ଓ କାଳି (ଟୋନର) ବ୍ଯବହାରକୁ ପ୍ରେତ୍ସାହିତ କରୁଥିବା ଏକ ଷ୍ଟାର୍ଟଅପ ଆରମ୍ଭ ହୋଇଛି। ଭୁବନେଶ୍ବରର କିଛି ଇଂଜିନିୟରିଂ ଛାତ୍ରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ସଂସ୍ଥାର ନାମ ହେଉଛି ପ୍ରିଣ୍ଟ ଭିଉ। ମାତ୍ର ଦୁଇ ବର୍ଷ ତଳେ ଆରମ୍ଭ ହୋଇ ମଧ୍ୟ ଏହି କମ୍ପାନି ଇତିମଧ୍ୟରେ ବେଶ ଦୃଷ୍ଟି ଆକର୍ଷଣ କରିପାରିଛି। ଡିଜିଟାଲ ପ୍ରିଣ୍ଟିଂ ଟେକନଲୋଜୀରେ ଜଣାଶୁଣା ଜାପାନୀ କମ୍ପାନି କୋନିକା ମିନୋଲଟାର ବୈଷୟିକ ସହଯୋଗିତାରେ ପ୍ରିଣ୍ଟ ଭିଉ ଟୋନର ରିସାଇକ୍ଲିଂ ସିଷ୍ଟମ, ଇଣ୍ଟକ୍ସନ ହିଟିଂ ଫ୍ଯୁଜିଂ ଟେକନଲୋଜୀ, ଅପ୍ଟିମାଲ ପାାର କଣ୍ଟ୍ରୋଲ ଆଦି ଟେକନଲୋଜୀ ବ୍ଯବହାର କରି ପରିବେଶ ଅନୂକୂଳ ବା ଇକୋ-ଡିଜିଟାଲ ପ୍ରିଣ୍ଟିଂ ପ୍ରସ୍ତୁତ କରିପାରୁଛି। 

Print View Team

Print View Team


ଏ ସମ୍ପର୍କରେ ପ୍ରିଣ୍ଟ ଭିଉର ସହ ପ୍ରତିଷ୍ଠାତା ତଥା ମୁଖ୍ଯ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ସିଦ୍ଧେଶ୍ବର ପଣ୍ଡା କହିଛନ୍ତି, 

ଏବେ ବଜାରରେ ମିଳୁଥିବା ପ୍ରିିଣ୍ଟିଂ ପେପରଗୁଡ଼ିକ ମାଟିରେ ମିଶିବାକୁ ଅନେକ ବର୍ଷ ଲାଗିଥାଏ। ଏହାଯୋଗୁ ପରିବେଶ ପ୍ରଦୂଷଣ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ପ୍ରିଣ୍ଟ ଭିଉ ପରିବେଶ ଅନୁକୂଳ ପ୍ରିଣ୍ଟିିଂ ପେପର ବିକାଶ କରିଛି। ବାୟୋମାସ୍ ରୁ ପ୍ରସ୍ତୁତ ଏହି ପ୍ରିଣ୍ଟିଂ ପେପର ଖୁବଶୀଘ୍ର ମାଟି ସହ ମିଶିଯିବ। ସେହିପରି ସଂସ୍ଥା ପକ୍ଷରୁ ମଞ୍ଜିଖଚିତ ଏକ ପ୍ରିିଣ୍ଟିଂ ପେପର ମଧ୍ୟ ପ୍ରସ୍ତୁତ କରିଛି। ଗେଣ୍ଡୁ, ସୂର୍ଯ୍ଯମୁଖୀ, ଜିନିଆ ଭଳି ବିଭିନ୍ନ ଫୁଲ ମଞ୍ଜି ଖଚିତ ଏହି ପେପର କାର୍ଯ୍ୟ ପରେ ମାଟିରେ ମିଶିବା ଦ୍ବାରା ଫୁଲ ଗଛ ଚାରାରେ ପରିଣତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। 
image


Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags