EDITIONS
Odia

‘ଆଶାରେ ହିଁ ମଣିଷ ବଂଚିଛି’ – ୨୦୧୫ର ୧୦୦ଟି ପ୍ରେରଣାଦାୟୀ କଥା

Akhand
4th Jan 2016
Add to
Shares
0
Comments
Share This
Add to
Shares
0
Comments
Share

୨୦୧୫ରେ ସାମାଜିକ ଉଦ୍ୟୋଗର ବ୍ୟାପକ କ୍ଷେତ୍ର ମଧ୍ୟରୁ ଆମେ ଉଦ୍ୟୋଗୀ, ସାମାଜିକ କର୍ମୀ ଓ ସ୍ୱେଚ୍ଛାସେବୀମାନ କହିଥିବା ୧୦୦ଟି କଥା ଏଠାରେ ଉପସ୍ଥାପନା କରୁଛୁ | ଏଥିରେ ରହିଛି ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସମସ୍ୟାକୁ ସମାଧାନ କରିବା ପାଇଁ ଶିକ୍ଷାର ଭୂମିକା କଥା | ଏସବୁ ଆମ ପାଇଁ ବେଶ୍ ସ୍ମରଣୀୟ ହୋଇ ରହିବ |

ଏହି ବାକ୍ୟ ଆପଣଙ୍କୁ ଆପଣଙ୍କ କାମରେ ଉତ୍ସାହିତ କରିବ ଏବଂ ଭାରତ ଓ ବିଶ୍ୱକୁ ଏକ ସୁନ୍ଦର ସ୍ଥାନ କରିବାରେ ସହାୟକ ହେବ |

୨୦୧୬ ଆପଣଙ୍କ ପାଇଁ ସଫଳତା ଓ ପ୍ରଗତିର ବର୍ଷ ହେଉ | ଏହା ହିଁ ୟୋର ଷ୍ଟୋରୀର କାମନା |

image


ମୋ ବିଚାରରେ ଏକ ସବୁଜ ସହର ହିଁ ସବୁଠୁ ଭଲ ସ୍ମାର୍ଟ ସିଟି – ହାରିନି ନଗେନ୍ଦ୍ର, ଆଜିମ୍ ପ୍ରେମଜି ୟୁନିଭରସିଟି

ଆମ ଦେଶର ସାମାଜିକ ମୂଳଧନକୁ ବୃଦ୍ଧି କରିବାର ଯଥେଷ୍ଟ ଆବଶ୍ୟକତା ରହିଛି – ହେମନ୍ତ ଗୁପ୍ତା, ଥ୍ୟାଙ୍ଗ୍ ୟୁ, ଇଣ୍ଡିଆ

ସଫଳତାର କାହାଣୀ ଓ ସକାରାତ୍ମକ ଖବର ପ୍ରଚାର ଓ ପ୍ରସାର ହେବା ଅତି ଜରୁରୀ ହୋଇପଡିଛି – ରାଜେଶ ଏଆର୍, ଲେବରନେଟ୍ ସର୍ଭିସ୍

ଯେଉଁଠୁ ବର୍ଜ୍ୟବସ୍ତୁ ବାହାରୁଛି, ସେହିଠାରେ ହିଁ ଏହାର ପ୍ରକ୍ରିୟାକରଣ ହେବା ଦରକାର। ଏହା ହେଲେ ପରିବେଶ ପରିଷ୍କାର ହେବା ସହ ପୌରପାଳିକାଗୁଡିକୁ ଅର୍ଥନୈତିକ ଫାଇଦା ମଧ୍ୟ ମିଳିବ – ନିର୍ମଳା ଭୋଗିଲାଲ, ବାଟଲିବୋଇ

ସହରର ନିଜର ଆତ୍ମା ରହିଛି, ତାହା ସହ ସାମିଲ ହେବା ପାଇଁ ଲୋକମାନଙ୍କର ସାହାଯ୍ୟର ହାତ ଆଗକୁ ବଢିବାର ଆବଶ୍ୟକତା ରହିଛି – ମଂଜିତ୍ ସିଂହ ହୁଂଜା, କାଲକାଟା ଫୋଟୋ ଟୁର୍ସ

ଭାରତରେ ବର୍ତ୍ତମାନ ସାମାଜିକ ସେବା ନିର୍ମାଣର ଆବଶ୍ୟକତା ରହିଛି – ଅତୁଲ ସତିଜା, ନଜ୍ ଫାଉଣ୍ଡେସନ୍

ଲକ୍ଷ୍ୟହୀନ ଜୀବନରେ ଉତ୍ତର ସ୍ୱାସ୍ଥ୍ୟର କିଛି ମାନେ ନାହିଁ – ଉର୍ମି ବାସୁ, ନିଉ ଲାଇଟ୍

ଆପଣ ଯଦି ବିଫଳତାକୁ ଆଗୁଆ ଦେଖିଲେ, ତେବେ କିଛି ହୋଇପାରିବ ନାହିଁ – ଜେନପୁ ରଙ୍ଗେମିଇ, କ୍ୟାନ୍ ୟୁଥ୍

image


ପୁନଃପ୍ରକ୍ରିୟାକରଣ ହେଉଛି ଏକ କଳା ଯାହା ଜୀବନ ଓ ଜୀବିକାକୁ ବଜାୟ ରଖେ – ଟ୍ରାସ2କ୍ୟାସ୍

ସମସ୍ତ ନୈତିକ ଗୁଣର ମିଶ୍ରଣ ହେଉଛି ଦାୟିତ୍ୱବୋଧତା – ଡକ୍ଚର ବି.ଆର୍.ଆମ୍ବେଦକର

ସଫଳତାର କାହାଣୀକୁ ପ୍ରକାଶ କରିବା ହେଉଛି ସାମାଜିକ ସଚେତନତା ଓ ଆଗ୍ରହ ପ୍ରସାର କରିବାର ଶ୍ରେଷ୍ଠ ମାଧ୍ୟମ – ଶ୍ରୀକାନ୍ତ ଗଜଭିୟେ, ବି ଦି ଚେଂଜ୍

ଏହା ବିଶ୍ୱାସ କରିବା କଷ୍ଟ ଯେ ବିଶ୍ୱର ଅର୍ଦ୍ଧେକ ଜନତା ଦୈନିକ ୧୫୦ ଟଙ୍କାରେ ଚଳନ୍ତି – ଶ୍ରୀୟାଂସ୍ ଭଣ୍ଡାରୀ, ଗ୍ରୀନ୍ ସୋଲେ

ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣୁଥିବା ବିକାଶଶୀଳ ସଫ୍ଟୱେର ଆପଣଙ୍କୁ କେବେ ହେଲେ ଅଭାବ ପଡିବ ନାହିଁ – ସ୍ମିତା ରାମ, ରଂଗ ଦେ

ଝିଅଟିକୁ ଶିକ୍ଷା ମିଳିଲେ ଏହା ତାକୁ ବାଲ୍ୟ ବିବାହ ଶିକାରୁ ବଂଚାଇବା ଆଶଙ୍କା କମାଇ ଦେବ | –ଯୋଗେଶ୍ ବୈଷ୍ଣବ, ବିକଳ୍ପ ସଂସ୍ଥାନ

ଗ୍ରାମାଂଚଳ ଭାରତ ହେଉଛି ବାସ୍ତବରେ ବିଶ୍ୱର ମୁଖ କର୍କଟର ରାଜଧାନୀ – ପ୍ରବୀଣ ଆଡିଲ, ଇତିଦିର୍ଖା

ଏଚଆଇଭି ଗ୍ରସ୍ତ ପିଲାଟି ପାଇଁ ବୁଝିବା ଅସମ୍ଭବ ଯେ କାହିଁକି ତା ପ୍ରତି ଭେଦଭାବ କରାଯାଉଛି –ଅରବିନ୍ଦ ମାଥୁର, ଯୋଦ୍ଧପୁର ନେଟୱାର୍କ ଅଫ୍ ପଜିଟିଭ୍ ପିପୁଲ୍

ସାମାଜିକ ଦାୟିତ୍ୱବୋଧ ନଥିବା ବ୍ୟବସାୟ ପ୍ରତିଷ୍ଠାନ ସମାଜ ପାଇଁ ପ୍ରାୟ କିଛି କରେ ନାହିଁ – ଆଲେକ୍ସି ଗୋମେଜ୍, ହେଲ୍ପିଂ ଫେସ୍ ଲେସ୍

ଭିଟାମିନ ଓ ମିନେରାଲ୍ ଅଭାବ ଯୋଗୁଁ ଭାରତ ତାର ଜିଡିପିରେ ୧୨ ଆମେରିକୀୟ ଡଲାର କ୍ଷତି ସହୁଛି – ସେଂଟର ଫର ସାଇନ୍ ଏଣ୍ଡ ଏନଭରମେଣ୍ଟ

ଯଦି ବି ଆମେ ସାମାଜିକ କାମ କରୁଛେ, ଆମକୁ ଏହି କାମକୁ ବଜାଏ ରଖିବା ଭଳି କିଛି କାମ କରିବାକୁ ପଡିବ, ଆମେ କେବଳ ଅନ୍ୟକୁ ସହାୟତା ମାଗିବା ଉପରେ ଭରସା କରିବା ଉଚିତ୍ ନୁହେଁ |– ମୁକୁନ୍ଦ ବିଏସ୍, ରିନ୍ୟୁ ଆଇଟି

image


ନିକ ଆୟରୁ ଲୋକସେବା ପାଇଁ ଦାନ କରିବା ଠାରୁ ଆଉ କିଛି ଭଲ କାମ ନାହିଁ | – ପାଲମ କଲ୍ୟାଣସୁନ୍ଦରମ୍

ନ୍ୟାୟ ଚାହୁଁଥିବା ବ୍ୟକ୍ତିମାନଙ୍କୁ କ୍ଷମତାଶାଳୀ କରିବା ହେଉଛି ନ୍ୟୟ ପ୍ରଦାନର ଶ୍ରେଷ୍ଠ ମାଧ୍ୟମ | – ନିଶାନ୍ତ ଗମ୍ଭୀର, ଲେକ୍ସ ଡୁ ଇଟ୍

୧୨ ମିଲିଅନ୍ ଶିଶୁ ସେମାନଙ୍କ ପିଲାଦିନ କ୍ଲାସରୁମ୍ ପରିବର୍ତ୍ତେ କାମ କରିବାରେ କଟାନ୍ତି | ଭାରତରେ ପ୍ରତି ୩୦ ମିନିଟ୍ ରେ ଗୋଟିଏ ଧର୍ଷଣ ହୋଇଥାଏ | – ଜାତିସଂଘ ରିପୋର୍ଟ

ଛାତ୍ରମାନଙ୍କ ଫାଇଦା ପାଇଁ ମୋବାଇଲ୍ ସ୍କିଲ ଡେଭଲପମେଣ୍ଟ ଲାବୋରେଟୋରୀ ବ୍ୟବସ୍ଥା ହେବା କଥା | –ଡକ୍ଟର ଏ.ପି.ଜେ. ଅବଦୁଲ କଲାମ୍

ଯାହା ଆପଣ ସମାଜଠାରୁ ପାଉଛନ୍ତି, ତାହାକୁ ବହୁଗୁଣିତ କରି ଫେରାଇବା ଉଚିତ୍ |– ପଦ୍ମଶ୍ରୀ ଜେଠାବାଇ ସୋମୈୟା

ସଂଗୀତ ଲୋକମାନଙ୍କୁ ଗତିଶୀଳ କରାଇଥାଏ | ଏହା ଅହିଂସାର ମୁଖ୍ୟ ମାଧ୍ୟମ | –ସିଦ୍ଧନାଥ ବୁୟାଓ, ସଭେ ଟିରାକୋଲ୍, ସେଭ୍ ଗୋଆ

ସୁଚିନ୍ତିତ ଭାବନା କୋହଳଭାବ ସୃଷ୍ଟି କରିଥାଏ – ଜାକୋବ୍ ମାଥ୍ୟୁ, ସ୍ପ୍ରିଂଗ୍ ହେଲ୍ଥ

ସମାଜରେ ହିଂସା ହ୍ରାସ କରିବା ପାଇଁ ସମ୍ମାନ ଓ ଦୟାଭାବ ଆବଶ୍ୟକ – ପୂଜା ମହାଜନ,ପେଟା

ପ୍ରତିପୋଷଣୀୟ ସମାଜ ବ୍ୟକ୍ତି, ପୃଥିବୀ, ବିକାଶ ଓ ଶାନ୍ତି – ଏହି ଚାରିଟି ସ୍ତମ୍ଭରେ ଛିଡାହୋଇଥାଏ | –କୈଳାସ ସତ୍ୟାର୍ଥୀ

ଦୟା ଭାବର କୌଣସି ଭୌଗଳିକ ସୀମା ନଥାଏ | – ଶୁକ୍ଳା ବୋସ୍, ପରିକ୍ରମା

ଆମେ ନିଜକୁ ନିଜେ ଏହି ବିଶ୍ୱକୁ ଭଲସ୍ଥାନ କରିବା ପାଇଁ କାମ କରିପାରିବା – ଆମକୁ କେବଳ କାମ କରିବା ପାଇଁ ଗୋଡ ଆଗକୁ ବଢାଇବାର ଅଛି | – ମୋହିନୀ ପାଣ୍ଡେ, ଲର୍ଣି ସର୍କଲ

ସାବୁନ ସମ୍ମାନ ପ୍ରଦାନ କରିଥାଏ | ମୁଁ ବିଶ୍ୱାସ କରେ ସଫାସୁତୁରା ରହିବା ଏକ ଅଧିକାର | – ଏରିନ୍, ଜୈକିସ୍, ସୁନ୍ଦରା

ଲୋକେ ଭାବନ୍ତି ଅର୍ଗାନିକ୍ ଉତ୍ପାଦଗୁଡିକ ମହଙ୍ଗା | ଏହା ଲୋକଙ୍କ ଏକ ଭ୍ରମ ଧାରଣା | – ସ୍ୱାତି ମହେଶ୍ୱରୀ, ରଷ୍ଟିକ୍ ଆର୍ଟ

ପ୍ରସୂତୀ ଜନିତ ସମସ୍ୟା ଯୋଗୁଁ ଦୈନିକ ପାଖାପାଖି ୮୦୦ ମହିଳା ପ୍ରାଣ ହରାନ୍ତି | – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ତୃତୀୟ ଶ୍ରେଣୀରେ ପଢୁଥିବା କେବଳ ୨୫.୩% ଶିଶୁ ସହଜ ଦୁଇଅଙ୍କର ଫେଡାଣ ଗଣିତ କରିପାରନ୍ତି |– ଏଏସ୍‌ଇଆର ରିପୋର୍ଟ ୨୦୧୪

ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ନିଶ୍ଚିତ ଭାବେ ଏହା ପଛରେ ଏକ ପ୍ରୋପାଗଣ୍ଡା ରହିଛି ଯେ ପରିବେଶସପକ୍ଷବାଦ ହେଉଛି ବିକାଶ ବିରୋଧୀ | – ରିତୁ ଭରଦ୍ୱାଜ, କମନ୍ ଥ୍ରେଡ୍

ଆମେ କନସର୍ଟ ସେହି ଯାଗାରେ କରୁ, ଯେଉଁଠାରେ ଲୋକେ ଜାଣିନଥାନ୍ତି ଯେ ସଂଗୀତଶିଳ୍ପୀମାନେ ଦୃଷ୍ଟିହୀନ, କାର୍ଯ୍ୟକ୍ରମ ଶେଷରେ ସେମାନେ ଏହା ଜାଣିବା ପରେ ହତଚକିତ ହୋଇଯାନ୍ତି ! – ସୁନିଲ୍ ଜେ. ମାଥ୍ୟୁ,ଏସଆରଭିସି

ସପ୍ଲାଇ ଚେନକୁ ପୋଷଣୀୟ କରିବା ପାଇଁ ଶିଳ୍ପ ସହଯୋଗିତା ଚିକ୍ତି ହିଁ ଏକମାତ୍ର ସୁଯୋଗ | – ସଷ୍ଟେନେବଲ୍ ସପ୍ଲାଇ ଚେନ୍ ଟ୍ରେଣ୍ଡ ୨୦୧୫ ରିପୋର୍ଟ

ଫାଣ୍ଠିସଂଗ୍ରହ ଭଳି ଥିବାବାଲାଙ୍କ ସହ ନଥିବା ଲୋକଙ୍କ ଲିଙ୍କେଜ୍ ବେଶ୍ ଗୁରୁତ୍ୱପୂର୍ଣ | –ଦେବବ୍ରତ ବାନାର୍ଜୀ, ପିସିଟି

ଆମ ଶିକ୍ଷା ବ୍ୟବସ୍ଥାରେ ସମସ୍ୟା ସମାଧାନ କରିବା ଲାଗି କେଉଁଠାକୁ ଯିବାକୁ ହୁଏ ତାହା ଆଦୌ ପଢାଯାଏ ନାହିଁ, ଏଥିରେ ହିଁ ଅନେକ ଅଭିନବ ଲୁଚି ରହିଥାଏ | – ରାହୁଲ ପାନିକର, ଏମ୍ବ୍ରାସ ଇନୋଭେସନ୍

ସୋସିଆଲ୍ ଏଣ୍ଟରପ୍ରାଇଜ୍ ଓ ସମାଜର ବିଭିନ୍ନ ସମସ୍ୟାକୁ ଏହା ସମାଧାନ କରୁଥିବା କଥାଟିକୁ ଅନେକଙ୍କ ପାଇଁ ବିଶ୍ୱାସ କରିବା କଷ୍ଟ ହୁଏ | – ନଗେଶ ଚୁକ୍, ଭି ରିମାଇଣ୍ଡ

ବୟସ୍କଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଦିଆଯାଉଥିବା ଯତ୍ନ ଓ ଉଦ୍ୟମ ସଂପୂର୍ଣ ଅବେହେଳିତ | – କାବ୍ୟ ଜେ.ଫ୍ରଣ୍ଟେଡର୍ସ

ଆମେ ଦେଶରେ ଅସଚେତନତା ଦୁର୍ନୀତିର ହୃଦୟରେ ରହିଛି | – ପ୍ରଭାକର ସିଂହ,ଜନତା ଚୌପାଲ

ସୁଯୋଗ ଦେଖି ଅନେକ ସମୟରେ ଅଧିକାଂଶ ଲୋକ ସାମାଜିକ ଉଦ୍ୟୋଗ ଭିତରକୁ ପଶିଆସନ୍ତି |– ଜାକବ୍ ମାଥ୍ୟୁ, ଇଣ୍ଡସଟ୍ରି କ୍ରାଫ୍ଟ ଫାଉଣ୍ଡେସନ୍

ଅନ୍ୟମାନଙ୍କ ଠାରୁ ସମାଲୋଚନା ଓ ବିଶ୍ୱାସର ଅଭାବକୁ ଅଣଦେଖା କରିବା ଜାରି ରଖନ୍ତୁ | – ଅକ୍ଷୟ ରୁଙ୍ଗଟା, ଅମୃତଧାଆରା

ଆଶାରେ ହିଁ ବଣିଷ ବଂଚିଛି | – ଉମେଶ ମାଲୋହୋତ୍ରା, ହିପୋକାମ୍ପସ୍

ଜଣେ ଅବସରପ୍ରାପ୍ତ ଶିକ୍ଷକ, ଗୋଟିଏ ଚକ୍ଷୁ ଦୃଷ୍ଟିବାଧିତ ଆମକୁ ଗବେଷଣା ପାଇଁ ଆରଆଖିଟି ଦେବାକୁ ପ୍ରସ୍ତୁତ | – କେ ଚନ୍ଦ୍ରଶେଖର, ଫୋରସ୍ ହେଲଥ

ଅଧିକାଂଶ ଭାରତୀୟ କମ୍ପାନୀ ଏହା ବୁଝିନାହାନ୍ତି ସେମାନଙ୍କୁ ପାଣିପାଗ ପରିବର୍ତ୍ତନ କିଭଳି ପ୍ରଭାବିତ କରିବ | ଏହା ଭାରତର ଏମଏସଏମଇଗୁଡିକ ପାଇଁ ମଧ୍ୟ ପ୍ରଯୁଜ୍ୟ | – ସିଡବି/ଜିଆଇଜେଡ୍ ରିପୋର୍ଟ

ଅନ୍ୟମାନଙ୍କର କଷ୍ଟକୁ ନିଜର ବୋଲି ଭାବି ସେମାନଙ୍କୁ ସାହାଯ୍ୟ କର | ସେଥିରୁ ଆପଣଙ୍କୁ ଯେଉଁ ଆନନ୍ଦ ମିଳିବ, ତାହା ଅତୁଳନୀୟ | – ଡି.ଆର୍. ମେହେଟା, ବିଏମଭିଏସ୍‌ଏସ୍

ମୁଁ ସବୁବେଳେ ପ୍ରଚୁର ଟଙ୍କା ରୋଜଗାର କରିବାକୁ ଚାହେଁ, କିନ୍ତୁ ନିତିନିୟମ ଭିତରେ | – ମୋହିତ୍ ବର୍ମ, ଥ୍ରେଡ୍ କ୍ରାଫ୍ଟ ଇଣ୍ଡିଆ

ଗ୍ରାମାଂଚଳ ଲୋକେ ଶହ ଶହ ବର୍ଷ ଧରି ଟଏଲେଟ୍ ବ୍ୟବହାର କରୁନାହାନ୍ତି ଓ ଏଥିପାଇଁ ଏକ ସାଂସ୍କୃତିକ ପରିବର୍ତ୍ତନର ଆବଶ୍ୟକତା ରହିଛି | –ପୌଲ ସତ୍ୟାନାଥନ୍, ଗାର୍ଡିଆନ୍

ଟିମ୍ ର ଗଣିତ ହେଉଛି 1+1=3 | – ସୌମ୍ୟା ଆୟାର, ପ୍ରଫୁଲ ଉର୍ଜା

ବେଳେବେଳେ ବିଫଳ ହେବା କିଛି ଖରାପ ନୁହେଁ, ଯଦି ସେଥିରୁ ଆପଣ କିଛି ଶକ୍ଷା କରିଛନ୍ତି | ବିଫଳତା ହିଁ ସଫଳତାର ମୁଳଦୂଆ | – ଭେଙ୍କଟ ମୋରଜୁ, ସୋର୍ସ ଟ୍ରେସ୍

ସହରାଂଚଳରେ ଆମେ କେତେ ଖର୍ଚ କରୁଛୁ ତାହା ପ୍ରତି ଆମର କିଛି ଦାୟିତ୍ୱ ନାହିଁ, ଏହା ପରିବର୍ତ୍ତନ ହେବା ଦରକାର | – ସୁଜାତା ରାମଣୀ, ଦାନା ନେଟୱର୍କ

ଭାରତରେ ୬୦ ମିଲିଅନ୍ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି | ସେମାନଙ୍କୁ କିପରି ଆମେ ଡିଇଟାଲ୍ ଭାଗ ଦେବା ? – ରିମି ମଲ୍ଲିକ ମିତ୍ର, ନାସକମ୍ ଫାଇଣ୍ଡେସନ୍

ସ୍ୱାସ୍ଥ୍ୟସେବାର ସାମାଜିକ ଉପାଦାନ କରିବା ଦରକାର ଅଛି | – ଅର୍ଜୁନ ସଚ୍ଚିଦାନନ୍ଦ, ଏସ୍‌ଏଏସ୍ ହେଲଥ୍ କେୟାର

ଆସନ୍ତୁ ଆଜି ହିଁ କିଛି ପରିବର୍ତ୍ତନ କରିବା | ସମସ୍ୟାକୁ ଆଲୋଚନା କରିବା ପରିବର୍ତ୍ତେ ଆମକୁ ନିଜେ ହିଁ ପରିବର୍ତ୍ତନ କରିବାକୁ ହେବ | ସମାଧାନ ଦିଗରେ କାମ କରିବାକୁ ହେବ | – ଜୟ ମିଶ୍ର, ଟିଚ୍ ଫର ଇଣ୍ଡିଆ

୨୦୩୦ ବେଳକୁ ଦେଶରେ ପାଖାପାଖି ୮୦ ମିଲିଅନ୍ ଡାଇବେଟିସ୍ ରୋଗୀଙ୍ ଥିବେ | – ଜାମଲ ଅହମ୍ମଦ, ରାଜୀବ ଗାନ୍ଧୀ ସେଣ୍ଟର

ଆମର ଅନ୍ୟତମ ପ୍ରଥମ ଭଲ୍ୟୁଣ୍ଟର ହେଉଛି ବର୍ତ୍ତମାନ ଆମର ଡେପୁଟୀ ଡାଇରେକ୍ଟର | – ସାବା ହାଜି, ହାଜି ପବ୍ଲିକ୍ ସ୍କୁଲ

ସମୟ ସହ ଆମେ ଗ୍ରାହକଙ୍କ ଆଶାରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରୁଛୁ | କେବଳ ଲ୍ୟାମ୍ବ ବ୍ୟତୀତ ସେମାନେ ଫୋନ୍ ଚାର୍ଜର, ଫ୍ୟାନ ଓ ଟିଭି ମାଗିବା ଆରମ୍ଭ କଲେଣି | – ଭର୍ଣି ସାନୋ, ବେୟାରଫୁଟ୍ ପାୱାର

ଆମେ ଚାହୁଁଛୁ ପ୍ରତ୍ୟେକ ସ୍କୁଲରେ ସେମାନେଙ୍କ ପାଠ୍ୟକ୍ରମରେ ଅଭି‌ଜ୍ଞାତାମୂଳକ ଶିକ୍ଷା ଓ ଜୀବନ ଶୈଳୀ ତାଲିମ ଦିଆଯିବା ଦରକାର | – ଶ୍ଵେତା, ଆପନି ଶାଳା

image


ମୁଁ ଏକ ବଡ ତରଙ୍ଗ ସୃଷ୍ଟି କରିବାକୁ ଚାହୁଁନାହିଁ, ମୁଁ ଯଦି ସମୁଦ୍ରରେ ଗୋଟିଏ ଟୋପା ହୋଇପାରିଲି, ଭାବିବି ଯେ ମୁଁ କିଛି ଅଲଗା କାମ କରିପାରିଛି | – ଆଜେଂଲିନା ଦିଆସ୍ , ଟିଚ୍ ଫର ଇଣ୍ଡିଆ

ସୂର୍ଯ୍ୟଶକ୍ତି ଏବେ ବି ଏକ ଆଶାବାଦୀ କ୍ଷେତ୍ର | ଏହି ପ୍ରଯୁକ୍ତିକୁ ଲୋକେ ଏତେ ଗ୍ରହଣ କରିନାହାନ୍ତି | – ଅନୁଜ୍ ଗୁପ୍ତା, 8ମିନିଟ୍

ଏହି ପୃଥିବୀରେ ଏକ ନିର୍ଦ୍ଦିଷ୍ଟ ସମ୍ବଳ ଭିତରେ କିଭଳି ଆପଣ ଏକ ସୀମାହୀନ ଜୀବନ ବିତାଇ ପାରିବେ? – ମନସୁର୍ ଖାନ୍, ଦି ଥାର୍ଡ କର୍ଭ

ମୋ ଝିଅ ମୋ ବୟସର ହେଲାବେଳକୁ ପୃଥିବୀ ରହିବା ଉପଯୋଗୀ ନହୋଇପାରେ | ଭବିଷ୍ୟତର ପୀଢୀକୁ ଏକ ପରିବର୍ତନ ପ୍ରଦାନ କରିବା ପାଇଁ ମୋର ସଂଗ୍ରାମ | – ନାରାୟଣ ପିସାପଥି, ବେକେଜ୍

ଆମ ଭୟ ଅପେକ୍ଷା ଆମର ସ୍ୱପ୍ନ ବୃହତକାର ହେବା ଉଚିତ୍ |– ମୁକେଶ ଜୈନ୍, ଅସେସେବଲ୍ ଇଣ୍ଡିଆ କ୍ୟାମ୍ପେନ୍

ମୁଁ ମରିବାକୁ ଯେ ଭୟ କରେ ତାହା ନୁହେଁ | କିନ୍ତୁ ବାସ୍ତବରେ ଅର୍ଥପୂର୍ଣ ଭାବରେ କିଛି ନକରି ମରିଯିବାକୁ ମୁଁ ଭୟ କରେ | – ସଂଜୟ ଗୁହା ଥାକୁର୍ତା, ରଙ୍ଗମାଟି

ମୁଁ ଦୃଢ ଭାବେ ବିଶ୍ୱାସ କରେ ଯେ ମାନବ ସଂଗ୍ରମା କେବଳ ରୁଟି, କପନା ଓ ମକାନ(ଘର) ଭିତରେ ସୀମିତ ରହିବା ଦରକାର | ଏହା ଠାରୁ ଏହା ଢେର୍ ଆଗରେ | – ସ୍ୱାଗତ ଥୋରାଟ୍, ସ୍ପର୍ଶଦ୍ୟାନ

ପରିବାର ପାଇଁ ଆମର ପ୍ରଥମ ସର୍ତ୍ତ ହେଉଛି ସେମାନେ ପିଲାମାନଙ୍କୁ ସ୍ଥାନୀୟ ସରକାରୀ ସ୍କୁଲରେ ନାମ ଲେଖାଇବେ, ଯାହା ସହିତ ଆମର ଟାଏ ହୋଇଛି | – ସ୍ୱାତୀ ବଣ୍ଡିଆ, ଓମ୍ ଶାନ୍ତି ଟ୍ରେଡର୍ସ

ବିଶ୍ୱ ହେଉଛି ଭଲଲୋକମାନଙ୍କର ଏକ ସ୍ଥାନ |– ନାଗା ନରେଶ କରୁତୁରା, ଗୁଗଲ୍

ଆମେ ଡିଜାଇନ ଦ୍ୱାରା ସଂଯୁକ୍ତ ସୃଷ୍ଟି କରୁ ଓ ପରେ କରୁନାହୁଁ | – ମୋହନ ସୁନ୍ଦରମ୍, ଆସୋସିଏସନ୍ ଅଫ୍ ପିପୁଲ୍ ଉଇଥ୍ ଡିଜାବିଲିଟି

ମା ଟିଏ ଝିଅ ଜନ୍ମ କରିଛି ବୋଲି ଜଣାପଡିବା ପରେ ସେ ଭୋଗୁଥିବା ନିର୍ଯାତନା ବିଷୟରେ ମୁଁ ଜାଣିଛି | – ଡକ୍ଟର ଗଣେଶ ରାଖ

ଭାରତରେ ବିଶେଷ କରି ୧ ଲକ୍ଷ ୨୫ ହଜାର ଗାଁ ଚାରି ମିଲିଅନ୍ ଲୋକ ବିନା ବିଦ୍ୟୁତରେ ଚଳନ୍ତି | – ମନୋଜ ସିହ୍ନା, ଏନର୍ଜି ଇନୋଭେଟର

ଜଣେ ନେତା ଅପେକ୍ଷା, ଆମେ ଲକ୍ଷ ଲକ୍ଷ ଶିକ୍ଷକ ଆବଶ୍ୟକ କରୁ ଯେଉଁମାନେ ଆଲୋକ ପ୍ରଦାନ କରିପାରିବେ |– ସାରଥ ଜୀବନ, ଏସଟିଆଇଆର୍ ଏଜୁକେସନ୍

ଆମ ପାଦତଳେ ଅବହେଳିତମାନେ ଅଛନ୍ତି, ହୃଦସ୍ପନ୍ଦନ ଭଳି ଏହି ଭୂମି ପରାସ୍ତ କରିବ | – ଫୈଜ୍ ଅହମ୍ମଦ ଫୈଜ୍

ପୁନଃପୌନିକ କରନ୍ତୁ, ପୁନଃବ୍ୟବହାର କରନ୍ତୁ ଓ ସମ୍ମାନ ଦିଅନ୍ତୁ |– ଅଭିଜିତ୍ ଜେଜୁରିକର୍, ଏରୋକର୍ନ ଫାଉଣ୍ଡେସନ୍ ଯାହା କରୁଛୁ, ତାହା ସମୁଦ୍ରରେ ପାଣି ଟୋପାଏ ମାତ୍ର | କିନ୍ତୁ ସେହି ଟୋପାକ ପାଣି ବିନା ସମୁଦ୍ର କମ୍ ପଡିଯିବ | – ଦୀପକ ସିଂହ ବୋନାଲ, ହେଲପିଏଜ୍

ସାମାଜିକ କାରଣ ହେଉଛି କମ୍ୟୁନିଟିକୁ ନିର୍ମାଣ କରିବାର ଶକ୍ତିଶାଳୀ ମାଧ୍ୟମ |– ସମ୍ୟକ ଚକ୍ରବର୍ତ୍ତୀ, ଗ୍ରୀନ ବାଟୀ ପ୍ରୋଜେକ୍ଟ

ଆର୍ଥନୈତିକ ଦାରିଦ୍ର୍ୟ ସହ ଆମେ ସାଂସ୍କୃତିକ ଦାରିଦ୍ର୍ୟର ଆହ୍ୱାନକୁ ମଧ୍ୟ ଦେଖୁଛୁ |– ଶ୍ରେୟା ସୋନି, ପିକଚର୍ ୱାଲା ଫାଉଣ୍ଡେସନ୍

ବର୍ଯ୍ୟବସ୍ତୁ ପରିଚାଳନା ପ୍ରତ୍ୟେକ ନାଗରିକର ଦାୟିତ୍ୱ | – ସନ୍ଦିପ୍ ଗର୍ଗ, ଗ୍ରୀନ ବ୍ରିକ୍ ଇକୋ ସଲ୍ୟୁସନ୍

କେରଳ ହେଉଛି ଏମିତି ଏକ ସ୍ଥାନ, ଯାହା ତୃତୀୟ ବିଶ୍ୱ ପାଇଁ ବାସ୍ତବ ଆଶା ସଂଚାର କରେ | – ବିଲ୍ ମାକ୍ କିବେନ୍ ଚାଷୀମାନେ ଯେତେବେଳେ ଆପଣଙ୍କ ଉଦ୍ୟମକୁ ପ୍ରଂଶସା କରନ୍ତି, ସେଥିରୁ ମିଳୁଥିବା ଅମୂଲ୍ୟ ସମ୍ମାନ ପରମ ସନ୍ତୋଷ ଓ ଆନନ୍ଦ ଦେଇଥାଏ |– ଡକ୍ଟର ଭର୍ଗିଜ୍ କୁରିଏନ୍

ଅଧିକାଂଶ ପାରମ୍ପରିକ କଳାକାରମାନେ ସେମାନଙ୍କ କାର୍ଯ୍ୟକୁ ଭଗବତ୍ ପୂଜାର ଏକ ମାଧ୍ୟମ ବୋଲି ଗଣନା କରିଥାନ୍ତି | ସେମାନଙ୍କ ହୃଦୟରୁ ହିଁ ଏହା ଆସିଥାଏ | – ଆଦିତି ଗର୍ଗ, ଆଦିରାଗ

ବେକାର ସମସ୍ୟାକୁ ଉଦ୍ୟୋଗରେ ରୂପାନ୍ତରିତ କରିପାରିଲେ ଆମେ ଦାରିଦ୍ର୍ୟ ବିହୀନ ବିଶ୍ୱ ଗଠନ କରିପାରିବା | – ପ୍ରଫେସର ମହମ୍ମଦ ୟୁନୁସ୍

ଶିକ୍ଷା କ୍ଷେତ୍ରରେ କାମ କରିବା ହେଉଛି ଏକ ଦୀର୍ଘ ମିଆଦୀ ପ୍ରଭାବ | ତେଣୁ ଧୈର୍ଯ୍ୟବାନ୍ ହେବା ବେଶ୍ ଗୁରୁତ୍ୱପୂର୍ଣ | – କ୍ଷିତିଜ୍ ଆନନ୍ଦ, ହାପି ହୋରାଇଜନ ଟ୍ରଷ୍ଟ

ଅବହେଳିତ ସମୁଦାୟଙ୍କ ମଧ୍ୟରେ ପରିମଳକୁ ଏକ ପରିବର୍ତ୍ତନ ଭାବେ ପଂହଚାଇବା ଲାଗି ଏକ ଉପଯୁକ୍ତ ମାଧ୍ୟମ ଖୋଜିବା ହେଉଛି ସ୍ୱପ୍ନ | – ଭାଲେଣ୍ଟିନ୍ ପୋଷ୍ଟ, ଫିନିସ୍

ଭାରତରେ ମାତ୍ର ତିନି ପ୍ରତିଶତ ଲୋକେ ଟିକସ ଦିଅନ୍ତି ଓ ବର୍ଯ୍ୟବସ୍ତୁ ଯେପରି ତଳକୁ ନଯାଏ ସେକଥା ନକରି ଅର୍ଥ ମୁଖ୍ୟତଃ ଓଳାଇବାରେ ଖର୍ଚ୍ଚ ହୋଇଯାଏ | – ଜୋଡିୟେ ଅଣ୍ଡରହିଲ୍, ୱେଷ୍ଟ ୱାରିୟର୍ସ

ସବୁ ଗୋଟିଏ ଜିନିଷରୁ ବାହାରିଥାଏ, ତାହା ହେଉଛି ସ୍ୱେଚ୍ଛାସେବୀ – ରଜନୀ ପରାଂପି ଓ ବୀଣା ସେଠ୍ ଲସ୍କରୀ, ବିଭା

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags