ବିଏସ୍‌ଏନ୍‌ଏଲ୍‌ ଆଣୁଛି ‘ଏସ୍‌ବିଆଇ ମୋବିକ୍ୟାସ୍‌’ ଓ୍ଵାଲେଟ୍‌

ବିଏସ୍‌ଏନ୍‌ଏଲ୍‌ ଆଣୁଛି ‘ଏସ୍‌ବିଆଇ ମୋବିକ୍ୟାସ୍‌’ ଓ୍ଵାଲେଟ୍‌

Tuesday February 28, 2017,

1 min Read

ସରକାରଙ୍କ ନଗଦ ବିହୀନ କାରବାର ସ୍ୱପ୍ନକୁ ସାକାର କରିବା ସହିତ ଦୂର ଦୂରାନ୍ତରେ ରହୁଥିବା ଗ୍ରାମାଞ୍ଚଳର ଲୋକମାନଙ୍କୁ କ୍ୟାସ୍‌ଲେସ୍‌ କାରବାର ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ସହଯୋଗରେ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ନୂଆ ପ୍ରିପେଡ୍‌ ମୋବାଇଲ୍‌ ଓ୍ଵାଲେଟ୍‌ ‘ଏସ୍‌ବିଆଇ’ ମୋବିକ୍ୟାସ୍‌କୁ ଉନ୍ମୋଚନ କରାଯାଇଛି। ଏସ୍‌ବିଆଇର ସିଜିଏମ୍‌ ବି ବେଣୁଗୋପାଳ ରେଡ୍ଡି ଓ ବିଏସ୍‌ଏନ୍‌ଏଲ୍‌ ସିଜିଏମ୍‌ ସତ୍ୟାନନ୍ଦ ନାୟକ ନୂତନ ଓ୍ଵାଲେଟ୍‌କୁ ଉନ୍ମୋଚନ କରିଛନ୍ତି।

image


ଉଭୟ ବିଏସ୍‌ଏନ୍‌ଏଲ୍‌ ଓ ଅଣ ବିଏସ୍‌ଏନ୍‌ଏଲ୍‌ ଗ୍ରାହକମାନେ ଏହାକୁ ବ୍ୟବହାର କରିପାରିବେ। ମୋବିକ୍ୟାସ୍‌ ଜରିଆରେ ଟଙ୍କା ଜମା ଓ ଉଠାଣ କରାଯାଇପାରିବ। ଏହା ବ୍ୟତୀତ ଫାଣ୍ଡି ସ୍ଥାନାନ୍ତର କରିବା, ଓ୍ଵାଲେଟ୍‌ରୁ ଏସ୍‌ବିଆଇ ଖାତାକୁ ଓ ଓ୍ଵାଲେଟ୍‌ରୁ ଅନ୍ୟ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇ ହେବ। ମୋବାଇଲ୍‌ ରିଚାର୍ଜ କରିହେବ ଓ ବିଏସ୍‌ଏନଏଲ୍‌ର ଲ୍ୟାଣ୍ଡ୍‌ଲାଇନ୍‌ ଓ ପୋଷ୍ଟପେଡ୍‌ ବିଲ୍‌ ଏହା ଜରିଆରେ ପଇଠ କରାଯାଇପାରିବ। ବିଲ୍‌ ପେମେଣ୍ଟ୍‌ ଓ ରିଚାର୍ଜ ସୁବିଧା ଏବେ କେବଳ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଆଗାମୀ ଦିନରେ ଏହି ଆପ୍‌ ଜରିଆରେ ପାଣି, ବିଦ୍ୟୁତ, ବୀମା ପ୍ରିମିୟମ୍‌ ଭଳି ୟୁଟିଲିଟି ବିଲ୍‌, ମର୍ଚାଣ୍ଟ୍‌ ପେମେଣ୍ଟ୍‌, ଟିକଟ ବୁକିଙ୍ଗ, ପେନ୍‌ସନ୍‌, ବୃତ୍ତି, ମନରେଗା ମଜୁରି ଓ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର୍‌ ଭଳି ସୁବିଧା ଉପଲବ୍ଧ ହେବ।ଆଣ୍ଡ୍ରଏଡ୍‌ ଓ ଆଇଫୋନ୍‌ ବ୍ୟବହାରକାରୀମାନେ ଏହି ଆପ୍‌କୁ ସ୍ମାର୍ଟଫୋନ୍‌ରେ ଡାଉନ୍‌ଲୋଡ୍‌ କରିପାରିବେ। ଫିଚର୍‌ ଫୋନ୍‌ ଗ୍ରାହକମାନେ ‘ଷ୍ଟାର୍‌୫୧୧ହ୍ୟାସ’ ୟୁଏସ୍‌ଏସ୍‌ଡି କୋଡ୍‌ ଡାଏଲ୍‌ କରି କିମ୍ବା ବିଏସ୍‌ଏନ୍‌ଏଲ୍‌ ଗ୍ରାହକମାନେ ୫୧୫୧୬କୁ ଓ ଅନ୍ୟ କଂପାନିର ଗ୍ରାହକମାନେ ୯୪୧୮୩୯୯୯୯୯କୁ ଡାଏଲ୍‌ କରି ଏହି ଆପ୍‌ରେ ଥିବା ସୁବିଧା ହାସଲ କରିପାରିବେ।