EDITIONS
Odia

The Minds Foundation: ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟର ଅଗ୍ରଦୂତ

3rd Nov 2015
Add to
Shares
0
Comments
Share This
Add to
Shares
0
Comments
Share
image


ବିକାଶଶୀଳ ଦେଶମାନଙ୍କରେ ଲୋକେ ଆକ୍ରାନ୍ତ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ଗୁଡିକ ମଧ୍ୟରୁ ଗୋଟିଏ ହେଲା ମାନସିକ ଅସୁସ୍ଥତା। ଆଉ ଏହି ଅସୁସ୍ଥତାକୁ ଲୋକମାନେ ଅନେକ ସମୟରେ ଅଣଦେଖା କରିଥାଆନ୍ତି। ଏପରି କରିବା ପଛରେ କେତୋଟି କାରଣ ରହିଛି। ସେଗୁଡିକ ହେଲା, ମାନସିକ ଅସୁସ୍ଥତାକୁ ଚିହ୍ନିବା କଷ୍ଟ। ତା' ଛଡା ଗ୍ରାମାଞ୍ଚଳମାନଙ୍କରେ ଏହି ଅସୁସ୍ଥତାକୁ ଚିହ୍ନିବା ପାଇଁ ବିଶେଷଜ୍ଞ ମଧ୍ୟ ନାହାନ୍ତି। ସେଥିପାଇଁ, ଅନେକ କ୍ଷେତ୍ରରେ ମାନସିକ ଭାବେ ଅସୁସ୍ଥ ରୋଗୀମାନେ ଚିକିତ୍ସା ସୁବିଧା ପାଇ ପାରନ୍ତି ନାହିଁ। ଠିକ ଚିକିତ୍ସାର ଅଭାବରେ ନା ସେମାନେ ଭଲ ଭାବେ କାମ କରିପାରନ୍ତି କିମ୍ବା ବୈବାହିକ ଜୀବନ ଆରମ୍ଭ କରି ପାରନ୍ତି। ଫଳରେ ସେମାନେ ସମାଜର ତଳ ସ୍ତରରେ ନିଜ ସ୍ଥିତାବସ୍ଥା ସହ ବାନ୍ଧି ହୋଇ ରହି ଯାଆନ୍ତି।

image


ରଘୁ କିରଣ ଆପ୍ପାସାନି ଏହି ସମସ୍ୟାକୁ ଭଲ ଭାବେ ବୁଝି ପାରିଥିଲେ ଓ ତାହାର ନିରାକରଣ ପାଇଁ ୨୦୧୦ ମସିହାରେ The Minds Foundationର ପ୍ରତିଷ୍ଠା କଲେ। ରଘୁଙ୍କ ମତରେ ମାନସିକ ସ୍ୱାସ୍ଥ୍ୟ ଏକ ଜଟିଳ ସମସ୍ୟା ଓ ବହୁ ଲୋକ ଏହା ଉପରେ ଆଲୋଚନା କରିବାକୁ ସହଜ ମନେ କରନ୍ତି ନାହିଁ। ଏପରିକି ଆମେରିକା ପରି ବିକଶିତ ଦେଶର ଲୋକେ ମଧ୍ୟ ଏଥିରୁ ଅଲଗା ନୁହନ୍ତି। ଏହା ଏକ 'ଅନ୍ତର୍ଜାତୀୟ ସମସ୍ୟା'। ଗ୍ରାମାଞ୍ଚଳ ଗୁଡିକରେ ଏହି ସମସ୍ୟା ଅଧିକ ଉତ୍କଟ। ଏଠାରେ ଲୋକମାନେ ମାନସିକ ଅସୁସ୍ଥତାକୁ ଠିକ ଭାବେ ବୁଝି ପାରନ୍ତି ନାହିଁ। ଏହି ଲୋକମାନଙ୍କୁ ସଚେତନ କରିବା ଓ ସଠିକ ମାନସିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ଅଧିକ।

ଏହି ଲକ୍ଷ୍ୟରେ ଆଗେଇ ଯିବା ପାଇଁ The Minds Foundation ତରଫରୁ ଗୋଟିଏ ତ୍ରିସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମ ସ୍ତରରେ, ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ କର୍ମଶାଳା ଆୟୋଜନ କରାଯାଉଛି। ରଘୁଙ୍କ ସୂଚନା ଅନୁଯାୟୀ ଗତ ବର୍ଷ ୧୯ଟି ଗ୍ରାମରେ ଏପରି ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ଓ ଏଥିରୁ ୨୫୦୦ ଲୋକ ଉପକୃତ ହୋଥିଲେ। ଏମାନଙ୍କ ମଧ୍ୟରୁ ୬୦ ଜଣଙ୍କର ମାଗଣା ଚିକିତ୍ସା ବର୍ତ୍ତମାନ ଚାଲିଛି। ବର୍ତ୍ତମାନ ସଂସ୍ଥା ତରଫରୁ ମହିଳା, ପିଲା ଓ ଚିକିତ୍ସକମାନଙ୍କ ପାଇଁ ଗୋଟିଏ ସଚେତନତା ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଏହା ଦ୍ଵାରା ମାନସିକ ଅସୁସ୍ଥତା ପ୍ରାଥମିକ ସ୍ତରରୁ ହିଁ ଚିହ୍ନଟ ହୋଇପାରିବ।


ଏହି ସ୍ତରରେ, ସଂସ୍ଥା ସାମାଜିକ କର୍ମୀ, ସ୍ଵେଚ୍ଛାସେବୀ ଓ ଡାକ୍ତରମାନଙ୍କ ସହ ମିଶି କାର୍ଯ୍ୟ କରୁଛି। କୌଣସି ପ୍ରକାର ମାନସିକ ଅସୁସ୍ଥତା ଅଛି କି ନାହିଁ ତାହା ଜାଣିବା ପାଇଁ ଗୋଟିଏ ୯ ସୂତ୍ରୀୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଯାଞ୍ଚ ପରେ ଯେଉଁମାନଙ୍କ ଠାରେ ମାନସିକ ଅସୁସ୍ଥତା ଅଛି ବୋଲି ଜଣା ପଡିବ ସେମାନଙ୍କୁ କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟକୁ ନିଆଯାଉଛି।

ମାନସିକ ଅସୁସ୍ଥତା ଥିବା ଲୋକମାନଙ୍କୁ ସଠିକ ଚିକିତ୍ସା ସେବା ଯୋଗାଇ ଦେବା ଦ୍ଵିତୀୟ ପର୍ଯ୍ୟାୟର ଲକ୍ଷ୍ୟ। ଗ୍ରାମାଞ୍ଚଳରେ ସଠିକ ଚିକିତ୍ସା ସେବା ଉପଲବ୍ଧ ନୁହେଁ। ଫଳରେ ରୋଗୀମାନଙ୍କର ସମସ୍ୟା ଅଧିକ ଜଟିଳ ହୋଇଥାଏ। ମାନସିକ ଅସୁସ୍ଥତାକୁ ଚିକିତ୍ସା ଦ୍ଵାରା ଭଲ କରି ହେବ ,ସେ ଧାରଣା ମଧ୍ୟ ଗ୍ରାମାଞ୍ଚଳର ଲୋକମାନଙ୍କର ନାହିଁ। ଏହା ଉପରେ ମନ୍ତବ୍ୟ ଦେଇ ରଘୁ କୁହନ୍ତି ଯେ ଭାରତ ଭଳି ଏକ ବିଶାଳ ଦେଶ ପାଇଁ ମାତ୍ର ୩୫୦୦ ଜଣ ମାନସିକ ରୋଗ ଚିକିତ୍ସକ ରହିଛନ୍ତି। ଏହି ସଂଖ୍ୟା ବହୁତ କମ। ତା ଛଡା ଏହି ଚିକିତ୍ସକ ମାନେ ସହରାଞ୍ଚଳରେ ରହିବାକୁ ଅଧିକ ପସନ୍ଦ କରନ୍ତି। ଫଳରେ, ଗ୍ରାମାଞ୍ଚଳରେ ରହୁଥିବା ଗରିବ ଲୋକମାନେ ସଠିକ ଚିକତ୍ସା ସେବା ପାଇ ପାରନ୍ତି ନାହିଁ।

ଏହି ସମସ୍ୟାର ସମାଧାନ ପାଇଁ, କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ରଘୁ ରୋଗୀ ମାନଙ୍କୁ ସହରର ଡାକ୍ତରଖାନାକୁ ମାଗଣାରେ ଯିବା ଆସିବା ସୁବିଧା ଯୋଗାଇ ଦେଲେ। ଏଠାରେ ବିଶେଷଜ୍ଞମାନେ ରୋଗର ନିଦାନ କରିବା ସହ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଲେ।

ସଚେତନତା, ଚିହ୍ନଟ ଓ ମାନସିକ ରୋଗ ର ଚିକିତ୍ସା ପରେ ରଘୁଙ୍କ ସଂସ୍ଥା ପାଇଁ ବଡ ଆହ୍ଵାନ ଥିଲା ଏହି ପ୍ରକ୍ରିୟାର ସ୍ଥାୟିତ୍ଵ। ସେଥିପାଇଁ, କାର୍ଯ୍ୟକ୍ରମର ତୃତୀୟ ପାହାଚରେ,ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଗଲା ଓ ତା ସହ ନୂଆ ରୋଗୀ ଚିହ୍ନଟ କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଲା। ଏହି କାମ ଉପରେ ନିଜ ମତ ରଖି ରଘୁ କୁହନ୍ତି ଯେ, “ଆମେ ଲୋକମାନଙ୍କୁ ହସ୍ତତନ୍ତ ପରି ଛୋଟ ଛୋଟ କାମ କରିବାର ତାଲିମ ଦେଉଛୁ। ଏହାକୁ ସେମାନେ ନିଜ ଘରେ ରହି କରିପାରିବେ। ତା ଛଡା ଯୁବକ ମାନଙ୍କ ପାଇଁ ଶ୍ରମିକ ସଂଗଠନ ଓ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ସହ ମଧ୍ୟ କଥା ହେଉଛୁ। “

image


ରୋଗୀମାନେ ନିଜ ଅନୁଭୁତିକୁ କର୍ମଶାଳା ମାଧ୍ୟମରେ ନିଜ ସଂପ୍ରଦାୟର ଲୋକଙ୍କ ଭିତରେ ବାଣ୍ଟିବା ପାଇଁ ମଧ୍ୟ The Minds Foundationଉତ୍ସାହିତ କରୁଛି। ସଂସ୍ଥାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ଆମେରିକାର Gray Matters Capital (GMC) ଆର୍ଥିକ ସହାୟତା ଯୋଗାଇ ଦେଇଛି। ଏହି ସହାୟତା ବଳରେ ରଘୁ ନିଜର କାର୍ଯ୍ୟକୁ ଅଧିକ ବ୍ୟାପକ କରିପରିଛନ୍ତି।

image


GMC ର ଆର୍ଥିକ ସହାୟତା ରଘୁଙ୍କର କଠିନ ପରିଶ୍ରମ ପାଇଁ ଗୋଟିଏ ପୁରସ୍କାର। ଏହା ଉପରେ ରଘୁ କୁହନ୍ତି ଯେ, ଗାଁ ମାନଙ୍କୁ ନ ଯିବା ପର୍ଯ୍ୟନ୍ତ ସେ ଏହି ସମସ୍ୟାକୁ ଠିକ ଭାବେ ବୁଝି ପାରିନଥିଲେ। ତାଙ୍କ କର୍ମଶାଳାରେ ଯୋଗ ଦେବା ପାଇଁ ବହୁତ ଲୋକ ଆସୁଥିଲେ। ଲୋକ ମାନଙ୍କର ଏହି ଉତ୍ସାହ ହିଁ ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲା।

ସଚେତନତା ସୃଷ୍ଟି କରିବାର ଏଇ ଯୁଧ୍ୟରେ ଯଦି ଆପଣବି ଜଣେ ସିପାହୀ ହେବାକୁ ଚାହାନ୍ତି ତେବେ ଏଠାରେ କ୍ଲିକ କରନ୍ତୁ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags