EDITIONS
Odia

କେଗ୍ ଫାର୍ମ୍ କୁକୁଡା ଚାଷୀ ମାନଙ୍କ ଜୀବନ ବଦଳାଇଦେଇଛି

Team Odia
21st Nov 2015
Add to
Shares
0
Comments
Share This
Add to
Shares
0
Comments
Share

ଲୋକମାନେ ନିଜର କମ୍ପାନୀ କାହିଁକି ଆରମ୍ଭ କରନ୍ତି? ଅର୍ଥନୀତିର ଅଧ୍ୟାପକ ମାନେ କହିବେ "ଲାଭ କରିବା ପାଇଁ"। ସାମାଜିକ ଉଦ୍ୟୋଗ ସମ୍ପର୍କରେ ଜିଜ୍ଞାସା କଲେ ଉତ୍ତର ଆସିବା "ସାମାଜିକ ପରିବର୍ତ୍ତନ ଆଣିବା ପାଇଁ"। କିନ୍ତୁ ଅନେକ ବର୍ଷ ଧରି ସାମାଜିକ ଉଦ୍ୟୋଗୀ ମାନଙ୍କ ସହ ମୋର କଥାବାର୍ତ୍ତାରୁ ମୋ ମଧ୍ୟରେ ଏକ କଳାତ୍ମକ ଦୃଷ୍ଟିଭଙ୍ଗୀର ବିକାଶ ଘଟିଛି। ଏହା କେବଳ ଟଙ୍କା ବା କେବଳ ସାମାଜିକ ପରିବର୍ତ୍ତନ ପାଇଁ ନୁହେଁ, ବରଂ ଏକ ଉଦ୍ୟୋଗୀକୁ ଆପଣ ଖାଲି କାନଭାସ ସମକ୍ଷରେ ଠିଆ ହେଇଥିବା ଏକ କଳାକାର ବୋଲି କଳ୍ପନା କରିପାରନ୍ତି। ଜଣେ ଚିତ୍ରଶିଳ୍ପୀ ଆଙ୍କିବା ଆରମ୍ଭ କଲେ କେବଳ ଯାହା ଦେଖେ ତାହା ଆଙ୍କେନି। ସେ ତାର ସମସ୍ତ ଭାବ, ଚିନ୍ତାଧାରା, ଜୀବନ ଦର୍ଶନ, ବ୍ୟକ୍ତିତ୍ଵ - ସବୁ କିଛି ଢାଳିଦେଇଥାଏ ଚିତ୍ରପଟ୍ଟରେ। ସେଇ ମୂହୁର୍ତ୍ତରେ ଚିତ୍ରଟି କେବଳ ଏକ ଚିତ୍ର ନହୋଇ ଚିତ୍ରଶିଳ୍ପୀର ଜୀବନର ଏକ ଅଂଶ ହେଇଯାଇଥାଏ। ଠିକ ସେହିଭଳି ଏକ କମ୍ପାନୀ ହେଉଛି ଏକରକମରେ ଉଦ୍ୟୋଗୀର ବ୍ୟକ୍ତିତ୍ଵର ବିସ୍ତାର। ଉଦ୍ୟୋଗୀର ସ୍ଵପ୍ନ ହୁଏ ଉଦ୍ୟୋଗର ଦର୍ଶନ ଓ ଦୁହିଁଙ୍କର ମିଶନ ହେଇଯାଏ ଏକାକାର।

image


ଆଜି ଆମେ ଏପରି ଉଦ୍ୟୋଗୀଙ୍କ ବିଷୟରେ କଥା ହେବାକୁ ଯାଉଛୁ ଯିଏକି ଏମିତି ଜଣେ କଳାକାର। କାହିଁକି ଉଦ୍ୟୋଗ ଆଡକୁ ମୁହାଁଇଲେ, ପ୍ରଶ୍ନର ଉତ୍ତର ସେ ଦେଇଥିଲେ - "ମୁଁ ଉଦ୍ୟୋଗ ଆରମ୍ଭ କଲାବେଳେ ଧନୀ ହେବାର ଆଶା ନେଇ କରିନଥିଲି ବରଂ ନିଜ ବ୍ୟକ୍ତିତ୍ଵର ଅଭିବ୍ୟକ୍ତି ଭାବେ କରିଥିଲି। ମୁଁ ମୋ ସମାଜ ଓ ଦେଶ ପାଇଁ ଖୁବ ଚିନ୍ତାଶୀଳ। ଆମ ଦେଶର ସାଂସ୍କୃତିକ ମୂଲ୍ୟବୋଧରୁ ମୋ ମଧ୍ୟରେ ଏକ ବଳିଷ୍ଠ ସାମାଜିକ ପ୍ରତିବଦ୍ଧତାର ଜନ୍ମ। ମୋ କମ୍ପାନୀର ସମସ୍ତ କାର୍ଯ୍ୟରେ ଆମେ ଏହି ଆଦର୍ଶକୁ ନେଇ କାମ କରିଥାଉ।"

ଆଜି ଆମେ ବିନୋଦ କପୁର୍ ଓ ତାଙ୍କ କେଗ୍ ଫାର୍ମ୍ ବିଷୟରେ ଜାଣିବା।୧୯୬୭ରୁ ଏ ପର୍ଯ୍ୟନ୍ତ ୧,୦୦,୦୦୦୦ ପରିବାର କୁକୁଡା ଓ ଅଣ୍ଡା ଉତ୍ପାଦନ କରି ଜୀବିକ ଉପାର୍ଜନ କରିଛନ୍ତି। ନିଜେ ଅର୍ଥ ରୋଜଗାର କରିବା ସହ ଲୋକ ମାନଙ୍କର ମଧ୍ୟ ସେ କଲ୍ୟାଣ କରୁଛନ୍ତି ଯାହା ବହୁତ ଆନନ୍ଦଦୟକ ବୋଲି ବିନୋଦ କପୁର କହନ୍ତି।

ପେଶାରେ ଇଂଜିନିଅର୍ ବିନୋଦ ୪୦ ବର୍ଷତଳେ ଏକ ସ୍ଵୀଡେନର ଘଡି କମ୍ପାନୀର ଭାରତରେ ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ସେ ଏହି କାମରେ ସନ୍ତୁଷ୍ଟ ନଥିଲେ। ସେ ସର୍ବଦା ଗ୍ରାମୀଣ ଭାରତର ଲୋକ ମାନଙ୍କ ପାଇଁ କିଛି ଭଲ କାମ କରିବାକୁ ଚାହୁଥିଲେ। ହଠାତ୍ କୁକୁଡା ପାଳନ ତାଙ୍କ ମୁଣ୍ଡକୁ ଜୁଟିଲା। ସେ ଏହି ବ୍ୟବସାୟ ବିଷୟରେ କିଛି ଜାଣିନଥିଲେ ଓ ସେ ସମୟରେ ଦେଶରେ କୁକୁଡା ଚାଷ ଲାଭଦାୟକ ନଥିଲା। କିନ୍ତୁ ବିନୋଦ ଭଲ ଉତ୍ପାଦ କରିବାକୁ ଉଦ୍ୟମ ଆରମ୍ଭ କଲେ।

୧୯୭୩ରେ ସେ ଚାକିରୀ ଛାଡିଦେଲେ ଓ ସମ୍ପୁର୍ଣ୍ଣ ଭାବେ ଏହି ବ୍ୟବସାୟରେ ମନୋନିବେଶ କରିବାକୁ ନିଷ୍ପତ୍ତି ନେଲେ। ସେ ନିଜ ପରିବାର ଓ ବନ୍ଧୁ ମାନଙ୍କ ଠାରୁ କିଛି ଅର୍ଥ ଧାର କରି ବ୍ୟବସାୟ ଆରମ୍ଭ କଲେ। ସେ ଜେନେଟିକ୍ ବ୍ରିଡିଂଗ୍ ମାଧ୍ୟମରେ କୁକୁଡା ପାଳନ କରିବାକୁ ଲାଗିଲେ ଯାହାକି ଦେଶରେ ପ୍ରଥମ ଥିଲା। ଏହାଦ୍ଵାରା କୁକୁଡା ମାନେ ଭାରତୀୟ ପାଣିପାଗ ସହ ଖାପଖୁଆଇବା ସହ ଅଧିକ ଦିନ ମଧ୍ୟ ବଞ୍ଚିଲେ।

କିନ୍ତୁ ପ୍ରଥମେ ପ୍ରଥମେ ସମସ୍ତେ ମୋର ଏହି କାମକୁ ହସରେ ଉଡାଇଦେଲେ. କେତେକ ମୋତେ ପାଗଳ ଓ ବୋକା ବୋଲି ବି କହିଲେ। କିନ୍ତୁ ମୁଁ ମୋ ଲକ୍ଷ୍ୟରେ ଦୃଢନିଶ୍ଚିତ ଥିଲି। ୧୯୭୭ରେ ସରକାର ମୋ ଚାଷ ପ୍ରଣାଳୀକୁ ସ୍ଵୀକୃତି ପ୍ରଦାନ କଲେ। ଏହା ପରେ ପରେ ସେ ନିଜ ବ୍ୟବସାୟର କଳେବର ବୃଦ୍ଧି କରିବାରେ ଲାଗିଲେ। ସେ ମୁଖ୍ୟତଃ ଗ୍ରାମୀଣ ଭାରତକୁ ଲକ୍ଷ୍ୟ କରି ବ୍ୟବସାୟର ସମ୍ପ୍ରସାରଣ କଲେ। କାରଣ ସେ ଜାଣିଥିଲେ ଯେ ଗ୍ରାମୀଣ ଲୋକମାନଙ୍କ ଦାରିଦ୍ର୍ୟ ଏହି କାମ ଦ୍ଵାରା ଦୂର କରାଯାଇ ପାରିବ। ଆଜି ସେ କେବଳ ଭାରତରେ ନୁହେଁ ଇଥିଓପିଆ, ଉଗାଣ୍ଡାରେ ମଧ୍ୟ ଏହି ପରି ବ୍ୟବସାୟ କରୁଛନ୍ତି। ଆଜି ତାଙ୍କ ବ୍ୟବସାୟକୁ ବିଶ୍ଵ ବ୍ୟାଙ୍କ ମଧ୍ୟ ମାନ୍ୟତା ଦେଇଛି।

image


ବିନୋଦଙ୍କର ଉଦ୍ୟୋଗୀ ମାନଙ୍କ ବିଷୟରେ ଏକ ସ୍ପଷ୍ଠ ଦୃଷ୍ଟିଭଙ୍ଗୀ ଅଛି। ସେ ଜାଣନ୍ତି ଯେ ଏକ ପ୍ରକୃତ ଉଦ୍ୟୋଗୀ ସେଠାରେ ସୁଯୋଗ ଦେଖିପାରେ ଯେଉଁଠାରେ ଅନ୍ୟମାନେ ଦେଖନ୍ତି ନାହିଁ। ଉଦ୍ୟୋଗୀ ମାନେ ପୂରାପୂରି ଭାବେ ନିଜର ସ୍ଵପ୍ନ ଓ ବିଶ୍ଵାସ ଦ୍ଵାରା ପ୍ରେରିତ। ବିନୋଦ ସବୁ ଆଶାୟୀ ଉଦ୍ୟୋଗୀ ମାନଙ୍କୁ ଗୋଟିଏ କାହାଣୀ କହିଥାନ୍ତି - "ଥରେ ଜଣେ ପ୍ରତିଭାଶାଳୀ ବିଦ୍ୟାର୍ଥୀ ମୋତେ କହିଥିଲେ ଯେ ସେ ଉଦ୍ୟୋଗୀ ହେବାକୁ ଚାହୁଞ୍ଚନ୍ତି ଓ କିପରି ବ୍ୟବସାୟ କଲେ ଭଲ ହୁଅନ୍ତା ବୋଲି ମୋର ମତାମତ ମାଗିଲେ। ମୁଁ ତାଙ୍କୁ କହିଥିଲି - ଯଦି ତୁମେ କଣ କରିବାକୁ ଚାହୁଁଛ ତା' ଜାଣିନାହଁ ତେବେ କରନାହିଁ। କେବଳ ନିଜର କମ୍ପାନୀ ହେଉ ବୋଲି ଆଶାରେ ଓ ଟଙ୍କା ରୋଜଗାର କରିବା ଉଦ୍ଧେଶ୍ୟରେ ଉଦ୍ୟୋଗୀ ହେବାକୁ ମନ ବଳାଅ ନାହିଁ। ଏକ ଉଦ୍ୟୋଗୀର ନିଜ ପ୍ରତି ନିଜେ କରୁଥିବା କମ ପ୍ରତି ଦୃଢ ବିଶ୍ଵାସ ରହିବା ନିହାତି ଆବଶ୍ୟକ। ନିଜର ଉଦ୍ୟୋଗରେ ଗଭୀର ବିଶ୍ଵାସ ଥିଲେହିଁ ଆଗକୁ ବଢ।"

ବିନୋଦ ଜଣେ ସଫଳ ଉଦ୍ୟୋଗୀ। ଯିଏକି ତାଙ୍କ କ୍ୟାରିଅରରେ ଅଭୂତପୂର୍ବ ସଫଳତା ପ୍ରାପ୍ତି କରିଛନ୍ତି। ତାଙ୍କ ସଫଳତା ପଛରେ ଥିବା ମଣିଷଟି କିଏ ବୋଲି ପଚାରିଲେ ସେ ନିର୍ଦ୍ଵନ୍ଦରେ କୁହନ୍ତି, "ସିଏ ମୋ ସ୍ତ୍ରୀ। ମୋ ସ୍ତ୍ରୀ ମୋ ଉପରେ ବିଶ୍ଵାସ ରଖିଥିଲେ ଓ ମୁଁ ଶୂନ୍ୟରୁ ଉଦ୍ୟୋଗ ଆରମ୍ଭ କରିବା ବେଳେ ମୋ ସାଥିରେ ଥିଲେ। ସମସ୍ତେ ମୋତେ ପାଗଳ ବୋଲି କହିଥିଲେ କିନ୍ତୁ ସିଏ କେବେବି ମୋତେ ପ୍ରଶ୍ନ କରିନଥିଲେ। ସେ କହିଥିଲେ ମୁଁ ତୁମ ସାଥିରେ ଅଛି ଓ ତୁମ ଉପରେ ମୋର ବିଶ୍ଵାସ ଅଛି। ଯଦି ତୁମେ ଭାବୁଛ ତୁମେ ଠିକ କରୁଛ ତେବେ ମୁ ତୁମ ସାଙ୍ଗରେ ସବୁବେଳେ ଅଛି। ଆମେ ଏଇ ଯାତ୍ରା ମିଶି କରିଛୁ।" ଏକ ପ୍ରସିଦ୍ଧ ଉକ୍ତି ଅଛି "ଏକ ମହାନ ପୁରୁଷ ପଛରେ ସବୁବେଳେ ଏକ ମହାନ ନାରୀ ଥାଆନ୍ତି" - ଏହି କାହାଣୀ ଏହି ଉକ୍ତିକୁ ସାର୍ଥକ କରୁଛି।

Visit KeggFarm’s website

ମୂଳ ଲେଖା - ଆଲେସିଓ ପିରୋନି

ଭାଷାନ୍ତର - ପାର୍ଥସାରଥୀ ମହାନ୍ତି

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags