EDITIONS
Odia

ମୋ ଜୀବନର ପ୍ରତ୍ୟେକ ଅଭିଜ୍ଞତା ମୋର ଡିଜାଇନକୁ ପ୍ରେରଣା ଯେଗାଇଛି: ପଲ୍ଲବୀ ଫୋଲି

10th Nov 2015
Add to
Shares
9
Comments
Share This
Add to
Shares
9
Comments
Share

Pallavi Foley Boutique Jewelsର ପ୍ରତିଷ୍ଠାତ୍ରୀ ପଲ୍ଲବୀ ଫୋଲି କହନ୍ତି, “ପ୍ରତିଷ୍ପର୍ଦ୍ଧାପୂର୍ଣ୍ଣ ଆହ୍ୱାନ ଦ୍ୱାରା ଜଣେ ଉଦ୍ୟୋଗୀଙ୍କ ଜୀବନର ରାସ୍ତା ତିଆରିହୁଏ । ଏହିଗୁଡ଼ିକ ପ୍ରତ୍ୟେକ ଦିନ ଆପଣଙ୍କ କବାଟ ଠକଠକ କରିଥାନ୍ତି । ଏହାର ନିତିଦିନ ସଠିକ ସମାଧାନ କରିବା ଜରୁରୀ ଅଟେ କାରଣ ଏହିଗୁଡ଼ିକୁ ଏଡ଼ାଇଦେବା ମାନେ ପରେ ଯାଇ ଏକ ବିରାଟ ସମସ୍ୟାକୁ ସମ୍ମୁଖୀନ କରିବା ।”

image


ବେଙ୍ଗାଲୁରୁରେ ଥିବା ଏହି ବୁଟିକ୍ କେବଳ ଏକ ଡିଜାଇନ୍ ଷ୍ଟୁଡିଓ ନୁହେଁ, ଏଠାରେ ସେ ଓ ତାଙ୍କ ଟିମ୍ ସଦସ୍ୟମାନେ ମିଳିତ ଭାବେ ସୃଜନାତ୍ମକ ଶକ୍ତିକୁ ସାକାର କରିଥାନ୍ତି ଓ ନୂତନ ଅଳଙ୍କାର ଡିଜାଇନର ଉଦ୍ଭାବନ କରିଥାନ୍ତି ।

ସେ ଓ ତାଙ୍କ ଟିମ୍ ସେମାନଙ୍କ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଡିଜାଇନ୍ ପ୍ରସ୍ତୁତ କରିଥାନ୍ତି ଏବଂ ଅନ୍ତର୍ଜାତୀୟ B2B ପ୍ରକଳ୍ପକୁ ସମ୍ଭାଳିଥାନ୍ତି । ଏହାସହ ଏହି ଷ୍ଟୁଡିଓ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ପାଇଁ ଅଳଙ୍କାର ଡିଜାଇନ୍ କରିଥାନ୍ତି ।

ଯେତେବେଳେ ପଲ୍ଲବୀ ନିଜ କାମରୁ ଫୁରୁସତ ପାଇଥାନ୍ତି ସେ NIFT ଓ GIA ଭଳି ଡିଜାଇନ୍ କଲେଜରେ ଅତିଥି ପ୍ରଧ୍ୟାପକ କିମ୍ବା ବିଚାରକ ଭାବେ ଯୋଗ ଦେଇ ଖୁସି ଅନୁଭବ କରିଥାନ୍ତି । ସେ ଅନ୍ତର୍ଜାତୀୟ ଡିଜାଇନ୍ କଲେଜଗୁଡ଼ିକ ପାଇଁ ପାଠ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି । ସେ କହନ୍ତି, “ଏକ ବ୍ୟବସାୟର ମୂଳ ଶକ୍ତି ହେଉଛି ଏହାର ଡିଜାଇନ୍ । ମୁଁ ମୋର କୋର୍ସଗୁଡ଼ିକରେ ଏହାକୁ ବିକଶିତ କରିଛି । ମୁଁ ଦେଖିବାକୁ ପାଇଛି ଯେ ଏହା ଏଭଳି ଏକ ପ୍ରଚେଷ୍ଟା ଯଦ୍ୱାରା ସୃଜନଶକ୍ତିକୁ ଅନ୍ତର ମଧ୍ୟକୁ ନେଇଆସେ ଏବଂ ପରିପ୍ରକାଶ କରେ ।”

ପ୍ରାରମ୍ଭିକ ସମୟ

୪ ବର୍ଷର ଶିଶୁ ସମୟରେ ପଲ୍ଲବୀ ଚିତ୍ର ଆଙ୍କିବାକୁ ଭଲପାଉଥିଲେ ଏବଂ ଏଥିରେ ଅନେକଥର ପୁରସ୍କୃତ ହୋଇଛନ୍ତି । ତାଙ୍କର ସବୁଠାରୁ ସ୍ୱତନ୍ତ୍ର ସ୍ମୃତି ହେଉଛନ୍ତି ତାଙ୍କର ଜେଜେମା’, ଯିଏ ତୃତୀୟ ଷ୍ଟେଜର କ୍ୟାନସର ପାଇଁ କେମୋଥେରାପି ନେଉଥିଲେ, ତଥାପି ସେ ପଲ୍ଲବୀଙ୍କ ସ୍କୁଲକୁ ଆସୁଥିଲେ । ପଲ୍ଲବୀ କହନ୍ତି, “ ସେ ମୋର ପୁରସ୍କାର ପାଇବା ସମୟ ଆସିଥାନ୍ତି ଏବଂ ଏଥିରୁ ମିଳିଥିବା ପ୍ରେରଣା ତାଙ୍କ ସହ ଅଦ୍ୟାବଧି ରହିଛି ।”

ପଲ୍ଲବୀ ନୈନିତାଲର ସେରଉଡ୍ କଲେଜରେ ପଢ଼ିଥିଲେ, ସେଠାରେ ସେ ତାଙ୍କର କଳାକୁ ଭଲପାଇବା ଗୁଣକୁ ଆବିଷ୍କାର କରିଥିଲେ । ସେ ଏନେଇ କହନ୍ତି, “ଆମେ ପାହାଡ଼ପର୍ବତକୁ ବୁଲିବାକୁ ଯାଉ । ମୁଁ ସେଠାରେ ବସି ପ୍ରକୃତିର ଚିତ୍ରକୁ ତୁଳି ଓ ରଙ୍ଗରେ ଧରିରଖିବାକୁ ଚେଷ୍ଟା କରିଥାଏ ଏବଂ ଏଥିରୁ ମୁଁ ବେଶ୍ ଆନନ୍ଦ ପାଏ । ପରେ ଏହା ହିଁ ମୋତେ ଯଥେଷ୍ଟ ଉତ୍ସାହ ଦେଇଛି ।”

ସେ ୧୯୯୭-୨୦୦୦ରେ ନୂଆଦିଲ୍ଲୀର ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକ୍ନୋଲଜିରୁ ଆକ୍ସେସରି ଡିଜାଇନରେ ସ୍ନାତକ କରିବା ପରେ ତାନିଷ୍କରେ କାମ କରିଥିଲେ । ସେ ସେଠାରେ ଦୀର୍ଘ ଦଶନ୍ଧୀ ରହିଥିଲେ ।

ଡିଜାଇନ୍ ପ୍ରତି ପ୍ରେରଣା

ପଲ୍ଲବୀ ଅନୁଭବ କରନ୍ତି ତାଙ୍କର ଅଭିଜ୍ଞତା ହିଁ ତାଙ୍କ କାମର ପ୍ରେରଣାର ପ୍ରଥମ ଉତ୍ସ ।

“ମୋ ନିଜ ଅଭିଜ୍ଞତାଗୁଡ଼ିକ ମୋତେ ଶିକ୍ଷା ଦେଇଛି ଯେ ଡିଜାଇନ୍ ହେଉଛି ଉଭୟ ପ୍ରେରଣା ଉତ୍ସ ଏବଂ ଯାହା ତୁମକୁ କ୍ରିୟାଶୀଳ ରଖେ ସେଇଟା ହେଉଛି ତା’ର ପ୍ରତିରୂପ । ଏଣୁ, ମୋ ପାଇଁ ଡିଜାଇନ୍ ହେଉଛି ଉତ୍ସ ଏବଂ ପ୍ରତିଫଳ ।”
image


ନୂତନ ଡିଜାଇନ୍ ପ୍ରସ୍ତୁତ କରିବା ତାଙ୍କ ପାଇଁ ଡିଆଁ ମାରିବା ଭଳି: “ଡିଜାଇନରର ପରିକଳ୍ପନାରୁ ସୃଷ୍ଟି ହୋଇଥିବା ଏକ ଅନୁଭବ ଲବ୍ଧ ନୂତନ ବିଶ୍ୱ ମଧ୍ୟକୁ ଡିଆଁ ମାରିବା ଭଳି । ଏଣୁ ମୋ ଜୀବନର ପ୍ରତ୍ୟେକ ଅଭିଜ୍ଞତା ମୋର ଡିଜାଇନକୁ ପ୍ରଭାବିତ କରିଥାଏ । ମୁଁ ବୁଲିବାକୁ ଏବଂ ନୂତନ ସଂସ୍କୃତି ସଂପର୍କରେ ଜାଣିବା, କଳାକୁ ପରଖିବା, ଇତିହାସ ପଢ଼ିବା, ପ୍ରକୃତିକୁ ବୁଝିବା, ମୋ ଜୀବନକୁ ସମୃଦ୍ଧ କରିବାକୁ ଭଲପାଏ ଏବଂ ଏଭଳି ସାମଗ୍ରୀର ପ୍ରସ୍ତୁତ କରିବା ଯାହା ସମୃଦ୍ଧ, ସୁନ୍ଦର ଏବଂ ନବଯୌବନ ସଂପନ୍ନ ଅଟେ ।”

ପଲ୍ଲବୀଙ୍କ ପ୍ରଚେଷ୍ଟାକୁ ମାନ୍ୟତା ମିଳିଛି ଏବଂ ନିଜର ଡିଜାଇନ୍ ପାଇଁ ବର୍ଷ ପରେ ବର୍ଷ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ସେ, ଶ୍ରେଷ୍ଠ ଆକ୍ସେସରି ଡିଜାଇନ୍ କ୍ଷେତ୍ରରେ ସମ୍ମାନଜନକ NID business world design ପୁରସ୍କାର ପାଇଛନ୍ତି । ଏହି ଡିଜାଇନକୁ ସେ ଆମ୍ର ନାମକରଣ କରିଛନ୍ତି। ଏଥିପାଇଁ ପଲ୍ଲବୀ ସାଂପ୍ରତିକ ମହିଳାମାନଙ୍କ ପାଇଁ ମ୍ୟାଙ୍ଗୋ ମୋଟିଫ୍ (ଧଡ଼ି)କୁ ଆଧୁନିକତା ଓ ନୂତନ ସଂସ୍କରଣ କରିଛନ୍ତି ।

ପଲ୍ଲବୀ ବିଶ୍ୱାସ କରନ୍ତି ଯେ କଳା, ସ୍ତ୍ରୀ-ପୁରୁଷର ଭେଦଭାବ ରଖେନାହିଁ, “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନିଜର କାମକୁ ଜାଣିବା ଓ ଏଥିରେ ଉକ୍ରର୍ଷ ଲାଭ କରିବା ଏବଂ ତା'ପରେ ସବୁକିଛି ଆପେ ଆପେ ହେଇଯିବ । ମୁଁ କାମ କରିଥିବା ଦେଶର ଅନେକ ସହରରେ ଦେଖିଛି, ଯେଉଁ ଲୋକ ନିଜର କାମକୁ ଜାଣିଛି, ସେ ପୁରୁଷ ହେଉ କିମ୍ବା ମହିଳା ତାଙ୍କୁ ଗଭୀର ସମ୍ମାନ ମିଳିଛି ।”

Orlando Orlandiniଙ୍କ କାମ ଦ୍ୱାରା ପଲ୍ଲବୀ ଖୁବ ଅନୁପ୍ରେରିତ ହୋଇଛନ୍ତି ଏବଂ ସେ ପ୍ରସ୍ତୁତ କରିଥିବା ଉକ୍ରର୍ଷ କଳାଚାତୁରୀ ପୂର୍ଣ୍ଣ ସାମଗ୍ରୀ ସହ ସେ ଅନେକ ସମୟ କାମ କରିଛନ୍ତି ।

ପ୍ରେରଣା

ମହିଳା ଉଦ୍ୟୋଗୀ ହେବାରେ ଜଣେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ କିନ୍ତୁ ପ୍ରକାରାନ୍ତରେ ଏଥିରେ ଅନେକ ସକାରାତ୍ମକ ଦିଗ ମଧ୍ୟ ରହିଛି ବୋଲି ପଲ୍ଲବୀ ଅନୁଭବ କରନ୍ତି । ସମସ୍ୟା ସତ୍ତ୍ୱେ, ସେ ଅନୁଭବ କରନ୍ତି ଯେ ଲକ୍ଷ୍ୟନିଷ୍ଠ ହେବା ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିବା ଗୁରୁତ୍ତ୍ଵପୂର୍ଣ୍ଣ, ଫଳରେ ଖୁବ ଶୀଘ୍ର ନକାରାତ୍ମକ ପରିସ୍ଥିତି ସକାରାତ୍ମକରେ ପରିଣତ ହୋଇଯିବ ।

ତାଙ୍କ ଜୀବନରେ ତିନିଟି ଉପାଦାନ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଗୋଟିଏ ହେଉଛି, କ୍ରମାଗତ ବିଶ୍ୱାସ କରିବା ‘ଏହି ସମୟ ମଧ୍ୟ ଚାଲିଯିବ’ । ଦ୍ୱିତୀୟଟି ହେଉଛି ଜୀବନରେ ଶୃଙ୍ଖଳା; ସେ ଏଥିପାଇଁ ତାଙ୍କର ବୋର୍ଡିଂସ୍କୁଲକୁ ଧନ୍ୟବାଦ ଜଣାନ୍ତି କାରଣ ସେଠାରୁ ସେ ସମୟାନୁବର୍ତ୍ତୀତା ହେବା, ଖାଦ୍ୟ ଓ ସ୍ୱାସ୍ଥ୍ୟ ସଂପର୍କରେ ଯତ୍ନଶୀଳ ହେବା ଶିକ୍ଷାଲାଭ କରିଥିଲେ । “ମୋ ବାପା ୬୩ବର୍ଷ ବୟସ୍କ ଏବଂ ସେ ପ୍ରତିଦିନ ଗୋଟିଏ ଘଣ୍ଟା ଦୌଡ଼ନ୍ତି, ଯେପରି ସେ ଏକ ମାରାଥନ ଦୌଡ଼ାଳି । ସେ ମୋତେ ସର୍ବଦା କହନ୍ତି, ‘ଯଦି ତୁମେ ନିତିଦିନ ଶୃଙ୍ଖଳିତ ଭାବେ ଯେଉଁ କାମ କରିବ ତାହା ପରବର୍ତ୍ତୀ କୌଣସି ବୟସରେ ମଧ୍ୟ ସହଜରେ କରିପାରିବ ।’ ମୁଁ ତାଙ୍କ ଜୀବନକୁ ମୋର ପ୍ରେରଣା ଭାବେ ଗ୍ରହଣ କରିଛି ।”

ତୃତୀୟଟି ହେଉଛି ତାଙ୍କ ପରିବାର ଓ ନିକଟ ବନ୍ଧୁମାନଙ୍କର ଭଲପାଇବା, ସେମାନେ ତାଙ୍କ ପାଇଁ ସହଯୋଗର ସ୍ତମ୍ଭ ଅଟନ୍ତି । “ନିଲ୍ ମୋର ସ୍ୱାମୀ, ସେ ସର୍ବଦା ମୋ ପାଖରେ ଥାନ୍ତି । ମୁଁ ସବୁବେଳେ ତାଙ୍କର କାମକୁ ପ୍ରଶଂସାକରିଥାଏ ଏବଂ ତାଙ୍କର ନମ୍ରତାକୁ ଭଲପାଏ । ମୋର ଝିଅ ନିଆ, ମୋ ପାଇଁ କ୍ରମାଗତ ପ୍ରେରଣାର ଏକ ଉତ୍ସ, ସେ ଷ୍ଟୁଡିଓରେ ରହିବାକୁ ପସନ୍ଦ କରେ ଏବଂ ମୋର ଡିଜାଇନ୍ ଟିମର ଏକ ଅଂଶବିଶେଷ ହେବାକୁ ଭଲପାଏ। ସପ୍ତାହ ଅନ୍ତରେ, ସେ ମୋ ସହ ଷ୍ଟୁଡିଓରେ ଡିଜାଇନ୍ କାମରେ ସହାୟତା କରେ ।

ପଲ୍ଲବୀ ପ୍ରତ୍ୟେକ ଦିନ ଖୁସିରେ ଥାନ୍ତି, କାରଣ ଡିଜାଇନ୍ ପ୍ରତି ତାଙ୍କର ଅନ୍ତର୍ନିହିତ ଭଲପାଇବା ତାଙ୍କୁ ସର୍ବତା ପ୍ରେରିତ କରିଥାଏ ।

(ହର ଷ୍ଟୋରି ପଲ୍ଲବୀଙ୍କୁ ସାକ୍ଷାତ କରିଥିଲା ଏବଂ ଏହା ହେଉଛି ତାଙ୍କ ସହ ବାର୍ତ୍ତାଳାପର କିୟଦଂଶ)


Add to
Shares
9
Comments
Share This
Add to
Shares
9
Comments
Share
Report an issue
Authors

Related Tags