ବ୍ୟବହାରୀଙ୍କ ପାଇଁ ନିରାପତ୍ତା ଓ ଗୋପନୀୟତାର କୋକୁଆ ଆଣିବ ଫେସବୁକର ଫ୍ରି ବେସିକ୍ସ

ଫେସବୁକର ନୂଆ ପ୍ରକଳ୍ପ ଫ୍ରି ବେସିକ (Free Basics) ଭାରତରେ ଆସିବା ଆଗରୁ ବ୍ୟବହାରୀଙ୍କ ଭିତରେ ନିଜ ନିରାପତ୍ତା ଓ ଗୋପନୀୟତାକୁ ନେଇ କୋକୁଆ ଭୟ ଖେଳିଲାଣି । ମାଗଣା ୩୦ଟି ଅଭାବୀ ଦେଶରେ ଫେସବୁକ, ଫେସବୁକର ସହପ୍ରକଳ୍ପ ଓ ବାକି କିଛି ୱେବସାଇଟ ମାଗଣାରେ ଉପଲବ୍ଧ କରାଇବାର ଆଳରେ ଫେସବୁକ ଏ ଅଭାବୀ ଦେଶର ଲୋକଙ୍କ ଅଭାବ ସଙ୍ଗେ ଖେଳୁନାହିଁ ତ? ଇଣ୍ଟରନେଟ ନାଆଁରେ ବ୍ୟବହାରୀଏ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ହୋଇଯିବେ କି? ଏମିତି ଅଗଣିତ ପ୍ରଶ୍ନ ମନରେ ଉଙ୍କିମାରୁଥିବା ବେଳେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ ଏହାକୁ ଭାରତରେ ସାମୟିକ ଭାବେ ବାସନ୍ଦ କରିଛି ।

5th Jan 2016
  • +0
Share on
close
  • +0
Share on
close
Share on
close

ଫେସବୁକର ନୂଆ ପ୍ରକଳ୍ପ ଫ୍ରି ବେସିକ (Free Basics) ଭାରତରେ ଆସିବା ଆଗରୁ ବ୍ୟବହାରୀଙ୍କ ଭିତରେ ନିଜ ନିରାପତ୍ତା ଓ ଗୋପନୀୟତାକୁ ନେଇ କୋକୁଆ ଭୟ ଖେଳିଲାଣି । ମାଗଣା ୩୦ଟି ଅଭାବୀ ଦେଶରେ ଫେସବୁକ, ଫେସବୁକର ସହପ୍ରକଳ୍ପ ଓ ବାକି କିଛି ୱେବସାଇଟ ମାଗଣାରେ ଉପଲବ୍ଧ କରାଇବାର ଆଳରେ ଫେସବୁକ ଏ ଅଭାବୀ ଦେଶର ଲୋକଙ୍କ ଅଭାବ ସଙ୍ଗେ ଖେଳୁନାହିଁ ତ? ଇଣ୍ଟରନେଟ ନାଆଁରେ ବ୍ୟବହାରୀଏ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ହୋଇଯିବେ କି? ଏମିତି ଅଗଣିତ ପ୍ରଶ୍ନ ମନରେ ଉଙ୍କିମାରୁଥିବା ବେଳେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ ଏହାକୁ ଭାରତରେ ସାମୟିକ ଭାବେ ବାସନ୍ଦ କରିଛି ।

image


ଗତ ଦୁଇ ସପ୍ତାହ ସାରା ଇଣ୍ଟରନେଟରେ । ସାରା ଦେଶରୁ ଲୋକେ ନିଆଁରେ ପତଙ୍ଗ ଝାସ ଦେଲା ଭଳି ଫେସବୁକର ନୂଆ ପ୍ରକଳ୍ପ “ଫ୍ରି ବେସିକ୍ସ’ (Free Basics) ବିରୋଧରେ ଭିନ୍ନଭିନ୍ନ ଧରଣର ମତ ଦେଇଚାଲିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକାଳରେ ସେ ସେଠାରେ ଜୁକରବର୍ଗଙ୍କ ସାଙ୍ଗେ ଭେଟି ଫେସବୁକର ମିଳିତ ସହଯୋଗରେ ଭାରତରେ ସାଧାରଣ ଲୋକଙ୍କ ପାଇଁ ଜ୍ଞାନ ବିତରଣ ଓ ସୂଚନା ପହଞ୍ଚାଇବା ବାବଦରେ ଆଲୋଚନା କରିଥିଲେ । ଆଉ ଫେସବୁକକୁ ଏହା ଭାରତରେ ନିଜର ଚେର ମୋଟା କରିବାକୁ ଏକ ଭଲ ବାଟ ଦେଖାଇଲା । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏ ଫ୍ରି ବେସିକ୍ସ ବାବଦରେ ଘୋଷଣା କରିବାର ଦୁଇ ସପ୍ତାହ ନ ବିତୁଣୁ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ପାଖରେ ସାଢ଼େ ଚାରି ଲକ୍ଷ ପାଖାପାଖି ଇମେଲ ଏହାକୁ ରୋକିବା ଲାଗି ପହଞ୍ଚି ସାରିଲାଣି । ଜନନେତା ଓ ଇନଫୋସିସର ସହ ପ୍ରତିଷ୍ଠାତା ଙ୍କଠାରୁ ଆରମ୍ଭ କରି ମିଡ଼ିଆନାମାର ପ୍ରତିଷ୍ଠାତା , ଭେଞ୍ଚର କ୍ୟାପିଟାଲିଷ୍ଟ , ଇଣ୍ଟରନେଟ ଆକ୍ଟିଭିଷ୍ଟ , ଙ୍କ ଯାଏ ସଭିଏଁ ଏହା ପଛରେ ଫେସବୁକ ଲାଭକରୀ ମନୋଭାବ ନିହିତ ଅଛି ବୋଲି କଡ଼ା ନିନ୍ଦା କରି ଲେଖିଲେଣି । ତେବେ କ’ଣ ଏ ଫ୍ରି ବେସିକ୍ସ? କାହିଁକି ଏତେ ବିବାଦ ଏ ସରଳ ସୁବିଧା ବିରୋଧରେ?

image


ଫେସବୁକ୍‍ ବ୍ୟବହାର କରୁଥିବା ଊଣା ଅଧିକେ ସଭିଏଁ ଜାଣୁଥିବେ ସେ କେଡ଼େ ଅଠାକାଠି! ଫେସବୁକର ପ୍ରାୟ ବ୍ୟବହାରୀ ହେଲେ ଯୁବବର୍ଗ । ତେବେ କି ଯୁବା କି ବୁଢ଼ା ଫେସବୁକରେ ପ୍ରାୟ ଲୋକେ କେବଳ ମଜାମଉଜ ଲାଗି ଆସିଥାନ୍ତି । ଆଉ ଏଥିରେ ଖୁବ୍‍ କମ୍‍ ସମୟରେ ଏତେ ଅଧିକ ଲୋକଙ୍କ ସଙ୍ଗେ ମିଶିବା, ଗପିବା ଓ ଏତେ ଅଧିକ ମଉଜ ପାଇ ଅନେକେ ଫେସବୁକ ପ୍ରେମରେ ପଡ଼ିଯାଆନ୍ତି । ସରଳ ଭାଷାରେ କହିଲେ ଫେସବୁକ ଇଣ୍ଟରନେଟରେ ଉପଲବ୍ଧ ଏକ ହାଟ ବଜାର । ଲୋକେ ସେଠି କିଛି ସମୟ କାଟିବା ପାଇଁ, ଚିହ୍ନା-ଅଚିହ୍ନା ଲୋକଙ୍କ ସହ ମିଶିବା ପାଇଁ, ଆଳାପ-ଆଲୋଚନା ପାଇଁ ଏକାଠି ହୁଅନ୍ତି । ଅଧିକାଂଶ ଆଲୋଚନା କେବଳ ମଉଜ ପାଇଁ ହେଲାବେଳେ କିଛି ଉପଯୋଗୀ ଆଲୋଚନା ମଧ୍ୟ ହୋଇଥାଏ । ଫେସବୁକ ଏକ ବିଶାଳ ଲାଭକରୀ କମ୍ପାନୀ । ଏହାର ଆଉ ଏକ ସହ ପ୍ରକଳ୍ପ ହେଲା ହ୍ୱାଟସ୍‍ଅପ୍‍ । ଏହା ଅନଲାଇନ ଚାଟିଂ ପାଇଁ ବ୍ୟବହାର କରାଯାଏ । ଫଟୋ ଭିଡ଼ିଓରୁ ଆରମ୍ଭ କରି ସାଧାରଣ ଚାଟିଂ ନିମନ୍ତେ ଏହା ଖୁବ୍‍ ଜଣା । 

ନିକଟରେ ଫେସବୁକ Internet.org ନାମକ ଏକ ସହ-ସଙ୍ଗଠନ ଆରମ୍ଭ କରିଛି । ଫ୍ରି ବେସିକ୍ସ ହେଲା ଏ ଇଣ୍ଟରନେଟ ଡଟ ଅର୍ଗ ଅଧୀନରେ ଏକ ଯୋଜନା । ତେବେ ଫେସବୁକ ଓ ଫେସବୁକର ସହ-ପ୍ରକଳ୍ପ ସବୁକୁ ଅଭାବୀ ଦେଶମାନଙ୍କରେ ଅଧିକ ଲୋକପ୍ରିୟ କରିବା ଲାଗି ସେସବୁକୁ ବିନାମୂଲ୍ୟରେ ପହଞ୍ଚାଇବା ପାଇଁ ଏ ଫ୍ରି ବେସିକ୍ସ । ଭାରତ ସମେତ ଜଗତର ୩୦ଟି ଦେଶରେ ଫ୍ରି ବେସିକ୍ସ ଜରିଆରେ ମାଗଣା ସୀମିତ ଫେସବୁକ ସୁବିଧା ଦେବା ଏହାର ଉଦ୍ଦେଶ୍ୟ । ଫ୍ରି ବେସିକ୍ସ ଜରିଆରେ ଆଉ କିଛି ମାଗଣା ୱେବସାଇଟ ମଧ୍ୟ ଉପଲବ୍ଧ ହେବ । ତେବେ ଏଠାରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ । ଏ ମାଗଣା ୱେବସାଇଟ ସବୁ ବ୍ୟବହାରୀଙ୍କ ପାଇଁ ଲୋଡ଼ା କି ନା ତା’ର ସିଦ୍ଧାନ୍ତ କିଏ ନେବ - ଫେସବୁକ ନା ବ୍ୟବହାରୀ? ଫ୍ରି ବେସିକ୍ସ ଅଧୁନା କିଛି ଦେଶରେ ଉପଲବ୍ଧ ହୋଇଥିବାବେଳେ ଫିଲିପାଇନ୍ସରେ ରହୁଥିବା ଜଣେ ଭାରତୀୟ ଜିତେଶ ଗୋସ୍ୱାମୀ ନିକଟରେ ନିଜେ ନିଜ ମୋବାଇଲରେ ସେଠାର ଫ୍ରି ବେସିକ୍ସ ଇନଷ୍ଟଲ କରି ଯାହା ମତ ଦେଇଛନ୍ତି ତା’ ଭାରି ଚିନ୍ତାର ବିଷୟ । ସାଧାରଣ ଫେସବୁକର ଅଧାରୁ ଅଧିକ ସୁବିଧା ଫ୍ରି ବେସିକ୍ସରେ ନାହିଁ । ଏଥିରେ ଫେସବୁକ ବାହାରେ ଥିବା ଭିଡ଼ିଓ ମାଗଣାରେ ଦେଖିହେବନି କି ଖବର ଆଦି ସମ୍ପୂର୍ଣ୍ଣ ପଢ଼ିହେବନି । ପୁଣି ମାଗଣାରେ ମିଳିବାକୁ ଥିବା ବାକି ୱେବସାଇଟ ସବୁ ବାଛିବାରେ ଫେସବୁକର ଏକଚାଟିଆ ଅଧିକାର ରହିବ । ବ୍ୟବହାରୀଏ କ’ଣ ଚାହାନ୍ତି ନ ଚାହାନ୍ତି ତାହା ଫେସବୁକ ନିର୍ଣ୍ଣୟ କରିବ । 

image


ଆଉ ‘ଗରିବ ମାଇପ ସବୁରି ଶାଳୀ’ ନ୍ୟାୟରେ ଗରିବଙ୍କୁ ମାଗଣା ତିଅଣର ସୁଆଦ ଚଖାଇ ଫେସବୁକ ସେମାନଙ୍କୁ ଇଣ୍ଟରନେଟ ଯୋଗାଇବା ଆଳରେ କେବଳ ଫେସବୁକର ପରିଧି ଭିତରେ ବାନ୍ଧି ରଖିବ । ଫେସବୁକ ଉଇକିପିଡ଼ିଆ, Mozilla ଭଳି ଖୋଲା ସଫ୍ଟଓଏର ବ୍ୟବହାର କରେନାହିଁ କି ଲୋକଙ୍କ ଉଦ୍ୟମରେ ତିଆରି ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଲାଭକାରୀ କମ୍ପାନୀ । ତେଣୁ ଫେସବୁକର ସବୁ କାମ ଲୋକଙ୍କ ସ୍ୱାର୍ଥ ନୁହେଁ, ବରଂ ନିଜ ସ୍ୱାର୍ଥ ହାସଲ ପାଇଁ । ଅଭାବୀ ଦେଶର ଲୋକଙ୍କ ମନ ଜିଣିବା ପାଇଁ ଓ ନିଜର ବ୍ୟବହାରୀ ସଂଖ୍ୟା ବଢ଼ାଇବା ପାଇଁ ଏହା ଫେସବୁକର ଏକ ମସୁଧା ବୋଲି ଅନେକ ଚିନ୍ତାଶୀଳ ଲୋକେ ମତ ଦେଇଛନ୍ତି । ଫେସବୁକର ଏହି ଏକଚାଟିଆ କାମ ନେଟ ନିଉଟ୍ରାଲିଟି ବା ନେଟ ସମାନତାର ପକ୍ଷପାତୀ । ପକ୍ଷପାତ ନ କରି ସବୁ ୱେବସାଇଟକୁ ସମାନ ଭାବେ ଗଣିବା ନେଟ ସମାନତା ନାମରେ ଜଣା । 

ଫ୍ରି ବେସିକ୍ସରେ ଥିବା ନାନାଦି ଭୁଲ ବିଷୟକୁ ଭଲ ଭାବେ ତନଖି କରିବା ପାଇଁ ନିକଟରେ ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଫ୍ରି ବେସିକ୍ସକୁ କିଛିକାଳ ପାଇଁ ବାସନ୍ଦ କରିଛି । ଚତୁର ଫେସବୁକ କେବେ ଚାଷୀମାନଙ୍କୁ ପାଣିପାଗ ଜାଣିବାରେ ଫ୍ରି ବେସିକ୍ସ ସାହାଯ୍ୟ କରିବ ତ କେବେ ଅଭାବୀ ଭାରତୀୟଙ୍କୁ ପରସ୍ପର ସହ ଯୋଡ଼ିବାରେ ସାହାଯ୍ୟ କରିବ ବୋଲି ଦେଶସାରା ସହର ବଜାର ସବୁଠି ଜୋରଦାର ପ୍ରଚାର ଚଳାଇଥିଲା । ସବୁ ଖବରକାଗଜରେ ପୂରା ଫରଦ ବିଜ୍ଞାପନ ଆଉ ସବୁ ବସ୍‍ ରହିବା ସ୍ଥାନରେ ବଡ଼ବଡ଼ ହୋର୍ଡିଂ । ଆଉ ଏଥିରେ ସଭିଙ୍କୁ ଅନୁରୋଧ ଥିଲା ଏକ ନମ୍ବରକୁ ମିସକଲ ଦେଇ ଫ୍ରି ବେସିକ୍ସକୁ ସମର୍ଥନ କରିବା ପାଇଁ । ଏ ପ୍ରଚାର ପ୍ରସାରରେ ୧୦୦ କୋଟିରୁ ଅଧିକ ବୋଧେ ଖର୍ଚ୍ଚ ହୋଇଥିବ । କେଉଁଠୁ ଆଦାୟ ହେବ ଏ ପଇସା ? 

ଫ୍ରି ବେସିକ୍ସର ମାଗଣା ଫେସବୁକ ଓ ବାକି ୱେବସାଇଟକୁ ସୁବିଧା ଦେବାର ଏ ଆଳ ବିରୋଧରେ ଝଡ଼ ଉଠିଛି । ଫେସବୁକର ମିସକଲ୍‍ ଅଭିଯାନର କଡ଼ା ଜବାବ ଦେବା ପାଇଁ http://savetheinternet.inhttp://fsmi.in ନାମକ ଦୁଇଟି ୱେବସାଇଟ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇ ଟ୍ରାଇ ପାଖକୁ ଇମେଲ ପଠାଇବା ପାଇଁ ଅନୁରୋଧ କରାଯାଇଥିଲା। ଫେସବୁକର କୋଟିକୋଟି ଟଙ୍କା ଖର୍ଚ୍ଚର ମିସକଲ ଅଭିଯାନରୁ ୧୦ଲକ୍ଷ ସମର୍ଥନ ମିଳିଥିବାବେଳେ ବିନା ପଇସାରେ ସାଢ଼େ ଚାରିଲକ୍ଷରୁ ଅଧିକ ଲୋକ ଇମେଲ ଜରିଆରେ ଫ୍ରି ବେସିକ୍ସକୁ ବିରୋଧ କରି ଟ୍ରାଇକୁ ଇମେଲ କରିଛନ୍ତି । ତେବେ ଫେସବୁକର ଏହି ସମର୍ଥନ ସଂଗ୍ରହକୁ ଟ୍ରାଇର ସଭାପତି ଆରଏସ୍‍ ଶର୍ମା ଘୋର ନିନ୍ଦା କରି କହିଛନ୍ତି, ଏଯାବତ୍‍ ଫେସବୁକ ଯେଉଁ ୧୪ ଲକ୍ଷ ଲୋକଙ୍କୁ ପ୍ରଭାବିତ କରି ସେମାନଙ୍କୁ ମିସକଲ୍‍ ଜରିଆରେ ସମର୍ଥନ ଆଣିଛି ତା’ ମୂଲ୍ୟହୀନ । ୧୦୦ କୋଟି ଟଙ୍କାର କି ଅପଚୟ! ସେତିକି ପଇସାରେ ଶହେ ହଜାର ଲୋକଙ୍କୁ ମାଗଣାରେ କିଛି ଉପଯୋଗୀ ସାଇଟ ଦେଖିବା ସୁଯୋଗ ଦେଇଥିଲେ ଆହୁରି ଭଲ ହୋଇଥାନ୍ତା । 

ଫ୍ରି ବେସିକ୍ସରେ ଲୁଚି ରହିଥିବା ସବୁଠୁ ବଡ଼ ବିପଦଟି ହେଲା ଫେସବୁକର ତଥ୍ୟ ସଂଗ୍ରହ କାରସାଦି । ବ୍ୟବହାରୀଏ କି କି ସାଇଟ ଦେଖିଲେ, କାହା ସଙ୍ଗେ ଗପିଲେ ସେସବୁ ବ୍ୟବହାରୀଙ୍କ ଅଗୋଚରରେ ଟିକିନିଖି କରି ହିସାବ ରଖିଥାଏ । ସଳଖେ କହିଲେ ଫେସବୁକରେ ବ୍ୟବହାରୀ ବାପୁଡ଼ାର ବ୍ୟକ୍ତିଗତ ବୋଲି କିଛି ରହିବ ନାହିଁ । ଫେସବୁକ ଆରମ୍ଭରୁ ଶବ୍ଦସମ୍ଭାରରେ ଭରା ଏକ ଲମ୍ବା ବିବରଣୀରେ ତଥ୍ୟ ସଂଗ୍ରହରେ ବ୍ୟବହାରୀଙ୍କ କୌଣସି ଅଭିଯୋଗ ନାହିଁ ବୋଲି ଖୁବ୍‍ ଚତୁର ଭାବେ ତାଙ୍କଠୁ ଅନୁମତି ନେଇଯାଏ । ଅନଭିଜ୍ଞ ବ୍ୟବହାରୀଟିର ପାଠଘର ଯାହା ସେଥିରେ ସେ ଏ ଫିକର ବୁଝିବ ବା କିପରି? ଇଣ୍ଟରନେଟ ଓକିଲ ଇବେନ ମଗଲେନ ଓ ମିସି ଚୌଧୁରୀ ଏକ ଲେଖାରେ ଦୁହେଁ ତନ୍ନ ତନ୍ନ କରି ବିଶ୍ଳେଷଣ କରିଛନ୍ତି ଏ କଥା । ପ୍ରଶ୍ନ ଉଠେ ଯେ ଫେସବୁକ ଧନୀ ଦେଶରେ ଏଭଳି ବେପରୁଆ ଅପସାହସ କରିବ କି ?

ଏହିଭଳି ଆଉ ଏକ କୁଟିଳ ବିଷୟ ଥିଲା ଏଆରଟେଲ ଜିରୋ । ଏଆରଟେଲ ଜିରୋ ଆଉ ଫ୍ରି ବେସିକ୍ସ ଭିତରେ ବଡ଼ ସମାନତା ହେଉଛି ଉଭୟ କମ୍ପାନୀ କିଛି ୱେବସାଇଟଙ୍କଠାରୁ ବିପୁଳ ପରିମାଣରେ ପଇସା ନେଇ ସେ ୱେବସାଇଟ ସବୁକୁ ବ୍ୟବହାରୀଙ୍କ ପାଇଁ ମାଗଣା ଯୋଗାଇଥାନ୍ତି । ଏଥିରେ ସେବା ଯୋଗାଣକାରୀ ଓ ମାଗଣାରେ ବ୍ୟବହାରୀଙ୍କ ପାଖେ ପହଞ୍ଚୁଥିବା ୱେବସାଇଟ ସବୁଙ୍କ ସିଧାସଳଖ ସ୍ୱାର୍ଥ ନିହିତ ଥାଏ । ପାଠକଙ୍କୁ ଜ୍ଞାନ ବିତରଣ କରିବାର ତୁଚ୍ଛା ବିଜ୍ଞାପନ ତଳେ ଯେ ଏତେ ଫନ୍ଦି ରହିଛି ତାହା ପାଠକ ବାପୁଡ଼ା ବା ଜାଣିବ କେମନ୍ତେ ? ଆଉ ଧନୀ ଦେଶରେ ଏଭଳି ଫିକର ସହଜେ ଧରାପଡ଼ିବ ବୋଲି ଫେସବୁକ ଭଳି କମ୍ପାନୀ ୩୦ଟି ଅଭାବୀ ଦେଶକୁ ଥୋପ କରିଛି ।

ତେବେ ମାଗଣାରେ କିଛି ୱେବସାଇଟ ଉପଲବ୍ଧ କରାଇବା କିଛି ନୂଆ ନୁହେଁ । ଅତୀତରେ ବାଂଲାଦେଶରେ Mozilla (ଫାୟାରଫକ୍ସ ଭଳି ନାନାଦି ଖୋଲା ଓଫ୍ଟଓଏର ପରିଚାଳନା କରୁଥିବା ସଙ୍ଗଠନ) ଗ୍ରାମୀଣଫୋନ ନାମକ ଯୋଜନା ଜରିଆରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ ଦିନକୁ ୨୦ ଏମ୍‍ବିର ଡାଟା ଦେବା ସାରା ଜଗତରେ ଆଲୋଚନା ବିଷୟ ହୋଇଥିଲା । Mozilla ଓ ମୋବାଇଲ ସେବା ଯୋଗାଣକାରୀ ଟେଲିନର ଏଥିପାଇଁ ପ୍ରଶଂସାର ପାତ୍ର ହୋଇଥିଲେ । ଅନେକ ଦେଶରେ ସାଧାରଣ ଲୋକେ ବିଭିନ୍ନ ବିଷୟରେ ଜାଣିବାକୁ ପାଉନଥିବାରୁ ଏସ୍‍ଏମ୍‍ଏସ୍‍ ଓ ଇଣ୍ଟରନେଟ ଯୋଗେ ସାଧାରଣ ଲୋକଙ୍କ ଦ୍ୱାରା ସମ୍ପାଦିତ ଅନ୍‍ଲାଇନ ଜ୍ଞାନକୋଷ ଉଇକିପିଡ଼ିଆ, ଉଇକିପିଡ଼ିଆ ଜିରୋ ପ୍ରକଳ୍ପ ଜରିଆରେ ମାଗଣାରେ ଯୋଗାଇଦିଆଯାଉଛି । ଭାରତରେ ମଧ୍ୟ ପରୀକ୍ଷାମୂଳକ ଭାବେ ଏହି ସୁବିଧା କେତେକ ସ୍ଥାନରେ ଦିଆଯାଇଛି । ତେବେ ଜ୍ଞାନ ବିତରଣ ପାଇଁ ଏହିଭଳି ଉଦ୍ୟମ ସବୁରି ଆଦର ପାଆନ୍ତି । କିନ୍ତୁ ନିଜ ସ୍ୱାର୍ଥ ହାସଲ ନିମନ୍ତେ ଜଗତର ହିତ ନାମରେ ଗରିବଙ୍କ ଗରିବୀକୁ ଥୋପ କରି ଫେସବୁକ୍‍ର ଫ୍ରି ବେସିକ୍ସ କେବଳ ନିନ୍ଦା ପାଇଛି ।

ନିକଟରେ ଭର୍ଜରେ ପ୍ରକାଶିତ ଏକ ଲେଖାରେ ଫେସବୁକ କାଳିମାଭରା ଆଉ ଏକ କଥା ନଜରକୁ ଆସିଛି । ଫେସବୁକ ଅତୀତରେ ବ୍ୟବହାରୀଙ୍କ ନିଉଜ ଫିଡ଼ରେ ଅଲଗା ଅଲଗା ଅନୁଭୂତିର ନିଉଜ ଫିଡ଼ ଛାଡ଼ିଥାଏ । ଅର୍ଥାତ ଜଣଙ୍କ ନିଉଜ ଫିଡ଼ରେ କେବଳ ତାଙ୍କ ସାଙ୍ଗମାନଙ୍କ ଦୁଃଖଭରା ପୋଷ୍ଟସବୁ ଲଗାତର ଆସୁଥିବ । ବ୍ୟବହାରୀଙ୍କ ମୁଡ଼ ଜାଣିବା ଗବେଷଣା ନାଁରେ ଏ କୁଟିଳ ଚିନ୍ତା ଯେ କେତେ ଘାତକ ତାହା ସହଜେ ଅନୁମେୟ । ଫେସବୁକର ବିଭିନ୍ନ ଏମିତି ନୀତି ଅନେକଙ୍କୁ ଅଜଣା ଓ ଏସବୁ ବ୍ୟବହାରୀଙ୍କ ଗୋପନୀୟତା, ବ୍ୟକ୍ତିଗତ ତଥ୍ୟ ଓ ନିରାପତ୍ତାକୁ ପାଦରେ ଦଳି ଦେଲାଭଳି । ଲୋକଙ୍କ ସମର୍ଥନ ପାଇବାକୁ ହେଲେ କିଛି ପରିମାଣରେ ସଚ୍ଚା ହେବାକୁ ଯେ ପଡ଼ିବ ଏ କଥାଟି ଫେସବୁକ ଏବେଠୁ ହେଜିଲେ ଆଗକୁ ମଙ୍ଗଳ ହେବ ।

  • Facebook Icon
  • Twitter Icon
  • LinkedIn Icon
  • WhatsApp Icon
  • Facebook Icon
  • Twitter Icon
  • LinkedIn Icon
  • WhatsApp Icon
  • Share on
    close
    Report an issue
    Authors
    Subhashish Panigrahi
    ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି । ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

    Related Tags