EDITIONS
Odia

୭୦୦ରୁ ଅଧିକ ବୁଲା କୁକୁରଙ୍କୁ ଆଶ୍ରୟ ଦେଇଛନ୍ତି ଏହି ସଫ୍ଟୱେର ଇଞ୍ଜିନିୟର

27th Dec 2016
Add to
Shares
5
Comments
Share This
Add to
Shares
5
Comments
Share

ଏପଟେ କଥାରେ ଅଛି ‘Dog is man’s best friend’ ମାନେ କୁକୁର ହେଲା ମଣିଷର ସବୁଠାରୁ ଭଲ ସାଙ୍ଗ, କିନ୍ତୁ ସେପଟେ ଆମେ କାହାକୁ ଗାଳି ଦେବାକୁ ହେଲେ ଆଗ କୁକୁର କହି ଗାଳି ଦେଉ। ବୁଲା କୁକୁରଙ୍କର ଅବସ୍ଥା କହିଲେ ନ ସରେ। ଟେକା ପଥର ମାଡ଼ ଖାଇ ସେମାନଙ୍କର ଜୀବନ ଯାଉଛି। ସମାଜ ପାଇଁ ସେମାନେ ହେଲେ ଅଲୋଡ଼ା। କିନ୍ତୁ ଆସନ୍ତୁ ଜାଣିବା ବେଙ୍ଗାଲୁରୁର ଏଇ ସଫ୍ଟୱେର ଇଞ୍ଜିନିୟରଙ୍କ ବିଷୟରେ ଯେ ସହର ବାହାରେ ଏକ ଫାର୍ମହାଉସ କରି ୭୩୫ଟି ବୁଲା କୁକୁରଙ୍କୁ ଆଶ୍ରୟ ଦେଇ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି।

Source : <a href=

Source :

Alyzaonlinea12bc34de56fgmedium"/>

ରାକେଶ ଶୁକ୍ଳା ପ୍ରଥମେ ଦିଲ୍ଲୀରେ କାମ କରୁଥିଲେ। ପରେ ଆମେରିକା ଗଲେ। ଦଶବର୍ଷ ପୂର୍ବେ ସେ ବେଙ୍ଗାଲୁରୁକୁ ଫେରି ଆସିଲେ ଏବଂ ନିଜ ପତ୍ନୀଙ୍କ ସହ ମିଶି ଏକ ସଫ୍ଟୱେର କମ୍ପାନୀ ପ୍ରତିଷ୍ଠା କଲେ।

ସେତେବେଳେ ଜୀବନର ଲକ୍ଷ୍ୟ ଥିଲା ବଡ଼ ବଡ଼ ଦାମୀ କାରରେ ବସିବା, ଦାମୀ ଘଣ୍ଟା କିଣିବା ଓ ଜାକଜମକରେ ଜୀବନ ବିତାଇବା। ଚାକିରୀ କାଳରେ ମୁଁ ପୃଥିବୀ ସାରା ବୁଲିଛି। କିନ୍ତୁ ପ୍ରକୃତ ଖୁସି ପାଇନଥିଲି। - BBCକୁ ଏକ ସାକ୍ଷାତକାରରେ ରାକେଶ କୁହନ୍ତି।

ଲୋକମାନେ ସ୍ନେହରେ ତାଙ୍କୁ ଡାକନ୍ତି Dog Father। ୪୫ ବର୍ଷୀୟ ରାକେଶ କୁହନ୍ତି ଏହି କୁକୁର ମାନେ ତାଙ୍କର ଛୁଆ ଓ ସେ ସେମାନଙ୍କର ‘ବାପା’।


“ମୋର ପ୍ରଥମ କୁକୁର ଥିଲା ଗୋଟିଏ ୪୫ ଦିନର ମାଈ ଗୋଲଡେନ ରିଟ୍ରିଭର ଛୁଆ ଯାହାର ନାମ ଦିଆଯାଇଥିଲା କାବ୍ୟ। ସେ ପ୍ରଥମେ ପ୍ରଥମେ ଡରୁଥିଲା। ମୋତେ ଦେଖି ଗୋଟିଏ କୋଣରେ ଲୁଚିଗଲା। ମୁଁ ଯେତେବେଳେ ଯାଇ ତାକୁ ଡାକେ, ସେ ଡ଼ରିଲା। ମୁଁ ତା’ ଆଡ଼େ ଚାହିଁଲି। ତା’ ଆଖିରେ ଦେଖିଲି ଭୟ ସତ୍ତ୍ୱେ ସେ ମୋତେ ଭରସା କରିବାକୁ ଚାହୁଁଥିଲା। ସେଇ ମୂହୁର୍ତ୍ତରେ ସତେ ଯେମିତି ସବୁକିଛି ବଦଳିଗଲା। ଏବଂ ତା’ପରେ ମୁଁ କେବେ ନିଜକୁ ପଚାରିବାକୁ ଚାହିଁନି ଯେ ମୁଁ ଏଠାରେ କାହିଁକି ଅଛି,” 

                                   ସେ BBCକୁ ଏକ ସାକ୍ଷାତକାରରେ କହନ୍ତି।

ତା’ପରେ ରାକେଶ ଠିକ୍ କଲେ ଯେ ପରିତ୍ୟକ୍ତ ଓ ବୁଲା କୁକୁର ମାନଙ୍କୁ ଆଣି ପାଳିବେ ଏବଂ ସେ ବହୁ ସଂଖ୍ୟକ କୁକୁର ଆଣି ପାଳୁଛନ୍ତି। ପ୍ରଥମେ ତ ପତ୍ନୀଙ୍କ ପ୍ରତିବାଦ ଶୁଣିବାକୁ ମିଳିଥିଲା। ପରେ କୁକୁରଙ୍କ ସଂଖ୍ୟା ବଢିବାରୁ ସେ ବେଙ୍ଗାଲୁରୁ ବାହାରେ ଦୋଡବଲ୍ଲପୁର ରେ ଏକ ଜମି କିଣି କୁକୁର ମାନଙ୍କ ପାଇଁ ଏକ ଫାର୍ମ ତିଆରି କଲେ।

ଫାର୍ମଟିକୁ ଏପରି ଭାବେ ତିଆରି କରାଯାଇଛି ଯେମିତି କୁକୁର ମାନେ ସ୍ବଚ୍ଛନ୍ଦରେ ବୁଲାବୁଲି କରିପାରିବେ। ଯେତେବେଳେ ଚାହିଁବେ ସ୍ଵିମିଂ ପୁଲରେ ପହଁରି ପାରିବେ। ସେ ୧୦ଜଣ ତାଲିମପ୍ରାପ୍ତ ଭେଟେରୀନାରୀ କର୍ମଚାରୀ ମଧ୍ୟ ନିଯୁକ୍ତ କରିଛନ୍ତି ଯେଉଁମାନେ କୁକୁରଙ୍କର ଯତ୍ନ ନିଅନ୍ତି।

ସେ Hindusthan Timesକୁ କୁହନ୍ତି, “ ମୁଁ ଯେତେବେଳେ କୁକୁରମାନଙ୍କୁ ଉଦ୍ଧାର କରିବା ଆରମ୍ଭ କଲି ସେମାନେ ମୋ ଅଫିସରେ ରହୁଥିଲେ। ବର୍ତ୍ତମାନ ମୋ ଘରେ ୫ଟି କୁକୁର ରହନ୍ତି ଏବଂ ଅଫିସରେ ୧୦ଟି। ତା’ମଧ୍ୟରୁ ଚାରିଜଣ ମୋ ଅଫିସ ଘରେ ରହନ୍ତି ଏବଂ ମୋର ସୋଫାରେ ଶୁଅନ୍ତି। ବେଙ୍ଗାଲୁରୁ ବାହାରେ ଥିବା ଫାର୍ମରେ ୧୨୫ଟି କୁକୁର ରହୁଛନ୍ତି।

ରାକେଶ ସେମାନଙ୍କ ଚିକିତ୍ସା ଓ ଖାଦ୍ଯ ପାଇଁ ଦୈନିକ ପ୍ରାୟ ୫୦,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ତାଙ୍କ ନିଜ ପକେଟରୁ ଏଥିରୁ ୯୩% ଯାଇଥାଏ। ଫାର୍ମଟି ବନ୍ଦ କରିବା ପାଇଁ ଅନେକ ଆପତ୍ତି ଓ ଅଭିଯୋଗ ସତ୍ତ୍ୱେ କୁକୁରଙ୍କ ପ୍ରତି ଭଲ ପାଇବା ତାଙ୍କୁ ତାଙ୍କ ନିଷ୍ପତ୍ତିରେ ଅଟଳ ରଖିଛି। 

Add to
Shares
5
Comments
Share This
Add to
Shares
5
Comments
Share
Report an issue
Authors

Related Tags