EDITIONS
Odia

Storeking, ଦକ୍ଷିଣ ଭାରତରେ ୧୦୦ କୋଟି ଟଙ୍କାର ଇ-କମର୍ସ ବ୍ୟବସାୟ କରୁଥିବା କମ୍ପାନୀ, ଭାରତୀୟ ଇ-କମର୍ସରେ ଏକ ଦୃଷ୍ଟାନ୍ତ

5th Nov 2015
Add to
Shares
0
Comments
Share This
Add to
Shares
0
Comments
Share

କର୍ଣ୍ଣାଟକର ଏକ ଅଖ୍ୟାତ ଗ୍ରାମରେ ଜଣେ ଛାତ୍ର ଯେତେବେଳେ ହଳେ ଉଜ୍ଜ୍ୱଳ ହଳଦିଆ ରଙ୍ଗର ସ୍ପୋର୍ଟ୍ସ ଜୋତା ପିନ୍ଧି କଲେଜକୁ ଗଲା ସେ ଭାବି ନଥିଲା ଯେ ମାତ୍ର କେଇ ଦିନରେ ତାର ୧୧୪ ଜଣ କଲେଜ ସାଥୀ ସେହି ଏକା ଜୋତା ପିନ୍ଧି ଆସିବେ ବୋଲି । ଶତାଧିକ ଗ୍ରାମବାସୀ କିପରି ଭାବେ ଏକା ପ୍ରକାର ଜୋତା କଣିବାକୁ ସକ୍ଷମ ହେଲେ ? ଏପରି ଏକ ପ୍ରଶ୍ନ ଉଠିବା ସ୍ୱାଭାବିକ । ଫ୍ଲିପକାର୍ଟ, ମିନ୍ତ୍ରା ନା ଜବଙ୍ଗ ?

କିନ୍ତୁ ଏକ ସଦ୍ୟ ସର୍ଭେ ଅନୁସାରେ ୯୧ ପ୍ରତିଶତ ଗ୍ରାମୀଣ ଗ୍ରାହକ ଇଂରାଜୀରେ ସେମାନଙ୍କ ଠିକଣା ଲେଖିବା ଜାଣନ୍ତି ନାହିଁ, ଅନଲାଇନରେ କିଣିବା କଥା ଛାଡନ୍ତୁ । ଏହା କେବଳ ଏଥିପାଇଁ ସଂଭବ ହେଲା ଯେ ସେମାନେ କନ୍ନଡ ଭାଷାରେ ଚାଲୁଥିବା ଏକ ଇ-କମର୍ସ ୱେବସାଇଟରୁ କିଣିଥିଲେ ।

ଗତ ତିନି ବର୍ଷରେ ବେଙ୍ଗାଲୁର ସ୍ଥିତ ଷ୍ଟୋରକିଙ୍ଗ ନାମକ ଏକ ଷ୍ଟାର୍ଟଅପ କଂପାନୀ ଏକ ନିୟୁତରୁ ଅଧିକ ଗ୍ରାମବାସୀଙ୍କୁ ଅନଲାଇନ ଖରିଦରେ ସାମିଲ କରିପାରିଛି ।

image


ସୁଧୀର ଷ୍ଟାର୍ଟଅପ ବ୍ୟବସାୟରେ ନୂଆ ନୁହଁନ୍ତି । ସେ ଲଣ୍ଡନର ୟୁନିଭରସିଟି ଅଫ ଗ୍ରିନୱିଚରୁ ଆଇଟି ଓ ଇ-କମର୍ସରେ ସ୍ନାତ୍ତୋକତର କଲାପରେ ୨୦୦୭ ମସିହାରେ ୟୁଲୋପ ନାମକ ଏକ କଂପାନୀ ଆରମ୍ଭ କରିଥିଲେ । ସେ ସମୟରେ କଂପାନୀ ଗ୍ରାହକମାନଙ୍କୁ ଭାରତର ପ୍ରଥମ ଲୋକେସନ ବେସଡ ସେବା ଦେବାରେ ପରିଚିତ ଥିଲା ।

ସେ ୨୦୦୯ ମସିହାରେ ୟୁଲୋପ ବନ୍ଦ କଲେ ଏବଂ ଅନୁଭବ କଲେ ଯେ ଏହି ବ୍ୟବସାୟ ପାଇଁ ପ୍ରଥମେ ତଳ ସ୍ତରର ଅନେକ ଛୋଟ ଛୋଟ ସମସ୍ୟାର ସମାଧାନ କରିବାକୁ ପଡିବ । ଯାହା କି ଗ୍ରାମୀଣ ଭାରତରେ ଥିବା ଜ୍ଞାନକୌଶଳର ଅଭାବ ବୋଲି ସେ ଧିରେ ଧିରେ ଅନୁଭବ କଲେ।

ୟୂରେକା ମୂହୁର୍ତ୍ତ

"ମୁଁ ମୋର ଚୀନ ଗସ୍ତରେ ଅନୁଭବ କଲି ଯେ ଚାଇନିଜମାନେ ନିଜ ମଧ୍ୟରେ ଯୋଗାଯୋଗ ପାଇଁ ସମସ୍ତେ ପ୍ରାୟ ନିଜର ଅଫିସିଆଲ ଭାଷା ବ୍ୟବହାର କରୁଛନ୍ତି । ଏହା ମୋତେ ବହୁ ମାତ୍ରାରେ ଅନୁପ୍ରାଣିତ କଲା । ସେମାନଙ୍କର ସବୁଥିରେ ଏକ ପ୍ରକାର ଆଂଚଳିକ ବାସ୍ନାଥିଲା । ଟେକଷ୍ଟିଙ୍ଗ, ଇ-ମେଲିଙ୍ଗ, ଇ-କମର୍ସ ଇତ୍ୟାଦି ସବୁଥିରେ ସେମାନେ ସେମାନଙ୍କର ଆଞ୍ଚଳିକ ଭାଷା ଯାହାକି ଅଫିସିଆଲ ମଧ୍ୟ ତାର ବ୍ୟବହାର କରୁଥିଲୋ ଏବଂ ସେଠାରୁ ଷ୍ଟୋରକିଙ୍ଗର ଭାବନା ମୋ ମନକୁ ଆସିଲା" ପ୍ରତିଷ୍ଠାତା ଶ୍ରୀଧର ଗୁଣ୍ଡାଇଆ କୁହନ୍ତି । ଷ୍ଟୋରକିଙ୍ଗ ୨୦୧୨ର ଆରମ୍ଭରେ ଆରମ୍ଭ ହୋଇଥିଲା।

ଷ୍ଟୋରକିଙ୍ଗ ବ୍ୟବସାୟ ମଡେଲ

୫୦,୫୦୦ରୁ ଅଧିକ ଦ୍ରବ୍ୟକୁ ନେଇ ଷ୍ଟୋରକିଙ୍ଗ ଏକ ଇ-କମର୍ସ ୱେବସାଇଟ ଅଟେ । କେବଳ ଏତିକି ପାର୍ଥକ୍ୟ ଯେ ଇଂରାଜୀ ଭାଷାର ବିନା ବ୍ୟବହାରରେ ଗ୍ରାହକ ବା ବ୍ୟବହାରକାରୀ ଏହାକୁ ବ୍ୟବହାର କରିଥାଏ । ଏହା ବର୍ତ୍ତମାନ ତାମିଲ, ତେଲଗୁ, କନ୍ନଡ ଓ ମାଲାୟାଲାମ ଭାଷାରେ ଉପଲବ୍ଧ । ନିକଟରେ ଗୋଆନକୁ ମଧ୍ୟ ଯୋଗକରାଯାଇଛି ।

ଆପଣମାନେ ଜାଣନ୍ତି ଯେ ଗାଁରେ ଘରମାନଙ୍କର ନିର୍ଦ୍ଧିଷ୍ଟ ଠିକଣା ନଥାଏ । କେବଳ ଜଣେ ବ୍ୟକ୍ତିର ସଂପୂର୍ଣ୍ଣ ନାମକୁ ନେଇ ଡାକ ବାଲା ଚିଠିପତ୍ର ଦେଇଥାଏ । ତେଣୁ ଆମେ ଜାଣିଥିଲୁ ଯେ ଗାଁମାନଙ୍କରେ ଦ୍ୱାରକୁ ଦ୍ୱାର ଯାଇ ଦ୍ରବ୍ୟ ପ୍ରଦାନ କରିବା ସେବା ସମ୍ଭବ ନୁହେଁ । ତେଣୁ ଆମେ ଏକ ହବ-ଏଣ୍ଡ-ସ୍ପୋକ ମଡେଲ ତିଆରି କଲୁ ବୋଲି ସୁଧୀର କୁହନ୍ତି ।

ଷ୍ଟୋରକିଙ୍ଗ ପ୍ରଥମେ ଗାଁର ଯେକୌଣସି ଏକ ଖୁଚୁରା ଦୋକାନ ସହ ଯୋଗାଯୋଗ କରିଥାଏ । ମୋବାଇଲ ଦୋକାନ ହେଉ ଅବା ତେଜରାତି ଦୋକାନ, ଏବଂ ସେମାନଙ୍କୁ ଏକ ଷ୍ଟୋରକିଙ୍ଗ ଟାବଲେଟ କିମ୍ବା କିଓସ୍କ କିଣି ଦୋକାନରେ ସଂଯୋଗ କରିବାକୁ ବୁଝାଇଥାଏ । ଏଥିପାଇଁ ଦୋକାନୀକୁ ଇନଷ୍ଟଲେସନ ବାବଦ ୧୦,୦୦୦ରୁ କମ ଟଙ୍କା ଦେବାକୁ ପଡିଥାଏ ।

ଆମେ ଜଣେ ବିଶ୍ୱସ୍ତ ଦୋକାନୀକୁ ଖୋଜି ବାହାର କରୁ ଯିଏ କି ଗ୍ରାମରେ ଭଲ ପରିଚିତ । ଯାହାଦ୍ୱାରା ଲୋକମାନେ ତାଙ୍କ ପାଖକୁ ଆସି ନଜ ପସନ୍ଦର ଦ୍ରବ୍ୟ କିଣିବା ସହ ତାହାର ସଂପୂର୍ଣ୍ଣ ମୂଲ୍ୟ ଦେଇଥାନ୍ତି ବୋଲି ସୁଧୀର ମତ ଦିଅନ୍ତି ।

ଦୋକାନୀ ଗ୍ରାହକକୁ ଅନଲାଇନ ସପିଂର ଆନନ୍ଦ ଦେବା ସହ ଚେକଆଉଟ ପ୍ରୋସେସରେ ସାହାଯ୍ୟ କରିଥାଏ । ଅର୍ଡର କନଫର୍ମ ହୋଇଗଲେ ଗ୍ରାହକ ଦୋକାନୀକୁ ସଂପୂର୍ଣ୍ଣ ମୂଲ୍ୟ ପୈଠ କରିଥାଏ ଓ ଷ୍ଟୋରକିଙ୍ଗଠାରୁ ନିଜ ଭାଷାରେ ଏକ ଏସଏମଏସ ପାଇଥାଏ ।

Sridhar Gundaiah

Sridhar Gundaiah


ସୁଧୀର କୁହନ୍ତି, ଗ୍ରାହକକୁ ଚିହ୍ନିବା ପାଇଁ ଆମେ କେବଳ ତାର ଫୋନ ନମ୍ବର ଆବଶ୍ୟକ କରିଥାଉ । ଏହାପରେ ଆମେ ଡେଲିଭରି ସଂମ୍ପର୍କିତ ସମସ୍ତ ତଥ୍ୟ ତା ମୋବାଇଲକୁ ପଠାଇଥାଉ ।

ଗ୍ରାମୀଣ ଭାରତୀୟ କିଣନ୍ତି କ'ଣ?

ବେଙ୍ଗାଲୁରରେ ଷ୍ଟୋରକିଙ୍ଗର ଗୋଦାମଘର ଅଛି ଏବଂ ଏହା ୪୮ଘଣ୍ଟା ମଧ୍ୟରେ ଡେଲିଭରି କରିବାର ଗ୍ୟାରେଣ୍ଟି ଦେଇଥାଏ । ଏହାର ଦ୍ରବ୍ୟଗୁଡିକର ଡେଲିଭରି ପାଇଁ କଂପାନୀ ଏଫଏମସିଜି ବିତରଣ ଚ୍ୟାନେଲ ବ୍ୟବହାର କରିଥାଏ । କଂପାନର କୌଣସି ପ୍ରତିଦ୍ୱନ୍ଦୀ ନଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହାକୁ ଆକର୍ଷଣୀୟ ରିହାତି କିମ୍ବା ଛାଡରେ ବିକ୍ରି କରିବାର ଆବଶ୍ୟକତା ପଡେନାହିଁ । ପ୍ରତ୍ୟେକ ବିକ୍ରୟ ପାଇଁ ଦୋକାନୀକୁ ୬ ରୁ ୧୦ ପ୍ରତିଶତ କମିଶନ ମିଳିଥାଏ ।

ଆପଣମାନେ ବିଶ୍ୱାସ କରିବେନାହିଁ ଯେ ଆଣ୍ଟି ଏଜ କ୍ରିମ ହେଉଛି ଷ୍ଟୋରକିଙ୍ଗର ସର୍ବାଧିକ ବିକ୍ରିହେଉଥିବା ଦ୍ରବ୍ୟ । ମହିଳାମାନେ ଆସି ବିଜ୍ଞାପନରେ ଦେଖାଯାଉଥିବା ମାଧୁରୀଙ୍କ ପରି ଦେଖାଯିବାକୁ ଏହାକୁ କିଣିବା ସହ ଆମେ ଦୈନିକ ୧୦୦ରୁ ଅଧିକ ଏହି ଅର୍ଡର ପାଉଥିବାର ସୁଧୀର କୁହନ୍ତି । ଏହା ସହ ଗ୍ରାମବାସୀମାନେ ଦାମୀ ସ୍ମାର୍ଟ ଫୋନ ଏପରିକି ଆଇଫୋନ ୬ ମଧ୍ୟ କିଣୁଛନ୍ତି ।

ଷ୍ଟୋରକିଙ୍ଗର ଦକ୍ଷୀଣ ଭାରତରେ ୪୫୦୦ କିଓସ୍କ ଅଛି ଓ ଏହା ମାସକୁ ୭୫,୦୦୦ରୁ ଅଧିକ ଅର୍ଡର ଡେଲିଭର କରୁଛି । ଯଦିଓ ଏଥିରେ ଅତିକମରେ ୫୦୦ ଟଙ୍କାର ଅର୍ଡର କରିବାକୁ ପଡିଥାଏ ହାରାହାରି ଅର୍ଡର ସାଧାରଣତ ପ୍ରାୟ ୧୨୦୦ ଟଙ୍କାର ଆସିଥାଏ ।

କଂପାନୀ ଲକ୍ସେମବର୍ଗ ସ୍ଥିତ ମ୍ୟାନଗ୍ରୋଭ କ୍ୟାପିଟାଲ ପାର୍ଟନର୍ସ ନାମକ ଭିସି ଫାର୍ମରୁ ବିଭିନ୍ନ ଦଫାରେ ପାଖାପାଖି ୬ ମିଲିଅନ ଡଲାର ର ଆର୍ଥିକ ସାହାଯ୍ୟ ଆଣିଛି । ନିକଟରେ ସେମାନେ ୨୦୧୪ ମସିହା ଡିସେମ୍ବର ମାସରେ ଅର୍ଥ ଆଣିଥିଲେ।

କଂପାନୀ ଆଗାମୀ ଦୁଇମାସରେ ମହାରାଷ୍ଟ୍ର, ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛି ।

ଯେହେତୁ ଫ୍ଲିପକାର୍ଟ କିମ୍ବା ଆମାଜନ ଗ୍ରାମୀଣ ଅଂଚଳରେ ବ୍ୟବସାୟ କରିବାର ସେପରି ସୁବିଧା ନାହିଁ ମୁଁ ଆଗାମୀ କିଛି ବର୍ଷରେ ୫୦୦ ମିଲିୟନ ଲୋକଙ୍କ ପାଖକୁ ଯିବାକୁ ଯିବାକୁ ଚେଷ୍ଟା କରୁଛି ବୋଲି ଶ୍ରୀଧର କହିଛନ୍ତି ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags