EDITIONS
Odia

ଫ୍ରଣ୍ଟିୟର ମାର୍କେଟ - ଗ୍ରାମାଞ୍ଚଳରେ ଉତ୍ପାଦନର ସ୍ଥିତି ଅନୁଧ୍ୟାନ ଓ କିଣାବିକାର ଏକ ମଡେଲ

30th Oct 2015
Add to
Shares
0
Comments
Share This
Add to
Shares
0
Comments
Share

ଗ୍ରାମାଞ୍ଚଳର ଦାରିଦ୍ର୍ୟ ଓ ଗ୍ରାମାଞ୍ଚଳର ବଜାରକୁ ଲକ୍ଷ୍ୟ କରିବା ଭିତରେ ଫରକ

ଆଧୁନିକ ଯୁଗରେ କୌଣସି କମ୍ପାନୀ ତାର ଉତ୍ପାଦନକୁ ବଜାରକୁ ଛାଡିବା ପୂର୍ବରୁ ଗ୍ରାହକ ମାନଙ୍କ ପସନ୍ଦ, ନାପସନ୍ଦ,ସୁବିଧା,ଅସୁବିଧା ଆଦି ସମ୍ପର୍କରେ ବଜାରର ସ୍ଥିତି ଅନୁଧ୍ୟାନ କରିଥାନ୍ତି । କମ୍ପାନୀ ମାନେ କଣ ପ୍ରକୃତରେ ଗ୍ରାମାଞ୍ଚଳର ଗରିବ ମାନଙ୍କ କ୍ଷେତ୍ରରେ ମଧ୍ୟ ସେଭଳି ଦୃଷ୍ଟିଭଙ୍ଗୀ ରଖିଥାନ୍ତି କି ?

ଭାରତର ୨୮ ଟି ପ୍ରଦେଶ ରୁ ୧୧ ଟି ପ୍ରଦେଶ ରେ କାମ କରିଥିବା ଅଜୈତ ସାହା କୁହନ୍ତି “ଗ୍ରାମାଞ୍ଚଳର ଗରିବ ମାନଙ୍କ କ୍ଷେତ୍ରରେ ଆମେ କେବଳ ସଂଖ୍ୟା ଓ ପରିସଂଖ୍ୟାନ ବିଷୟରେ ଜାଣିଥାଉ । ସେମାନଙ୍କ କ୍ଷେତ୍ରରେ ଆମେ ସହରାଞ୍ଚଳ ଗ୍ରାହକଙ୍କ ଭଳି ସେମାନଙ୍କୁ ଯଥେଷ୍ଟ ବିକଳ୍ପ ଓ ନିଜ ଇଛାରେ ନିଷ୍ପତ୍ତି ନେବାର ସୁଯୋଗ ଦେଇ ନଥାଉ। ସେମାନଙ୍କ ନିକଟରେ ସେବା ପହଞ୍ଚାଇବାକୁ ହେଲେ ,ଆପଣ କେବଳ ପରିସଂଖ୍ୟାନ ବିଷୟରେ ଜାଣିଲେ ହେବ ନାହିଁ ବରଂ ସେମାନଙ୍କୁ ଗ୍ରାହକ ଭାବରେ ସେମାନଙ୍କର ଆବଶ୍ୟକତାକୁ ଚିହ୍ନିବାକୁ ପଡିବ।

ଫ୍ରଣ୍ଟିୟର ମାର୍କେଟ ଜରିଆରେ ଗ୍ରାମାଞ୍ଚଳ ବଜାରକୁ ପରଖିବା

image


ସୀମାନ୍ତ ବଜାର ସହିତ ଗ୍ରାମାଞ୍ଚଳ ବଜାର କଥା ମଧ୍ୟ ଚିନ୍ତା କରିବା ଉଚିତ। ଗ୍ରାମାଞ୍ଚଳର ଗରିବ କ୍ରେତା ମାନଙ୍କୁ ଅନୁଧ୍ୟାନ କରାଯାଇଥିବା ବଜାର ଭାବରେ ଗ୍ରହଣ କରାଯିବା ହେଉଛି ଏକ ଉତ୍ସାହଜନକ ମଡେଲ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଠାରେ ବଜାରର ଭରପୁର ସମ୍ଭାବନା ରହିଛି ଏବଂ ଉତ୍ପାଦନକୁ ଯତ୍ନଶୀଳ ଭାବରେ ସମୀକ୍ଷା କରି ସେଥିରେ ପୁଞ୍ଜି ନିବେଶ କରାଯିବାର ଆବଶ୍ୟକତା ରହିଛି ।

ଏହି ବଜାରକୁ ଏଫମେସିଜି ବ୍ରାଣ୍ଡ ମାନଙ୍କର ଉତ୍ପାଦନ ଛାଡିବାର ବିଫଳତାରୁ ଅଜୈତା ସାହାଙ୍କ ପାଇଁ ଏକ ଶିକ୍ଷା ହେଇଥିଲା। ଏଥିରୁ ୨୦୧୦ରେ ସୀମାନ୍ତ ବଜାରର ସୃଷ୍ଟି ହେଲା ଓ ବିଭିନ୍ନ ଉତ୍ପାଦନକାରୀମାନେ ଏହାକୁ ଗ୍ରହଣ କରିବା ଆରମ୍ଭ କରିଛନ୍ତି।

ଅଜୈତା ବିଶ୍ଵାସ କରନ୍ତି ଯେକୌଣସି ବ୍ରାଣ୍ଡକୁ ଗ୍ରାମାଞ୍ଚଳ ଲୋକ ମାନଙ୍କ ପାଖରେ ବିକ୍ରି କରାଯାଇ ପାରିବ। ମାତ୍ର ଏହି ଗ୍ରାହକ ମାନଙ୍କୁ ନିୟମିତ ଗ୍ରାହକରେ ପରିଣତ କରିବାରେ ଅଛି କିଛି ସମସ୍ୟା। ଯେମିତିକି ଏଠିକାର ଲୋକେ ଆଉ ସୌରଶକ୍ତି ସରଞ୍ଜାମ ଉପରେ ବିଶେଷ ବିଶ୍ଵାସ କରୁନାହାନ୍ତି। କାହିଁକି? କାରଣ ୧୦ବର୍ଷ କାମ କରିପାରୁଥିବା ଏହି ଜିନିଷ ଯେତେବେଳେ ପ୍ରଥମ ୬ ମାସ ଭିତରେ ଅକାମି ହେଇପଡେ ତାକୁ ସଜାଡିବା ପାଇଁ ଏଠାରେ କିଛି ସେବା ମିଳିନଥାଏ। ଏହାଦ୍ଵାରା ଗ୍ରାହକମାନେ ତାଙ୍କର ବିଶ୍ଵାସ ହରେଇଥାନ୍ତି।

ଫ୍ରଣ୍ଟିୟର ମାର୍କେଟ ଏହି ସମସ୍ୟାର କିଭଳି ସମାଧାନ କରିଥାଏ?

image


ଫ୍ରଣ୍ଟିୟର ମାର୍କେଟ ଏହାର ଶାଖା ସହ କ୍ଷେତ୍ର କର୍ମଚାରୀ (ଜୀବନ କର୍ମୀ) ମାନଙ୍କୁ ନିଯୁକ୍ତ ଦେଇଥାଏ । ଯେଉଁମାନେ ବିଭିନ୍ନ ପ୍ରକାର ଗ୍ରାହକ ମାନଙ୍କ ସହ ଚ୍ୟାନେଲ ସମ୍ପର୍କ ରକ୍ଷା କରିଥାନ୍ତି। ସେମାନେ ଉତ୍ପାଦନର ବିକ୍ରି ଉପରେ ଧ୍ୟାନ ନଦେଇ ବିଶେଷ ଭାବେ ଗ୍ରାହକ ମାନଙ୍କ ଅସୁବିଧା ସମୟରେ ସେମାନଙ୍କୁ ସହଯୋଗ କରିଥାନ୍ତି। “ଯଦି ସେମାନେ ଆପଣଙ୍କ ଦୋକାନ ଦେଖିବେ ନାହିଁ, ତେବେ ଆପଣଙ୍କୁ ବିଶ୍ଵାସ କରିବେ ନାହିଁ । ଅତୀତରେ ସୌରଶକ୍ତିସରଞ୍ଜାମ କ୍ଷେତ୍ରରେ ଏହା ଘଟି ସାରିଛି। ଏହାର ଅର୍ଥ ହେଲା ଆମେ ବିକ୍ରି କରି ସେଠାରୁ ପଳାଇଯିବା। ଏହା ଫଳରେ ଆମେ ଆମ ବିକ୍ରୀକୁ ଧୀର କରିଦେଲୁ ଓ ଖରାପ ହେଇ ପଡିଥିବା ସରଞ୍ଜାମ ଗୁଡିକୁ ମରାମତି କରିବା ଆରମ୍ଭ କରିଦେଲୁ। ଫଳରେ ସେ ଅଞ୍ଚଳରେ ଆମର ଦୋକାନ ନଥାଇ ମଧ୍ୟ ଗ୍ରାହକ ମାନେ ଆମକୁ ବିଶ୍ଵାସ କରିବା ଆରମ୍ଭ କଲେ, କୁହନ୍ତି ଅଜୈତ; ସିଇଓ ଓ ପ୍ରତିଷ୍ଠାତା ଫ୍ରଣ୍ଟିୟର ମାର୍କେଟ। ଗ୍ରାମାଞ୍ଚଳ ବଜାରର ଆବଶ୍ୟକତା ଓ ଚ୍ୟାଲେଞ୍ଜକୁ ଟିକିନିଖି ଭାବେ ଅନୁଧ୍ୟାନ କଲାପରେ ଫ୍ରଣ୍ଟିୟର ମାର୍କେଟ ପକ୍ଷରୁ ସୌରଶକ୍ତି ସରଞ୍ଜାମର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ରହିଛି ସୌର ଲଣ୍ଠନ,ଘର ଭିତରର ଲାଇଟ ଇତ୍ୟାଦି । ବର୍ତ୍ତମାନ ସେମାନେ ସୌର ଇନଭର୍ଟର ଓ ଷ୍ଟ୍ରୀଟଲାଇଟ ଗୁଡିକ ମଧ୍ୟ ବିକ୍ରି କରୁଛନ୍ତି ।

• ସେମାନେ ସ୍ଵଳ୍ପ ସଞ୍ଚୟ ଅନୁଷ୍ଠାନ, ଅଙ୍ଗନବାଡି କର୍ମୀ, ନାବାର୍ଡ ଓ ମହିଳା ଦଳ ଆଦିଙ୍କ ସହ ମିଳିତ ଭାବେ କାମ କରୁଛନ୍ତି।

• ବର୍ତ୍ତମାନ ସେମାନଙ୍କର ୩୨,୦୦୦ ଗ୍ରାହକ ରହିଛନ୍ତି ।

• ଶତକଡା ୩୫ ଭାଗ ଗ୍ରାହକ ନିୟମିତ ଭାବେ ଏହି ସାରଞ୍ଜାମ କିଣୁଛନ୍ତି ।

• ୨ ଟି ରାଜ୍ୟ –ଆନ୍ଧ୍ର ପ୍ରଦେଶ ଓ ରାଜସ୍ଥାନ

• ୧୦,୦୦୦ ଗ୍ରାହକଙ୍କ ଡାଟାବେସ ରହିଛି

• ୧୪ ଜଣିଆ ସଦସ୍ୟ ଟିମ ରହିଛନ୍ତି ଓ ୩ ଜଣ ମୁଖ୍ୟ ସଦସ୍ୟ ଅଜୈତ ସାହା, ଡାନିଏଲ ଟୋମାଲିନ୍ସନ(ସହ ପ୍ରତିଷ୍ଠାତା ଓ ଭିପି)ଏବଂ ଅକ୍ଷିତା ବକ୍ସି ରହିଛନ୍ତି ।

• ବ୍ୟବସାୟ ମଡେଲ –ଉତ୍ପାଦନର ବିକ୍ରି ଓ ବଜାର ଅନୁଧ୍ୟାନ,ଉତ୍ପାଦନର ପରୀକ୍ଷା ଓ ଉତ୍ପାଦକଙ୍କ ପାଇଁ ଭିତରି ଯୋଗାଣ ଆଦିରୁ ମିଳୁଥିବା ଲାଭ ।

ଗ୍ରାହକଙ୍କୁ ଧରି ରଖିବାର ଯୋଜନା ଓ ଭବିଷ୍ୟତ

ଫ୍ରଣ୍ଟିୟର ମାର୍କେଟ ତାର ସମସ୍ତ ଗ୍ରାହକ ଓ ବିକ୍ରୀ ହେଇଥିବା ଉତ୍ପାଦର ତଥ୍ୟ ନେଇ ଏକ ଡିଜିଟାଲ ଡାଟାବେସ ତିଆରି କରିଥାଏ। ଏହି ଡାଟାବେସ ଗ୍ରାହକସେବାରେ ଅନେକ କାମରେ ଲାଗିଥାଏ। ପ୍ରତ୍ୟେକ ପ୍ରୋଡକ୍ଟର ନିଜର ଏକ ଅଲଗା ମୋବାଇଲ ନମ୍ବର ରହିଥାଏ ଯେଉଁଥିରେ ଗ୍ରାହକମାନେ ସେ ପ୍ରୋଡକ୍ଟକୁ ନେଇ କିଛି ଅସୁବିଧାର ସମ୍ମୁଖୀନ ହେଲେ ଫୋନ କିମ୍ବା ମେସେଜ କରିପାରିବେ।

“ଏବେ ଲୋକ ମାନେ ବୁଝିସାରିଛନ୍ତି ଯେ ବିଭିନ୍ନ ପ୍ରକାର ଉତ୍ପାଦନ ସହିତ ତାର ସୂଚାରୁ ବଣ୍ଟନ ବ୍ୟବସ୍ଥା ହିଁ ସେମାନଙ୍କୁ ସଫଳତା ଦେଇ ପାରିବ । ଅନ୍ୟ ରାଜ୍ୟର ଲୋକ ଓ ସଂଗଠନ ଆମର ଏହି ମଡେଲକୁ ଅନୁସରଣ କରି ଆମ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି,” କୁହନ୍ତି ଅଜୈତ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags