EDITIONS
Odia

ସାବାସ୍ ମ୍ୟାଡ଼ାମ ! ଏଇ ସରକାରୀ ଅଫିସର ନିଜର କିନ୍ନର ପରିଚୟକୁ ନେଇ ଗର୍ବିତ

Team Odia
14th Jan 2016
Add to
Shares
0
Comments
Share This
Add to
Shares
0
Comments
Share

୧୫ ଏପ୍ରିଲ ୨୦୧୪ ର ସକାଳ ତାଙ୍କ ପାଇଁ ନୂତନ ଜୀବନର ସନ୍ଦେଶ ଆଣିଥିଲା ; ତା'ପରେ ବଦଳିଯାଇଥିଲା ତାଙ୍କ ଜୀବନର ପରିଚୟ। ଯେଉଁ କଥାକୁ ସେ ଛାତି ତଳେ ରୁଦ୍ଧ କୋଠରୀରେ ବନ୍ଦୀ କରି ରଖିଥିଲେ ଏତେଦିନ, ତାହାକୁ ମୁକ୍ତ କରିବାର ସମୟ ଆସିଯାଇଥିଲା।

୧୪ ଏପ୍ରିଲ ୨୦୧୪ ଦିନ ଭାରତର ସର୍ବୋଚ୍ଚ ଅଦାଲତ କିନ୍ନର ମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରି ସେମାନଙ୍କର ଶିକ୍ଷା ଓ ନିଯୁକ୍ତି ଅଧିକାରକୁ ସାମ୍ବିଧାନିକ ସ୍ଵୀକୃତି ଦେଲେ। ଚିର ଆତଙ୍କିତ ଓ ଉତ୍ପୀଡ଼ିତ କିନ୍ନରକୁଳ ପାଇଁ ସାମାଜିକ ସମ୍ମାନ ଆଉ ଅପହଞ୍ଚ ନ ଥିଲା।

image


ଜନ୍ମରୁ ସେ ପରିଚିତ ଥିଲେ ରତିକାନ୍ତ ପ୍ରଧାନ ଭାବେ। ଭାରତୀୟ ଜନ ସଂଚାର ସଂସ୍ଥାନରୁ ସେ ସ୍ନାତକ ହୋଇପାରିଲେ। ତା'ପରେ ସାଧାରଣ ପ୍ରଶାସନରେ ମଧ୍ୟ ସ୍ନାତକତ୍ତୋର ଉପାଧି ଅର୍ଜ୍ଜନ କଲେ। ରାଜ୍ୟ ସାଧାରଣ ସେବା ପରୀକ୍ଷାରେ(OPSC) କୃତକାର୍ଯ୍ୟ ହେଲା ଉତ୍ତାରୁ ସେ ଓଡ଼ିଶା ଅର୍ଥନୈତିକ ସେବାରେ ଅକ୍ଟୋବର ୨୦୧୦ରେ ଯୋଗ ଦେଲେ ଜଣେ ପୁରୁଷ ଅଧିକାରୀ ଭାବେ।

୨୦୧୪ରେ ଯେତେବେଳେ ସେ ପାରାଦୀପ ପୋର୍ଟ ଟାଉନସିପରେ ସିଟିଓ ଭାବେ କାର୍ଯ୍ୟରତ ଥାଆନ୍ତି ସେତେବେଳେ କିନ୍ନରମାନଙ୍କୁ ସରକାରୀ ଭାବେ ତୃତୀୟ ଲିଙ୍ଗ ଅନ୍ତର୍ଗତ ବୋଲି ସୁପ୍ରିମ କୋର୍ଟ ଘୋଷଣା କରି ସେମାନଙ୍କର ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିଲେ।

ଯେଉଁ ଦିନ ଏହି ରାୟ ଘୋଷଣା କରାହେଲା ସେହିଦିନ ହିଁ ସେ ନିଷ୍ପତ୍ତି ନେଲେ ଯେ ସେ ତାଙ୍କର ଲିଙ୍ଗକୁ ତୃତୀୟ ଲିଙ୍ଗ ବର୍ଗକୁ ପରିବର୍ତ୍ତନ କରିବେ।

ସେ ତାଙ୍କର ନାମ ଓ ଲିଙ୍ଗ ପରିବର୍ତ୍ତନର ସମସ୍ତ କାଗଜପତ୍ର କାମ ସମାପ୍ତ କରିଛନ୍ତି ଏବଂ ବର୍ତ୍ତମାନ ସେ ସରକାରୀ ଭାବେ ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ - ଯେଉଁ ନାମକୁ ସେ ନିଜେ ବାଛିଚନ୍ତି।

"ଏପ୍ରିଲ ୯,୨୦୧୪ରେ ମୋର ସିଟିଓ ପାରାଦୀପ ଭାବେ ନିଯୁକ୍ତି ହେଲା। ସେତେବେଳେ ମୁଁ ପୁରୁଷ ପୋଷାକ ପିନ୍ଧୁଥିଲି। ତା'ପରେ ସୁପ୍ରିମ କୋର୍ଟର ରାୟ ପ୍ରକାଶିତ ହେଲା ଏବଂ ମୁଁ ଶାଢ଼ୀ ପିନ୍ଧିଲି। ଏହି ପରିବର୍ତ୍ତନ ବହୁଜଣଙ୍କୁ ଚକିତ କରିଥିଲା କିନ୍ତୁ ଏବେ ସବୁ କିଛି ସାଧାରଣ। ଯେଉଁମାନେ ମୋତେ 'ସାର' ବୋଲି ସମ୍ବୋଧନ କରୁଥିଲେ ଏବେ 'ମ୍ୟାଡ଼ାମ' ବୋଲି ସମ୍ବୋଧନ କରୁଛନ୍ତି। ମୁଁ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ କାରଣ ମୋର ବରିଷ୍ଠ ଅଧିକାରୀ ମୋତେ ବେଶ୍ ସମର୍ଥନ ଦେଇଥାନ୍ତି," ଐଶ୍ଵର୍ଯ୍ୟା କହନ୍ତି।

ଐଶ୍ଵର୍ଯ୍ୟା ମଧ୍ୟ କହନ୍ତି ଯେ ତାଙ୍କର କିନ୍ନର ହେବା ତାଙ୍କର ସରକାରୀ କର୍ତ୍ତବ୍ୟ ଏବଂ ଦାୟିତ୍ଵ ସମ୍ପାଦନ କରିବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିନାହିଁ ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags