EDITIONS
Odia

ବନ୍ଧ୍ୟାତ୍ତ୍ଵ ଦୂରୀକରଣ ପାଇଁ ଏକଯୁଟ ହୋଇଥିବା ଦୁଇ ମହିଳା

10th Nov 2015
Add to
Shares
0
Comments
Share This
Add to
Shares
0
Comments
Share

୧୦ ବର୍ଷ ପୂର୍ବେ ଦୁଇ ମହିଳା ଉଦ୍ୟୋଗୀ ଡା. ନିର୍ମଳା ଆର୍ ଓ ଡା. ବର୍ଷା ସାମ୍ସନ୍ ରୟ, ଲକ୍ଷାଧିକ ମହିଳାଙ୍କ ଜୀବନରେ ଖୁସି ଆଣିବାକୁ ହାତ ମିଳାଇଥିଲେ । ଉଭୟ ସଫଳ ଚିକିତ୍ସକ ଅଟନ୍ତି । ସେମାନେ ବର୍ତ୍ତମାନର ଅନେକ ମହିଳାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା-ବନ୍ଧ୍ୟାତ୍ୱର ଦୂର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

image


ଏହା ହେଉଛି ଏକ ଅତ୍ୟାଧୁନିକ ଫର୍ଟିଲିଟି(ଗର୍ଭଧାରଣ) କେନ୍ଦ୍ରର ବିକାଶ, ଯାହା ୨୦୦୪ରେ ବେଙ୍ଗାଲୁରୁର ଜେପି ନଗରରୁ ଆରମ୍ଭ ହୋଇଥିଲା । ଏହି ସ୍ପେସାଲିଟି କେନ୍ଦ୍ରରେ ବନ୍ଧ୍ୟାତ୍ୱଦୂରୀକରଣ ଚିକିତ୍ସା ପାଇଁ ଅଧିକ ଧ୍ୟାନ ଦିଆଯାଇଥାଏ । ଉକ୍ତ ହସ୍ପିଟାଲରେ ଚିକିତ୍ସା କ୍ଷେତ୍ରଟି ଡା. ନିର୍ମଳା ଆର୍ ତଦାରଖ କରୁଥିବା ବେଳେ ଡା. ବର୍ଷା embryological ବିଭାଗର ମୁଖ୍ୟ ଅଛନ୍ତି ।

ଡା. ନିର୍ମଳା ଆର୍ ବନ୍ଧ୍ୟାତ୍ୱଦୂରୀକରଣ ଚିକିତ୍ସା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଆର୍ଯ୍ୟଭଟ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି । ସିଙ୍ଗାପୁରର ଜାତୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିବାପରେ ଡା. ବର୍ଷା embryologist ଭାବେ କାମ ଆରମ୍ଭ କରିଥିଲେ । ଡା.ବର୍ଷା ଏନେଇ କହନ୍ତି, “ମୁଁ ଦୃଢ଼ ନିଶ୍ଚିତ ଥିଲି ଯେ ମୁଁ ଏହାହିଁ ଚାହୁଁଥିଲି ।” ସେ ଗଭୀର ବିଶ୍ୱାସ କରନ୍ତି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ସମସ୍ତ ପ୍ରକାରର ଆଧୁନିକ ଚିକିତ୍ସା, ଲାକ୍ଷଣିକ ନିଦାନ ପରିବର୍ତ୍ତେ ଗବେଷଣାଗାର ଆଡ଼କୁ ଯାଉଛି ।

ବିଗତ ୧୦ ବର୍ଷର ସଫଳତାପୂର୍ଣ୍ଣ ପ୍ରଗତିର ସ୍ମୃତିଚାରଣ କରି ହସ୍ପିଟାଲର ସହପ୍ରତିଷ୍ଠାତା କହନ୍ତି ଯେ ସେହି ସମୟରେ ଏଭଳି ଏକ ଉଦ୍ୟମ ଦାମ୍ଭିକପୂର୍ଣ୍ଣ ଆହ୍ୱାନ ଥିଲା ।

ଏକ ଚିକିତ୍ସା କେନ୍ଦ୍ରରେ ସାଥିହୋଇ କାମ କରିବା ପରେ ଉଭୟ ଅନୁଭବ କଲେ ଯେ ସେମାନଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଏଣୁ ସେମାନେ ଏକସଙ୍ଗରେ ଏହି ଉଦ୍ୟମରେ ପାଦ ଥାପିଲେ । ଡା. ବର୍ଷା କହନ୍ତି, “ପ୍ରାଥମିକ ପର୍ଯ୍ୟାୟରେ ଆମନିକଟରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ନଥିଲା ତଥାପି ଆମେ ଆମ ପରିବାର ଓ ନିକଟ ବନ୍ଧୁଙ୍କ ଠାରୁ ଯଥେଷ୍ଟ ସହଯୋଗ ପାଇଥିଲୁ ।”

ପ୍ରଗତିର କାହାଣୀ

ଏହାର ପ୍ରତିଷ୍ଠାତା ଚିନ୍ତା କରିନଥିଲେ ଯେ ୧୦ ବର୍ଷ ମଧ୍ୟରେ ସେମାନେ ଆରମ୍ଭ କରିଥିବା ପ୍ରଚେଷ୍ଟା ଏତେ ବଡ଼ ଆକାର ଧାରଣ କରିବ । ଏହି କେନ୍ଦ୍ର ଭଡ଼ାସୂତ୍ରରେ ମାତ୍ର ୨ହଜାର ବର୍ଗଫୁଟ ଇଲାକାରେ ଆରମ୍ଭ ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ନିଜର ଏକ ଉକ୍ରୃଷ୍ଟ ଲ୍ୟାବ୍ ନିର୍ମାଣ କରିବାରେ ସକ୍ଷମ ହୋଇଥିଲେ । ୨୦୦୮-୦୯ରେ ଦୈନିକ ୧୦ରୁ ୧୫ ରୋଗୀ ହସ୍ପିଟାଲକୁ ଆସୁଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇଁ ଦୈନିକ ୫ହଜାର ପଂଜୀକରଣରେ ପହଞ୍ଚିଛି ।

ଜଣେ ମହିଳା ଉଦ୍ୟୋଗୀ ହୋଇଥିବାରୁ ଡା. ନିର୍ମଳାଙ୍କ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସ୍ୱାଭାବିକ ସହାନୁଭୂତି ରହିଥିଲା। କିନ୍ତୁ ଅପରପକ୍ଷରେ, ବିକ୍ରେତାଙ୍କ ସହ ଯୋଗସୂତ୍ର କଷ୍ଟକର ଥିଲା, କାରଣ ସେମାନେ ଏହି କ୍ଷେତ୍ରରେ ମହିଳାଙ୍କୁ ଗ୍ରହଣ କରିପାରୁନଥିଲେ । ତେବେ ବର୍ତ୍ତମାନ ଏଭଳି କୌଣସି ସମସ୍ୟା ନାହିଁ, କାରଣ ଏଠାରେ ସଫଳ ଭାବେ ଜନ୍ମ ନେଉଥିବା ଶିଶୁଙ୍କ ପାଇଁ ଏହି ପ୍ରତିଷ୍ଠାନ ଆଗେଇ ଚାଲିଛନ୍ତି ।

(ନିକଟରେ ୟୁଆର୍ଷ୍ଟୋରି ଡଟ୍ କମ୍ ଏହି ଚିକିତ୍ସକ ଉଦ୍ୟୋଗୀଙ୍କୁ ସାକ୍ଷାତ କରିଥିଲେ । ଉପରୋକ୍ତ କାହାଣୀ ସେମାନଙ୍କ ସହ ବାର୍ତାଳାପର କିୟଦଂଶ ।)


Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags