EDITIONS
Odia

ଜଙ୍ଗଲ ଭିତର ଏଇ ‘ଯୁଗାଡ୍’ ବଞ୍ଚେଇପାରିଛି ୨୦୦ରୁ ଊର୍ଦ୍ଧ୍ଵ ଗର୍ଭବତୀଙ୍କ ଜୀବନ

26th Oct 2016
Add to
Shares
31
Comments
Share This
Add to
Shares
31
Comments
Share

ଛତିଶଗଡ଼ର ଗୋଟେ ଭିତିରିଆ ଗାଁ, ଯେଉଁଠି ବିକାଶ ଓ ପ୍ରଗତି ହେଲେ ନୂଆଁ ଶବ୍ଦ, ସେଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଉପଯୁକ୍ତ ଭିତ୍ତିଭୂମିର ଅଭାବରୁ ବିଶେଷ କରି ଗର୍ଭବତୀ ମହିଳା ମାନେ ପ୍ରଭାବିତ ହୁଅନ୍ତି। ଏମିତି ଏକ ଜିଲ୍ଲା ନାରାୟଣପୁରରେ କିନ୍ତୁ କିଛି ପରିବର୍ତ୍ତନ ଆସିଛି।

Image : (L) –<a href=

Image : (L) –

The Indian Express; (R) – Oh My Indiaa12bc34de56fgmedium"/>

ସରଳ ଓ ସହଜ କୌଶଳ ବ୍ୟବହାର କରି ଏହି ଗାଁର ଜଣେ ବାସିନ୍ଦା, ଅଜୟ ଟ୍ରାକେରୂ ଏକ ଅଭିନବ ମୋଟରବାଇକ ଆମ୍ବୁଲାନ୍ସ ତିଆରି କରିପାରିଛନ୍ତି। ଏହି ଆମ୍ବୁଲାନ୍ସ ଯୋଗେ ଗାଁର ଲୋକେ ବିଶେଷ କରି ଗର୍ଭବତୀ ମହିଳା ମାନେ ଜରୁରୀକାଳୀନ ପରିସ୍ଥିତିରେ ଗାଁର କଚ୍ଚା ରାସ୍ତାରେ ଡାକ୍ତରଖାନା ଯାଇପାରୁଛନ୍ତି।

“ଏପରି ଆମ୍ବୁଲାନ୍ସ ଗୁଡିକ ସାମାଜିକ କଲ୍ୟାଣ ସଂସ୍ଥା ଯେପରିକି UNICEF ତଥା ସାମାଜିକ କର୍ମୀ ମାନଙ୍କ ଦସହଯୋଗ ଦ୍ଵାରା ଚାଲିପାରିଛି। ମୋଟରବାଇକ ଆମ୍ବୁଲାନ୍ସ ଗୁଡିକ ଅତି ଜଙ୍ଗଲ ଭିତରେ ଥିବା ଆଭ୍ଯନ୍ତରୀଣ ଇଲାକାକୁ ଖୁବ ସୁବିଧାରେ ଯାଇପାରୁଛି, “ 

                            - ଅଜୟ India Todayକୁ ଏକ ସାକ୍ଷାତକାର ରେ କୁହନ୍ତି।

ଏହି ମିନି ଆମ୍ବୁଲାନ୍ସର ଏକ ସାଇଡ କ୍ୟାରେଜ ରହୁଛି ଯାହା କପଡ଼ା ଦ୍ଵାରା ଆବୃତ୍ତ ରହୁଛି। ଏଥିରେ ଏକ ସାଇରନ ସହ ଜରୁରୀକାଳୀନ ପରିସ୍ଥିତିରେ ଗ୍ରାମବାସୀଙ୍କୁ ସାହାଯ୍ୟ କରିବା ପାଇଁ ଫାଷ୍ଟଏଡ଼ କିଟ ମଧ୍ୟ ରହୁଛି। ଅଜୟ ନିଜର ଗାଡ଼ିଚାଳନା ଦକ୍ଷତା ଓ ଉପସ୍ଥିତ ବୁଦ୍ଧି ଯୋଗେ ବିନା କାହାର ସହାୟତା ନେଇ ନିଜେ ଏଯାବତ ୨୦୦ ଜଣ ଗର୍ଭବତୀ ମହିଳାଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କ ଜୀବନ ରକ୍ଷା କରିପାରିଛନ୍ତି।

ଆଫ୍ରିକାରେ ଏପରି ଆମ୍ବୁଲାନ୍ସ ବହୁଳ ଭାବେ ସଫଳ। ଏବେ ଏହା ସ୍ଥାନ ପାଇଛି ଛତିଶଗଡ଼ର ଜଙ୍ଗଲ ମଧ୍ୟରେ। ଅଜୟ TF Liveକୁ କହନ୍ତି:

“ବର୍ତ୍ତମାନ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗର୍ଭବତୀ ମହିଳା ମାନଙ୍କୁ ସ୍ୱାସ୍ଥ୍ୟସେବା ପାଇବାରେ ସାହାଯ୍ୟ କରିବା। ଛତିଶଗଡ଼ର ଏହି ଦ୍ଵନ୍ଦବହୁଳ ଅଞ୍ଚଳରେ ପ୍ରସୂତୀ ମୃତ୍ୟୁ ହାର ଖୁବ ଅଧିକ। ଏହି ପରୀକ୍ଷଣ ସହ ଆମେ ମାଓବାଦୀ ପ୍ରଭାବିତ ଆଦିବାସୀ ଅଞ୍ଚଳରେ ଥିବା ଗର୍ଭବତୀ ମହିଳାଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରୟାସ କରୁଛୁ।“
Add to
Shares
31
Comments
Share This
Add to
Shares
31
Comments
Share
Report an issue
Authors

Related Tags