ଗ୍ଲାମର ଦୁନିଆରେ ୪ ଓଡ଼ିଆ ଝିଅ

ଗ୍ଲାମର ଦୁନିଆରେ ୪ ଓଡ଼ିଆ ଝିଅ

Saturday January 30, 2016,

2 min Read

image


ଭାରତୀୟ ସୌନ୍ଦର୍ଯ୍ୟର ମୋହିନୀ ପୃଥିବୀରେ ଏବେ ଚର୍ଚ୍ଚାରେ ଅଛନ୍ତି ୪ ଜଣ ଓଡ଼ିଆ ଝିଅ । ଉଭୟ ପରଦାରେ ଏବଂ ପରଦା ବାହାରେ ନିଜର ଯାଦୁକାରୀ ରୂପଲାବଣ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣିଛନ୍ତି ଏହି ଚତୁର୍ଧା ସୁନ୍ଦରୀ । ପ୍ରତିଯୋଗିତାପୂର୍ଣ ଗ୍ଲାମର ଦୁନିଆରେ ସଫଳତାର ଶୀର୍ଷରେ ପହଞ୍ଚି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଏମାନେ ।

୧. ଅଙ୍କିତା ମହାପାତ୍ର

image


ଭୁବନେଶ୍ୱର ଝିଅ ଅଙ୍କିତା ୨୦୦୮ ମସିହାରେ ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜିରୁ ଡିଗ୍ରି ହାସଲ ପରେ ଗ୍ଲାମର ଦୁନିଆରେ ପାଦ ଥାପିଥିଲେ । ଜାତୀୟ ମଡେଲ ହଣ୍ଟରେ ଶୀର୍ଷକୁ ଯିବାରେ ସେ ପ୍ରଥମ ଓଡ଼ିଆ ଝିଅ । ୨୧ ବର୍ଷ ବୟସରେ ୨୦୦୯ରେ ସେ ଗ୍ଲାଡରାଗ୍ସ ମେଗାମଡେଲ ଓ ଫେମିନା ମିସ ଇଣ୍ଡିଆ ଇଷ୍ଟରେ ବିଜୟିନୀ ହୋଇଥିବା ବେଳେ ୨୦୧୧ରେ ସେ ଫେମିନା ମିସ ଇଣ୍ଡିଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ୫ ଫୁଟ ୭ ଇଞ୍ଚ ଉଚ୍ଚତା ସମ୍ପନ୍ନା ଏହି ତରୁଣୀ ଏବେ ଗ୍ଲାମର ଦୁନିଆରେ ବେଶ୍ ବ୍ୟସ୍ତ ।

୨. ଇପ୍ସିତା ପତି

image


ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବେଲଗୁଣ୍ଠା ଝିଅ ଇପ୍ସିତା ଯେ ଦିନେ ମିସ୍ ୟୁନିଭର୍ସ ଇଣ୍ଡିଆ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବେ, ଏ କଥା ସେ ନିଜେ ବି ସ୍ବପ୍ନରେ ଭାବି ନଥିଲେ । ୨୦୧୦ରେ ସେ ବହୁ ପ୍ରତିଯୋଗୀଙ୍କୁ ମାତ ଦେଇ ଏହି ସୁନ୍ଦରୀ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରିଥିଲେ । ୨୦୧୧ରେ ସେ ମିସ୍ ଇଣ୍ଟରକଣ୍ଟିନେଣ୍ଟାଲ ଇଣ୍ଡିଆ ମୁକୁଟ ହାସଲ କରିଥିଲେ । ୫ ଫୁଟ ୮ ଇଞ୍ଚ ଉଚ୍ଚତାର ଏହି ତରୁଣୀ ବିଶାଖାପାଟଣାରେ ରହନ୍ତି । ୨୦୦୮ରେ ସେ ସନ୍ସିଲ୍କ ମିସ୍ ସାଉଥ୍ ଇଣ୍ଡିଆ ମୁକୁଟ ହାସଲ କରି ଚର୍ଚାକୁ ଆସିଥିଲେ ।

୩. ସୁଶ୍ରୀ ଶ୍ରେୟା ମିଶ୍ର

image


ଚଳିତ ବର୍ଷର ବହୁ ପ୍ରସିଦ୍ଧ କିଙ୍ଗଫିସର କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ଏହି ଓଡ଼ିଆ ଝିଅ ସବୁଠୁ ଡେଙ୍ଗୀ ଭାବେ ପରିଚିତ । ୫ ଫୁଟ ୯ ଇଞ୍ଚର ସୁଶ୍ରୀ ଶ୍ରେୟାଙ୍କ ଜନ୍ମ ସମ୍ବଲପୁର ସହରରେ । ୨୦୧୫ ମିସ୍ ଇଣ୍ଡିଆ ଚୂଡ଼ାନ୍ତ ୨୧ ତାଲିକାରେ ସ୍ଥାନ ପାଇଥିଲେ ଶ୍ରେୟା । ଏହା ସାଙ୍ଗକୁ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟ୍ ୨୦୧୫ ପ୍ରତିଯୋଗିତାରେ ସେ ଭାରତ ପାଇଁ ମିସ୍ ଫଟୋଜେନିକ୍ ମୁକୁଟ ହାସଲ କରିଥିଲେ । ପୂର୍ବରୁ ୨୦୧୦ ମସିହାରେ ସେ ଏସିଆନ ସୁପର ମଡେଲ ଓ ମିସ୍ ଫ୍ରେଣ୍ଡସିପ୍ ଇଣ୍ଟରନାସନାଲ ମୁକୁଟ ପିନ୍ଧିଥିଲେ । ଏବେ ବଲିଉଡରେ ନିଜ ପାଇଁ ପରିଚୟ ଗଢ଼ିବାକୁ ଲାଗିପଡ଼ିଛନ୍ତି ଶ୍ରେୟା ।

୪. ସୁଲଗ୍ନା ପାଣିଗ୍ରାହୀ

image


୧୯୮୯ରେ ବ୍ରହ୍ମପୁରରେ ଜନ୍ମିତ ଏହି ସୁନ୍ଦରୀ ୨୦୦୭ରେ ସୋନିରେ ପ୍ରଦର୍ଶିତ ଅମ୍ବର ଧାରା ଧାରବାହିକରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କଲେ । ପରେପରେ ଆଉ ଦୁଇ ଧାରବାହିକ ଦୋ ସହେଲିୟାଁ ଓ ବିଦାଇରେ ମଧ୍ୟ ତାଙ୍କର ଅଭିନୟ ସମସ୍ତଙ୍କୁ ଚମକ୍ରୃତ କଲା । ୨୦୧୧ରେ ସେ ବଡ଼ ପରଦାରେ ପ୍ରବେଶ କଲେ । ପ୍ରଥମେ ମର୍ଡର-୨ରେ ରେଶମା ଭୂମିକା ବଲିଉଡରେ ତାଙ୍କୁ ପାଦ ଥାପିବାର ସୁଯୋଗ ଦେଲା । ପରେ ଇସ୍କ ବାଲା ଲଭ୍ ଓ ତାମିଲ ଫିଲ୍ମ ଇଶାଇରେ ମଧ୍ୟରେ ନିଜର ଅଭିନୟ ଯାଦୁ ଦେଖାଇଲେ ସୁଲଗ୍ନା । ଆଗକୁ ଅଧିକ ବଲିଉଡ ଚଳଚ୍ଚିତ୍ରରେ ସୁଯୋଗ ପାଇବାର ଲକ୍ଷ୍ୟ ରଖିଛନ୍ତି ସୁଲଗ୍ନା ।


ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।