EDITIONS
Odia

ନୱାଜୁଦ୍ଦିନ କିପରି ନିଜ ଗାଁର ଚାଷୀଭାଇଙ୍କ ପାଇଁ ଆଣିଲେ ଏକ ସଂପୂର୍ଣ୍ଣ ଜଳସେଚନ ବ୍ୟବସ୍ଥା

Team Odia
20th Jun 2016
Add to
Shares
1
Comments
Share This
Add to
Shares
1
Comments
Share

ନୱାଜୁଦ୍ଦିନ ସିଦ୍ଦିକିଙ୍କର କାନ୍ସ ଯାତ୍ରା ଯେ ତାଙ୍କ ପାଇଁ କେବଳ ସିନେମାରେ ଆବଦ୍ଧ ନହୋଇ ଏକ ଶିକ୍ଷଣୀୟ ଯାତ୍ରା ପାଲଟିଯିବ ତା’ ସେ ନିଜେ ଜାଣିନଥିଲେ। ଏଠାରେ ଅନୁଷ୍ଠିତ ହେଉଥିବା ଫିଲ୍ମ ଉତ୍ସବରେ କିଛି ଫ୍ରେଞ୍ଚ ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ହେଲା ଯେଉଁମାନଙ୍କର ନିଜର ଫାର୍ମ ଥିଲା। ସେମାନେ ନୱାଜୁଦ୍ଦିନଙ୍କୁ ତାଙ୍କର ଫାର୍ମ ଦେଖିଯିବା ପାଇଁ ନିମନ୍ତ୍ରଣ କଲେ। ନୱାଜୁଦ୍ଦିନ ଯିଏକି ତାଙ୍କ ଗାଁ ବୁଦ୍ଧନାରେ ନିଜେ କଲେଜ ପାସ କରିବା ପର୍ଯ୍ୟନ୍ତ ଚାଷ କରୁଥିଲେ, ଏକ ଅଭିନବ ଆବିଷ୍କାର କଲେ।

Image : (L) – <a href=

Image : (L) –

Hindustan Times; (R) – Wikimedia Commonsa12bc34de56fgmedium"/>

“ଫ୍ରାନ୍ସରେ ପ୍ରାୟ ସମସ୍ତ ପ୍ରକାର କ୍ଷେତରେ ଏକ ପ୍ରକାର କମ ଖର୍ଚ୍ଚ ଓ ଜଳରେ ଚାଲୁଥିବା ଏକ ଜଳସେଚନ ପଦ୍ଧତି ବ୍ୟବହାର କରାଯାଉଛି ଯାହାର ନାମ ହେଲା centre pivot irrigation,” ନୱାଜୁଦ୍ଦିନ The Times Of Indiaକୁ କୁହନ୍ତି।

ଦେଖିବା ମାତ୍ରକେ ନିଜ ଗାଁ ରେ ଏହି ଜଳସେଚନ ପଦ୍ଧତିକୁ ନିଜ ଗାଁ ରେ ଉପଯୋଗ କରିବାର ଖିଆଲ ଏହି ଅଭିନେତାଙ୍କ ମନରେ ଆସିଲା। ସେ ଏକ ନମୁନା ନିଜ ଗାଁ କୁ ପଠେଇବା ପାଇଁ ବନ୍ଦୋବସ୍ତ କଲେ।

ଏହି ଅଭିନବ ଜଳସେଚନ ପଦ୍ଧତିରେ ଏକ ଟ୍ରାନ୍ସଫର୍ମର ସହ ଚକ ଲାଗିଥାଏ ଓ ବୁଲିପାରୁଥିବା ନୋଜଲ ସହ ଉଚ୍ଚତାରୁ କିଛି ଫୁଟ ବ୍ୟବଧାନରେ ଦୁଇଟି ପାଇପ ଲାଗିଥାଏ।

Image : <a href=

Image :

Wikipediaa12bc34de56fgmedium"/>

“ପ୍ରତିଟି ପାଇପ ଏକ ଏକର ଯାଏଁ ଜମିକୁ ସେଚିତ କରିପାରେ ଓ ସାଧାରଣତଃ ଯେତିକି ଜଳ ଖର୍ଚ୍ଚ ହୁଏ ତା’ର ଅଧା ପରିମାଣର ଜଳ ଉପଯୋଗ କରିଥାଏ,” ବୁଝାନ୍ତି ନୱାଜୁଦ୍ଦିନ।

ରାଜ୍ୟର କ୍ରମଶଃ କମିଯାଉଥିବା ଜଳ ସମ୍ବଳକୁ ନଜରରେ ରଖି ଏହି ୪୨ ବର୍ଷୀୟ ଅଭିନେତା ମାନନ୍ତି ଯେ ବର୍ତ୍ତମାନ ଏହିପରି ଜଳସେଚନ ପଦ୍ଧତି ବ୍ୟବହାର କରିବା ନିହାତି ଆବଶ୍ୟକ।

"ଉତ୍ତର ପ୍ରଦେଶ ସରକାରଙ୍କର ଏକ ସର୍ବେକ୍ଷଣ ଅନୁସାରେ ବୁଦ୍ଧନାକୁ ଡାର୍କ ଜୋନରେ ରଖାଯାଇଥିଲା କାରରଣ ଏହାର ଜଳ ସ୍ତର ଅତ୍ୟନ୍ତ ନିମ୍ନ ଓ ଧୀରେ ଧୀରେ ଶୁଖିବାରେ ଲାଗିଛି। ମୁ କ୍ଷେତରେ କାମ କରିବା ସମୟରେ ଭୂମିରୁ ୮୦ ଫୁଟ ଗଭୀରତାରେ ଜଳର ଉତ୍ସ ମିଳୁଥିଲା। ଚାରିବର୍ଷ ପୂର୍ବରୁ ବୋରୱେଲ ଗୁଡିକ ୧୧୦-୧୨୦ ଫୁଟ ଗଭୀରତା ରୁ ପାଣି ଉଠାଇ ପାରୁଥିଲା। ମାତ୍ର ବର୍ତ୍ତମାନ ବୁଦ୍ଧନାରେ ଜଳର ଉତ୍ସ ଭୂମିଠାରୁ ୨୨୦ ଫୁଟ ଗଭୀରତାରେ ମିଳୁଛି। ବର୍ତ୍ତମାନ ଠାରୁ ଆମେ ଯଦି ସାବଧାନ ନହେବା ଓ ଜଳର ବିନିଯୋଗ ଉପଯୁକ୍ତ ଭାବେ ନ କରିବା ତେବେ ଆସନ୍ତା ପାଞ୍ଚ ବର୍ଷ ପରେ ୫୦୦ ଫୁଟ ଗଭୀରତାରେ ମଧ୍ୟ ଜଳ ମିଳିବା କଷ୍ଟକର ହେଇଯିବ, “ କୁହନ୍ତି ନୱାଜୁଦ୍ଦିନ।

ଜଣାପଡୁଛି କୃଷକ ମାନେ ମଧ୍ୟ ଏହି ଯୋଜନାକୁ ଖୁବ ପସନ୍ଦ କରୁଛନ୍ତି। ଯଦିଓ ସେମାନଙ୍କର ଚିନ୍ତା ଯେ ଏହା ସବୁ ପ୍ରକାରର ଶସ୍ୟ ପାଇଁ ଉପଯୋଗୀ ହେଇପାରିବ କି ନାହିଁ।

“ଏହି ଜଳସେଚନ ପଦ୍ଧତିର ଜୈବିକ ଦୃଷ୍ଟିରୁ ଖୁବ ଉପଯୋଗୀ। ଗବେଷଣାରୁ ଜଣାପଡିଛି ଯେ ଉପରୁ ପାଣି ଦେଲେ ଶସ୍ୟଗୁଡିକ ଅଧିକ ସ୍ୱାସ୍ଥ୍ୟବାନ ହେଇଥାଆନ୍ତି। କିନ୍ତୁ କୃଷକ ମାନଙ୍କୁ ଏହା ସମ୍ପର୍କରେ ବୁଝାଇବା ଏକ କଷ୍ଟକର ପାଠ ଥିଲା। ଏହି ବୈଷୟିକ ଜ୍ଞାନ ସମ୍ପର୍କରେ ବୁଝାଇବାର ସର୍ବୋତ୍ତମ ଉପାୟ ହେଉଛି ଚାଷୀଭାଇଙ୍କୁ ପଚାରିବା ଯେ ଜମିକୁ ସେଚିତ କରିବାର ସବୁଠାରୁ ଭଲ ପ୍ରଣାଳୀ କଣ। ସମସ୍ତେ ଏକମତ ହେଲେ ଯେ ପ୍ରାକୃତିକ ବର୍ଷା ହେଲା ସବୁଠାରୁ ଉତ୍ତମ ସେଚନ ଆଉ ଏହି ଜଳସେଚନ ପଦ୍ଧତି ପ୍ରାକୃତିକ ବର୍ଷା ପରି ହିନ ଉପରୁ ଜଳ ସିଞ୍ଚନ କରିଥାଏ। 

ମୁ ସେମାନଙ୍କୁ କହିଲି , “ଯଦି ଆମେ ନିଜେ ବର୍ଷା କରିବା ତାହେଲେ କେମିତି ହେବ,” କୁହନ୍ତି ନୱାଜୁଦ୍ଦିନ। 

ନୱାଜୁଦ୍ଦିନ ନିଜର ଫିଲ୍ମ ଶୂଟିଙ୍ଗ ମଧ୍ୟରେ ବିରତି ଥିଲେ ନିଜ ଜମିରେ ଏହି ପଦ୍ଧତି ଉପଯୋଗ କରି ହେଉଥିବା ଆଖୁ, ଗହମ ଓ ଧାନ ଚାଷ ଦେଖିବାକୁ ନିଶ୍ଚେ ଆସନ୍ତି। 

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags