EDITIONS
Odia

ସ୍ମାର୍ଟ ଟିଭି ପାଇଁ ଫେସବୁକ ଆପ୍

Team Odia
28th Feb 2017
Add to
Shares
2
Comments
Share This
Add to
Shares
2
Comments
Share
image


ସୋସିଆଲ ମିଡ଼ିଆ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଫେସବୁକ‌୍‍ ଆପଣଙ୍କ ଡ୍ରଇଁରୁମ‍୍‌ରେ ଥିବା ସ୍ମାର୍ଟଟିଭିକୁ ମଧ୍ୟ ଅକ୍ତିଆର କରିବାକୁ ଯୋଜନା କରିଛି। ଡେସ୍କଟପ‍୍‌ ଓ ସ୍ମୋର୍ଟଫୋନ‍୍‌ରେ ପ୍ରୋଗ୍ରାମ ପ୍ରସ୍ତୁତ କରି ସଫଳତା ପାଇବା ପରେ ସ୍ୱାର୍ଟଟିଭି ପାଇଁ ନୂଆ ଆପ‍୍‌ ତିଆରି କରିବା ଘୋଷଣା କରିଛି।

ଟିଭିରେ ଅଧିକ ବିଜ୍ଞାପନର ଚାହିଦା ରହୁଥିବାରୁ ଫେସବୁକ‌୍‍ ଏପରି ଏକ ପଦକ୍ଷେପ ନେଇଛି। ଏହାଦ୍ୱାରା ଟିଭି ଦର୍ଶକ ମାନଙ୍କ ମଧ୍ୟରେ ନିଜର ପ୍ରଭାବ ବିସ୍ତାର କରିପାରିବାର ଲକ୍ଷ ରଖିଛି ଫେସବୁକ‌୍‍ ଏବେ ଫେସବୁକ‌୍‍ ବିଭିନ୍ନ କମ୍ପାନୀର ସେଟ‌୍‍ଟପ‌୍‍ ବକ୍ସ ପାଇଁ ଆପ୍ଲିକେସନ ତିଆରି କରିବା ଆରମ୍ଭ କରିଛି। ଏପରି ସେଟପ‌୍‍ ବକ୍ସରେ ଦର୍ଶକମାନେ ସିଧାସଳଖ ଭାବେ ସୋଶାଲ ମିଡ଼ିଆର ଭିଡ଼ିଓ କୁ ଅପଲୋଡ଼ ଓ ଲାଇଭ୍ ଷ୍ଟ୍ରିମିଙ୍ଗ‌୍‍ କରିପାରିବେ

ଆପଣଙ୍କ ସେଟଟପ‌୍‍ ବକ୍ସରେ ଫେସବୁକ‌୍‍ ର ଆପ‌୍‍ ରହିବ ଆପଣ ସିଧସେଳଖ ସେହିଠାରୁ ଫେସବୁକ ବ୍ୟବହାର କରିପାରିବେ। ଏଥିପାଇଁ ଅଗ୍ରଣୀ ଡ଼ିଟିଏଚ‌୍‍ ଓ ସେଟଟପ‌୍‍ ବକ୍ସ ଅପରେଟର ମାନଙ୍କ ସହ ଫେସବୁକ‌୍‍ ର କଥାବାର୍ତା ଚାଲିଛି। ଏଥିରେ ଗୋଟିଏ ଭିଡ଼ିଓ ଦେଖିବା ସଙ୍ଗେ ସଙ୍ଗେ ବିଜ୍ଞାପନ ବି ଦେଖିବାକୁ ମିଳିବ।

ପ୍ରଥମେ ଗୁଗୁଲ ବିଜ୍ଞାପନର ବିଶ୍ୱରେ ସର୍ବବୃହତ ମାଧ୍ୟମ ଥିଲା ବେଳେ ଫେସ‌୍‍ବୁକ‌୍‍ ଗୁଗୁଲ ସହିତ ପ୍ରତିଯେଗିତା ମୁଳକ ଭାବେ କାର୍ଯ୍ୟକରି ବିଜ୍ଞାପନର ୨ୟ ମୁଖ୍ୟ ମାଧ୍ୟମ ପାଲଟି ପାରିଛି। ଏବେ ଏହାର ଆହୁରି ବିସ୍ତାର ପାଇଁ ଫେସବୁକ‌୍‍ ତରଫରୁ ଏପରି ଏକ ନିଷ୍ପତ୍ତି ନିଆଯାଇଛି।

Add to
Shares
2
Comments
Share This
Add to
Shares
2
Comments
Share
Report an issue
Authors

Related Tags