EDITIONS
Odia

ଓଡ଼ିଶାରେ ଇ-ଆବର୍ଜ୍ଜନା ଉପରେ ସଚେତନତା କାର୍ଯ୍ୟକ୍ରମ

Team Odia
21st Dec 2016
Add to
Shares
0
Comments
Share This
Add to
Shares
0
Comments
Share

ସମ୍ପ୍ରତି ଦେଶରେ ମୋବାଇଲ ଫୋନର ବ୍ୟବହାର ୧ ବିଲିଅନ(୧୦୦କୋଟି) ରୁ ଅଧିକ ଛୁଇଁଥିବା ବେଳେ ତଜ୍ଜନିତ ଇ -ଆବର୍ଜ୍ଜନା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଏଥି ନିମନ୍ତେ ଓଡିଶା ସରକାର ଡିସେମ୍ବର ୧୫ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

image


ନିକଟରେ National Association of Soft Ware and Services Companies (NASSOCOM), Manufacturing Association of Information Technology (MAIT) ଏବଂ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ବୈଷୟିକ ମନ୍ତ୍ରାଳୟ ଆନୁକୂଲ୍ୟରେ ହୋଇଥିବା ଏକ କାର୍ଯ୍ୟଶାଳାରେ ଏ ନିଷ୍ପତ୍ତି ନିଆଯାଇଛି।

ଜଣେ NASSCOM ଅଧିକାରୀ କହିଲେ ଯେ ଭୁବନେଶ୍ଵର ସହିତ କୋଲକାତା, ପାଟନା, ରାଞ୍ଚି, ପୁଡୁଚେରି, ଗୁଆହାଟି, ଇମ୍ଫାଲ, ପାଞ୍ଜିମ, ମୋରାଦାବାଦ ଏବଂ ଇନ୍ଦୋର ସହରରେ ଏ ସଂକ୍ରାନ୍ତରେ ଏକ ପାଇଲଟ କାର୍ଯ୍ୟକ୍ରମ ଚାଲୁକରାଯାଇଛି।

କାର୍ଯ୍ୟଶାଳାରେ ମୁଖ୍ୟସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ଇ -ଆବର୍ଜ୍ଜନା ନିୟନ୍ତ୍ରଣ ଅର୍ଥନୀତି ଅନୁକୂଳ ହେବା ଉଚିତ ଯେପରିକି ପେଷାଦାର ଏଜେନ୍ସି ମାନେ ଏ କାର୍ଯ୍ୟକ୍ରମଟି ଏକ ବୈଜ୍ଞାନିକ ରୀତିରେ ସୁଚାରୁ ରୂପେ ସମ୍ପନ୍ନ କରିପାରିବେ। ସହରଗୁଡ଼ିକୁ ସ୍ଵଚ୍ଛନ୍ଦ ଆର୍ଥିକ କାରବାର ନିମନ୍ତେ ଆବର୍ଜ୍ଜନାମୁକ୍ତ ଏବଂ ନିର୍ମଳ ରଖିବାକୁ ପଡ଼ିବ ବୋଲି ସେ କହିଲେ ଏବଂ ଶୈଶବରୁ ହିଁ ପରିଚ୍ଛନ୍ନତା ଉପରେ ସଚେତନତା ଜାଗ୍ରତ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ। ସେ ଜଙ୍ଗଲ ଓ ପରିବେଶ ବିଭାଗକୁ ବିଦ୍ୟାଳୟ , ଗଣଶିକ୍ଷା ବିଭାଗ ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକ ସହଯୋଗରେ ଏକ ସ୍ଵତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଜଙ୍ଗଲ ଓ ପରିବେଶ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରିବେଶ ଉପରେ ଇ -ଆବର୍ଜ୍ଜନାର ପ୍ରଭାବ ବର୍ତ୍ତମାନର ଏକ ମୁଖ୍ୟ ସମସ୍ୟା ବୋଲି କହିଥିଲେ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ସଭ୍ୟ ତଥା ସଚିବ ଶ୍ରୀ ଦେବୀଦତ୍ତ ବିଶ୍ଵାଳ କହିଥିଲେ ଯେ ଓଡ଼ିଶା ଇ -ଆବର୍ଜ୍ଜନା ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇ ସାରିଛି ଏବଂ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୯୫୦୦ଟି ଇକୋ-କ୍ଲବ ଗଠିତ କରାଯାଇଛି।

NASSCOM ପ୍ରତିଷ୍ଠାନର CEO ଶ୍ରୀକାନ୍ତ ସିହ୍ନା କହିଲେ ଯେ, 

"ଆଜି ଆମେ ଭାରତ ଏକ ବିଲିୟନ ମୋବାଇଲ ଫୋନ ଅତିକ୍ରମ କରିଥିବାରୁ ଗର୍ବିତ ଅନୁଭବ କରୁଛୁ କିନ୍ତୁ ଏହା ମନେ ରଖିବାକୁ ହେବ ଯେ ଆଜିର ସ୍ମାର୍ଟ ଉପକରଣଟି ଆସନ୍ତା କାଲିର ଇ -ଆବର୍ଜ୍ଜନାରେ ପରିଣତ ହେବ। ଏହା ସହିତ ଅନ୍ୟ ବର୍ଗର ଇ -ଆବର୍ଜ୍ଜନା ମିଶିଲେ ପରସ୍ଥିତି ଆହୁରି ଗମ୍ଭୀରତର ହୋଇପାରେ"।

ଏହି ଇ -ଆବର୍ଜ୍ଜନାଗୁଡ଼ିକୁ ପୁନଃବିକ୍ରୟ ପାଇଁ ଶିଶୁ ଶ୍ରମିକ ମାନେ ଖୋଲା ପଡ଼ିଆମାନଙ୍କରୁ ସଂଗ୍ରହ କରି ଏହାକୁ ହାତରେ ଭାଙ୍ଗି ଏଥିରେ ଥିବା ବିଷାକ୍ତ ଧାତୁ ଯେପରିକି ଶୀସା,କ୍ୟାଡମିଅମ,ପାରଦ ଇତ୍ୟାଦି ଏବଂ ଏଥରୁ ନିର୍ଗତ ଏସିଡ ସଂସ୍ପର୍ଶରେ ଆସିଥାନ୍ତି।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags