EDITIONS
Odia

ଆନ୍ତର୍ଜାତିକ ମାତୃଭାଷା ଦିବସର ଅନୁଚିନ୍ତା: ଭାଷା ତଳେ ଭାଷାର ସମାଧି

ଏହି ମାସ ୨୧ ତାରିଖରେ ଆନ୍ତର୍ଜାତିକ ମାତୃଭାଷା ଦିବସ । ଉର୍ଦ୍ଦୁ ବଦଳରେ ବଙ୍ଗଳାଭାଷାକୁ ପୂର୍ବବଙ୍ଗର ଜାତୀୟ ଭାଷା କରିବା ଲାଗି ୧୯୫୨ ମସିହା ଫେବୃଆରୀ ୨୧ ତାରିଖରେ ଆନ୍ଦୋଳନ କରିବା ବେଳେ ଢାକା ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜରେ ପଢ଼ୁଥିବା ଅନେକ ଛାତ୍ର ପୁଲିସ ଗୁଳିରେ ନିହତ ହୋଇଥିଲେ । ମାତୃଭାଷା ପାଇଁ ସେମାନଙ୍କ ଏ ବିରାଟ ବଳିଦାନକୁ ସମ୍ମାନ ଦେଇ ମିଳିତ ଜାତିସଂଘ ଫେବୃଆରୀ ୨୧ ତାରିଖକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଘୋଷଣା କରିଥିଲା ।

Subhashish Panigrahi
1st Feb 2016
Add to
Shares
1
Comments
Share This
Add to
Shares
1
Comments
Share

ଏହି ମାସ ୨୧ ତାରିଖରେ ଆନ୍ତର୍ଜାତିକ ମାତୃଭାଷା ଦିବସ । ଉର୍ଦ୍ଦୁ ବଦଳରେ ବଙ୍ଗଳାଭାଷାକୁ ପୂର୍ବବଙ୍ଗର ଜାତୀୟ ଭାଷା କରିବା ଲାଗି ୧୯୫୨ ମସିହା ଫେବୃଆରୀ ୨୧ ତାରିଖରେ ଆନ୍ଦୋଳନ କରିବା ବେଳେ ଢାକା ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜରେ ପଢ଼ୁଥିବା ଅନେକ ଛାତ୍ର ପୁଲିସ ଗୁଳିରେ ନିହତ ହୋଇଥିଲେ । ମାତୃଭାଷା ପାଇଁ ସେମାନଙ୍କ ଏ ବିରାଟ ବଳିଦାନକୁ ସମ୍ମାନ ଦେଇ ମିଳିତ ଜାତିସଂଘ ଫେବୃଆରୀ ୨୧ ତାରିଖକୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଘୋଷଣା କରିଥିଲା ।

image


ଆମ ଦେଶରେ କେଇ ହଜାର ଭାଷା ପ୍ରଚଳିତ ଯହିଁରୁ କେବଳ ୨୨ଗୋଟି ସମ୍ବିଧାନରେ ପାହିଆଟିଏ ପାଇଛନ୍ତି । ତେବେ ବାକି ଭାଷାମାନ ମଧ୍ୟ ଭାଷା ଓ ସେ ଭାଷାମାନ କହୁଥିବା ଲୋକଙ୍କର ଆମ ଭଳି ନିଜ ଭାଷାରେ ସାହିତ୍ୟ ରଚିବା, ଶାସନ କରିବା କିମ୍ବା ପଢ଼ିବାର ଅଧିକାର ରହିଛି । ସେ ଅଧିକାର ଛଡ଼ାଇନେବା ମାନବିକତାର ବିରୁଦ୍ଧାଚରଣ । ଅଥଚ ବର୍ଷବର୍ଷ ଧରି ଛାମୁଆ ବୋଲାଇ ଭାଷାମାନ ଅଳ୍ପ କଥିତ ଭାଷାମାନଙ୍କୁ ଏକ ପ୍ରକାର ଚାପିରଖିଛନ୍ତି । କେତେକ ଭାଷା ଏ ଚାପରୁ ମୁକୁଳି ନିଜ ପତିଆରା ଜାହିର କରିବାବେଳେ ଆଉ କେତେକ ଆମ ଆଖି ଆଗରେ ଜୀବନ୍ତ ସମାଧି ନେଇଛନ୍ତି । ଏଇ କେତେବର୍ଷ ତଳେ "ବୋଆ' ନାମକ ଆଣ୍ଡାମାନୀ ଭାଷାଟି ସେ ଭାଷାର ଶେଷ ବ୍ୟବହାରୀ ବୋଆ ଜୁନିଅରଙ୍କ ଦେହାନ୍ତ ପରେ ଲୋପ ପାଇଗଲା । ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ ୧୯୭ ଭାରତୀୟ ଭାଷା ସମେତ ଜଗତର ୨୪୭୧ ଗୋଟି ଭାଷା ଧରାରୁ ଲିଭିବା ଉପରେ । ତେବେ ଏ ଭାଷା ସବୁ ଲିଭିଗଲେ ଏ ଜଗତ କ'ଣ କ'ଣ ନ ହରେଇବ ସତେ? ଭାଷାଟିଏ ଏକ ଜନସମାଜ ଓ ସଭ୍ୟତାର ଦୁଆରମୁହଁ । ଏକ ସମାଜର ଚଳଣି, ଚିନ୍ତା, ଚେତନା, ବିଧି ବ୍ୟବହାର, କଳା-କୌଶଳ ଓ ବାକି ସବୁକିଛି ଭାଷା ମାଧ୍ୟମରେ ସେ ସମାଜରେ ଆଗକୁ ବଞ୍ଚେ ଆଉ ସମାଜ ବାହାରକୁ ଯାଏ । ଯା'ର ଭାଷାଟି ଯେଡ଼େ ଦମ୍ଭିଲା, ସେ ବାହାର ସମାଜରେ ସେତେ ପରିଚିତ । ଓଡ଼ିଆ ଉଇକିପାଠାଗାର ପାଇଁ ଭୁବନେଶ୍ୱରର କିସ୍‍ଠାରେ ଓଡ଼ିଶାର ୬୨ଟି ଜନଜାତି ପିଲାଙ୍କ ସଙ୍ଗେ ମିଶି ତିନି ମାସ ଧରି କାମ କରିବାର ଅନୁଭୂତିରୁ ଲେଖକ ଜୋରଦେଇ କହିପାରନ୍ତି ଯେ ଆଦିବାସୀ ବୋଲି ଚିହ୍ନଟ କରାଯାଇଥିବା ସମାଜର ଲୋକ ଅନ୍ୟ ସାଧାରଣ ସମାଜଠାରୁ ବେଶି ବା ସମାନ ଚତୁର, ଚିନ୍ତାଶୀଳ ଓ ଉଚ୍ଚ-ବିଚାରସମ୍ପନ୍ନ । ତେବେ ସେମାନଙ୍କ ସମାଜର ବିକାଶମୁଖୀ ଦିଗଟି ତାଙ୍କ ଭାଷାର ଦମ୍ଭିଲାପଣର ଅଭାବ ସକାଶେ ଯେ ଦୁନିଆ ସାମନାରେ ପହଞ୍ଚିପାରୁ ନାହିଁ, ଏକଥା କହିବା ବାହୁଲ୍ୟ ।

୧୯୫୨ ମସିହାର କଥା । ପାକିସ୍ତାନ କବଳରେ ପୂର୍ବବଙ୍ଗଳା । ରାଜନୈତିକ ଚାପରେ ପଞ୍ଜାବୀ, ସିନ୍ଧି ଆଦି ଅନେକ ଭାଷାକୁ ପଦଦଳିତ କରି ନବୀନ ଉର୍ଦ୍ଧୁଭାଷାକୁ ପାକିସ୍ତାନ ନିଜ ଜାତୀୟ ଭାଷା ଘୋଷଣା କଲାବେଳକୁ ପୂର୍ବ ବଙ୍ଗରେ ବଙ୍ଗଳାଭାଷାକୁ ଛାଡ଼ିବାପାଇଁ ସେଠାର ବଙ୍ଗାଳୀଙ୍କ ଭୀଷଣ ଅରାଜି । ବଙ୍ଗଳାଭାଷାକୁ ପୂର୍ବବଙ୍ଗର ଜାତୀୟ ଭାଷା କରିବା ଲାଗି ଢାକା ବିଶ୍ୱବିଦ୍ୟାଳୟ ଓ ମେଡ଼ିକାଲ କଲେଜରେ ପଢ଼ୁଥିବା ଅନେକ ଛାତ୍ରଙ୍କ ଦେଇ ତେଜିଲା ଜନଆନ୍ଦୋଳନ । ଫେବୃୟାରୀ ୨୧ ତାରିଖ ଦିନ ପୁଲିସ ଗୁଳିରେ ଆହୁତି ଦେଇଥିଲେ ଏ ପଢ଼ାଳିଗଣ । ଦାବି ଥିଲା ନିଜ ଭାଷାକୁ ଛାଡ଼ି ବିଦେଶୀ ଉର୍ଦ୍ଧୁ ଭାଷା ଆଦରିବେ ନାହିଁ । ଜଗତରେ ଭାଷା ପାଇଁ ଏ ପ୍ରାଣବଳି ବିରଳ । ଆଜି ବଙ୍ଗଳାଭାଷା ଜଗତର ୨୦ଟି ଛାମୁଆଁ ଭାଷା ଭିତରେ ଗୋଟିଏ ହେବାପାଇଁ ଏ ଥିଲା ନିଅଁପୋତା । 

image


"ଭାଷାସବୁ ଭାଷାଙ୍କୁ ମାରନ୍ତିନି; ଭାଷାଭାଷୀମାନେ ମାରନ୍ତି' କହିଥିଲେ ଜଣାଶୁଣା ଭାଷାବିଦ ସାଲିକିକ ମୁଫଉଇନ । 

ଅନେକ ଡରନ୍ତି ଆଜି ଜିଇଁଥିବା ୬,୭୦୦ଭାଷା ମରିମରି ଆଉ ଶହେବର୍ଷ ପରେ ୨୦୦ ହୋଇସାରିଥିବ । ଭାଷା ତଳେ ଭାଷାର ସମାଧି ଲଭିବାର ମୂକସାକ୍ଷୀ ନିକଟ ଅତୀତ । ଅନେକ ଭାଷା ରାଜଭାଷା, ରାଜନୈତିକ ପୃଷ୍ଠପୋଷକତା ପାଇଥିବା ଭାଷାର ମଙ୍ଗ ଧରିଥିବା ମୁଣ୍ଡିଆଳମାନଙ୍କ ଅଦଉତିରେ ମୁଣ୍ଡଟେକି ଭବିଷ୍ୟତର ଆଲୋକ ଦେଖିାରିନାହାନ୍ତି । ଅଳପ ଧନ ପାଇଁ ବିକଳମନ ଘର ଛାଡ଼ି ବିଦେଶ ଦାଦନ ଯାଏ । ଆଉ ବିଦେଶର ପାଣି ଲାଗିଗଲେ ନିଜ ଲୋକ, ନିଜ ଭାଷା, ନିଜ ଚଳଣିସବୁ ଇଚ୍ଛାରୁ ହେଉ କି ଅନିଚ୍ଛାରୁ ହେଉ ଦୂରେଇ ଯାଏ । ପିଲାଏ ଅଜା କୋଳେ ବସି ବୁଢ଼ାଚକୁଳି ଖାଇପାରନ୍ତି ନାହିଁ କି ଆଈର ଉଷୁମ ପଣତ ଘୋଡ଼ିହୋଇ ବୁଢ଼ୀ ଅସୁରୁଣୀ ଗପ ଶୁଣିବାକୁ ପାଆନ୍ତି ନାହିଁ । 

ଆଦିବାସୀ ବୋଲି ସମାଜ ଯେଉଁମାନଙ୍କୁ ଗୋଟେ କଣକୁ ଠେଲିଦେଇଛି ଅୟୁତ କାଳରୁ, ସେମାନେ ଯେ ନାନାଦି ଭାଷାରେ କଥାବାର୍ତ୍ତା କରନ୍ତି ତାହା ଅନେକଙ୍କୁ ଅଗୋଚର । ଭାଷାଟିଏ ଚିରକାଳ ବୋଲି ବା କଥିତ ଭାଷା ହୋଇ ରହେନାହିଁ । ତା'ର ଲିପି ଗଢ଼ା ହୁଏ, ସାହିତ୍ୟ, ଇତିହାସ ଲେଖାହୁଏ, ଲୋକେ ସେ ଭାଷାରେ ପଢ଼ାଲେଖା ଆଉ ଶାସନ କରନ୍ତି । ତେବେ ସବୁ ଭାଷା ପାଇଁ ରଘୁନାଥ ମୁର୍ମୁମାନେ ଜନମି ନଥା'ନ୍ତି । 

ଓଡ଼ିଶାରେ ୬୨ରୁ ଅଧିକ ଆଦିମ ଜନଜାତି, ତାଙ୍କ ତୁଣ୍ଡରେ ୧୫ରୁ ଅଧିକ ନିଆରା ଭାଷା । ତେବେ କେବଳ ସାନ୍ତାଳୀକୁ ଛାଡ଼ି ଆଉ କୌଣସି ଆଦିବାସୀ ଭାଷା ସମ୍ବିଧାନର ୮ମ ପରିଚ୍ଛେଦରେ ସ୍ଥାନ ପାଇନାହିଁ କି ଗୋଟେ ଯୋଡ଼େ ଭାଷାକୁ ଛାଡ଼ି ଆଉ ଭାଷାରେ ବୋଧେ ବହି ଛପା ହୋଇନାହିଁ । ଏଣେ ଓଡ଼ିଆ ଓଡ଼ିଶାର ମୁଖ୍ୟଭାଷା ହୋଇ, ଶାସ୍ତ୍ରୀୟମାନ୍ୟତା ଲଭି ସୁଦ୍ଧା ଦମ୍ଭ ଧରି ନିଜର ଶାସନବ୍ୟବସ୍ଥା ଓ ଦମ୍ଭିଲା ମିଡ଼ିଆଟିଏ ନିଜେ ପ୍ରତିଷ୍ଠା କରିାରିଲା ନାହିଁ । ଦିନ ଥିଲା ଭାଷା-ସାହିତ୍ୟ ଥିଲା ଭାଷା ପାଇଁ ବାବଦୂକ । ହେଲେ ବହିର କଳେବରରୁ ବାହାରି ଭାଷା ଶାସନ, ସମ୍ବାଦ ପରିବେଷଣ, ମନୋରଞ୍ଜନର ଅନେକ ମାଧ୍ୟମ, ଗବେଷଣା ଓ ବିଜ୍ଞାନର କଥା ପରିବହନ କରିବା ଆରମ୍ଭିଲା । ଆଉ ଭାଷା ପାଇଁ ସଜ ତିଆରିବା ଲୋଡ଼ା ପଡ଼ିଲା । ଭାଷାଟି କେତେ ସହଜରେ ଛପାରେ, କମ୍ପ୍ୟୁଟରରେ, ମୋବାଇଲରେ ଏବଂ ଆଉ କୌଣସି ମାଧ୍ୟମରେ ଲେଖାଯାଇପାରିବ ତା'ଲାଗି ଗହନ ମନ-ଚାଷ ଚାଲିଲା । 

image


ଓଡ଼ିଆ ସମେତ ଅନେକ ଭାରତୀୟ ଭାଷାରେ କେବଳ ସାହିତ୍ୟ-ଚାଷ ହୋଇଛି । ଭାଷା- ପ୍ରସାରର ବାକି ସଜତକ ଏ ଯାଏ ଗଢ଼ା ହୋଇନାହିଁ । ଆଜି ସମାଜ ଏତେ ତୁରିତ ଗତିରେ ବଦଳୁଛି ଯେ, କାରିଗରୀ ଜ୍ଞାନରୁ ଆରମ୍ଭ କରି ସମ୍ବାଦ ଜାଣିବାଯାଏ ସବୁ କିଛି ଆଜିସଜ କାଲିବାସି ହୋଇଯାଉଛି । ଆଉ ଭାଷାଟିଏ ଯଦି ଏ ଗତି ସଙ୍ଗେ ତାଳମିଳାଇ ଚାଲି ନ ପାରେ, ତା'ହେଲେ ସେ ଅଲୋଡ଼ା, ଅଖୋଜା ହୋଇଯାଏ । ଅନେକ ଭାଷାଭାଷୀ ଲୋକେ ତାଙ୍କ ମୋବାଇଲ କି କମ୍ପ୍ୟୁଟରରେ ନିଜ ଭାଷାରେ ଲେଖିବା ଜାଣନ୍ତି ନାହିଁ । ଫଳରେ ସେମାନେ ଇଂରାଜୀ କିମ୍ବା ବାକି ଜଣାଶୁଣା ଭାଷାରେ ଲେଖିବାକୁ ବାଧ୍ୟ ହୁଅନ୍ତି । କିଛିପଢ଼ି ଏଇ ବାଟ ମାଡ଼ିଗଲା ପରେ ନିଜ ଭାଷାଟି ପୂରା ଅମଡ଼ାବାଟ । ଆଉ ଯେଉଁ ଭାଷା ସାଧାରଣ ଲୋକଙ୍କ ଦେଇ ଯେତେ ଅଧିକ ବ୍ୟବହାରରେ ଲାଗେ ସେ ଭାଷାର ଖାଦି ସେତେ । ଅନେକ ଆଦିବାସୀ ନିଜ ଗାଁ' ଛାଡ଼ି ସହରରେ ଆସି ବିଶାଳ ଜନସାଗରରେ ମିଶିଗଲାପରେ ନିଜ ମାଟିର ଗନ୍ଧ ତାଙ୍କ ପିନ୍ଧାଲୁଗାରୁ ଯେ ଆଉ ବାହାରୁ ନାହିଁ ଏକଥା କହିବା ବାହୁଲ୍ୟ । ତେବେ ରାଜ୍ୟ ବା ଦେଶରେ ଭିନ୍ନଭିନ୍ନ ଭାଷାଭାଷୀ ଲୋକଙ୍କ ଭିତରେ ଭାବ ଦିଆନିଆ ଲାଗି ଏକ ମିଶାମିଶି ଭାଷା ବା "ଲିଙ୍ଗୁଆ ଫ୍ରାଙ୍କା' ମଧ୍ୟ ଲୋଡ଼ା । ଓଡ଼ିଆର ପୁରୁଣା ରୂପଟି ଯଦି ଆମେ ଖୋଜି ପାଇବା, ତେବେ ସେ ବତେଇବ ସମଗ୍ର କଳିଙ୍ଗ ଭୂଖଣ୍ଡରେ କଥିତ ଭାଷାର ରୂା ଶାସନର ଭାଷା ଥିଲା ସେ ଭାଷା । ଆଉ କଳିଙ୍ଗ ଲମ୍ବିଥିଲା ଗଙ୍ଗାରୁ ଗୋଦାବରୀଯାଏ । ଏଡ଼େ ବଡ଼ ଭୂଖଣ୍ଡରେ ଲୋକେ ଭିନ୍ନଭିନ୍ନ ଭାଷାରେ କଥା ହେଉଥିବେ ସତ । ହେଲେ ସେ ସବୁ ଆଞ୍ଚଳିକ ଭାଷାରୁ ଶବ୍ଦ, ବ୍ୟାକରଣ ଆହରି ମିଶା ଭାଷାଟିଏ ଗଢ଼ା ହୋଇଥିଲା । ଆଜି ବାଲେଶ୍ୱରରୁ ରାୟଗଡ଼ା ଯାଏ ଚାଲିଗଲେ ଓଡ଼ିଆର ଅନେକ ରୂ ଆଖିରେ ପଡ଼େ । ହେଲେ ଆମେ କ'ଣ ଅହମିୟା ଆଉ ବଙ୍ଗଳା ବୁଝିାରୁନା? ନିଜକୁ ପଚାରିଲେ ଉତ୍ତରଟି ହୁଁ ଆସିବ । ଛତିଶଗଡ଼ି କି ମୈଥିଳୀ ପୁଣି କେତେ ନିଜର ନିଜର ଲାଗେ । ଲେଖକ ବଙ୍ଗଳାଦେଶର ଅନେକଙ୍କ ସଙ୍ଗେ ଓଡ଼ିଆ-ବଙ୍ଗଳା ମିଶେଇ କଥା ହୋଇଛି । ହେଲେ ବ୍ୟାପକ ଭାବେ ଦେଖିଲେ ବିହାର, ଝାଡ଼ଖଣ୍ଡ, ବଙ୍ଗଳାରୁ ଓଡ଼ିଶା ଆସୁଥିବା ହଜାର ହଜାର ଛାତ୍ର, ନା ଓଡ଼ିଆ ଶିଖନ୍ତି ନା ନିଜ ଭାଷାରେ ଏଠା ଲୋକଙ୍କ ସଙ୍ଗେ କଥା ହୁଅନ୍ତି । ସେମାନେ କଥା ହୁଅନ୍ତି ହିନ୍ଦୀରେ । ଏଇଠି କଥା ଆସେ ଭାଷାର ଖାଦି କଥା । ଆମ ଦେଶରେ ଓଡ଼ିଆ, ବଙ୍ଗଳା, ଅହମିୟା ବା ଆଉ କେଉଁ ଭାଷାର ଛାମୁଣିଆ ନାହିଁ । ହେଲେ ରହିଛି ହିନ୍ଦୀ ଭଳି ଏକ ନୂଆ ଭାଷାର । ୪୦ରୁ ଅଧିକ ଭାଷା ହିନ୍ଦୀର ଉପଭାଷା ଭାବେ ଆଜି ଜଣା । ହେଲେ ସେ ଭାଷାସବୁ ନିଆରା, ହିନ୍ଦୀଠାରୁ ମଧ୍ୟ ପୁରୁଣା । ରାଜନୀତିର ବାଜି ଚଳିଲେ କିସ ଅବା ଘଟେ । ତେବେ ସାଲିକିକ ମୁଫଉଇନଙ୍କ ସେଇ ଉକ୍ତିଟି ଏଇଠି ପୁଣି ଆସେ ଯେ ଭାଷା ନୁହେଁ, ଲୋକେ ଭାଷାକୁ ମାରିଦିଅନ୍ତି । 

ଯଦି ଲୋକେ ନିଜ ଭାଷାକୁ ସାହିତ୍ୟର ଚଉହଦୀରୁ ଶାସନ, ଗଣମାଧ୍ୟମ, ଶିକ୍ଷାଦୀକ୍ଷା, ଧର୍ମ, କଳା, ବିଜ୍ଞାନ ବା ଚାଷବାସ ଯାଏ ଲମ୍ବାଇ ପାରିଥା'ନ୍ତେ, ତା'ହେଲେ ଇତିହାସର ଚକ ଓଲଟା ଗଡ଼ିଥା'ନ୍ତା । ତେବେ ସାଧାରଣ ଲୋକେ ଏକାମ ଯେଡ଼େ ଦହଗଞ୍ଜ ହୋଇ କରି ନ ପାରନ୍ତି, ସରକାର ଓ ପାରିବା ଲୋକେ ଏ କାମ ତେଡ଼େ ସୁରୁଖୁରୁରେ କରିାରନ୍ତି । ରାଜନୀତିର ପଶାଖେଳରେ ଜିତାପଟ ହୋଇଥିବା ଲୋକେ କେମିତି ନିଜ ଭାଷାକୁ ନାହିଁରୁ କାହିଁ କରନ୍ତି ତାହା ଇଂରେଜଙ୍କଠାରୁ ଶିଖିବା କଥା । ଆଜି ଇଉନାଇଟେଡ଼ କିଙ୍ଗଡମ୍‍ ସିନା ପତିଆରା ହରାଇ ସାରିଲାଣି, ହେଲେ ପତିଆରା ଥିବାବେଳେ ନୂଆ ଅପ୍ରାକୃତିକ ଭାଷାଟେ ତିଆରି ସେମାନେ ଯେ ସାରା ଦୁନିଆରେ ନିଜ ପତିଆରା ରଖିାରିଲେ ତାହା କ'ଣ କମ୍‍ ବଡ଼ କଥା? ତେବେ ଇଂରାଜୀ ଭାଷା ତିଆରିବା ଥିଲା ଗୋଟେ କଳା, ଲାଟିନ ଅକ୍ଷରରେ ଅନେକ ଇଉରୋପୀୟ ତଥା କିଛି ଓରିଏଣ୍ଟାଲ ଶବ୍ଦ ମିଶାଇ ଏ ଭାଷା ତିଆରିବାବେଳେ ଅନେକ ଦେଶରୁ ମୂଳଶବ୍ଦ ସବୁ ଆହରିଥିଲେ ସେମାନେ । ଆମ ଦେଶରେ ଏ ଯାଏ ଏ କାମଟି ହୋଇପାରିଲା ନାହିଁ । ସଭିଙ୍କୁ ସମ୍ମାନ ଦେଇ ତାଙ୍କ ଭାଷାକୁ କିଛିକିଛି ଆହରି ଭାଷାଟିଏ ତିଆରିଲେ ସିନା ସେ ସବୁରି ତୁଣ୍ଡରେ ପଇଟନ୍ତା । ଖାଲି ଜୋର ଜବରଦସ୍ତି ଗୋଟେ ଭାଷା ପଛରେ ପୁଳାପୁଳା ପଇସା ଖରଚ କଲେ ସେ କି ଜନାଦର ଲଭିବ? 

ତେବେ ଭାଷା କ୍ଷେତ୍ରରେ ଦୁଇଟି ଜିନିଷ ଜଳଜଳ ଦିଶେ । ଆଜି ଯାହାର କାଟତି ଅଛି ସେ ଯେ କାଲି ରହିବ ତା' କହିବା ଦୁରୂହ । ବ୍ରିଟିଶ ଇଂରାଜୀ ଆଦି ଖୁବ୍‍ କମ୍‍ ଅଞ୍ଚଳରେ କଥିତ । ହେଲେ ସେ ଥିଲା ମୂଳ ଇଂରାଜୀ । ଗବେଷଣା ହେଉଥିଲେ ହେଁ ମୂଳ ଭାଷାଭାଷୀଙ୍କ ତୁଣ୍ଡରେ ବୋଲାଯାଉ ନ ଥିଲେ ଭାଷାଟି ଧୀରେଧୀରେ ମରିଯାଏ । ୨୦୧୦ ମସିହାରେ ବୋଆ ସିନିଅରଙ୍କ ଦେହାନ୍ତ ପରେ ଗ୍ରେଟ ଆଣ୍ଡାମାନୀ ଭାଷାଟି ତାଙ୍କ ସଙ୍ଗେ ମରଣ ଲଭିବା ଭଳି ଦୁଃଖଦ ଘଟଣା ଏହାର ମୂକସାକ୍ଷୀ । ଆଜି ଅଧିକ ହେଉ କି ଅଳପ, ସବୁରି ଭାଷା ପାଇଁ ଲୋଡ଼ା କିଛି ଦରକାରୀ ସଜ । ନିଜ ଭାଷାରେ ମୋବାଇଲ ଓ କମ୍ପ୍ୟୁଟରରେ ଲେଖାପଢ଼ାର ସୁବିଧା, ସାରା ଜଗତରେ ଜଣାଶୁଣା ବିଭିନ୍ନ ମନୋରଞ୍ଜନର ସମକକ୍ଷ ଉପାଦାନ, ଆନ୍ତର୍ଜାତିକ ମାନର ପାଠପଢ଼ା ଆଉ ଶେଷରେ ଭାଷାକୁ ଶାସନର ଭାଷା କରିାରିଲେ ଯେ ସେ ଭାଷାରେ ଜୀବନ ଲାଗିବ । ଆଉ ଏ ସାରାଜଗତ ପାଇଁ ଗୋଟେ ନୁହେଁ ଅନେକ ଭାଷା ଲୋଡ଼ା, ନିଜ ମଣିଷଙ୍କ କଥା, ତାଙ୍କ ଚଳଣି ଆଉ ଜନଜୀବନର ଗାଥା ଆଉ କେଉଁ ଭାଷା କି ସରସେ ଲେଖିହେବ?

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors
Subhashish Panigrahi
ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି । ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

Related Tags

Authors
Subhashish Panigrahi
ଶୁଭାଶିଷ ପାଣିଗ୍ରାହୀ ବେଙ୍ଗାଳୁରର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିରେ ଭାରତୀୟ ଭାଷାରେ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପ ତଥା ସ୍ୱେଚ୍ଛାସେବୀ ସମୂହର ବିକାଶ ନିମନ୍ତେ ବିଗତ କିଛି ବର୍ଷ ଧରି କାମ କରୁଛନ୍ତି । ଆଗରୁ ଇଂରାଜୀ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାରେ ଉଇକିପିଡ଼ିଆର ବିକାଶ ପାଇଁ ସେ ଉଇକିମିଡ଼ିଆ ଫାଉଣ୍ଡେସନରେ ସକ୍ରିୟ ଥିଲେ । ଉଇକିମାନିଆ ହଂକଂ, ଲଣ୍ଡନ ଓ ମେକ୍ସିକୋ ସିଟି, ଓପନ ନଲେଜ ଡେ ବର୍ଲିନ, ଗ୍ଲୋବାଲ ଭଏସେସ ସମିଟ ଫିଲିପାଇନ୍ସ ଆଦି ଦେଶବିଦେଶରେ ଭାଷାର କମ୍ପ୍ୟୁଟରୀକରଣ ଓ ଭାଷା ପାଇଁ ଟେକନୋଲୋଜି ବିକାଶ ସମ୍ବନ୍ଧରେ ସେ ବିଭିନ୍ନ ସମ୍ମିଳନୀରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି । ଦୀର୍ଘ ଦିନ ଧରି ଓଡ଼ିଆ ଉଇକିପିଡ଼ିଆ ସହିତ ମୋଜିଲା, ଓପନ ଗ୍ଲାମ, ଗ୍ଲୋବାଲ ଭଏସେସ, ଓପନସୋର୍ସ ଡଟ କମ ଆଦି ବିଶ୍ୱସ୍ତରୀୟ ପ୍ରକଳ୍ପ ସହ ସକ୍ରିୟ ଭାବେ ଜଡ଼ିତ । ଜଣେ ନିୟମିତ ସ୍ତମ୍ଭକାର ଭାବେ ସେ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ଖବରକାଗଜ, ବ୍ଲଗ ଆଦିରେ ଓ ନିଜ ବ୍ଲଗ http://psubhashish.comରେ ନିଜର ନିବନ୍ଧ ଲେଖନ୍ତି । ଟୁଇଟରରେ ଶୁଭାଶିଷଙ୍କ ସହ @subhapa ରେ ଯୋଗାଯୋଗ କରିହେବ ।

Latest Stories

Sign up for our Daily Newsletter