EDITIONS
Odia

ଭି.ଜି.ସିଦ୍ଧାର୍ଥ : ଭାରତୀୟ କଫି ଉଦ୍ୟୋଗର ସୁପରଷ୍ଟାର

24th Nov 2015
Add to
Shares
0
Comments
Share This
Add to
Shares
0
Comments
Share

ଭାରତକୁ କିପରି କଫି ପହଞ୍ଚିଲା ସେ ନେଇ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି। କୁହାଯାଏ, 1600 ଶତାବ୍ବୀରେ ଚିକମାଗାଲୁରର ବାବା ବୁଦାନ ନାମକ ବ୍ୟକ୍ତି ମକ୍କାକୁ ତୀର୍ଥଯାତ୍ରାରେ ଯାଇଥିଲେ। ସେଠାରେ ସେ ଆଫ୍ରିକା ଫେରନ୍ତା କେତେକ ଆରବ ବ୍ୟବସାୟୀଙ୍କୁ ଭେଟିଥିଲେ, ଯେଉଁମାନେ କି ତାଙ୍କୁ କିଛି କଫି ମଞ୍ଜି ପ୍ରଦାନ କରିଥିଲେ। ତେବେ ଭାରତ ଫେରିବା ବେଳକୁ ତାଙ୍କ ପାଖରେ ମାତ୍ର 7ଟି କଫି ମଞ୍ଜି ଥିଲା ଯେଉଁଗୁଡିକୁ ଚାଷକରିବାପାଇଁ ସେ ନିଜର ଅନୁଗାମୀମାନଙ୍କୁ ପ୍ରଦାନ କରିଥିଲେ। ବାବା ରହୁଥିବା ନିକଟସ୍ଥ ପାହାଡିଆ ଅଞ୍ଚଳରେ ଏହି କଫି ମଞ୍ଜିଗୁଡିକୁ ବୁଣାଗଲା ଓ ପରବର୍ତ୍ତୀ କାଳରେ ଏହି ଅଞ୍ଚଳ ଯେଉଁ ନିର୍ଦ୍ଧିଷ୍ଟ ପ୍ରଜାତିର କଫି ଚାଷ ପାଇଁ ପ୍ରସିଦ୍ଧ ହେଲା ତାହାକୁ ଆରବିକା ଇଣ୍ଡିକାଦ କୁହାଗଲା। ସେହି ଘଟଣାର ପ୍ରାୟ 4 ଶହ ବର୍ଷ ପରେ ବାବା ବୁଦାନଙ୍କ ସେହି ଛୋଟିଆ ଉଦ୍ୟମଟି ଆଜି ଏକ ବିରାଟ ସାମ୍ରାଜ୍ୟରେ ପରିଣତ ହୋଇଛି। 2009-10ରେ ଭାରତ 2,89,000 ଟନ କଫି ଉତ୍ପାଦନ କରିଥିଲା ଓ ଏହାର ଏକ ବଡ ଭାଗ ରପ୍ତାନି ହୋଇଥିଲା।

image


ସାରା ଭାରତରେ ଭି.ଜି.ସିଦ୍ଧାର୍ଥ ହେଉଛନ୍ତି ସବୁଠାରୁ ବଡ଼ କଫି ଉତ୍ପାଦକ। ସେ ଚିକମାଗାଲୁରରେ ଏକ କୃଷକ ପରିବାରରେ ଜନ୍ମ ହୋଇଥିଲେ। ପୁରୁଷ ପୁରୁଷ ଧରି ତାଙ୍କ ପରିବାର କଫିି ଉତ୍ପାଦନ କରିଆସୁଥିଲା, ତେବେ ମାତ୍ର କିଛି ଶହ ଏକର ଜମିରେ କଫି ଚାଷକରି ସେମାନେ ସନ୍ତୁଷ୍ଟ ଥିଲେ। ବ୍ୟବସାୟ ବଢାଇ ବଡ଼ କରିବାର କୌଣସି ଉଦ୍ୟମ ସେମାନେ କେବେ କରିନଥିଲେ। ନିଜ ପିତାମାତାଙ୍କ ଏକମାତ୍ର ପୁଅ ସିଦ୍ଧାର୍ଥ ଅର୍ଥନୀତି ଶିକ୍ଷା ସମାପ୍ତ କରିବାପରେ ନିଜ ଦୂନିଆ ନିଜେ ଦେଖିବାକୁ ଚାହୁଁଥିଲେ। ସେ ନିଜ ପିତାମାତାଙ୍କୁ କହିଲେ ଯେ ସେ ଫାଇନାନ୍ସିଆଲ ଇନଭେଷ୍ଟମେଣ୍ଟ ସମ୍ପର୍କରେ ଶିଖିବାକୁ ଚାହୁଁଛନ୍ତି। ଏଥିପାଇଁ ମୁମ୍ବାଇ ଯିବାକୁ ହେବ। କାରଣ ସେଠାରେ ରହୁଥିବା ମହେନ୍ଦ୍ର କାମ୍ପାନୀ ନାମକ ବ୍ୟକ୍ତିଙ୍କଠାରୁ ହିଁ ସେ ଏହା ଶିଖିବାକୁ ଚାହୁଁଥିଲେ। ନିଜ ପିତାଙ୍କ ଅନୁମତି ନେଇ ସେ ମୁମ୍ବାଇ ଗଲେ ଓ ଏକ ଅତି ସାଧାରଣ ଲଜରେ ରୁମଟିଏ ଭଡ଼ା ନେଇ ରହିଲେ।

ବାଣିଜ୍ୟ ନଗରୀ ମୁମ୍ବାଇ ଦେଖି ଚକିତ ହୋଇଗଲେ ସିଦ୍ଧାର୍ଥ। ତାଙ୍କ ପାଇଁ କଳ୍ପନାତୀତ ଥିଲା ସେହି ନଗରୀ । ପରଦିନ ସେ ସେହି ବ୍ୟକ୍ତିଙ୍କୁ ଭେଟିବାକୁ ଗଲେ ଯାହାଙ୍କଠାରୁ କିଛି ଶିଖିବାକୁ ସେ ଏତେଦୂର ଧାଇଁ ଆସିଥିଲେ।କାମ୍ପାନୀଙ୍କ ବହୁତଳ କୋଠାରେ ପହଞ୍ଚି ସେ ଦେଖିଲେ ଯେ ଗ୍ରାଉଣ୍ଡ ଫ୍ଲୋରରେ ଲୋକମାନେ ଏଲିଭେଟରକୁ ଅପେକ୍ଷା କରିଛନ୍ତି। ଲୁହାରେ ତିଆରି ଏକ ଛୋଟିଆ କୋଠରି ଭିତରଦେଇ ଲୋକମାନେ ବେଶ ସୁବିଧାରେ ଉପର ମହଲାରେ ପହଞ୍ଚିଯାଉଛନ୍ତି ବା ଉପରୁ ତଳକୁ ଆସୁଛନ୍ତି। ଜୀବନରେ ପ୍ରଥମଥର ପାଇଁ ସେ ଏପରି ଏକ ଯନ୍ତ୍ରଚାଳିତ କୋଠରି ଦେଖୁଥିଲେ,କିଛିଟା ଛାନିଆ ମଧ୍ୟ ହୋଇପଡିଥିଲେ। କହିବା ବାହୁଲ୍ୟ,ଏଲିଭେଟର ବ୍ୟବହାର ନକରି ସିଡି ଚଢି କାମ୍ପାନୀଙ୍କ ଅଫିସରେ ପହଞ୍ଚି ତାଙ୍କୁ ଭେଟିବାକୁ ସକ୍ଷମ ହୋଇଥିଲେ। ତାଙ୍କ ସହିତ କଥାବାର୍ତା ପରେ ସେଠାରେ ଜଣେ ଶିକ୍ଷାନବୀସ ଭାବେ କାମ କରିବାକୁ ତାଙ୍କୁ ରାଜି କରିପାରିଲେ। ଏହି ପ୍ରସିଦ୍ଧ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ତଥା ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ଅଧ୍ୟକ୍ଷଙ୍କ ସହିତ ସେ ସକାଳୁ ରାତି ପର୍ଯ୍ୟନ୍ତ କାମ କରୁଥିଲେ। ପ୍ରାୟ ଦୁଇ ବର୍ଷ ପରେ, ଯେତେବେଳେ ସେ ଅନୁଭବ କଲେ ଯେ ଅର୍ଥନୀତି ଜଗତ ଉପରେ ତାଙ୍କର କିଛିଟା ଜ୍ଞାନ ଆସିଯାଇଛି ,ସେ ଘରକୁ ଫେରି ପରିବାରର କଫି ବ୍ୟବସାୟରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ କଲେ।

image


କଫି ବ୍ୟବସାୟ ଚଳାଇବା କିଛି ସହଜ କଥା ନଥିଲା। ବାରମ୍ବାର ମରୁଡି କିମ୍ବା ବେଳେ ବେଳେ ଅତ୍ୟଧିକ ଉତ୍ପାଦନ ଫଳରେ କଫିବଗିଚା ମାଲିକମାନଙ୍କ ପକ୍ଷରେ ଏହାଙ୍କୁ ଚଳାଇବା କଷ୍ଟକର ହୋଇପଡୁଥିଲା। ସିଦ୍ଧାର୍ଥ କ୍ଷତିରେ ଚାଲୁଥିବା ବଗିଚା ଗୁଡିକୁ କିଣି ସେଗୁଡିକର ପୁନରୁଦ୍ଧାର କଲେ ଓ ଉତ୍ପାଦନ ବଢାଇବାକୁ ସକ୍ଷମ ହେଲେ କିନ୍ତୁ କଫି ବଜାରର ପରିସ୍ଥିତି ଥିଲା ଟିକିଏ ଅଲଗା। କାରଣ କଫି ମଞ୍ଜି ମୂଲ୍ୟ ନିର୍ଦ୍ଧାରଣ ବେଳେ ଅନ୍ତର୍ଜାତୀୟ ଗ୍ରାହକମାନେ ହିଁ ସୁବିଧାଜନକ ସ୍ଥିତିରେ ରହୁଥିଲେ। ଏଣୁ ଭଲ ମୂଲ୍ୟ ପାଇଁ ସେମାନଙ୍କ ଦୟାରେ ରହିବା ଅପେକ୍ଷା ନିଜର କଫି ଖୁଚୁରା ବ୍ୟବସାୟ ସ୍ଥାପନ କରିବାକୁ ସେ ଚିନ୍ତା କଲେ। ଏଣୁ ଖୁବଶୀଘ୍ର ସେ କଫି ମଞ୍ଜି ବିକ୍ରିକରିବା ଛାଡି ନିଜର କଫି ରିଟେଲ ଚେନ ପ୍ରତିଷ୍ଠା କଲେ। ଏହିପରି ଭାବେ Cafe Coffee Day ଆରମ୍ଭ ହେଲା। ଆଜି ଦେଶର ହଜାର ହଜାର ସ୍ଥାନରେ ପହଞ୍ଚିପାରିଛି ଏହି ଲୋକପ୍ରିୟ କଫି ବ୍ରାଣ୍ଡ୍। ସିଦ୍ଧାର୍ଥ ସେଠାରେ କେବଳ କଫି ବିକ୍ରି କରନ୍ତି ନାହିଁ,ତା ସହିତ ଆହୁରି କେତେ କିସମର ଖାଦ୍ୟସାମଗ୍ରୀ ସେଠାରେ ମିଳେ। କାରଣ ଆଜିର ଯୁବକଯୁବତୀମାନେ ଗୋଟିଏ କଫିସପକୁ କେବଳ କଫି କପେ ପିଇବାକୁ ଆସନ୍ତି ନାହିଁ, ବରଂ ଗୋଟିଏ ସ୍ୟାଣ୍ଡୱିଚ ବା ଗୋଟିଏ କେକ୍ ସହ କଫି କପେ ପିଇ ନିଜ ସାଙ୍ଗସାଥୀଙ୍କ ସହ କିଛି ସମୟ ଗପମାରିବାକୁ ସେମାନେ ପସନ୍ଦ କରନ୍ତି। ବଜାରରେ ପାାର ଅଫ ଆଡଜାସେନ୍ସିର ଏହା ଏକ ସୁନ୍ଦର ଉଦାହରଣ। ଆପଣ ଯଦିି କଫି ବିକ୍ରି କରୁଛନ୍ତି,ତା ସହିତ ସ୍ଵାଭାବିକ ଭାବେ ଗୋଟିଏ ସ୍ୟାଣ୍ଡୱିଚ ବା ଏକ ବୋତଲ ପାଣି ବିକ୍ରିହେବ। କିନ୍ତୁ କଫି ଓ ସ୍ୟାଣ୍ଡୱିଚ ବ୍ୟବସାୟ କେବଳ ଖାଦ୍ୟ ଓ ଏସପ୍ରେସୋ କଫି ମେସିନକୁ ବୁଝାଏ ନାହିଁ। ତାହା ସହିତ ଯୋଡି ହୋଇଥାନ୍ତି ଦକ୍ଷ କର୍ମଚାରୀମାନେ। Cafe Coffee Dayର ଅନୁଭୂତିକୁ ପ୍ରସାର କରାଇବାରେ ସିଦ୍ଧାର୍ଥ ଆବଶ୍ୟକ କରୁଥିଲେ ହଜାର ହଜାର ତାଲିମପ୍ରାପ୍ତ ଯୁବକଯୁବତୀ। ଏଥିପାଇଁ ସେ ଚିକମଗାଲୁର ଓ ଚେନ୍ନାଇଠାରେ ଖୋଲିଲେ ଗୋଟିଏ ଲେଖାଏଁ ହସପିଟାଲିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ। ଯେଉଁଠାରେ ଗ୍ରାମାଞ୍ଚଳର ଯୁବକଯୁବତୀମାନଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରି ଛଅମାସର ତାଲିମ ପରେ ସେମାନଙ୍କୁ ନିଜ କର୍ମଚାରୀଭାବେ ନିଯୁକ୍ତି ଦେଉଥିଲେ। ଏହିପରିଭାବରେ ସେ ସେହିମାନଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଲେ ଯେଉଁମାନଙ୍କ ପାଇଁ ଆଜିର ଦ୍ରୁତ ଅଭିବୃଦ୍ଧିଶୀଳ ମାତ୍ର ତୀବ୍ର ପ୍ରତିଯୋଗିତାମୂଳକ ବଜାରରେ ଚାକିରିଟିଏ ଯୋଗାଡ଼ କରିବା କଷ୍ଟକର ହୋଇଥାନ୍ତା। 2010ରେ ସିଦ୍ଧାର୍ଥ ଚେକ୍ ଗଣତନ୍ତ୍ରର ଏକ କଫି କମ୍ପାନୀ ଏମ୍ପରିଓକୁ ଅଧିଗ୍ରହଣ କଲେ। ସେହିବର୍ଷ ତାଙ୍କର ମୋଟ କାରବାର 10 କୋଟି ଡଲାରରେ ପହଞ୍ଚିଥିଲା ଓ ସେ ଦିନକୁ ପ୍ରାୟ 10 ଲକ୍ଷ କପ୍ କଫି ବିକ୍ରି କରୁଥଲେ।

image


କଫି ବିନ୍ ବିକ୍ରି ଅପେକ୍ଷା କଫି ପାନୀୟ ବିକ୍ରି କରିବା ପାଇଁ ସିଦ୍ଧାର୍ଥଙ୍କ ନିଷ୍ପତ୍ତି ଏକ ସାଧାରଣ ନିଷ୍ପତ୍ତି ନଥିଲା। ଯେତେବେଳେ ଜଣେ କଞ୍ଚାମାଲ ବିକିବା ଛାଡି ଏକ ସର୍ବଶେଷ ଉତ୍ପାଦ ବା ଫିନିଶ୍ଡ ପ୍ରଡକ୍ଟ ବିକ୍ରିକରିବା ଆରମ୍ଭ କରେ ତେବେ ତାହାକୁ ଭାଲ୍ୟୁ ଚେନରେ ଉପରକୁ ଉଠିବା କୁହାଯାଏ। କଫି ବିନ ଉତ୍ପାଦନଠାରୁ ଆରମ୍ଭକରି ଗରମାଗରମ କଫି କପଟିଏ ବିକିବା ପର୍ଯ୍ୟନ୍ତ ଥିବା ପ୍ରତିଟି ପାହାଚ ଗୋଟିଏ ଗୋଟିଏ ମୂଲ୍ୟ ସଂଯୋଗ କରିଚାଲେ। ଯଦି ଆପଣ ଗୋଟିଏ ବସ୍ତାରେ କଫି ବିକନ୍ତି ତେବେ ଆପଣ କିଛି ଅର୍ଥ କମାଇପାରିବେ। କଫି ବିନକୁ ଭାଜି ଗୁଣ୍ଡ କରି ଟିଣ ପ୍ୟାକେଟରେ ତେଜରାତି ଦୋକାନରେ ବିକିଲେ କିଛି ଅଧିକ ଅର୍ଥ ପାଇବେ। ଏହି କଫିକୁ ଏକ କପ୍ ଗରମ ପାନୀୟରେ ପରିଣତକରି ଏକ ଆନନ୍ଦଦାୟକ ବୈଠକସ୍ଥଳୀରେ ପରସା ଗଲେ ଲାଭ ଆହୁରି ଅଧିକ ବଢିବ। କିନ୍ତୁ ଏହା ସହିତ ଜଟିଳତା ମଧ୍ୟ ଆସିବ। ଜଟିଳତା ହେଉଛି, ଆହୁରି ଅନେକ କିଛି ଶିଖିବାକୁ ହେବ ଯାହା ଗୋଟିଏ କଫି ବଗିଚା ମାଲିକ ଜାଣିନଥିବ। ଏଠାରେ ଗୋଟିଏ ଉଦାହରଣ ଦେଉଛି, ଲଜିଷ୍ଟିକ୍ସ କଥା ଚିନ୍ତା କର। ସାରାଦେଶରେ ରହିଥିବା ହଜାର ହଜାର Cafe Coffee Day ଷ୍ଟୋରରେ ଗ୍ରାହକଟିଏ ପ୍ରବେଶ କଲାବେଳେ କିପରି ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ଉଚିତ ମାତ୍ରାରେ ମହଜୁଦ ହୋଇ ରହିଥାଏ ? ଷ୍ଟୋରଟିଏ ଖୋଲିବା ପାଇଁ କେଉଁ ଆଧାରରେ ସ୍ଥାନଟିଏ ବଛାଯିବ,ଯେପରି ତାହା ଆଶାନୁରୂପ ବ୍ୟବସାୟ କରିପାରିବ ? କିପରି ଏକ କର୍ମଠ କର୍ମଚାରୀ ଦଳକୁ ନିଯୁକ୍ତି ଓ ତାଲିମ ଦିଆଯିବ ଓ ସେମାନଙ୍କୁ ବଜାୟ ରଖାଯିବ ? ଯେତେବେଳେ ଜଣେ ବ୍ୟବସାୟୀ ଏସବୁ ବିଭିନ୍ନ ଦିଗ ଉପରେ ଚିନ୍ତା କରେ ତାକୁ ଏସବୁ ସହ ଯୋଡିହୋଇଥିବା ବିପଦଗୁଡିକୁ ମଧ୍ୟ ଭଲଭାବରେ ପରିଚାଳନା କରିବାକୁ ପଡିବ,ଯେପରିକି ପରିଶେଷରେ ଲାଭ ମିଳିପାରବ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags