EDITIONS
Odia

ଦେଶର ପ୍ରଥମ ଓ ଏକମାତ୍ର ମହିଳା ଟନେଲ୍ ଇଞ୍ଜିନିୟର ଆନି ରାୟ

PK
29th Apr 2016
Add to
Shares
0
Comments
Share This
Add to
Shares
0
Comments
Share

ଆମ ଦେଶରେ ଟନେଲ୍ ନିର୍ମାଣ କରିବା ଏତେ ଦେଖିବାକୁ ମିଳେ ନାହିଁ । କିନ୍ତୁ ଅର୍ଥନୀତିର ଗତି ଆଗକୁ ବଢ଼ିବା ସହ ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ ହେବାରୁ ଟନେଲ୍ ନିର୍ମାଣ କରିବା ଆବଶ୍ୟକ ହୋଇପଡ଼ିଛି । ଏହି ଟନେଲ୍ ଗୁଡିକ ମାଟି ତଳେ ନିର୍ମାଣ କରାଯାଇଥାଏ ଯାହା ମଧ୍ୟ ଦେଇ ଟ୍ରେନ୍ ଯାତାୟାତ କରେ । ଟନେଲ୍ ନିର୍ମାଣ ଏକ ପୁରୁଷ ପ୍ରଧାନ କାର୍ଯ୍ୟ । ସେଥିରେ ବିପୁଳ ପରିମାଣର ପୁରୁଷ ଶ୍ରମିକ ଓ ଇଞ୍ଜିନିଂୟର କାମ କରନ୍ତି। ପୁରୁଷଙ୍କ ଏହି ଗଡ଼ରେ କିନ୍ତୁ ପ୍ରବେଶ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆନି ରାୟ । ସେ ଦିଲ୍ଲୀ ମେଟ୍ରୋରେ ଟନେଲ୍ ଇଞ୍ଜିନିୟର ଭାବେ କାମ କରୁଛନ୍ତି । ସେ ହେଉଛନ୍ତି ଦେଶର ପ୍ରଥମ ଓ ଏକମାତ୍ର ମହିଳା ଟନେଲ୍ ଇଞ୍ଜିନିୟର ।

ନିଜର ପ୍ରଥମ ଦିନର କାମ ବିଷୟରେ ଆନି କହନ୍ତି, 

ମୁଁ ଯେଉଁଦିନ ପ୍ରଥମେ ସାଇଟ୍ ରେ ପହଂଚିଲି କାମ ଆରମ୍ଭ କରିବା ପୂର୍ବରୁ ଦେଖିଲି ଯେ, ୧୦୦ରୁ ଅଧିକ ଲୋକ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ହୋଇଥିବା ବେଳେ ଅନ୍ୟ କିଛି ହାତଗଣତି ପୁରୁଷ ଇଞ୍ଜିନିୟର ଥିଲେ । ଆନିଙ୍କୁ ଦେଖିବା ପରେ କେହି ବିଶ୍ୱାସ କରି ନ ଥିଲେ ଯେ ସେ ଏଠାକୁ କାମ କରିବାକୁ ଆସିଛନ୍ତି । ଆନିଙ୍କ କାନରେ ପଡ଼ିଥିଲା, କିଛି ଲୋକ କହୁଥିଲେ ନିଶ୍ଚିତ କେହି ସାଇଟ୍ ପରିଦର୍ଶନ କରିବାକୁ ଆସିଛନ୍ତି । ବୁଲିବାକୁ ଆସିଛନ୍ତି । 

ଦିଲ୍ଲୀ ମେଟ୍ରୋରେ ଚାକିରି ପାଇ କାମ ଆରମ୍ଭ କରିବା ପ୍ରଥମ ଦିନର ଏହା ଥିଲା ଆନିଙ୍କ ଅନୁଭୂତି ।

image


ନିଜର କାମ ବିଷୟରେ ଆନି କହନ୍ତି ଯେ, 

ଦିନେ ଟନେଲ୍ ଭିତରେ କାମ କରିବା ବେଳେ ମୁଁ ଏକ ବଡ଼ ମେସିନ୍ ସାମ୍ନାରେ ଠିଆ ହୋଇଥିଲି । ତାହା ଥିଲା ମାଟି ଖୋଳିବା ମେସିନ୍ । କୌଣସି କାରଣରୁ ସେହି ମେସିନ୍ ଟି ମାଟି ଭିତରେ ଅଟକିଗଲା । ଜଣେ ଜର୍ମାନ ଇଞ୍ଜିନିୟର ଓ ମୋ ବସ୍ ମୋତେ ମାଟି ଭିତରକୁ ଯାଇ ମେସିନ୍ ର ନଟ୍ ଖୋଲିବାକୁ ନିର୍ଦ୍ଧେଶ ଦେଲେ । ମୁଁ ଯାଇ ନଟ୍ ଖୋଲିଲି । ମୋ ମୁହଁ ସାରା ଗ୍ରୀଜ ବୋଳି ହୋଇଯାଇଥିଲା । ବାହାରକୁ ଆସିବା ପରେ ମୋତେ ଅନ୍ୟମାନେ ଦେଖି ହସିଥିଲେ । କହିଥିଲେ ତୁମ ଚେହେରା ଜୀବନ ସାରା ଚମକିବ । 

ସେହିଦିନର ଅନୁଭୂତିକୁ ଭୁଲି ନାହାନ୍ତି ଆନି । ତାଙ୍କ ବୟସ ଏବେ ୩୫ ବର୍ଷ । ଦକ୍ଷିଣ ଭାରତର ପ୍ରଥମ ଭୂତଳ ମେଟ୍ରୋ ଟ୍ରେନ୍ ର ଉଦଘାଟନ ଅବସରରେ ଏନି ନିଜର ଏହି ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ବେଙ୍ଗାଲୁରୁରେ ସେ ଏକମାତ୍ର ମହିଳା ଟନେଲ୍ ଇଞ୍ଜିନିୟର ଯିଏ ବୃହତ ଆକାରର ମାଟି ଖୋଳିବା ମେସିନ୍ ଗୋଦାବରୀକୁ ଚଲାଇଛନ୍ତି । ଏହି ମେସିନ୍ କୁ ସୁଡ଼ଙ୍ଗ ଖୋଳିବା ପାଇଁ ବ୍ୟବହାର କରାଯାଇଥାଏ । ଏହି ମେସିନ୍ ଜରିଆରେ ସିମ୍ପାଜିଠାରୁ ଆରମ୍ଭ କରି ମାଜେଷ୍ଟି ପର୍ଯ୍ୟନ୍ତର ସୁଡ଼ଙ୍ଗ ଖୋଳିବା କାମ କରାଯାଇଥିଲା । ତାହାର ନେତୃତ୍ୱ ନେଇଥିଲେ ଏନି । ଏହି ସୁଡ଼ଙ୍ଗକୁ ସେ ନିଜର ସୁଡ଼ଙ୍ଗ ବୋଲି କହୁଛନ୍ତି । କାରଣ ୨୦୧୫ରେ ଯେତେବେଳେ ଏହାର କାମ ଆରମ୍ଭ କରାଯାଇଥିଲା ସେତେବେଳେ ଏଥିପାଇଁ ବ୍ୟବହାର କରାଯାଇଥିବା ମେସିନ୍ ଖରାପ ହୋଇଯାଇଥିଲା । ତେଣୁ ଏନି ଦିନକୁ ୮ ଘଂଟାରୁ ଅଧିକ ସମୟ ଟନେଲ୍ ଭିତରେ ରହି କାମ କରୁଥିଲେ । ଏହା ତାଙ୍କ ପାଇଁ ଏକ ପରିଚିତ ଜାଗା ହୋଇଯାଇଥିଲା । ଯେତେବେଳେ ସେ ହେଲମେଟ୍ ଓ ଜ୍ୟାକେଟ୍ ପିନ୍ଧି ବାହାରନ୍ତି ଅନ୍ୟମାନେ ତାଙ୍କୁ ପ୍ରଶ୍ନ କରନ୍ତି ଯେ, ଟନେଲ୍ ଖୋଳା କାମ କେବେ ସରିବ । ଅବଶ୍ୟ ସେହି ହେଲମେଟ୍ ଓ ଜ୍ୟାକେଟ୍ ମୋର ପରିଚୟ ହୋଇଯାଇଥିଲା । ତାହାକୁ ଦେଖି ଲୋକମାନେ ଜାଣିପାରୁଥିଲେ ଯେ ମୁଁ ମେଟ୍ରୋ ରେଳ ନିର୍ମାଣ ପାଇଁ କାମ କରୁଛି ।

image


ଆନିଙ୍କ ଜୀବନ ଯଦିଓ ଅଧିକ ସଂଘର୍ଷପୂର୍ଣ୍ଣ ନୁହେଁ । ତଥାପି ସେ ସବୁ କିଛି ସୁଖରେ ପାଇ ନାହାନ୍ତି । ସେ ନାଗପୁର ବିଶ୍ୱବିଦ୍ୟାଳୟରେ କେମିକାଲ୍ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରି କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ବାପାଙ୍କର ଅକାଳ ମୃତ୍ୟୁ ହୋଇଗଲା । ସେ ପାଠ ଆଗକୁ ପଢ଼ିପାରିଲେନି । ଏହା ପରଠାରୁ ତାଙ୍କୁ ଘର ଖର୍ଚ୍ଚ ଉଠାଇବାକୁ ପଡ଼ିଥିଲା । ଦିଲ୍ଲୀ ମେଟ୍ରୋରେ କଣ୍ଟ୍ରାକ୍ଟର ସାମ୍ବୋ ତାଙ୍କୁ କାମ ଅଫର କରିଥିଲେ । ସେ ୨୦୦୭ରେ ସେହି ଅଫରକୁ ସ୍ୱୀକାର କରିବା ସହ କାମ ଆରମ୍ଭ କରିଥିଲେ । ୨୦୦୯ରେ ସେ ଚେନ୍ନାଇ ମେଟ୍ରୋରେ ଯୋଗ ଦେଇଥିଲେ । ଏହା ପରେ ଦୁଇ ବର୍ଷ ପାଇଁ ଦୋହା ଚାଲି ଯାଇଥିଲେ । ୨୦୧୪ରେ ୬ ମାସ ପାଇଁ ସେ ଦୋହାରେ କାମ କରିଥିଲେ । କିନ୍ତୁ ତାଙ୍କୁ ଏଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା । ତାଙ୍କର ଭିସାକୁ ୩ ଥର ରଦ୍ଦ କରାଯାଇଥିଲା । ଅବିବାହିତ ମହିଳାଙ୍କୁ ଦୋହାରେ କାମ କରିବାର ଅନୁମତି ନାହିଁ । ସେଥିପାଇଁ ତାଙ୍କ ଭିସା ରଦ୍ଦ କରାଯାଉଥିଲା । କିନ୍ତୁ ଲଢ଼େଇ କରି ସେ ନିଜର ଅଧିକାର ହାସଲ କରିଥିଲେ ।

ଏନି ନିଜର କାମକୁ ନେଇ ବହୁତ ଖୁସି । ସେ ଚାହୁଁଛନ୍ତି ଯେ ତାଙ୍କ ଭଳି ଅନ୍ୟ ମହିଳା ଇଞ୍ଜିନିୟରମାନେ ମଧ୍ୟ ଟନେଲ୍ ଭିତରେ କାମ କରନ୍ତୁ । ବଡ଼ ବଡ଼ ମେସିନ୍ ଚଲାନ୍ତୁ । ଯେଉଁ ସବୁ ପୁରୁଷ ଗଡ଼ ରହିଛି ସେଥିରେ ମହିଳାମାନେ ମଧ୍ୟ ବହୁତ ଭଲ ଭାବେ କାମ କରିପାରିବେ ବୋଲି ସେ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଆଉ ଆଜି ସୁଦ୍ଧା ବହୁତ କିଛି ପ୍ରମାଣିତ ମଧ୍ୟ କରିସାରିଛନ୍ତି । 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags