EDITIONS
Odia

ଯେଉଁଠି ମନ ମାନିଲା, ସେଇଠି ଘର ବସିଲା: ବ୍ୟବସାୟ ସହ ସାମାଜିକ ଦାୟିତ୍ୱବୋଧକୁ ସାମିଲ କରିଥିବା ଶିଶୁବସ୍ତ୍ର ଡିଜାଇନର୍

Team Odia
23rd Nov 2015
Add to
Shares
0
Comments
Share This
Add to
Shares
0
Comments
Share

ଶ୍ୱେତା ମୁଦ୍ଗଲ ଯାହାକୁ ‘ହୋମ୍’ ବୋଲି କହନ୍ତି ତା’ର ଦୁଇ ସୀମାର ମଧ୍ୟବର୍ତୀ ଦୂରତା ୮ହଜାର ମାଇଲ ଅଟେ । ଏହା ହେଉଛି ନିଉୟର୍କ ଓ ମୁମ୍ବାଇ ମଧ୍ୟରେ ଦୂରତ୍ୱ- ଏହି ଦୁଇ ସହରରେ ହେଉଛି ତାଙ୍କର ବାସସ୍ଥାନ ଓ କର୍ମକ୍ଷେତ୍ର ‘ହୋମ୍’ ହେଉଛି ଶ୍ୱେତାଙ୍କ ଶିଶୁବସ୍ତ୍ରର ବ୍ରାଣ୍ଡ୍ ନାମ, ଏହାକୁ ସେ ୧ ବର୍ଷ ପୂର୍ବେ ଆରମ୍ଭ କରିଥିଲେ ।

image


ବୃତିଗତ ଭାବେ ଶ୍ୱେତା ଜଣେ ବିମାନବନ୍ଦର ଡିଜାଇନ୍ରେ ଦକ୍ଷ ଆର୍କିଟେକ୍ଟ ଅଟନ୍ତି ଏବଂ ତାଙ୍କର ବୃତିଗତ ଜୀବନ ନୂତନ ନୂତନ ଅଭିଜ୍ଞତା ଅର୍ଜନ କରିବାରେ ଅତିବାହିତ ହୋଇଥିଲା । କିଛି ବର୍ଷ ପୂର୍ବେ, ସେ ଯାହାକୁ ପାଇଥିଲେ ତାକୁ ସ୍ୱପ୍ନର ଦେୟ ଭାବେ ମନେପକାନ୍ତି । ଏହା ହେଉଛି ମୁମ୍ବାଇ ବିମାନ ବନ୍ଦରରେ ନିଉୟର୍କ ର ଏକ ସଂସ୍ଥା ଦ୍ୱାରା ଏକ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ସେ କହନ୍ତି, “ଏହା ହେଉଛି ସବୁଠାରୁ ଉକ୍ରୃଷ୍ଟ ଘଟଣା ଥିଲା, ମୁଁ ମୋର ଜନ୍ମସ୍ଥାନ ପାଇଁ କାମ କରୁଥିଲି କିନ୍ତୁ ମୁଁ ମୋର ପ୍ରିୟ ସହରରେ ରହୁଥିଲି ।”

ସେହି ଦିନଠାରୁ, ସେ, ସ୍ୱାମୀ ଓ ତାଙ୍କରି ତିନିବର୍ଷର ଝିଅଙ୍କର ଦୁଇ ସହର ମଧ୍ୟରେ ଯିବାଆସିବା କରିବା ବନ୍ଦ ହୋଇନଥିଲା । ସେ କହନ୍ତି, “ଆମେ ନିଉୟର୍କରେ ୧୧ ବର୍ଷ ଧରି ରହିଆସୁଥିଲେ, ଏହାପରେ ସିଂଗାପୁରରେ ୧ବର୍ଷ ରହିଲେ । ପରେ ମୁମ୍ବାଇ ଆସି ପୁଣି ନିଉୟର୍କ ବସବାସ କରିବାକୁ ଲାଗିଲେ । ଏଭଳି ଭ୍ରମଣକୁ ଆମେ ଭଲପାଉ ।”

image


ଏଭଳି ଜୀବନ ଶୈଳୀ ହୋମ୍ ବ୍ରାଣ୍ଡ୍ର ଆଦର୍ଶକୁ ନିରୂପଣ କରିବାରେ ସହାୟକ ହୋଇଥିଲା । ଶ୍ୱେତା ଏ ସଂପର୍କରେ କହନ୍ତି, “ଆଠ ହଜାର ମାଇଲ ଦୀର୍ଘ ଦୂରତ୍ୱ ‘ହୋମ୍’ର ଚିନ୍ତାଧାରାକୁ ଉଦ୍ଜୀବିତ କରିଛି ଯେଉଁଠି କୌଣସି ସୀମାର ପ୍ରତିବନ୍ଧକ ନାହିଁ । ଆମର ଏହି ଧାରଣା ବଳବତ୍ତର ହୋଇଛି ଯେ ସମସ୍ତ ବ୍ୟକ୍ତି ପ୍ରତିବାଦୀ ନୁହନ୍ତି ଓ ମୁକ୍ତ ଭ୍ରମଣକାରୀ ଅଟନ୍ତି । ଶିଶୁମାନେ, ଯେଉଁମାନେ ସରଳ ଓ ଦ୍ୱନ୍ଦ୍ୱରହିତ ଏହି ଚିନ୍ତାଧାରାକୁ ଆହୁରି ଅଧିକ ଭାବେ ଗ୍ରହଣ କରନ୍ତି ।”

ସେ ନିଜର ବ୍ୟବସାୟ ଉଭୟ ମୁମ୍ବାଇ ଓ ନିଉୟର୍କରୁ ପରିଚାଳିତ କରନ୍ତି ଓ ଏହା ମଧ୍ୟରେ ନିଜର ସାମଗ୍ରୀର ବିକ୍ରି ପାଇଁ କୌଣସି ଉଚିତ ବଜାରକୁ ମଧ୍ୟ ଗ୍ରହଣ କରନ୍ତି ।

ଟିମ୍

ଯେତେବେଳେ ଶ୍ୱେତା ଏକ ବସ୍ତ୍ର ବ୍ରାଣ୍ଡ୍ର ପରିକଳ୍ପନା କଲେ, ସେ ବାଣିଜ୍ୟିକ ଉତ୍ପାଦନକାରୀ ୟୁନିଟକୁ ଖୋଜିବା ଆରମ୍ଭକଲେ । କିନ୍ତୁ “ସେହି ସମୟରେ ବ୍ୟବସାୟ ଚଳାଇବାରେ କୌଣସି ଆତ୍ମିକ ସଂପର୍କକୁ ପାଇପାରିଲେନାହିଁ।” ସେ ଅନୁଭବ କଲେ ଯେ ନିଜର ବ୍ରାଣ୍ଡ୍ର ଆଦର୍ଶ ସହ ସମତୁଲ ରକ୍ଷା କରିବା ପାଇଁ, ସାମାଜିକ ଦାୟିତ୍ୱ ବ୍ୟବସାୟର ମୂଳକେନ୍ଦ୍ର ହେବା ଆବଶ୍ୟକ ।

image


ସେ ମୁମ୍ବାଇର ଏକ ଏନଜିଓ Aadhar Skill Development Trust (ASDT) ସହ ଯୋଗାଯୋଗ କଲେ । ଏହି ଏନଜିଓ ସମାଜର ପଛୁଆବର୍ଗ ମହିଳାଙ୍କୁ ସେମାନଙ୍କ ନିଯୁକ୍ତିପ୍ରବଣତା ବୃଦ୍ଧି କରିବାକୁ ବିଭିନ୍ନ କୌଶଳର ଶିକ୍ଷା ଦେଉଥିଲେ । ଏହି ସଂସ୍ଥାର ୬-୭ଜଣ ମହିଳା ଆଠହଜାର ମାଇଲର ସିଲାଇ ୟୁନିଟର ସଦସ୍ୟ ଅଟନ୍ତି । “ସେମାନେ ନିୟମିତ ଭାବେ ପ୍ରଶିକ୍ଷଣ ଓ ବ୍ରାଣ୍ଡ୍ ସ୍ଥାପନର ସମସ୍ତ ଶୈଳୀ ସଂପର୍କରେ ଜ୍ଞାନ ପ୍ରଦାନ କରାଯାଉଥିଲା।” ଶ୍ୱେତା କହନ୍ତି ଯେ ଏହି ସଦସ୍ୟମାନେ ସିଲାଇ କରୁଥିବା ଡିଜାଇନ୍ ଅନୁସାରେ ପାରିଶ୍ରମିକ ପାଇଥାନ୍ତି ।

ଶ୍ୱେତା କହନ୍ତି, “ଆଠ ହଜାର ମାଇଲ ଏକ ଦ୍ୱୈତ ଡିଜାଇନ୍ ଟ୍ରାକ୍ ଦ୍ୱାରା ପରିଚାଳିତ ହୋଇଥାଏ: ପ୍ରସ୍ତୁତ ହେଉଥିବା (୯୦% ଉତ୍ପାଦ ସାମଗ୍ରୀ) ଓ ସଂସ୍କରିତ (୧୦% ଉତ୍ପାଦ ସାମଗ୍ରୀ) ।”

ASDTର ମହିଳାମାନେ ସୃଜନ ବିଭାଗର ପ୍ରତିନିଧିତ୍ୱ କରନ୍ତି, ଏବଂ ସଂସ୍କରିତ ବିଭାଗରେ ବୁଣାକାରଙ୍କୁ ଚୟନ କରି ସ୍ୱତନ୍ତ୍ର ଡିଜାଇନ୍ ପ୍ରସ୍ତୁତ କରାଯାଏ ଓ ଏହି ଅନୁସାରେ ସେମାନଙ୍କୁ କମିଶନ ଦିଆଯାଇଥାଏ । ଶ୍ୱେତା କହନ୍ତି, “ଆମ ନିକଟରେ ବିଭିନ୍ନ ପ୍ରକାରର ଡିଜାଇନ୍ ସଂଗଠନ ସହ ଭାରତର ବିଭିନ୍ନ ସ୍ଥାନର କଳାକାର, ଡିଜାଇନର୍ ଅଛନ୍ତି । ଏହାସହ ବରାଦ ଅନୁସାରେ ବସ୍ତ୍ର ପ୍ରସ୍ତୁତ କରିବାପାଇଁ କେତେକ ସହଯୋଗୀ ବ୍ରାଣ୍ଡ୍ର ସହାୟତା ନିଆଯାଇଛି ଏବଂ ଏହାକୁ ଆଠ ହଜାର ମାଇଲ ନାମରେ ବିକ୍ରି କରାଯାଉଛି ।”

image


ବଜାର

ଆଠ ହଜାର ମାଇଲ ନିକଟରେ ଏକ ଅନ୍ଲାଇନ୍ ଖୁଚୁରା ଭିତ୍ତିଭୂମି ରହିଛି ତଥାପି ଶ୍ୱେତା କହନ୍ତି ଯେ ସଂଖ୍ୟାଧିକ ବିକ୍ରି ମୁକ୍ତ ବଜାରରେ ସିଧାସଳଖ ହୋଇଥାଏ । ଏହି ଦୃଷ୍ଟିରୁ ଏହି ଧରଣର ବିକ୍ରି ଅଧିକ ଲାଭଦାୟକ ଅଟେ ।

ସେ ଏହା ସଂପର୍କରେ କହନ୍ତି, “ପ୍ରଥମତଃ, ଏକ ଏନଜିଓର ସହାୟତାରେ କ୍ଷୁଦ୍ର ଉତ୍ପାଦନକାରୀ ୟୁନିଟ୍ ସ୍ଥାପନ କରିବା ଦ୍ୱାରା ଆମର ଉତ୍ପାଦନ କ୍ଷମତା ସୀମିତ ହୋଇଯିବ ।” ଫଳରେ ସମାନ ସାମଗ୍ରୀର ଅଧିକ ସଂରକ୍ଷଣ ଆମ ପାଇଁ କଷ୍ଟକର ହେବ । ତେବେ ଏହାର ଏକ ସୁଫଳ ରହିଛି, ଏହାଦ୍ୱାରା ନିୟମିତ ଛୋଟ ବଜାରରେ କିମ୍ବା ମେଳାରେ ନୂତନ, କ୍ଷୁଦ୍ର ଓ ସ୍ୱଳ୍ପ ସାମଗ୍ରୀକୁ ସହଜରେ ବିକ୍ରି କରାଯାଇପାରିବ ।

ଦ୍ୱିତୀୟତଃ, ବ୍ରାଣ୍ଡ୍ର ମୂଳ ସୌନ୍ଦର୍ଯ୍ୟ ହେଉଛି ଗ୍ରାହକଙ୍କ ସହ ବ୍ୟକ୍ତିଗତ ସଂପର୍କ । ଆମେ ପରସ୍ପର କେତେ ଦୂରରେ ସେ ମୁମ୍ବାଇ କିମ୍ବା ନିଉୟର୍କରେ ରହୁନା କାହିଁକି, ଏବଂ ଏବଂ ଦୁଇଟି ସହରରେ ଦୋକାନୀମାନେ ଭିନ୍ନ ଭାବେ ବ୍ୟବହାର କରନ୍ତୁ ନା କାହିଁକି, ଯେଉଁମାନେ ବସ୍ତ୍ର କିଣନ୍ତି ସେମାନଙ୍କ ପ୍ରତିକ୍ରିୟାକୁ ଶ୍ୱେତା ଗ୍ରହଣ କରନ୍ତି କାରଣ ଏହି ସଂପର୍କରେ ବ୍ରାଣ୍ଡ୍ର ଶକ୍ତିକୁ ବୃଦ୍ଧି କରିଥାଏ । “ଆମ ନିକଟରେ ନିର୍ଦ୍ଧିଷ୍ଟ ଗ୍ରାହକ ଅଛନ୍ତି ଯେଉଁମାନେ ଆମକୁ ଭଲପାଆନ୍ତି କାରଣ ସେମାନେ ଆମ ସାମଗ୍ରୀ ପଛରେ ଥିବା ଚିନ୍ତାଧାରାକୁ ପସନ୍ଦ କରନ୍ତି ।”

ତେବେ, ନିଉୟର୍କ ଓ ମୁମ୍ବାଇରେ ଥିବା କେତେକ ନାମୀଦାମୀ ବ୍ରାଣ୍ଡ୍ ସହ ଅନୁବନ୍ଧିତ ହେବା ପାଇଁ ଶ୍ୱେତା ଆଶା ପ୍ରକଟ କରିଛନ୍ତି, ଯାହା ଆଇ ହଜାର ମାଇଲ ପାଇଁ ନିର୍ଣ୍ଣାୟକ ହେବ । ସେ କହନ୍ତି, “ଲୋକମାନେ ସାମଗ୍ରୀ କିଣିବାକୁ କୌଣସି କାରଣର ଆବଶ୍ୟକ କରନ୍ତିନାହିଁ । ସେମାନେ ବର୍ଷ ମଧ୍ୟରେ ଯେକୌଣସି ସମୟରେ ସାମଗ୍ରୀ କିଣିଥାନ୍ତି ଓ ସେମାନେ ଆମନିକଟରୁ କ୍ରୟ କରିଥାନ୍ତି କାରଣ ଆମର ସାମଗ୍ରୀ ଓ ଗୁଣାତ୍ମକମାନକୁ ପସନ୍ଦ କରନ୍ତି ସେମାନଙ୍କର କୌଣସି ଛୁଆ ନଥିଲେ ମଧ୍ୟ ଆମ ନିକଟରୁ ସାମଗ୍ରୀ କିଣିଥାନ୍ତି, ଏନେଇ ସେମାନେ କହିଥାନ୍ତି ଯେ ଏହି ବସ୍ତ୍ରକୁ ସେମାନଙ୍କର ପଡ଼ୋଶୀଙ୍କ ଛୁଆଙ୍କୁ ଭେଟିଦେବେ ।”

image


ସୀମାର ବିସ୍ତାର

ଆଠ ହଜାର ମାଇଲ ନିକଟରେ ସଂପ୍ରତି ଏକ ବଡ଼ ଆହ୍ୱାନ ହେଉଛି ଯେ କେତେକ ପରିଚିତି କାରଣ ଯୋଗୁଁ ସିଲାଇ ୟୁନିଟର ମହିଳାଙ୍କ ନିୟମିତ ପ୍ରତିବଦ୍ଧତାର ଅଭାବ । ଚାରି ଜଣିଆ କୋର୍ ସଦସ୍ୟଙ୍କ ଉପସ୍ଥିତି ସତ୍ତ୍ୱେ, ଅନ୍ୟ ସଦସ୍ୟଙ୍କ ସଂଖ୍ୟାରେ ହ୍ରାସ ଘଟିଥାଏ କାରଣ ସେମାନେ ସମୟ ସମୟରେ କାମ ଅଧାରୁ ଛାଡ଼ି ଚାଲିଯାନ୍ତି କିମ୍ବା ସେମାନେ ନିଜର ସ୍ୱାମୀଙ୍କ ସହ ସ୍ଥାନାନ୍ତର ହୋଇଥାନ୍ତି କିମ୍ବା ନିଜର ପରିବାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ।

ସଂସ୍ଥା ଏଭଳି ସମସ୍ୟାର ମୁକାବିଲା କରିବା ଆବଶ୍ୟକ ଏବଂ ଶ୍ୱେତା କହନ୍ତି, “ବର୍ତ୍ତମାନ ଅନ୍ୟ ୟୁନିଟ୍ ସହ ପରିବ୍ୟାପ୍ତ କରିବାକୁ ଚିନ୍ତାକରାଯାଉଛି । ଆମେ ନିୟମିତ ଭାବେ ଅନ୍ୟ ଅଣଲାଭଦାୟକ ସଂସ୍ଥା, ଯେଉଁମାନଙ୍କ ନିକଟରେ ସିଲାଇ ସାମଗ୍ରୀ ରହିଛି ଓ ସେମାନଙ୍କୁ ଆମ ସହ ସାମିଲ କରିବା କାମରେ ବ୍ୟସ୍ତରହୁ । ଏହାଦ୍ୱାରା ବ୍ୟବସାୟର ବିସ୍ତାର ଓ ସାମାଜିକ ପ୍ରଭାବ ଏକସଂଗରେ ଆଗକୁ ବଢ଼ିପାରିବ ।

ଆଠ ହଜାର ମାଇଲ ଉଦ୍ୟୋଗର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ସୀମା ରହିତ ବ୍ୟବସାୟିକ ଚିନ୍ତାଧାରା । ସୀମା ସ୍ଥୁଳଭାବରେ ସୀମିତ କରିଥାଏ କିନ୍ତୁ ମାନସିକ ସ୍ତରରେ ନୁହେଁ । ବ୍ୟବସାୟ, ସାମାଜିକ ଦାୟିତ୍ୱପ୍ରବଣ ହୋଇପାରିବ ଓ ଗୋଲାର୍ଦ୍ଧର ଦୁଇ ମେରୁରେ କରାଯାଇପାରିବ । ଏହା ସହ ଭିନ୍ନ ଶିକ୍ଷା ଓ ଅଭିଜ୍ଞତାର ସଂପୃକ୍ତି ମଧ୍ୟ ସହଜରେ ହୋଇପାରିବ।

ମୂଳ ଲେଖା - ଫ୍ରାନ୍ସେସା ଫରାରିଓ

ଭାଷାନ୍ତର - ଲମ୍ବୋଦାର ପ୍ରସାଦ ଦାଶ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags