EDITIONS
Odia

IIT ଓ IIScର ପ୍ରାକ୍ତନ ଛାତ୍ର, Wiproର ଉଚ୍ଚବେତନ ଚାକିରି ଛାଡି କାଜୁ ଚାଷୀଙ୍କ ସୁବିଧା ପାଇଁ ଆରମ୍ଭ କରିଛନ୍ତି NanoPix

Team Odia
4th Dec 2015
Add to
Shares
0
Comments
Share This
Add to
Shares
0
Comments
Share

ଉଦ୍ୟୋଗକୁ ଆପଣେଇବା ମାନେ ଅନେକ ଆହ୍ଵାନକୁ ସ୍ଵାଗତ କରିବା। କିଛି ଶିକ୍ଷା ଅନେକ କଷ୍ଟକର ପ୍ରଣାଳୀରେ ମିଳିଥାଏ, କିନ୍ତୁ ତା'ସହ ମିଳିଥାଏ କିଛି ପୁରସ୍କାର ମଧ୍ୟ। ଶଶୀ ଶେଖର କ୍ରିଶ ଠିକ ତାହା ଖୋଜି ପାଇଥିଲେ।

ଆଜି ଆମେ ଶଶୀ ଶେଖରଙ୍କ ବିଷୟରେ ଆଲୋଚନା କରିବା ଯିଏ କି ଆଇଆଇଟି ଓ ଭାରତୀୟ ବିଜ୍ଞାନସଂସ୍ଥା ବେଙ୍ଗାଲୁରୁରୁ ପାଠ ପଢି ଓ Wipro ଭଳି ବଡ କମ୍ପାନୀର ଚାକିରୀ ଛାଡି କାଜୁ ଚାଷୀ ମାନଙ୍କ ସାହାଯ୍ୟ କରି ସେମାନଙ୍କ ଉତ୍ପାଦକୁ ବିଶୋଧନ କରିପାରୁଛନ୍ତି।

ଆଇଆଇଟି ଚେନ୍ନଈରୁ ମାଇକ୍ରୋଇଲେକ୍ଟ୍ରିକାଲ ସ୍ନାତକରେ ଉତ୍ତୀର୍ଣ୍ଣ ହେବ ପରେ ସେ ଭାରତୀୟ ବିଜ୍ଞାନସଂସ୍ଥା ବେଙ୍ଗାଲୁରୁରୁ ପିଏଚଡି କଲେ ଓ ଇତିମଧ୍ୟରେ ବସ ମାନଙ୍କନିମନ୍ତେ ୱେଲ୍ଡିଂ ଉପକରଣ ମାନ ତିଆରି କଲେ ଓ ବ୍ୟବସାୟ କରିବାକୁ ମନ ବଳାଇଲେ। କିନ୍ତୁ ନିଜ ବାପାଙ୍କ ଆଦେଶ ମାନି ସେ Wiproରେ ଯୋଗଦେଲେ। ଯଦିଓ ତାଙ୍କର ମନ ଚାକିରିରେ ନଥିଲା, ସେ କିନ୍ତୁ ୭ ବର୍ଷ ପର୍ଯ୍ୟନ୍ତ ଏହି ଚାକିରୀ କଲେ ଓ ଏହା ଭିତରେ ପୁଣି ଥରେ ପିଏଚଡି ମଧ୍ୟ ହାସଲ କଲେ। ଶେଷରେ ସେ ଚାକିରୀ ଛାଡିବାକୁ ନିଷ୍ପତ୍ତି ନେଲେ ଓ ନାନୋପିକସ୍ ନାମକ ସଂସ୍ଥା ପ୍ରତିଷ୍ଠା କଲେ ଯାହା କାଜୁ ପରୀକ୍ଷଣ ଓ ବିଶୋଧନ କରିବାସହ ଚାଷ କାମରେ ସାହାଯ୍ୟ କରିଥାଏ।

image


ଏହି ବ୍ୟବସାୟ ବିଷୟରେ ସେ ପ୍ରଥମେ ନିଜ ସହକର୍ମୀ ମାନଙ୍କ ସହ ଆଲୋଚନା କଲେ ଓ ସେମାନଙ୍କ ସମ୍ମତି ସହ କାମ ଆରମ୍ଭ କଲେ,କିନ୍ତୁ ଏହା ଏକ ପରୀକ୍ଷାର ଘଡି ଥିଲା। କାରଣ ସେମାନେ Wiproରେ ଯେଉଁ ଦରମା ପାଉଥିଲେ ଏହା ତାହାର ଏକ ପଞ୍ଚମାଂଶ ଥିଲା, ଯାହା ବହୁତ କଷ୍ଟକର ଥିଲା। ମାତ୍ର ୨ ବର୍ଷ ପରେ ମୋର ୩ ଜଣ ସହକର୍ମୀ କାମ ଛାଡି ପୁଣି Wiproକୁ ଫେରିଗଲେ। କେବଳ ମୁଁ ରହିଗଲି ବୋଲି ଶଶୀ କହନ୍ତି।

ସେ ଏଠାରେ ଚିତ୍ର ପ୍ରସେସିଂଗ୍ ଉପରେ ଗୁରୁତ୍ତ୍ଵ ଦେଇ କାମ କରିବା ଆରମ୍ଭ କଲେ। ଏହାର ଚାଷ ପାଇଁ ଉପଯୋଗିତାକୁ ସେ ନିଜର ପିଏଚଡି କରିବା ବେଳେ ଜାଣିଥିବାରୁ ଏହା ଉପରେ କାମ କରିବା ଆରମ୍ଭ କଲେ। ସମ୍ପ୍ରତି ଯାନବାହନ କ୍ଷେତ୍ରରେ ଏହାର ବିଶେଷ ଉପଯୋଗିତା ହେଉଛି। ସେ ଏଥିପାଇଁ ଚେନ୍ନଈରେ ଯାଇ ପହଞ୍ଚିଲେ ଯେଉଁଠାରେ ତାଙ୍କର କିଛି ବନ୍ଧୁ ଏହି କ୍ଷେତ୍ରରେ କାମ କରୁଥିଲେ।

"ସେଠାରେ ମୁଁ କ୍ୟାମେରା ଉପରେ ପର୍ଯ୍ୟବେସିତ ସମନ୍ୱିତ ପରିଚାଳନା ଉପରେ ସେବା ଦେବାକୁ ସ୍ଥିର କଲି। ଏହି ପ୍ରକ୍ରିୟା ସାହାଯ୍ୟରେ ମୁଁ ନଟ୍ ବୋଲଟ୍ କିପରି ଭିଡାଯାଏ, ମେସିନ୍ ପାର୍ଟର ନିରୀକ୍ଷଣ, ଟିଉବ ଟି ଠିକ ଭାବେ ଲାଗିଛି କି ନାହିଁ ଆଦି ପରୀକ୍ଷଣ କରିପାରୁଥିଲା। ଏହି ଆପ୍ପ ଜରିଆରେ ଉପରୋକ୍ତ ସେବା ଗୁଡିକ ମୁ ଯୋଗାଇ ପାରୁଥିଲି।"

ଏହାପରେ ସେ ହୁବଲୀରେ ଦେଶପାଣ୍ଡେ ଫାଉଣ୍ଡେସନ ସମ୍ପର୍କରେ ଶୁଣିଲେ ଯିଏ କି ଚାଷରେ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରାଯାଏ ତାହା ଉପରେ କାମ କରୁଥିଲେ। ସେଠାରେ ସେ ଥରେ କଫି ପିଇବା ସମୟରେ ନିଜର ଜଣେ ବନ୍ଧୁଙ୍କୁ ଏହି ଚିତ୍ର ପ୍ରସେସିଂଗ୍ ସମ୍ପର୍କରେ ବୁଝେଇଲେ। ଏହା ସାହାଯ୍ୟରେ କିପରି ସେ ଭିନ୍ନ ଭିନ୍ନ ଆକୃତିର ନଟ ଅଲଗା କରିବା କାମ କରେ। ତାଙ୍କ ବନ୍ଧୁ ଭାବିଲେ ଯେ ସେ ନଟ ଅର୍ଥ ବିଭିନ୍ନ ବାଦାମ ଓ କାଜୁ ମଞ୍ଜି ବିଷୟରେ କହୁଛନ୍ତି। ତେଣୁ ସେ ତାଙ୍କର ଜଣେ ବ୍ୟବସାୟୀ ସହ କଥା କରେଇଲେ ଯିଏ କି ବର୍ଦ୍ଧିତ ପ୍ରକ୍ରିୟାକରଣ ଖର୍ଚ୍ଚ ଓ ଶ୍ରମିକ ଖର୍ଚ୍ଚ କମ କରିବାକୁ ଚାହୁଁଥିଲେ। ଏହିଠାରୁ ହିଁ ଶଶିଙ୍କ ସଫଳତାର ଯାତ୍ରା ଆରମ୍ଭ ହେଲା।

କାଜୁ ବ୍ୟବସାୟ କ୍ଷେତ୍ରରେ ପଶିବପରେ ସେ ଚାଷୀର ଅସୁବିଧା ସମ୍ପର୍କରେ ଜାଣିଲେ। ଏଠାରେ ଅନେକ ଚାଷୀ ଯେଉଁମନେ କାଜୁ ଚାଷ କରନ୍ତି ସେମାନଙ୍କ ନିକଟରେ ନିଜର ଉତ୍ପାଦିତ କାଜୁକୁ ଗ୍ରେଡିଙ୍ଗ କରିବାର କୌଣସି ସାଧନ ନଥିଲା। ତେଣୁ ସେମାନେ କମ ଦାମରେ କାଜୁ ବିକ୍ରି କରନ୍ତି ଓ କେବଳ ବଡ ବଡ ବ୍ୟବସାୟୀମାନେ ହିଁ ଲାଭ କରୁଥିଲେ। ଶଶୀ ସେହି କ୍ଷୁଦ୍ର ଚାଷୀ ମାନଙ୍କ ନିମନ୍ତେ ଗ୍ରେଡିଂ ମେସିନ୍ ତିଆରି କଲେ। ଫଳରେ ଚାଷୀ କାଜୁକୁ ଗ୍ରେଡିଂ କରିବା ପରେ ବିକ୍ରୀ କଲେ ଓ ଅଧିକା ରୋଜଗାର କରିବାରେ ସକ୍ଷମ ହେଲେ।

କିନ୍ତୁ ଏଥିପାଇଁ ଅନେକ କଷ୍ଟ କରିବାକୁ ପଡିଥିଲା, କାରଣ ପ୍ରଥମେ କେହି ଚାଷୀ ଏ ମେସିନକୁ କିଣିବାକୁ ରାଜି ହେଲେନି। "ବହୁତ କଷ୍ଟରେ ଜଣେ ଚାଷୀ ଆମ ମେସିନକୁ କିଣିବାକୁ ରାଜି ହେଲା ଯାହା ପାଖରେ ପ୍ରାୟ ୬୦ ଲକ୍ଷ ଟଙ୍କାର ମାଲ ଥିଲା। କିନ୍ତୁ ସେ ଆମ ମେସିନ୍ ସହାୟତାରେ ନିର୍ଧାରିତ ସମୟର ୪ଦିନ ପୁର୍ବରୁ କାମ ସାରିଦେଲେ। ଫଳରେ ସେଠାକାର ଅନ୍ୟ ଚାଷୀ ମାନେ ଆମ ମେସିନ୍ ପ୍ରତି ଆଗ୍ରହ ଦେଖାଇଲେ। ଏହିଠାରୁ ଆମର ମେସିନ୍ ବିକ୍ରୀ ଆରମ୍ଭ ହେଇଗଲା। ଆମେ ଉଭୟ ଚାଷୀ ଓ ବ୍ୟବସାୟୀଙ୍କୁ ମେସିନ୍ ବିକିଲୁ। ଚାଷୀମାନେ ମେସିନ୍ କିଣିବା ସମୟରେ ୫୦% ରିହାତିରେ ମେସିନ୍ ପାଇଲେ। ୧୨ ଲକ୍ଷ ଟଙ୍କାର ମେସିନକୁ ୬ ଲକ୍ଷ ଟଙ୍କାରେ ସେମାନଙ୍କୁ ଦିଆଯିବାରୁ ସେମାନେ ଭଲ ଲାଭ କରିପାରିଲେ ଓ ମାତ୍ର ୮-୧୦ ମାସ ଭିତରେ ମେସିନର ଖର୍ଚ୍ଚ ଉଠେଇବାରେ ସମର୍ଥ ହେଲେ।"

ଏଯାଏଁ ଶଶୀ ୧୫ଟି ମେସିନ୍ ବିକିବାରେ ସମର୍ଥ ହେଇଛନ୍ତି ଓ ଆହୁରି ୨୫ଟି ମେସିନ୍ ବର୍ଷ ଶେଷ ସୁଦ୍ଧା ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ୨୮ ଜଣ ଲୋକ ତାଙ୍କ ସହ କାମ କରୁଛନ୍ତି। ଏବେ ସେ ହୁବଲିରେ ନିଜ ପରିବାର ସହ ବାସ କରୁଛନ୍ତି। ସେ କହନ୍ତି ଯେ ଏପରି ଏକ ସମୟ ଥିଲା ଯେ ତାଙ୍କ ବ୍ୟାଂକ ଖାତାରେ ମାତ୍ର ୩୬୦୦ ଟଙ୍କା ଥିଲା। କିନ୍ତୁ ହଠାତ୍ ସେ ଅଳ୍ପଦିନ ପରେ ୩୬ ଲକ୍ଷ ଟଙ୍କାର ମେସିନ ପାଇଁ ଅର୍ଡର ପାଇଲେ। ସେ ପ୍ରାରମ୍ଭିକ ଥର ଅନେକ ସମୟରେ ଆର୍ଥିକ ଓ ମାନସିକ ଚାପର ସମ୍ମୁଖିନ ହୋଇଥିଲେ ମଧ୍ୟ କେବେ ଭାଙ୍ଗି ପଡିନଥିଲେ ବୋଲି ଶଶୀ କହନ୍ତି।

ମୂଳ ଲେଖା - କୀର୍ତି ପୂନିୟା

ଭାଷାନ୍ତର - ପାର୍ଥସାରଥି ମହାନ୍ତି

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags