ସାଇକେଲରେ ଫଳ ବିକିବା ଠାରୁ ନେଇ ୧୨ଟି ଦେଶରେ ନିଜର ବ୍ୟବସାୟ, ସୁରିନ୍ଦର ସିଂ ସବୁକିଛି ଦେଖିଛନ୍ତି

ସାଇକେଲରେ ଫଳ ବିକିବା ଠାରୁ ନେଇ ୧୨ଟି ଦେଶରେ ନିଜର ବ୍ୟବସାୟ, ସୁରିନ୍ଦର ସିଂ ସବୁକିଛି ଦେଖିଛନ୍ତି

Friday February 17, 2017,

2 min Read

ପ୍ରତିବଦ୍ଧତା ଏବଂ ନିରନ୍ତର ପରିଶ୍ରମ ଓ ପ୍ରୟାସ ଜଣେ ବ୍ୟକ୍ତିଙ୍କୁ ସେ ଯେଉଁ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି, ସେଠାରେ ପହଞ୍ଚାଇପାରେ। ଏହି ବ୍ୟକ୍ତିଙ୍କ କାହାଣୀ ଏହି ବାକ୍ୟର ଜ୍ଵଳନ୍ତ ଉଦାହରଣ। ଦିନେ ଖଣ୍ଡେ ସାଇକେଲ ଧରି ଫଳ ବିକୁଥିବା ମଣିଷଟିଏ ଆଜି ମିଲିୟନ ଡ଼ଲାରର ବ୍ୟବସାୟର ମାଲିକ ଯାହାର ଶାଖା ୧୨ଟି ଦେଶରେ ରହିଛି।

Source : <a href=

Source :

Business Recordera12bc34de56fgmedium"/>

ଏହି କାହାଣୀଟି ପଞ୍ଜାବର ଆବୋହାର ନାମକ ଜାଗାର ବାସିନ୍ଦା ସୁରିନ୍ଦର ସିଂ ଙ୍କର। ସିଂ ଏକ ନିହାତି ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ପଞ୍ଚମ ଶ୍ରେଣୀ ପରେ ହିଁ ତାଙ୍କ ସ୍କୁଲ ପାଠରେ ଡୋରି ବନ୍ଧାହେଲା। ସେ ନିଜ ସାଇକେଲରେ ଫଳ ବିକିବା ଆରମ୍ଭ କଲେ। ଖୁବ କମ ସମୟ ମଧ୍ୟରେ ସେ ଫଳ ବ୍ୟବସାୟର ମୂଲ୍ୟ ବୁଝିପାରିଥିଲେ ଏବଂ ବଜାର ଭିତରେ ଗୋଟିଏ ଛୋଟିଆ ଦୋକାନ କଲେ। ବ୍ୟବସାୟ ଭଲ ଭାବେ ଚାଲିବା ଦେଖି ସେ ଦୋକାନକୁ ଧୀରେ ଧୀରେ ବଢାଇବା ବିଷୟରେ ଭାବିଲେ। କିନ୍ତୁ ସେଥିପାଇଁ ଆବଶ୍ୟକ ପୁଞ୍ଜି ତାଙ୍କ ପାଖରେ ନଥିଲା। ସେ ବ୍ୟାଙ୍କରୁ କିଛି ଟଙ୍କା କରଜରେ ଆଣି ଫଳର ପାଇକାରୀ ବ୍ୟବସାୟ ଆରମ୍ଭ କଲେ। ଏ ମଧ୍ୟରୁ କୌଣସିଟି ଜିନିଷ ସହଜ ନଥିଲା। ଅନେକ ସଂଘର୍ଷ କରିବାକୁ ପଡ଼ିଛି କିନ୍ତୁ ସୁରିନ୍ଦର କେବେ ମଧ୍ୟ ହାର ମାନିନଥିଲେ।

ନିଜ ବ୍ରାଣ୍ଡର ମୂଲ୍ୟ ବଢାଇବା ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦନ ହେଉଥିବା କିନୁ (କମଳାଲେମ୍ବୁର ଆଉ ଏକ କିସମ)ର ବିକ୍ରି ଓ ଯୋଗାଣ ଆରମ୍ଭ କଲେ। ଏହା ଖୁବ ଶୀଘ୍ର ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଲାଗିଲା। ବ୍ୟବସାୟ ମଧ୍ୟ ମିଳିଲା। ତାଙ୍କ ନାମ ଲୋକେ ଜାଣିବାକୁ ଲାଗିଲେ ଏବଂ ତାଙ୍କର ସଫଳତା ଭାରତ ବାହାରକୁ ଯିବା ପାଇଁ ବାଟ ଖୋଲିଦେଲା। ବର୍ତ୍ତମାନ ସେ ବ୍ରାଜିଲ, ବାଂଲାଦେଶ, ଦୁବାଇ ଏବ ୟୁକ୍ରେନ ଭଳି କିଛି ଦେଶରେ ବ୍ୟବସାୟ କରୁଛନ୍ତି।

ବ୍ୟବସାୟକୁ ଆହୁରି ବଢାଇବା ଉଦ୍ଦେଶ୍ୟ ନେଇ ସିଂ ଫଳ ରହୁଥିବା କ୍ରେଟ ନିର୍ମାଣ ପାଇଁ ଏକ କାରଖାନା ଖୋଲିବା ସହ ଚାରିଟି ଟ୍ରକ କିଣିଲେ। ଟ୍ରକ ପିଛା ତାଙ୍କୁ ୪୦ ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଦକ୍ଷିଣ ଭାରତକୁ ସୁବିଧାରେ କିନୁ ପହଞ୍ଚାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ। ନିଜର ବ୍ୟବସାୟର ସଂପ୍ରସାରଣ କିପରି ଭାବେ କରିବେ ସେ ନେଇ ସିଂ ସର୍ବଦା ଭାବୁଥାନ୍ତି। ସେ ଏହି ଫଳ ଗୁଡ଼ିକୁ ବେଶି ଦିନ ସାଇତି ରଖିବା ପାଇଁ ଉପଯୁକ୍ତ ଟେକ୍ନୋଲୋଜି ବ୍ଯବହାର କରି ଷଗୋଦାମ ଘର ତିଆରି କରିଛନ୍ତି। ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଏବଂ ଗୁଣବତ୍ତାକୁ ଅଗ୍ରାଧିକାର ଦେଉଥିବାରୁ ହିଁ ସେ ଆଜି ଏକ ନାମଜାଦା ଫଳ ବ୍ୟାପାରୀ ହେଇପାରିଛନ୍ତି ଏବଂ କୋଟି କୋଟି ଟଙ୍କା ଅର୍ଜନ କରୁଛନ୍ତି। ତାଙ୍କ ବ୍ୟବସାୟରେ ବର୍ତ୍ତମାନ ୪୦୦ଜଣ ବ୍ୟକ୍ତି କାମ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଯୁବା ବର୍ଗଙ୍କୁ ଚାଷ କରିବାକୁ ପ୍ରୋତ୍ସାହନା ଯୋଗାଇ ସେ ସେମାନଙ୍କ ପାଇଁ ଏକ ରୋଲ ମଡ଼େଲ ସାଜିଛନ୍ତି।