EDITIONS
Odia

ପିରିୟଡକୁ ନେଇ ସାମାଜିକ ପ୍ରତିବନ୍ଧକକୁ ଅଦିତି ଗୁପ୍ତାଙ୍କ ଜବାବ : Menstrupedia

Team Odia
19th Oct 2015
Add to
Shares
1
Comments
Share This
Add to
Shares
1
Comments
Share

Whisper ହେଉଛି ବଜାରରେ ଉପଲବ୍ଧ ଅନେକ ମାସିକ ଧର୍ମ ସ୍ବଚ୍ଛତା ଉତ୍ପାଦ ମାନଙ୍କ ମଧ୍ୟରେ ଏକ ଲୋକପ୍ରିୟ ଉତ୍ପାଦ । ତାରୁଣ୍ୟର ଆରମ୍ଭରୁ ମୁ ମନେ ମନେ ଭାବେ ଯେ ଏଇ ନାମଟି ମାସିକ ଧର୍ମ ସହ ଜଡିତ ଭାବନା ସହ କେତେ ମେଳ ଖାଏ । ମାସିକ ଧର୍ମ ବା ରୃତୁସ୍ରାବ ଏକ ଏପରି ବିଷୟ ଯାହାକୁ ଫୁସଫୁସ ହେଇ ଅତ୍ୟନ୍ତ ଗୋପନ ଭାବରେ କୁହାଯାଏ ଯେମିତିକି ଆଉ କାହାକୁ କିଛି ଟେର ମିଳିବ ନାହିଁ ।

image


‘ଆଚାର ଛୁଇଁବା ମନା’ ଭଳି ନିଷେଧାଜ୍ଞା ବଦଳି ଯାଇ ବର୍ତମାନର ବିଜ୍ଞାପନ ଦୁନିଆରେ ଖୁବ ଲୋକପ୍ରିୟ ଗୀତଟି ହେଉଛି ‘ଚାଲ ଆଚାର ଛୁଇଁବା’ । ମୁ ମଧ୍ୟ ମଝିରେ ମଝିରେ ଏଇ ଗୀତଟି ଗୁଣୁ ଗୁଣୁ ହେବା ପାଇଁ ଖୁବ ଭଲ ପାଏ । ଖୁବ ଲାଗେ ଦେଖି ଯେ ଆମେମାନେ ଏଇ ବର୍ଜିତ ବିଷୟ ଗୁଡିକୁ ମୁଖ୍ୟ ଧାରା ଗଣମାଧ୍ୟମ ଗୁଡିକରେ ଆଲୋଚନା କରୁଛୁ । ଗାଁଗହଳିରେ ଯେ ଅନେକ ଝିଅ ଓ ମହିଳା ମାନେ ଆଧୁନିକ ଉତ୍ପାଦ ଗୁଡିକ ପାଇପାରୁନାହାନ୍ତି, ଏହା ମଧ୍ୟ ଭୁଲିଯିବା କଥା ନୁହେଁ । ଏବେ ମଧ୍ୟ ଅନେକ ପୁରୁଣା ଶାଢୀ ଓ ଅନ୍ୟାନ୍ୟ କାମଚଳା ଉପାୟ ବ୍ୟବହାର କରୁଛନ୍ତି । ଏହି ସମୟରେ ଅଦିତି ଗୁପ୍ତାଙ୍କ ଭଳି ବ୍ୟକ୍ତିବିଶେଷଙ୍କ ପ୍ରୟାସ ମନରେ ଅନେକ ଆଶା ସୃଷ୍ଟି କରେ ।

ଅଦିତି ଗୁପ୍ତା, ପ୍ରତିଷ୍ଟାତ୍ରୀ, Menstrupedia, ତାଙ୍କ ୱେବସାଇଟ ମାଧ୍ୟମରେ ସମାଜକୁ ମାସିକ ଧର୍ମ ସମ୍ବନ୍ଧିତ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ବିଷୟରେ ଅବଗତ କରାଇବା ପାଇଁ ନିରନ୍ତର ଚେଷ୍ଟା ଚଲେଇଛନ୍ତି ।

ଅଦିତିଙ୍କ ପ୍ରୟାସ ପ୍ରଶଂସନୀୟ କିନ୍ତୁ ତା’ଠାରୁ ବେଶି ପ୍ରେରଣାଦାୟୀ ହେଲା ତାଙ୍କର ଯାତ୍ରା । ଅଦିତିଙ୍କର ଜନ୍ମ ଗଢୱା ନାମକ ଝାଡ଼ଖଣ୍ଡ ରାଜ୍ୟର ଏକ ଛୋଟ ସହରରେ । ଏକ ରକ୍ଷଣଶୀଳ ମଧ୍ୟବିତ୍ତ ପରିବାରରେ ବଢି ସେ ରୃତୁସ୍ରାବ ସମ୍ବନ୍ଧିତ ଅନେକ ନିୟମ ଓ କଟକଣା ଗୁଡିକ ବିଷୟରେ ଛୋଟ ବେଳୁ ଖୁବ ଭଲ ଭାବେ ପରିଚିତ ।

ଅଦିତିଙ୍କର ମାସିକ ଧର୍ମ ଆରମ୍ଭ ହୁଏ ଯେତେବେଳେ ସିଏ ୧୨ ବର୍ଷର ।

“ମୁ ମୋ ମାଁଙ୍କୁ ଯେତେବେଳେ ଏ ବିଷୟରେ ପ୍ରଥମେ କହିଲି, ସିଏ ମୋତେ ଅଢେଇ ମଗ ପାଣିରେ ଗାଧୋଇଦେଲେ । ଏପରି କଲେ କାଳେ ରୃତୁସ୍ରାବ ଅଢେଇ ଦିନ ଯାଏ ହୁଏ। “

ସେ ଯାହା ହେଉ, ଏଇଟା ଶେଷ ନଥିଲା । ରୃତୁସ୍ରାବଜନିତ ପେଟ ଯନ୍ତ୍ରଣା ସହ ଆସିଲା ଅନେକ କିଛି ନିୟମ ଓ କଟକଣା । ଅଦିତିଙ୍କୁ ଅନ୍ୟ କାହାର ବିଛଣାରେ ବସିବା ମନା ଥିଲା, ପୂଜା ଘର ଭିତରେ ପଶିବା ମନା ଥିଲା । ତାଙ୍କ ଲୁଗାପଟା ଅଲଗା କରି ଶୁଖେଇବାକୁ ନିର୍ଦ୍ଦେଶ ଦିଆଗଲା । ତାଙ୍କୁ ଆଚାର ଛୁଇଁବା ମନା ଥିଲା । ସେସମୟରେ ଆଚାର ଛୁଇଁଲେ କାଳେ ଆଚାର ଖରାପ ହେଇଯାଏ । “ମାସିକ ଧର୍ମ ସରିଗଲା ପରେ ମୋତେ ମୋର ବିଛଣା ଚାଦର ଧୋଇବାକୁ ପଡେ, ତେଣିକି ସେଥିରେ ଦାଗ ଲାଗୁ ବା ନାଲାଗୁ । ସଂକ୍ଷେପରେ ମୋତେ ଏମିତି ମନେ କରାଉ ଯାଉଥିଲା ଯେମିତିକି ମୁ ଏବେ ପ୍ରଦୂଷିତ/ଅଶୁଦ୍ଧ ଓ ସାତଦିନ ପରେ ମୁଣ୍ଡ ଧୋଇ ଗାଧୋଇସାରିବା ପରେ ଯାଇ ମୁ ପୁଣି ଶୁଦ୍ଧ ହେଇପାରିବି । “

ଆମ ଦେଶର ଅଧିକାଂଶ ନାରୀଙ୍କ ପାଇଁ ଉପରୋକ୍ତ ଅଭିଜ୍ଞତା କିଛି ନୂଆ ନୁହେଁ ।

ଅଦିତିଙ୍କ ପରିବାର ଶିକ୍ଷିତ ଓ ସ୍ଵଛଳ ଏବଂ ଖୁବ ସହଜରେ ସାନିଟାରୀ ପ୍ୟାଡ କିଣିପାରିଥାନ୍ତେ । ମାତ୍ର ନା, ତାହା ହେଲା ନାହିଁ । ପ୍ରଶ୍ନ ଥିଲା ଯେ “କିଏ ଯାଇ ସେସବୁ କିଣି, ପରିବାରର ମହତ ତଳେ ପକାଇବ ।“ ତାଙ୍କୁ ମଧ୍ୟ ଅଧିକାଂଶ ଝିଅଙ୍କ ଭଳି ପୁରୁଣା କପଡା ବ୍ୟବହାର କରିବାକୁ ପଡିଥିଲା ଯାହାକୁ କି ଧୋଇ, ସୁଖେଇ ଘରର ଗୋଟିଏ କଣରେ ଲୁଚେଇ ରଖିବାକୁ ହେଉଥିଲା । ଏହା ଛଡା ଏହି ବିଷୟକୁ ଘରର ସମସ୍ତ ପୁରୁଷଙ୍କ ଠାରୁ ଲୁଚେଇ ରଖିବାକୁ ହେଉଥିଲା ।

“ଆଜି ଯାଏ ମଧ୍ୟ ମୋତେ ୧୯୯୨ ମସିହାର ସେଇ ୧୨ ବର୍ଷ ବଯସୀ ଅଦିତି ଉପରେ ଦୟା ଆସେ । ଆଉ ଏବେ ମଧ୍ୟ ଅନେକ ସମାଜରେ ରୃତୁସ୍ରାବ ଏକ ଅକଥ୍ୟ ଅଭିଶାପ ।

କର୍ତ୍ତୃପକ୍ଷଙ୍କ ପ୍ରୟାସ ସତ୍ତେ ସ୍କୁଲରେ ମଧ୍ୟ ସମାନ ପରିବେଶ । ଉଦାହରଣ ସ୍ୱରୂପ, ରୃତୁସ୍ରାବ ସମ୍ପର୍କୀୟ ପାଠ୍ୟ ବିଷୟ ଆରମ୍ଭ ହେଲା ନବମ ଶ୍ରେଣୀରେ ଯେଉଁ ସମୟରେ କି ଅଧିକାଂଶ ଝିଅ ରୃତୁବତୀ ହୋଇସାରିଥିଲେ । ସ୍କୁଲର ଜଣେ ବେଶ ମେଳାପୀ ଶିକ୍ଷକ ଯିଏକି ଜୀବବିଜ୍ଞାନ ପଢାନ୍ତି, ସେ ରୃତୁସ୍ରାବ ଏବଂ ପ୍ରସବ ଉପରେ ଏକ ସଂପୂର୍ଣ୍ଣ ଅଧ୍ୟାୟ ଛାଡିଦେଇଥିଲେ ।

“ଆମେ ବଡ ହେବା ବେଳୁ ହିଁ ନିଜ ଶରୀରକୁ, ନିଜର ଅସ୍ତିତ୍ଵକୁ ଅସ୍ଵୀକାର କରିବା ଶିଖିଆସିଛୁ।ସେ ଶାରୀରିକ ଶୋଷଣ ହେଉ ବା ରୃତୁସ୍ରାବ, ଗର୍ଭାବସ୍ଥା ବା ହେଉ ସେକ୍ସ । ଏପର୍ଯ୍ୟନ୍ତ କି ସାଧାରଣ ଛୁଇଁବା ବା ଆଲିଙ୍ଗନ କରିବା ବି ଏକ ଲାଜର କଥାବୋଲି ଶିଖିଥାଉ।“

ଅଦିତି ଯେତେବେଳେ ଅନ୍ୟ ଏକ ସହରର ଥିବା ବୋର୍ଡିଙ୍ଗ ସ୍କୁଲ ରେ ନାମ ଲେଖାଇଲେ, ଓ ତାଙ୍କ ସାଙ୍ଗ ମାନେ ତାଙ୍କୁ ଜଣାଇଲେ ଯେ ସେ କୌଣସିବି ଔଷଧ ଦୋକାନରୁ ସାନିଟାରି ନାପକିନ କିଣିପାରିବେ, ସେତେବେଳେ ଯାଇ ସେ କପଡା ବ୍ୟବହାରକୁ ବିଦାୟ କହିପାରିଲେ।“ ମୁ ପ୍ରଥମ ଥର ପାଇଁ ଏକ ଔଷଧ ଦୋକାନକୁ ଯାଇ ଖୁବ ଦ୍ଵିଧାର ସହ ଏକ ବ୍ରାଣ୍ଡ ନାମ କହି ମାଗିଲି। ଦୋକାନୀ ଜଣକ ପ୍ୟାକେଟଟି କାଗଜରେ ଗୁଡାଇ ତାକୁ ଏକ କଳାରଙ୍ଗର ଜରିବ୍ୟାଗରେ ପୁରାଇ ମୋତେ ଦେଲେ। ମୁ ୧୫ ବର୍ଷ ବୟସରେ ପ୍ରଥମ ଥର ପାଇଁ ପ୍ୟାଡ ବ୍ୟବହାର କଲି। “

ସ୍ନାତକୋତ୍ତର କରୁଥିବା ସମୟରେ ଅଦିତି ନିଜର ଭାବୀ ପତି; ତୁହିନଙ୍କୁ ଭେଟିଲେ। ତୁହିନ ଥିଲେ ତାଙ୍କ ଏକ୍ଟିଭିଟି ପାର୍ଟନର।ସେମାନେ ଅନେକ ପ୍ରୋଜେକ୍ଟରେ ଏକସଙ୍ଗେ କାମ କରୁଥିଲେ।ତୁହିନ୍ ଙ୍କର ଭଉଣୀ ନଥିଲେ।ବାସ ଜଣେ ସାନ ଭାଇ।ତେଣୁ ସେ ରୃତୁସ୍ରାବ ବିଷୟରେ ସ୍କୁଲରେ ପଢାଯାଉଥିବା ଅଳ୍ପକିଛି ଜ୍ଞାନକୁ ଛାଡିଦେଲେ କିଛି ଜାଣିନଥିଲେ।

image


ଅଦିତିଙ୍କ ପ୍ରତି ମାସର ଯନ୍ତ୍ରଣା ଦେଖିତୁହିନ ରୃତୁସ୍ରାବ ବିଷୟରେ ବେଶୀ ଜାଣିବାକୁ ଚେଷ୍ଟାକଲେ, ଏଇ ଆଶାରେ କି କାଳେ ସେ କିଛି ପରିମାଣରେ ତାଙ୍କ କଷ୍ଟକୁ ଉପଶମ କରିପାରିବେ।କାଳେ କିଛି ଉପାୟ ଥିବ।

“ତୁହିନ ମୋତେ ରୃତୁସ୍ରାବ ବିଷୟରେ ଅନେକ କିଛି କହିଲେ ଯାହାକି ମୁ ଖୋଦ ନିଜେ ଜାଣିନଥିଲି,“ କୁହନ୍ତି ଅଦିତି। ସେ ସେତେବେଳେ ହୃଦୟଙ୍ଗମ କଲେ ଯେ ଏତେ ଉଚ୍ଚଶିକ୍ଷିତା ହେଇମଧ୍ୟ ସେ ଯଦି ଅନେକ କିଛି ଜାଣିନାହାନ୍ତି ତେବେ ଆମ ଦେଶରେ ଲକ୍ଷ ଲକ୍ଷ ଏପରି ଝିଅ ଥିବେ ଯେଉଁମାନେକି ରୃତୁସ୍ରାବ ବେଳେ କଣ କରିବାକୁ ହୁଏ ଠିକ ଭାବରେ କିଛି ଜାଣିନଥିବେ। “ମୁ ସେସମୟରେ ବର୍ଷେ ପାଇଁ ରୃତୁସ୍ରାବ ଜାଗରଣ ଅଭିଯାନ ପ୍ରୋଜେକ୍ଟ ଆରମ୍ଭ କଲି।“ ଏହି ପ୍ରୋଜେକ୍ଟ ଥିଲା Menstrupediaର ମୂଳଦୁଆ।

ଏହି ଅଭିଯାନରୁ ସେ ଯେପରି ପ୍ରତିକ୍ରିୟା ପାଇଲେ ତାହା ଭାବବିହ୍ଵଳ କଲା ଭଳି। ତାଙ୍କର ରୃତୁସ୍ରାବକୁ ନେଇ ଅନେକ ପ୍ରତିବନ୍ଧ ହଟାଇବା ପାଇଁ ଯେଉଁ ଧାରା ଯାହାକି ଭାରତୀୟ ସଂସ୍କୃତି ସହ ଖାପ ଖୁଆଇଲା ଭଳି, ତାକୁ ଝିଅ, ବାପା ମା, ଶିକ୍ଷକମାନେ ଆପଣେଇନେଲେ। ଏହି ୱେବସାଇଟକୁ ମାସକରେ ହାରାହାରି ଏକ ଲକ୍ଷ ଲୋକ ଦେଖନ୍ତି। Menstrupedia Comic ଯାହାକି ଏହି ଡିସେମ୍ବରରେ ଆରମ୍ଭ ହେଇଛି ତାହା ବର୍ତ୍ତମାନ ସାଉଥ ଆମେରିକା ଏବଂ ଫିଲିପାଇନ୍ସକୁ ପଠାଯାଉଛି। ଏହାର ପ୍ରତିକ୍ରିୟା ଏତେ ସୁନ୍ଦର ମିଳିଛି ଯେ ବର୍ତ୍ତମାନ ଅନେକ ସ୍ଵେଚ୍ଛାସେବୀ ମାନେ ଏହି ବହିକୁ ୮ଟି ଭାରତୀୟ ଭାଷା ଓ ୩ଟି ବିଦେଶୀ ଭାଷାରେ ଅନୁବାଦ କରିବାକୁ ଆଗେଇ ଆସିଛନ୍ତି। ଏକ ଅଡିଓ-ଭିଜୁଆଲ ଆପ୍ପ ମଧ୍ୟ ଆଗକୁ ହେବାର ପ୍ରସ୍ତାବ ଅଛି।

ଅଦିତି ବଡ ହେବାଠାରୁ ଏଭିତରେ ଅନେକ କିଛି ବଦଳିଗଲାଣି। “ଏବେ ଅଧିକରୁ ଅଧିକ ଲୋକ ଏବିଷୟରେ କଥା ହେଉଛନ୍ତି। ଅନେକ କ୍ଷେତ୍ରରୁ ଲୋକେ ଏବେ ଏଇ ବିଷୟରେ ଲେଖୁଛନ୍ତି। ବାପା ଓ ଜେଜେବାପାମାନେ ମଧ୍ୟ ତାଙ୍କ ଝିଅମାନଙ୍କ ପାଇଁ ଏଇ ବହି କିଣୁଛନ୍ତି। “

ରୃତୁସ୍ରାବକୁ ନେଇ ଲୁଚାଲୁଚି ଘରୁହିଁ ଆରମ୍ଭ ହେଇଥାଏ। ଛୋଟ ଝିଅମାନଙ୍କୁ କୁହାଯାଇଥାଏ ତାଙ୍କ ବାପା ଭାଇଙ୍କ ଠାରୁ ଏହାକୁ ଲୁଚାଇ ରଖିବା ପାଇଁ। ପୁରୁଷମାନଙ୍କୁ ମଧ୍ୟ ଏବିଷୟରେ ଜାଣିବା ନିତାନ୍ତ ଜରୁରୀ। ଭାଇ, ପୁତ୍ର, ବାପା ଓ ସ୍ଵାମୀ ହିସାବରେ ତାଙ୍କର ଏବିଷୟରେ ଜ୍ଞାନ ରହିବା ଦରକାର। Menstrupediaରେ କାମ କରିବାପରେ ଆମର ଆତ୍ମବିଶ୍ଵାସ ଅନେକ ଗୁଣ ବଢିଯାଇଛି, କୁହନ୍ତି ଅଦିତି।

ଅନେକ ବ୍ୟକ୍ତି ସ୍ଵଇଚ୍ଛାରେ Menstrupediaସହ ସମ୍ପୃକ୍ତ ହୋଇ ତାକୁ ଆପଣେଇ ନେଇଛନ୍ତି ଓ ନିଜ ନିଜ ସମାଜରେ ପ୍ରତିବନ୍ଧକୁ ଭାଙ୍ଗିବାର ଗୁରୁ ଦାୟିତ୍ଵ କାନ୍ଧେଇଛନ୍ତି।

ଅଦିତି କୁହନ୍ତି, “ଏକ କ୍ରାଉଡ ଫଣ୍ଡିଙ୍ଗ ଅଭିଯାନ କରିବା ସମୟରେ ଆମକୁ ଯେଉଁ ପ୍ରକାରର ସମର୍ଥନ ମିଳିଲା ତାହା ଆମର ଏହି ପ୍ରୟାସ ଉପରେ ଥିବା ବିଶ୍ଵାସକୁ ଆହୁରି ମଜବୁତ କରିଦେଲା। Menstrupedia ଜରିଆରେ ଏହି ସାମାଜିକ ପ୍ରତିବନ୍ଧକତା ବିରୋଧରେ କୁହାଯାଉଥିବା ପ୍ରତିଟି କାହାଣୀ, ପ୍ରତିଟି କବିତା ମୋତେ ପ୍ରେରଣା ଦିଏ।“

Website-Menstrupedia

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags