EDITIONS
Odia

Krya ଅର୍ଗାନିକ ଗୁଡିଜ: ନିରୁତା ଭଲ ପାଇବାରେ ଗଢା

7th Nov 2015
Add to
Shares
7
Comments
Share This
Add to
Shares
7
Comments
Share

ଏକ ଉଦ୍ୟୋଗ ପାଇଁ ଅର୍ଥନୀତିର କଷଟି ପଥର ନା ନିଜର ପସନ୍ଦ ଓ ପ୍ରେରଣା ବେଶୀ ଗୁରୁତ୍ଵପୂର୍ଣ୍ଣ? ଏକ ତର୍କରେ ‘ଗୁଗଲ’ର ଗୌତମ ଗାନ୍ଧୀ ନିଜର ସମର୍ଥନ ଦିଅନ୍ତି ଶେଷୋକ୍ତ ବିନ୍ଦୁଟିକୁ। ତାଙ୍କର ଉଦ୍ୟୋଗ ଦର୍ଶନ ପ୍ରୀତି ଓ ଶ୍ରୀନି’ଙ୍କ ଜୀବନରେ ସାକାର ହୋଇଥିବା ଆମେ ଆବିଷ୍କାର କରିପାରିବା।

ପ୍ରୀତି ଓ ଶ୍ରୀନି ସହର ବାସିନ୍ଦା। ସେମାନେ ସହର ଜୀବନର ସୁବିଧା ସହିତ ପରିଚିତ ଏବଂ ବେଶ୍ ଉପଭୋଗ କରନ୍ତି ମଧ୍ୟ : ଯେମିତିକି ସହରର ସୁଖ ସ୍ଵାଚ୍ଛନ୍ଦ୍ୟ,ଦ୍ରୁତ ଜୀବନଶୈଳୀ ଓ ବ୍ୟବସାୟ ବାଣିଜ୍ୟ ଏବଂ ଲୋକଙ୍କର ସାନ୍ନିଧ୍ୟ । ତଥାପି ସେମାନେ ଏହାର ଅସୁବିଧାଗୁଡ଼ିକୁ ମଧ୍ୟ ହୃଦୟଙ୍ଗମ କରିଛନ୍ତି, ସୀମିତ ସ୍ଥାନରେ ଜନସଂଖ୍ୟାର ଅତ୍ୟଧିକ ସାନ୍ଦ୍ରତା, ଯେଉଁଠାରେ ପୋଷଣୀୟ ଜୀବନ ଏକ ଆହ୍ଵାନ। “ଗତ କିଛି ବର୍ଷ ହେଲା ଆମେ ଏକ ଭିନ୍ନ ପୋଷଣୀୟ ଜୀବନଶୈଳୀର ସନ୍ଧାନରେ ଥିଲୁ”- ନିକଟରେ ଶ୍ରୀନିଙ୍କ ସହିତ କଥାବାର୍ତ୍ତା ବେଳେ ସେ ଆମକୁ କହିଥିଲେ। ତେଣୁ ସବୁ ଆଦର୍ଶ ଉଦ୍ୟୋଗୀଙ୍କ ପରି ପ୍ରୀତି ଓ ଶ୍ରୀନି ଏକ ବ୍ୟବସାୟରେ ଏହି ଆହ୍ୱାନର ଉତ୍ତର ଖୋଜିଲେ ଏବଂ ମେ’୨୦୧୦ରେ କର୍ପୋରେଟ ଚାକିରୀ ଛାଡ଼ି ‘କ୍ରିୟା’ର ପ୍ରତିଷ୍ଠା କଲେ ।

image


ଆଜି କ୍ରିୟା ଏମିତି କିଛି ଉତ୍ପାଦ ପ୍ରସ୍ତୁତ କରୁଛି ଯାହା ଉପଭୋକ୍ତାର ମୂଳ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ନ ଦେଇ ଏକ ସୁସ୍ଥ,ପୋଷଣୀୟ ସହରୀଜୀବନର ପ୍ରସଙ୍ଗକୁ ସମ୍ବୋଧିତ କରିପାରଛି। ଏହାର ମୁଖ୍ୟ ଉତ୍ପାଦ ହେଉଛି ଏକ ଲୁଗାସଫା ପାଉଡର ଯାହାକି ଶତକଡା ଶହେ ଭାଗ ଉଦ୍ଭିଦ ଆଧାରିତ – ଏହା ସଂପୂର୍ଣ୍ଣ ପ୍ରାକୃତିକ ଓ ନିରାମିଷ ଏବଂ ପ୍ରମାଣିତ ଜୈବ ବସ୍ତୁରୁ ପ୍ରସ୍ତୁତ। ତମେ ହୁଏତ ଅଜାଣତରେ କିଛି ବିଷାକ୍ତ ଉତ୍ପାଦ ଘରେ ବ୍ୟବହାର କରୁଥାଇପାର କିନ୍ତୁ ତମେ ଯେତେବେଳେ ‘କ୍ରିୟା’ ବ୍ୟବହାର କରିବ ତମେ ନିଶ୍ଚିତ ହୋଇପାରିବ ଯେ ଉତ୍ପାଦନ ପ୍ରକ୍ରିୟାରେ, ବ୍ୟବହାରରେ ତଥା ପରିବେଶ ଓ ବ୍ୟକ୍ତି ପାଇଁ ଏକ ଶୂନ୍ୟ କ୍ଷତିକାରକ ଉତ୍ପାଦ ବ୍ୟବହାର କରୁଛ।

ଏହାର ରହସ୍ୟ ହେଲା, ରୀଠା ବା ପିଲୁ ଯେଉଁଥିରୁ ସେମାନଙ୍କର ଶତକଡା ଶତାନବେ ପ୍ରତିଶତ ଡିଟର୍ଜେଣ୍ଟ ପାଉଡର ତିଆରି ହୋଇଥାଏ। “ରୀଠାର ବ୍ୟବହାର ହଜାର ହଜାର ବର୍ଷ ଧରି ଭାରତ, ଚୀନ ଓ ଏସିଆରେ ସର୍ବତ୍ର ହେଉଥିଲା” ଶ୍ରୀନି କହନ୍ତି “ଏଥି ପାଇଁ ଆମକୁ ଲାଗିଲା ଯେ ଯଦି ତିନି ହଜାର ବର୍ଷ ହେଲା ଆମ ପାଖରେ ଗୋଟିଏ ଉପାୟ ଥିଲା, ତେବେ ଏହା ଆମ ପାଇଁ ନିଶ୍ଚିତ ରୂପେ କାମ କରି ପାରିବ ଏବଂ ଅନ୍ୟ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବେ”।

ଏହି ରୀଠାଫଳସବୁ ଆନ୍ଧ୍ରର ଏକ ଜୈବ ଫାର୍ମରୁ ଚେନ୍ନାଇରେ ଥିବା କ୍ରିୟା ଅଫିସକୁ ଅଣାଯାଇଥାଏ। ସେଠାରେ ସେସବୁକୁ ଖରାରେ ଶୁଖାଇ ଗୁଣ୍ଡ କରାଯାଏ ଏବଂ ଏହାକୁ ଶୁଖିଲା ରଖିବା ପାଇଁ କିଛି ପରିମାଣର ଜୈବ କ୍ୟାଲସିୟମ କାର୍ବୋନେଟ ସହିତ ମିଶ୍ରଣ କରାଯାଏ। ତା’ପରେ ପ୍ୟାକିଙ୍ଗ କରାଯାଏ। ଏପରି ଭାବରେ ସେମାନେ ଉତ୍କୃଷ୍ଟ ଗୁଣର ପ୍ରାକୃତିକ ଓ ପରିବେଶ ଦୃଷ୍ଟିରୁ ଏକ ସ୍ଵଚ୍ଛ ଉତ୍ପାଦ ପ୍ରସ୍ତୁତ କରିଥାନ୍ତି।

image


ତମେ ଯେତେବେଳେ ‘କ୍ରିୟା’ ଡିଟର୍ଜେଣ୍ଟର ଗୋଟିଏ ପ୍ୟାକ୍ କିଣ ସେତେବେଳେ ତମକୁ କ’ଣ ମିଳୁଛି ଅପେକ୍ଷା କ’ଣ ମିଳୁନାହିଁ ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ ଅଧିକାଂଶ ଡିଟର୍ଜେଣ୍ଟ ପାଉଡରରେ ଥିବା ପେଟ୍ରୋଲିଅମ ଆଧାରିତ ସରଫାକ୍ଟାଣ୍ଟ,ଫିଲର,ବ୍ଲିଚ ବା ଅନ୍ୟାନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥଗୁଡିକ ଏଥରେ ନ ଥାଏ।“ ଏହିସବୁ ପେଟ୍ରୋଲିଅମ ଆଧାରିତ ଡିଟର୍ଜେଣ୍ଟ ପାଉଡରଗୁଡ଼ିକର ଜଳ,ଲୁଗାପଟା ଓ ମଣିଷର ଚର୍ମ ଉପରେ ପ୍ରଭୂତ ବିଷାକ୍ତ ପ୍ରଭାବ ପଡିଥାଏ” ଶ୍ରୀନି ଆମକୁ ବତାଇଲେ। ତେଣୁ ଯେତେବେଳେ ‘କ୍ରିୟା’ ବ୍ୟବହାର କରୁଛ ସେତେବେଳେ ତମେ ନିଶ୍ଚିତ ରହିପାର ଯେ ତମେ କେବଳ ପରିବେଶକୁ ସ୍ଵଚ୍ଛ ରଖୁଛ ତା’ନୁହେଁ ତମ ଶରୀରର କୌଣସି କ୍ଷତି ମଧ୍ୟ କରୁନାହଁ । କାମ ସରିଗଲାପରେ ତମେ ପାଉଡରର ଅବଶେଷକୁ ଆରାମରେ ତମ ବଗିଚାରେ ପକେଇ ପାରିବ ଏବଂ ତୁଳାର ମୁଣିଟିକୁ ଆର ପାଳି ପାଇଁ ଶୁଖାଇ ରଖି ପାରିବ।

ବର୍ତ୍ତମାନ ‘କ୍ରିୟା’ର ଧ୍ୟାନ କେନ୍ଦ୍ରିତ ହୋଇଛି ଏହାର ପଣ୍ୟ ତାଲିକାକୁ ବଢାଇ ରୋଷେଇ ଘରର ସମଗ୍ର ଉତ୍ପାଦଗୁଡ଼ିକୁ, ଯଥା ବାସନମଜା ସାବୁନ, ସୋପକ୍ଳିନର ଇତ୍ୟାଦି ଏଥିରେ ଅନ୍ତର୍ଭୁକ୍ତ କରିବା । ଏହାର ଲକ୍ଷ୍ୟ ରହିଛି କ୍ଷତିକାରକ ରାସାଯନିକ ପଦାର୍ଥଗୁଡ଼ିକୁ ଘରୁ ସମ୍ପୂର୍ଣ୍ଣରୂପେ ଦୂରେଇ ଦେବା। “ଆମର ଅନେକ ଗ୍ରାହକ ଆମର ଉତ୍ପାଦଗୁଡ଼ିକୁ ନେଇ ବହୁତ ସୁଖୀ ଏବଂ ବସ୍ତୁତଃ ଆମ ପିଛା ଲାଗିଛନ୍ତି ଏହି ପରି ଆହୁରି କିଛି ସମ୍ପର୍କିତ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ”। ଶ୍ରୀନି କହନ୍ତି,“ ପରବର୍ତ୍ତୀ ଉତ୍ପାଦଗୁଡ଼ିକ ବାହାର କରିବା ଆମ ପକ୍ଷରେ ଅତ୍ୟନ୍ତ ଗୁରୁତ୍ଵତ୍ପୂର୍ଣ୍ଣ”।

ସୁତରାଂ ଏଇ କାହାଣୀଟି ଏ ପ୍ରକାର ଏକ ନିଆରା ଉଦ୍ୟୋଗର ଦର୍ଶନ ସହିତ କିପରି ଖାପ ଖାଏ?- ଯେତେବେଳେ ତମେ ତମ ଉଦ୍ୟୋଗର ଲାଭକ୍ଷତି ଗଣିତକୁ ଭୁଲି ତମେ ଯାହା ଭଲ ପାଅ ତା’ କରିବାକୁ ଚାହଁ । ଆମେ ଯେତେବେଳେ ଶ୍ରୀନିଙ୍କୁ ତାଙ୍କର ସ୍ୱଳ୍ପପୁଞ୍ଜି ଉଦ୍ୟୋଗର ଭବିଷ୍ୟତ ପାଇଁ ଲକ୍ଷ୍ୟଗୁଡ଼ିକ କ’ଣ ହୋଇପାରେ ବୋଲି ପଚାରିଲୁ , ସେତେବେଳେ ପୁଞ୍ଜିଯୋଗାଡ଼ ତାଙ୍କ ମନରୁ ଦୂରରେ ଥିଲା। “ଏ ହେଲେ ଦୁଇ ଅଲଗା ପ୍ରକାରର ଜନ୍ତୁ : ଗୋଟିଏ କମ୍ପାନୀ ଭେଞ୍ଚରକ୍ୟାପିଟାଲ ସମର୍ଥିତ ଆଉ ଆରଟି ତା’ ବିନା – କିନ୍ତୁ ଆମ ବାଟରେ ଆମେ ସୁଖୀ ଅଛୁ”।

ପରିବେଶ ଅନୁକୂଳ ଦ୍ରବ୍ୟର ସର୍ଜ୍ଜନା ଏବଂ ଏକ ଅଧିକ ପୋଷଣୀୟ ପ୍ରାକୃତିକ ଜୀବନଶୈଳୀ ର ସୃଷ୍ଟି ର ପ୍ରେରଣାରୁ ‘ କ୍ରିୟା’ର ପ୍ରତିଷ୍ଠା। ଏହି ପ୍ରେରଣା ଟି ଜଣେ ଉଦ୍ୟୋଗୀ ପାଇଁ ସବୁଠାରୁ ଗୁରୁତ୍ଵତ୍ପୂର୍ଣ୍ଣ ବିଷୟ । “ତମେ ନିଜକୁ ପ୍ରଶ୍ନ କରିପାର” ଶ୍ରୀନି ବୁଝାନ୍ତି,“ତମେ କ’ଣ ବିନା ଲାଭର ଆଶାରେ ଏଇ କାମ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କରିପାରିବ”?

ସୃଜନଶୀଳତାର ଆବେଗ ଏବଂ ଅର୍ଥନୀତିର ପରିଭାଷା ମଧ୍ୟରେ ମୌଳିକ ଅନ୍ତର ଅଛି। ତେଣୁ ଉଚ୍ଚାକାଂକ୍ଷୀ ଉଦ୍ୟୋଗୀମାନଙ୍କ ପ୍ରତି ଶ୍ରୀନିଙ୍କର ଗୋଟିଏ ମୌଳିକ ପ୍ରଶ୍ନ,“ତମେ ତମର କମ୍ପାନୀଟି ପୁଞ୍ଜି ଓ IPO ପାଇବା ଆଶାରେ କରୁଛ ନା ଏହି କମ୍ପାନୀଟିକୁ ତମର ସନ୍ତାନମାନଙ୍କୁ ଦେବାକୁ ଚାହଁ”। ଶ୍ରୀନିଙ୍କ ପକ୍ଷେ ଉତ୍ତରଟି ଶେଷୋକ୍ତ ଭାଗରେ। ନିଜ ପରିବାର ମଧ୍ୟରେ ଓ ନିଜ ପୁଞ୍ଜିରେ କମ୍ପାନୀଟିକୁ ଚଳାଇ ରଖିବା ଲକ୍ଷ୍ୟ ରଖିଥିବାରୁ ଶ୍ରୀନି ଓ ପ୍ରୀତି କେବଳ ଆଶା କରିପାରିବେ ଯେ ସେମାନଙ୍କର ନଅ ମାସର ଝିଅଟି ମଧ୍ୟ ‘କ୍ରିୟା’ ପାଇଁ ଅନୁରୂପ ଭଲପାଇବା ଓ ଆବେଗକୁ ବଞ୍ଚାଇ ରଖିବ।

Add to
Shares
7
Comments
Share This
Add to
Shares
7
Comments
Share
Report an issue
Authors

Related Tags