EDITIONS
Odia

ମୁମ୍ବାଇରୁ ଓସ୍କାର ଯାଏଁ – ୮ ବର୍ଷର ସନୀ ପାୱାରଙ୍କ କାହାଣୀ

Team Odia
28th Feb 2017
Add to
Shares
2
Comments
Share This
Add to
Shares
2
Comments
Share

୮୯ତମ ଓସ୍କାର ପୁରସ୍କାର ଉତ୍ସବ ସରିଯାଇଛି କିନ୍ତୁ ଇଣ୍ଟରନେଟରେ ଆଠ ବର୍ଷର ସନୀ ପାୱାରଙ୍କ ବିଷୟରେ ଚର୍ଚ୍ଚା ସରିନାହିଁ। ଏହି ଭାରତୀୟ ବାଳକ ଯିଏ ଓସ୍କାର ପାଇଁ ମନୋନୀତ ଫିଲ୍ମ Lion ରେ ଦେବ ପଟେଲ ଓ ନିକୋଲ କିଡମ୍ୟାନଙ୍କ ସହ ଅଭିନୟ କରିଛନ୍ତି ଉତ୍ସବ ଦିନ ସମସ୍ତ ଷ୍ଟାର ମାନଙ୍କ ମଧ୍ୟରେ ଏକଦମ ହିଟ ହେଇଯାଇଥିଲେ। ଏହି ଶୋ’ର ହୋଷ୍ଟ ଜିମି କିମେଲ ମଧ୍ୟ ସନୀଙ୍କୁ ଆସି କୋଳରେ ଉଠେଇ ନେଇଥିଲେ।

Source: <a href=

Source:

Peoplea12bc34de56fgmedium"/>

ସନୀ ଏହି ଫିଲ୍ମରେ ସରୁ ବ୍ରିଏର୍ଳୀ ନାମକ ଏକ ଚରିତ୍ରର ପିଲାବେଳକୁ ଚିତ୍ରଣ କରିଛନ୍ତି। ଏହି ଚରିତ୍ରକୁ ପରେ ଦେବ ପଟେଲ ଅଭିନୟ କରିଛନ୍ତି। ଦେବ ପଟେଲ ଏହି ଫିଲ୍ମ ବିଷୟରେ କହିବା ସମୟରେ ସନୀ ତାଙ୍କ ସହ ମଞ୍ଚ ଉପରେ ଯୋଗ ଦେଇଥିଲେ। Lion ଫିଲ୍ମ ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏକ ଛୋଟ ପିଲା ନିଜ ପରିବାର ଠାରୁ ଅଲଗା ହେଇଯାଏ ଓ ଜଣେ ଅଷ୍ଟ୍ରେଲିଆନ ମହିଳା ତାକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରନ୍ତି। ସେ ବଡ଼ ହେବା ପରେ ଗୁଗଲ ଆର୍ଥ ବ୍ଯ୍ବହାର କରି ନିଜର ପ୍ରକୃତ ବାପା ମା’ଙ୍କୁ ଖୋଜିବାକୁ ଚେଷ୍ଟା କରେ।

ଫିଲ୍ମର ଟ୍ରେଲର ଏଠାରେ ଦେଖନ୍ତୁ:


ସନୀ କେବଳ ହିନ୍ଦୀ କହିପାରୁଥିଲେ। ଫିଲ୍ମର ନିର୍ଦ୍ଦେଶକ ଗାର୍ଥ ଡେଭିସଙ୍କୁ ଏ ନେଇ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ଧୀରେ ଧୀରେ କଠିନ ପରିଶ୍ରମ କରି ଏହି ସମସ୍ଯାକୁ ଜିଣିଥିଲେ। କାଷ୍ଟିଙ୍ଗ ନିର୍ଦ୍ଦେଶକ ପ୍ରାୟ ୨୦୦୦ ଅଡିସନ ଟେପ ଦେଖିବା ପରେ ସନୀଙ୍କୁ ଏହି ରୋଲ ପାଇଁ ବାଛିଥିଲେ। Vultureକୁ ଏକ ସାକ୍ଷାତକାର ଦେଇ ଗାର୍ଥ କୁହନ୍ତି,

ଏତେ ଗୁଡ଼ିଏ ଅଡିସନ ଟେପ ଦେଖିବା ସମୟରେ ଏତେ ଛୁଆଙ୍କୁ ଦେଖିଲି। କିଛି ଟେପ ମନକୁ ଛୁଇଁଯାଉଥିଲା ସେତେବେଳେ ଭାବୁଥିଲି ବୋଧହୁଏ ଲକ୍ଷ୍ୟ ପାଖାପାଖି ପହଞ୍ଚିଗଲେ। କିନ୍ତୁ ଠିକ ହୃଦୟରେ ଯାଇ କିଛି ବାଜୁନଥିଲା। ଶେଷରେ ସDAILY TELEGRAPH DEV PATEL GARTH DAVIS JIMMY KIMMEL KRISTY MCGREGOR LOS ANGELES NICOLE KIDMAN SUNNY PAWAR THE 89TH ACADEMY AWARDS CEREMONY THE OSCARSନୀଙ୍କ ଟେପ ଦେଖିଲୁ ଓ ମୁଁ ନିଶ୍ଚିତ ହେଇଗଳି ଯେ ଇଏ ହିଁ କୁନି ସରୁ।

ଅଭିନେତା ଦେବ ପଟେଲ Daily Telegraph ସହ ଏକ ଅନ୍ତରଙ୍ଗ ଆଳାପରେ କୁହନ୍ତି,

ସେ ଆମ ଫିଲ୍ମର କୁନି ମାସ୍କଟ। ସନୀ ଆଗରୁ କେବେ ଉଡ଼ାଜାହାଜରେ ବସିନଥିଲା କି ହଲିଉଡ ଫିଲ୍ମ ଦେଖିନଥିଲା। ଆଜି ତାକୁ ଦେଖ ସେ ଏକ ହଲିଉଡ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛି। ତା’ର ସରଳତା ଏତେ ସୁନ୍ଦର ବୋଲି ତା’ର ଅଭିନୟରେ ତାହା ଦିଶୁଚି ଏବଂ ଏକ ଚମତ୍କାର ଅଭିନୟର ପ୍ରଦର୍ଶନ ମିଳିଛି। ସେ ଅଭିନୟକୁ ଖୁବ ମଜା ନେଇ ନେଇ କରୁଥିଲା।

ସନୀ ଯଦିଓ ଅଭିନୟକୁ ନିଜର ପେସା ବନେଇବା ପାଇଁ ଖୁବ ଇଛୁକ କିନ୍ତୁ ତା’ସହ ସେ ଆଇପିଏସ ଅଫିସର ହେବାର ସ୍ଵପ୍ନ ମଧ୍ୟ ଦେଖନ୍ତି। ସେ WWE ଦେଖିବାକୁ ବହୁତ ଭଲ ପାଆନ୍ତି ଓ ଖୁବଶୀଘ୍ର ତାହାର ଏକ ମ୍ଯାଚ ମଧ୍ୟ ଦେଖିବାକୁ ଇଛା କରନ୍ତି। ବାକି ସମୟରେ ଖାଇବାକୁ ଓ ଶୋଇବାକୁ ତାଙ୍କୁ ଖୁବ ଭଲ ଲାଗେ। 

Add to
Shares
2
Comments
Share This
Add to
Shares
2
Comments
Share
Report an issue
Authors

Related Tags