EDITIONS
Odia

ନିରକ୍ଷତା ବିରୁଦ୍ଧରେ ଜୀବନବ୍ୟାପୀ ସଂଗ୍ରାମ ଚଳାଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା

14th Dec 2015
Add to
Shares
13
Comments
Share This
Add to
Shares
13
Comments
Share

ଖଣି ଅଞ୍ଚଳରେ କାମ କରୁଥିବା ଶ୍ରମିକ ତଥା ଗରିବ ତଥା ନିରକ୍ଷର ଆଦିବାସୀମାନଙ୍କୁ ପାଠ ଦି ଅକ୍ଷର ଶିଖେଇବା ପାଇଁ ଗତ ଅର୍ଦ୍ଧଶତାବ୍ବୀ ହେଲା ଉଦ୍ୟମ କରିଆସୁଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା। ଓଡ଼ିଶାର ଆଦିବାସୀବହୁଳ ଅଞ୍ଚଳରେ ଆଦିବାସୀ ଶିକ୍ଷା ଓ ବାଳିକା ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନର ପଟାନ୍ତର ନାହିଁ। ନିଜେ ପିଲାବେଳେ ପାଠପଢିବାର ସୁଯୋଗ ପାଇନଥିଲେ, ତେବେ ନିଜ ଉଦ୍ୟମରେ ସେ ପାଠପଢିପାରିଥିଲେ ଓ ଶିକ୍ଷାର ଗୁରୁତ୍ଵକୁ ଉପଲବ୍ଧି କରିଥିଲେ। ସେବେଠାରୁ ସେ ରାଜ୍ୟର ଗରିବ ଆଦିବାସୀ ଲୋକମାନଙ୍କ ଶିକ୍ଷା ଲାଗି ନିରବଚ୍ଛିନ୍ନ ଉଦ୍ୟମ କରିଆସୁଛନ୍ତି।

image


ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିବାକୁ ମୋର ବହୁଦିନରୁ ଥିବା ସ୍ଵପ୍ନ ସାକାର ହୋଇଥିଲା ଗତ ବର୍ଷ। କେନ୍ଦୁଝରଠାରେ ତାଙ୍କ ଦ୍ଵାରା ପ୍ରତିଷ୍ଠିତ କସ୍ତୁରବା ବାଳିକା ବିଦ୍ୟାଳୟ ଓ ଛାତ୍ରାବାସରେ ତାଙ୍କୁ ଭେଟିବାର ସୌଭାଗ୍ୟ ମିଳିଥିଲା ଭାରତ ସରକାରଙ୍କ ପଦ୍ମଶ୍ରୀ ସମେତ ଦେଶ ବିଦେଶର ଅନେକ ସଂଗଠନ ଦ୍ଵାରା ସମ୍ମାନିତ ହୋଇଥିବା ଏହି ମହିୟସୀ ମହିଳା ଯେ ଏତେ ସାଧାରଣ, ନିରାଡମ୍ବର ଜୀବନ ଯାପନ କରୁଛନ୍ତି ତାହା ଦେଖି ଟିକିଏ ଆଶ୍ଚର୍ଯ୍ୟ ଲାଗିଲା। ହଷ୍ଟେଲରେ ଶହ ଶହ ଆଦିବାସୀ ବାଳିକାଙ୍କ ମଧ୍ୟରେ ବେଶ ସରଳ ଓ ସ୍ଵାଭାବିକ ଭାବେ ସେ ରହିବା ସହ ବାଳିକା ଶିକ୍ଷା କ୍ଷେତ୍ରରେ ନିଜର ଉଦ୍ୟମ ଅବ୍ୟାହତ ରହିଛନ୍ତି।

ନିରକ୍ଷରତା ବିରୁଦ୍ଧରେ ତାଙ୍କର ଜୀବନ ବ୍ୟାପୀ ସଂଗ୍ରାମ କଥା ପୂର୍ବରୁ ଶୁଣିଥିଲେ। ମଧ୍ୟ ପୁଣି ଥରେ ତାଙ୍କ ମୁହଁରୁ ଶୁଣିବାର ସୁଯୋଗ ହାତଛଡା କରିବାକୁ ଚାହୁଁନଥିଲି। ସେ ମଧ୍ୟ ନିରାଶ କରିନଥିଲେ।

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଭାରତ ସ୍ଵାଧିନତା ପାଇବାର ଠିକ ମାସକ ପୂର୍ବରୁ ଏକ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। କେନ୍ଦୁଝର ଜିଲ୍ଲାର ସରଣ୍ଡାଠାରେ। ବୋଧହୁଏ ଏଇଥିପାଇଁ ହିଁ ପିଲାବେଳୁ ସେ ଥିଲେ ଟିକିଏ ସ୍ଵାଧିନଚେତା। ପରିବାରର 4 ଭଉଣୀ ଓ 2 ଭାଇଙ୍କ ମଧ୍ୟରେ ସେ ଥିଲେ ସବା ସାନ। ବଡ଼ ଭାଇ ଭଉଣୀମାନେ ବାଳୁତ ବୟସରୁ ହିଁ ଖଣି ଅଞ୍ଚଳରେ କାମ କରୁ ଥିଲେ, ଦି ପଇସା କମାଇବା ପାଇଁ। ସେ କାଳରେ ଓଡ଼ିଶାର ଏହି ଆଦିବାସୀ ବହୁଳ ଅଞ୍ଚଳରେ ଆଦିବାସୀ ପିଲା ପାଠପଢିବା ଏକ ଦୂରନ୍ତ ସ୍ଵପ୍ନ ଥିଲା। ପେଟରେ ଯେବେ ଭୋକ ଅଛି, ପାଠକୁ କିଏ ପଚାରୁଛି? ବଡ଼ ଭାଇ ଭଉଣୀ ପ୍ରତିଦିନ ଖଣି ଅଞ୍ଚଳରେ ଖଟିବାକୁ ଯାଆନ୍ତି, ଘରେ ଏକୁଟିଆ ରହିଯାଆନ୍ତି ତୁଳସୀ। ଏହି ସମୟରେ ହିଁ ତାଙ୍କ ମନରେ ପଢିବାର ଆଗ୍ରହ ସୃଷ୍ଟି ହୁଏ କିନ୍ତୁ ଦାରିଦ୍ର୍ୟର ଚାପରେ ପଡି ତାଙ୍କୁ ମଧ୍ୟ ଖଣିକୁ ଯିବାକୁ ପଡିଲା। 

ତାଙ୍କୁ ଯେତେବେଳେ 12 ବର୍ଷ ବୟସ ସେ ସେରେଣ୍ଡାଠାରେ ଥିବା ନିଜ ବଡ଼ ଭଉଣୀ ଘରକୁ ରହିବାକୁ ଯାଆନ୍ତି ଓ ତାଙ୍କ ସହିତ ଲୁହାଖଣି ଅଞ୍ଚଳରେ କାମ କରି ସେ ଦିନକୁ 2 ଟଙ୍କା ପାଆନ୍ତି। ଦିନଯାକ ଲୁହାପଥର ଖଣିରେ ପଥର କାଟିବା, ଲୁହାପଥର ବାଛିବା ଆଦି କାମ କରିବାକୁ ପଡୁଥିଲା ତେବେ ପାଠ ପଢିବାର ଆଗ୍ରହ କମିବା ବଦଳରେ ଦିନକୁ ଦିନ ବଢିଚାଲିଥିଲା, ଖଣି ଅଞ୍ଚଳରେ କାମ କରିବା ପରେ ଟିକିଏ ସମୟ ମିଳିଲେ ସେ ଓଡ଼ିଆ ଅକ୍ଷର ଶିଖନ୍ତି। ଇଂରାଜୀ-ହିନ୍ଦୀ ଭାଷା ଶିଖିବାରେ ଲାଗିପଡୁଥିଲେ କିନ୍ତୁ କେବଳ ନିଜେ ପଢିଲେ ହେବ ନାହିଁ, ଅନ୍ୟ ଆଦିବାସୀ ବାଳିକା ମାନଙ୍କୁ ମଧ୍ୟ ନିରକ୍ଷରତାର କାରାଗାରରୁ ମୁକ୍ତ କରିବାକୁ ହେବ। କିନ୍ତୁ ସେତେବେଳର ଆଦିବାସୀ ସମାଜ, ଯେଉଁଠାରେ ପୁରୁଷମାନେ ପାଠପଢୁନଥିଲେ, ନାରୀମାନଙ୍କ କଥା ପଚାରେ କିଏ? 

କିନ୍ତୁ ସେ ନିଜ ଉଦ୍ୟମରୁ ବିରତ ହେଲେ ନାହିଁ, ଏଥିଲାଗି ଅନେକ ବାଧାବିଘ୍ନ ଆସିବା ସତ୍ତ୍ୱେ 1961 ବେଳକୁ ସେ ମାଳତୀ ଚୌଧୁରୀ,ରମାଦେବୀ ଓ ନିର୍ମଳା ଦେଶପାଣ୍ଡେ ପ୍ରଭୃତି ସମାଜସେବୀଙ୍କ ସଂସ୍ପର୍ଶରେ ଆସିଲେ ଓ ନାରୀଶିକ୍ଷା ଲାଗି ସେମାନେ ଗାଁ ଗାଁ ବୁଲି ଚଳାଉଥିବା ଅଭିଯାନରେ ଯୋଗଦେଲେ। ଏହାପରେ ସେ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ଭେଟିଲେ ଓ ଗରିବଙ୍କ ଭୂମିହୀନଙ୍କ ପାଇଁ ବିନୋବାଜୀଙ୍କ ଉଦ୍ୟମ ଦ୍ଵାରା ସେ ଅନୁପ୍ରାଣୀତ ହେଲେ। 1964 ବେଳକୁ ସେ ପୁଣି ସରଣ୍ଡା ଫେରିଲେ ଓ ସେଠାରେ ଆଦିବାସୀ ପିଲାମାନଙ୍କ ପାଇଁ ଏକ ସଂନ୍ଧ୍ୟାକାଳୀନ ସ୍କୁଲ ଖୋଲିଲେ। ସେବେଠାରୁ ଆଜି ସୁଦ୍ଧା ସେ ପ୍ରାୟ 17ରୁ ଅଧିକ ସ୍କୁଲ ଖୋଲି ପ୍ରାୟ 20 ହଜାର ଆଦିବାସୀ ବାଳକବଳିକାଙ୍କୁ ଶିକ୍ଷିତ କରାଇପାରିଛନ୍ତି। ପିଲାମାନଙ୍କୁ କେବଳ ପୁସ୍ତକଗତ ଶିକ୍ଷା ଦିଆନଯାଇ ଧନ୍ଦାମୂଳକ ଶିକ୍ଷା ମଧ୍ୟ ଦିଆଯାଉଛି। ତାଙ୍କ ମତରେ ଶିକ୍ଷାର ଉଦ୍ଦେଶ୍ୟ ଏକ ଚାକିରିପଛରେ ଗୋଡାଉଥିବା ଏକ ଗୋଷ୍ଠୀ ସୃଷ୍ଟି କରିବା ନୁହେଁ ବରଂ ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ସଚେତନ ସମାଜ ଗଠନ କରିବା ଓ ଏପରି ଏକ ଯୁବ ସମାଜ ଗଠନ କରିବା ଯେଉଁମାନେ ଅନ୍ୟର ଅଧିନ ହେବା ଅପେକ୍ଷା ନିଜ ଗୋଡ଼ରେ ନିଜେ ଛିଡା ହୋଇପାରିବେ।

image


ତୁଳସୀଙ୍କ କାର୍ଯ୍ୟ ପାଇଁ ଭାରତ ସରକାର ତାଙ୍କୁ 2001 ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ତାଙ୍କର ଏହି ମହାନ ଉଦ୍ୟମ ଯୋଗୁଁ ଆଦିବାସୀ ବହୁଳ ଅଞ୍ଚଳର ହଜାର ହଜାର ପିଲାଙ୍କ ଜାବନକୁ ସେ ଗଢିପାରିଛନ୍ତି। ତାଙ୍କର ଏହି ଉଦ୍ୟମ ପାଇଁ ସମାଜ ଓ କର୍ପୋରେଟ ଜଗତରୁ ସହାୟତାର ହାତ ଆସିଛି। ଏହା ସତ୍ତ୍ୱେ ଆହୁରି ଅନେକ କିଛି କରିବାକୁ ହେବ ବୋଲି ସେ କହନ୍ତି। କାରଣ ଏବେ ବି ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଲୋକମାନେ ଦାରିଦ୍ର୍ୟ ଓ ନିରକ୍ଷରତା ମଧ୍ୟରେ ରହୁଛନ୍ତି। ଏଣୁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ।

image


Add to
Shares
13
Comments
Share This
Add to
Shares
13
Comments
Share
Report an issue
Authors

Related Tags