EDITIONS
Odia

ଭାରତରେ ତିଆରି, ବିଶ୍ଵର ପ୍ରଥମ ଅଟୋମାଟିକ ଦୋସା ତିଆରି ମେସିନ - ଦୋସାମାଟିକ

Ruchi Panigrahi
21st Oct 2015
Add to
Shares
2
Comments
Share This
Add to
Shares
2
Comments
Share
image


ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସାକୁ ପୁରା ବିଶ୍ଵରେ କିଏ ଭଲ ନପାଏ। ଏହି କୁଡୁକୁଡିଆ ସୁନେଲି ଦୋସା ତିଆରି ହୁଏ ବିରି ଆଉ ଚାଉଳର ବାଟଣରୁ । କୁହାଯାଏ ଯେ ଏହା କର୍ଣ୍ଣାଟକର ମନ୍ଦିରମୟୀ ସହର ଉଡୁପିରୁ ଆସିଛି। ଦୋସା ତିଆରି କରିବାର ୩୦ରୁ ଅଧିକ ପ୍ରକାରର ପିଠଉ ରହିଛି ଓ ଭିତର ପୁର ତା ଠାରୁ ବି ଅଧିକ। ଦୋସା ତିଆରିରେ କେବଳ ଗୋଟିଏ ଜିନିଷ ହେଉଛି ସାଧାରଣ, ତାହା ହେଲା ତାକୁ ହାତରେ ତିଆରି କରିବା ପଦ୍ଧତି। କିନ୍ତୁ ବାଙ୍ଗାଲୋର ସ୍ଥିତ ମୁକୁନ୍ଦ ଫୁଡ୍ସ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଏହାକୁ ବଦଳେଇବାକୁ।

image


ଇଶ୍ଵର ବିକାଶ, ଏକ SRM ଇଉନିଭର୍ସିଟି ଛାତ୍ର ଯେତେବେଳେ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ୧୧୦ ଟଙ୍କା ଦେଇ ଏକ ଦୋସା ଖାଇଲେ, ସେତେବେଳେ ସେ ଦକ୍ଷିଣ ଭାରତରେ ମିଳୁଥିବା ଖୁବ କମ ଦାମରେ ମିଳୁଥିବା ସହ ତାକୁ ତୁଳନା କରି ଆଶ୍ଚର୍ଯ୍ୟ ହେଇଥିଲେ।

“McDonaldର ଏକ ବର୍ଗରର ଦାମ ଭାରତର ସବୁ ଜାଗାରେ ସମାନ। KFC ଚିକେନର ଦାମ ଆଉ ସ୍ଵାଦ ମଧ୍ୟ ସବୁ ଜାଗାରେ ସମାନ। ତାହେଲେ ଦୋସାର କାହିଁକି ନୁହେଁ?,” ଇଶ୍ଵର ନିଜକୁ ନିଜେ ପ୍ରଶ୍ନ କଲେ।

ଏହାର ଉତ୍ତର ହେଉଛି ଦୋସାର ଏକ ମାନ ନିର୍ଧାରଣ କରିବା ଏବଂ ଏହାକୁ ହାତ ତିଆରି ପରିବର୍ତ୍ତେ ସ୍ୱୟଂଚାଳିତ କରିବା। ବର୍ଗର ଓ ପିଜ୍ଜା ପରି ଖାଦ୍ୟ ସବୁ ମେଶିସିନ ତିଆରି ହେଇଥାଏ କିନ୍ତୁ ଭାରତୀୟ ଖାଦ୍ୟ ଯଥା ଦୋସା ଓ ପୁରୀ ଏବେବି ହାତରେ ହିଁ ତିଆରି ହେଇଥାଏ।

“ଏହାର ଏକ ଚାବି ହେଉଛି ଏହି ସବୁ ଖାଦ୍ୟ ପ୍ରସ୍ତୁତିର ଢାଞ୍ଚା ହାତ ତିଆରିରୁ ସ୍ଵୟଂଚାଳିତ ମେସିନ ପ୍ରକ୍ରିୟାକୁ ବଦଳେଇବା। କୌଣସି ଖାଦ୍ୟ ମେଶିନରେ ତିଆରି ହେଉଥିଲେ ଆପଣ ଦକ୍ଷତାରେ ଏପଟ ସେପଟ ହେଉଥିବା ଅଳ୍ପ ବହୁତ ତ୍ରୁଟି ଠାରୁ ବଞ୍ଚି ପାରିବେ,” 

ବୁଝାନ୍ତି ଇଶ୍ଵର।

image


ଏହି ଜିନିଷ ବୁଝିସାରିବା ପରେ ଇଶ୍ଵର(CEO ଓ ପ୍ରତିଷ୍ଟାତା) ତାଙ୍କ ବନ୍ଧୁ ସୁଦୀପ ସାବତ (COO ଓ ପ୍ରତିଷ୍ଠାତା) ସହ ମିଶି ଏକ ଏପରି ମେସିନ ତିଆରି କରିବାକୁ କାମର ଭିଡିଲେ ଯାହାକି ଗୋଟିଏ ବଟନର ଟିପରେ ମନକୁ ମନ ଦୋସା ତିଆରି କରିପାରିବ। ୨୦୧୨ରେ ଇଉନିଭର୍ସିଟିରେ ତୃତୀୟ ବର୍ଷର ଛାତ୍ର ଥିଲେ ଦୁଇ ବନ୍ଧୁ ଯେତେବେଳେ ସେମାନେ ଏହି କମ୍ପାନୀ ଆରମ୍ଭ କଲେ। ସେମାନେ ଇଣ୍ଡିଆନ ଏଞ୍ଜେଲ ନେଟୱର୍କ ନାମକ ଏକ କମ୍ପାନୀରେ incubator ପାଇଁ ବଛାଯାଇଥିଲେ। ସେଠାରେ ସେମାନେ ନିଜ ଯୋଜନା ସମ୍ପର୍କରେ ଜଣାଇଲେ ଓ ସେଇ incubator ଜରିଆରେ ସେମାନେ ତାଙ୍କ ଉଦ୍ୟୋଗ ପାଇଁ ଉତ୍ପାଦକୁ ଟିକିଏ ଉନ୍ନତ ମଧ୍ୟ କରିପାରିଲେ। ୨୦୧୩ରେ କମ୍ପାନୀ incubator ସ୍ତରରୁ ଉପରକୁ ଗଲା ଓ ଦୁଇ ବନ୍ଧୁ କଲେଜ ପଢା ସାରିଲେ। ଅକ୍ଟୋବର ୨୦୧୩ରେ IAN ମୁକୁନ୍ଦ ଫୁଡ୍ସକୁ ଆଗକୁ ବଢିବାରେ ସହାୟତା କରିବା ପାଇଁ ଏହି ଦୁଇ ଛାତ୍ରଙ୍କ ସହ ସେଥିରେ ପୁଞ୍ଜିନିବେଶ କରିଥିଲା। IANର ହରି ବାଳସୁବ୍ରମନିୟମ ଓ ପି ଗୋପୀନାଥ ଏହି ପୁଞ୍ଜିନିବେଶରେ ଅଗ୍ରଣୀ ଥିଲେ।

ଏଇ ମେଶିନ କେମିତି କାମ କରେ

ପ୍ରଥମେ ଏଇ ମେଶିନ ୧ମିx୧ମି ଆକାରର ଥିଲା କିନ୍ତୁ ବର୍ତ୍ତମାନ ଏହା ଏକ ମାଇକ୍ରୋୱେଭ ଓଭେନ ଆକାରର ଅଟେ।

ଦୋସାମାଟିକ ଦ୍ଵାରା ତିଆରି ଦୋସା

ଦୋସାମାଟିକ ଦ୍ଵାରା ତିଆରି ଦୋସା


ଦୋସାମାଟିକ ଏକ ବଟନର ଟିପା ରେ କାମ କରେ। ଏଥିରେ ଆପଣ ଦୋସା ପତଳା ବା ମୋଟା ଆପଣଙ୍କ ପସନ୍ଦ ଅନୁଯାୟୀ କରିପାରିବେ। ଏହାର ମୋଟେଇ ୧ ମିମି ରୁ ୬ ମିମି ଭିତରେ କମ ବେଶୀ କରିହେବ।

ବ୍ୟବାହାରକାରୀଙ୍କୁ ବାସ ଗୋଟିଏ ପାତ୍ରରେ ପିଠଉ ଓ ଗୋଟିଏ ପାତ୍ରରେ ତେଲ ଭର୍ତ୍ତି କରିବାକୁ ହେବ। ତାପରେ ସେ ମୋଟା, ପତଳା ଓ କୁଡୁକୁଡିଆ ଦୋସା ମଧ୍ୟରେ ତାଙ୍କ ପସନ୍ଦ ବାଛିପାରିବେ। ତାପରେ ବଟନ ଟିପିଲା ପରେ ମେଶିନଟି ପିଠଉ ବାହାର କରି ତାକୁ ତାୱାରେ ବୁଲେଇ, ତେଲ ପକେଇ ତିଆରି କରିଦିଏ। ଏଥିରେ ନିଜ ମନମୁତାବକ ପୁର ଦେଇ ଗରମାଗରମ ସୁନ୍ଦର କୁଡୁକୁଡିଆ ଦୋସା ପଡ଼ୋଶୀ ପାରିବେ ବାସ୍ ୬୦ ସେକେଣ୍ଡ ଭିତରେ।

ନିତିଦିନିଆ ଅନୁଧ୍ୟାନରୁ ପ୍ରେରିତ ମେଶିନର ଢାଞ୍ଚା

ଏହି ମେଶିନର ସବୁ ଅଂଶ କିଛି ନିତିଦିନିଆ ବସ୍ତୁରୁ ପ୍ରେରିତ, ଯଥା ବାଇକର ଷ୍ଟାଣ୍ଡ, ସୁଟକେସର ତାଲା, ପାଣିର ଫାଉନ୍ଟେନ ଏବଂ ଏକୁୟାରିୟାମ।

ପିଠଉକୁ ଗରମ ତାୱାରେ ପକେଇବା ପାଇଁ ଏକ ପମ୍ପ ଭଳି ଜିନିଷ ଦରକାର ଥିଲା, ଟୀମ Archimedes’ screw system ବ୍ୟବହାର କରି ଏହା ବନେଇଛନ୍ତି। ଘର ତିଆରିରେ ଉଚ୍ଚ ମହଲା ମାନଙ୍କରେ କଂକ୍ରିଟ ଢାଳିବା ପାଇଁ ବ୍ୟବହାର ହୁଏ। ବାଇକ ଷ୍ଟାଣ୍ଡ ପରି ଏକ ଜିନିଷ ବ୍ୟବହାର ହୁଏ ପିଠଉ ବୁଲେଇବା ଠାରୁ ଦୋସାକୁ ଗରମ ତାୱାରୁ ଛଡେଇବା ପାଇଁ। ଅନେକେ ଯେଉଁ କାମକୁ ଅସମ୍ଭବ ଓ କିଛି ବହୁତ କଷ୍ଟ ବୋଲି କହୁଥିଲେ, ଏହି ଦୁଇ ବନ୍ଧୁ ଚେନ୍ନାଇର ଏକ ଦୋକାନୀଙ୍କ ସହାୟତାରେ ମେସିନର ଏକ ଅଂଶ ତିଆରି କାଲେ ଯାହାକି ପିଠଉକୁ ସବୁଆଡେ ସମାନ ଭାବେ ବୁଲେଇବାର କାମ କରେ। ଖର୍ଚ୍ଚ ହେଲା ମାତ୍ର ୩୫୦୦ ଟଙ୍କା।

କୌଣସି ସମସ୍ୟାର ସମାଧାନ ଖୋଜି ପାଇବା ମୂଳରେ ଗୋଟିଏ କୌଶଳ ଅଛି। ତାହା ହେଲା ନିରନ୍ତର ଭାବେ ତା' ଉପରେ ଚିନ୍ତନ ମନ୍ଥନ କରିବା। ଏହା କିଛି ରକେଟ ବିଜ୍ଞାନ ନୁହେଁ 

କୁହନ୍ତି ସୁଦୀପ।

ଆମେ ବାଙ୍ଗାଲୋର ସ୍ଥିତ ମୁକୁନ୍ଦ ଫୁଡ୍ସର କାରଖାନାକୁ ଯାଇଥିଲୁ। ଦୋସମାଟିକ, ଟିମ ଓ କାରଖାନାର ବିଷୟରେ ଏଠାରେ ଦେଖନ୍ତୁ।


ପୁଞ୍ଜିନିବେଶ ଓ ସଫଳ ହେବା ପାଇଁ ଚାପ

ମୁକୁନ୍ଦ ଫୁଡ୍ସ ଭଳି ଖୁବ କମ ଉଦ୍ଯୋଗ ଅଛନ୍ତି। ତେଣୁ ଟିମକୁ ସମସ୍ତଙ୍କୁ ନିଜର ଦକ୍ଷତା ଓ ସଫଳ ହେଇ ଦେଖାଇବା ଜରୁରୀ ଥିଲା। 

ଆମେ ଖୁବ ଭାଗ୍ୟବାନ ଥିଲୁ ଯେ ଆମକୁ IANର ଆର୍ଥିକ ସହାୟତା ମିଳିଲା। ମେଶିନ ତିଆରି ଉଦ୍ୟୋଗରେ ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ ପୁଞ୍ଜିନିବେଶକ ପାଇପାରନ୍ତି ନାହିଁ - କୁହନ୍ତି ଇଶ୍ଵର।

ଏକ ନୂତନ ଏବଂ ଅଭୂତପୂର୍ବ ଉତ୍ପାଦ ହେଇଥିବାରୁ ଏହି ମେଶିନକୁ ଶୀଘ୍ର ରୁ ଶୀଘ୍ର ବଜାରକୁ ଆଣିବା ପାଇଁ ଚାପ ଥିଲା।

ସାଧାରଣତ ଟୋୟୋଟା ଭଳି କମ୍ପାନୀ ୪-୫ ବର୍ଷ ସମୟ ନେଇଥାଏ ତାଙ୍କ ପ୍ରୋଟୋଟାଇପ ତିଆରି କରିବା ପାଇଁ। ତାପରେ ୧-୨ ବର୍ଷ ସମୟ ଲାଗିଥାଏ ତାର ବ୍ୟବସାୟିକ ରୂପ ଆଣିବା ପାଇଁ ଓ ତାପରେ ହିଁ ଉତ୍ପାଦନ ପାଇଁ ଏହି ଜିନିଷଟି ଯାଇଥାଏ।

Sudeep Sabat, Co founder/COO

Sudeep Sabat, Co founder/COO


“ଆମ ପାଖରେ ଧନ ବା ସମୟ ନଥିଲା। ଯେତେବେଳେ ଆମେ ଶେଷ ପ୍ରୋଟୋଟାଇପ ତିଆରି କରିସାରିଥିଲୁ। କିନ୍ତୁ ସେତେବେଳେ ଆହୁରି ୨ଟି ପ୍ରୋଟୋଟାଇପ ତିଆରି କରିବା ବାକି ଥିଲା। ଆମେ ସ୍ଵାଭାବିକ ପ୍ରକ୍ରିୟାରେ କରିଥିଲେ ଖୁବ ବିଳମ୍ବ ହେଇଥାନ୍ତା ସେଥିପାଇଁ ଆମେ ଦୋସାମାଟିକକୁ ବିଭିନ୍ନ ଅଂଶବିଶେଷରେ ଭାଗ କରିଦେଲୁ। ପୁରା ୨୩୪ଟି ଅଂଶ ହେଲା। ତାପରେ ଆମେ ସେଇ ଅଂଶ ଗୁଡିକୁ ଖୋଜିଲୁ ଯାହାର ବଦଳିବାର ସମ୍ଭାବନା ନଥିଲା,” କୁହନ୍ତି ସୁଦୀପ।

ମୁକୁନ୍ଦ ଫୁଡ୍ସ ଦାବି କରନ୍ତି ଯେ ସେମାନେ ଏକମାତ୍ର କମ୍ପାନୀ ଯିଏକି ପ୍ରୋଟୋଟାଇପ ତିଆରି ଓ ଉତ୍ପାଦନ ଏକ ସଙ୍ଗେ କରୁଥିଲେ। ଏଠି ଯୋଗୁ ସେମାନେ ଅନେକ ଅର୍ଥ ଓ ସମୟ ବଞ୍ଚେଇ ପାରିଥିଲେ।

ମୁ ଭାବୁଛି ଏଞ୍ଜେଲ ଓ VC eco-system ଏପରି ଉଦ୍ୟୋଗରେ ପୁଞ୍ଜିନିବେଶ କରିବାରେ ଧ୍ୟାନ ଦେବା କଥା ଯାହାକି ପ୍ରକୃତ ଭାବେ ସମସ୍ୟାର ସମାଧାନ ନେଇ ଆସିଥାଏ, ଯଥା logistics, ଉତ୍ପାଦନ, ଟ୍ରାଫିକ, ଟ୍ରେଡିଂ ଇତ୍ୟାଦି,” କୁହନ୍ତି ଇଶ୍ଵର। ସରକାର ମଧ୍ୟ ଉଦ୍ୟୋଗକୁ ସହାୟତା ଦେବାରେ ଏକ ସକ୍ରିୟ ଭୂମିକା ନେବା ଉଚିତ। ଅନେକ ପ୍ରଚାରିତ ସ୍କିମ ଗୁଡିକ ଖାଲି କାଗଜପତ୍ର ରେ ହିଁ ରହିଯାଏ। ଆମେ ଅନେକ ଗୁଦିଏ ସରକାରୀ ଆର୍ଥିକ ସହାୟତା ପାଇବା ପାଇଁ ଦରଖାସ୍ତ ଦେଇଥିଲୁ ଯଥା TIFAC-SIDBIଠାରୁ କୋମଳ ରୃଣ। କିନ୍ତୁ ସେସବୁ ଫାଇଲର ବୁଢିଆଣୀ ଜାଲରେ ଲକ୍ଷ ରହିଗଲା।

ଉଦ୍ୟୋଗ ଓ ବଜାରର ଆକାର

ଭାରତୀୟ ଖାଦ୍ୟ ପ୍ରଦ୍ୟୋଗ ଦେଶର ପୁରା ଖାଦ୍ୟ ବଜାରର ୩୨% ଯାଏ ଅବଦାନ କରେ। ୧୨୧ ବିଲିୟନ ଡଲାରର ବ୍ୟବସାୟ ଥାଇ ଏହା ଦେଶର ବୃହତ ଉଦ୍ଯୋଗ ମାନଙ୍କ ଭିତରୁ ଗୋଟିଏ ଓ ଉତ୍ପାଦନ, ବ୍ୟବହାର ଓ ରପ୍ତାନି ଦୃଷ୍ଟିରୁ ପଞ୍ଚମ ସ୍ଥାନରେ ଅଛି। ବର୍ତ୍ତମାନ ବାର୍ଷିକ ୧୦% ଠାରୁ ଅଧିକ ହାରରେ ବଢୁଥିବା ବେଳେ ଆଶା କରାଯାଉଛି ଯେ ଏହା ଶୀଘ୍ର ୨୦୧୫ ସୁଦ୍ଧା ୧୯୪ ବିଲିୟନ ଆମେରିକୀୟ ଡଲାର ଛୁଇଁବ।

ଦୋସାମାଟିକ ଛୋଟ ଛୋଟ ରେଷ୍ଟୁରାଣ୍ଟକୁ ଲକ୍ଷ୍ୟ କରି ଦାବି କରେ ଯେ ଏହି ସବୁ ରେଷ୍ଟୁରାଣ୍ଟକୁ ଆଉ କୁଶଳୀ ମିସ୍ତ୍ରୀଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡିବ ନାହିଁ। ଏହି ମେଶିନ ବ୍ୟବହାର କରି ସେମାନେ ଦିନକୁ ୫୦୦ ପର୍ଯ୍ୟନ୍ତ ଦୋସା ତିଆରି କରିପାରିବେ।

ବର୍ତ୍ତମାନର ଆକର୍ଷଣ ଓ ଭବିଷ୍ୟତ ଯୋଜନା

ବର୍ତ୍ତମାନ ଟିମ ଦିନକୁ ୪-୫ ଇନକ୍ଵାରୀ (ଏଇ ମେସିନକୁ ନେଇ) ପାଉଛି। ବାଙ୍ଗାଲୋର, କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ଏନସିଆର ଠାରୁ ସେମାନେ ୩୦ଜଣ ଗ୍ରାହକ ପାଇଛନ୍ତି ଯେଉଁମାନେ କି ପଇସା ଦେଇ ମେସିନ ଅର୍ଡର କରିଛନ୍ତି। ପ୍ରଥମ ପର୍ଯ୍ୟାୟର ମେସିନ ସବୁ ପଠାଯାଇସାରିଛି।

ଟିମର ଯୋଜନା

• ୨୦୧୫-୧୬ ସୁଦ୍ଧା ୫୦୦ ମେଶିନ ବିକିବା ଯାହାର ଦାମ ୧.୧ଲକ୍ଷ ଠାରୁ ୧.୫ ଲକ୍ଷ ମଧ୍ୟରେ ଅଛି।

• ଏନସିଆର, କୋଲକାତା, ମୁମ୍ବାଇ ଓ ବାଙ୍ଗାଲୋର ରେ ସର୍ଭିସ କେନ୍ଦ୍ର ଖୋଲିବା।

• ବଡ ବଡ କମ୍ପାନୀ ଭଳି ସଠିକ ଭାବେ ସମାବେଶ ଲାଇନ ଉତ୍ପାଦନରେ ଆସିବା

• ଅନ୍ୟାନ୍ୟ ‘ଭାରତରେ ଡିଜାଇନ, ବିକାଶ ଓ ଉତ୍ପାଦନ ହେଇଥିବା’ ଉତ୍ପାଦ ଆଣି ଆସିବା

“ଆମେ ବହୁତ ଖୁସିଯେ ଆମେ ଦେଶର ପ୍ରଥମ ଖାଦ୍ୟ ପ୍ରଦ୍ୟୋଗିକ ଉତ୍ପାଦ ତିଆରି କରୁଛୁ ଯାହାକି ଆନ୍ତର୍ଜାତୀୟ ବଜାର ପାଇଁ ତିଆରି ହେଇଛି,” ଦୁଇ ବନ୍ଧୁ ଗର୍ବ ସହକାରେ କହନ୍ତି।

“ହଁ ଆଉ ଗୋଟେ କଥା ଜାଣିଛ? ଏଇ ମେଶିନଟି ପ୍ୟାନକେକ ବି ତିଆରି କରିପାରେ,” ଦୁହେଁ ପରେ ମନେ ପକାଇ କହନ୍ତି।

Website: DosaMatic

Add to
Shares
2
Comments
Share This
Add to
Shares
2
Comments
Share
Report an issue
Authors

Related Tags