EDITIONS
Odia

ବୁଣାକାର ମାନଙ୍କ ପାଇଁ ଦେବଦୂତ ନନ୍ଦକିଶୋର ଚୌଧୁରୀ

Team Odia
20th Nov 2015
Add to
Shares
1
Comments
Share This
Add to
Shares
1
Comments
Share

ଆଜି ଆମେ ନନ୍ଦ କିଶୋର ଚୌଧୁରୀଙ୍କ ବିଷୟରେ ଆଲୋଚନା କରିବା ଯିଏ କି ୧୧ ଟି ରାଜ୍ୟରେ ବୁଣାକାର ମାନଙ୍କୁ ବାଣ୍ଟିବାର ଏକ ନୂତନ ରାହା ଦେଖାଇ ପାରିଛନ୍ତି। ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଜୟପୁର ରଗସ୍ ଫାଉଣ୍ଡେସନ୍ ଯାହାକି ଜୟପୁର ରଗସ୍ ଗୃପର ଏକ ଅଂଶ ଅଟେ, ଆଜି ଦେଶର ସର୍ବବୃହତ୍ କାର୍ପେଟ୍ ନିର୍ମାତା ଅଟେ ଓ ଏହାର ବାର୍ଷିକ ବିକ୍ରୀ ୧୦୬ କୋଟିରୁ ଅଧିକ। ଆଜି ଏହା ୧୧ଟି ରାଜ୍ୟର ୪୦,୦୦୦ ବୁଣାକାରଙ୍କୁ ଜୀବିକା ଉପାର୍ଜନର ଏକ ନୁଆ ସୁଯୋଗ ଦେଇଛି।

image


ନିଜର ଏହି ଯାତ୍ରା ବିଷୟରେ ସେ କହନ୍ତି ପ୍ରାୟ ୩୫ ବର୍ଷ ତଳେ ମୁଁ ରାଜସ୍ଥାନ ରାଜ୍ୟର ଚୁରୁଠାରେ ଏହି ବ୍ୟବସାୟ ଆରମ୍ଭ କରିଥିଲି ଯେଉଁଠି ପାଇଁ ମୁଁ ମୋ ବାପାଙ୍କଠାରୁ ୫,୦୦୦ଟଙ୍କା ଧାର୍ ଆଣିଥିଲି। ସେହି ପାଇସାରେ ମୁଁ କାର୍ପେଟ୍ ଠିକାଦାରୀ କରିବାକୁ ଆରମ୍ଭ କଲି। ମୁଁ ସବୁବେଳେ କିଛି ଏପରି କାମ କରିବାକୁ ଚାହୁଁଥିଲି ଯାହା କି ଅର୍ଥ ଉପାର୍ଜନ ସହ ପ୍ରଭାଵପୁର୍ଣ୍ଣ ହେଇଥିବା ଆବଶ୍ୟକ। ତେଣୁ ମୁଁ ଏହି ପେଶା କୁ ବାଛିଲି। ଏହା ପରେ ମୁଁ ଦୁଇଟି ବୁଣିବା ମେସିନ୍ ବା ତନ୍ତ, କିଛି ଉଲ୍,ସୁତା ଓ ୯ଜଣ ବୁଣାକାର ମାନଙ୍କ ସହ କାମ ଆରମ୍ଭ କଲେ। ସେ ନିଜେ ମଧ୍ୟ ଏହି କାମ କରିବା ଶିଖିଥିଲେ। ଇତିମଧ୍ୟରେ ସେ ୧୯୯୦ରେ ଗୁଜୁରାଟର ଏକ ଗ୍ରାମକୁ ସପରିବାରେ ଯାଇ ରହିଲେ।

ଆଜି ତାଙ୍କ ପିଲାମାନେ ଏହି ବ୍ୟବସାୟରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ବଡଝିଅ ଆଶା କମ୍ପାନୀର ଅମେରିକାରେ ବ୍ୟବସାୟ ଦେଖାଶୁଣା କରୁଥିବା ବେଳେ ମଝିଆଁ ଝିଅ ଅର୍ଚ୍ଚନା ଗୁଣାତ୍ମକମାନକୁ ଦେଖୁଥିବାବେଳେ ସାନ ଝିଅ କବିତା ଡିଜାଇନ ଗୁଡିକ ଉପରେ ମନୋନିବେଶ କରନ୍ତି ଓ ପୁଅ ଯୋଗେଶ ପରିଚାଳନ କଥା ବୁଝୁଛନ୍ତି।

ଜୟପୁର ରଗ୍ ଆଜି ଦେଶର ୧୦୭ଟି ବ୍ଲକରେ ବୁଣାକାର ମାନଙ୍କୁ ଜୀବିକା ପ୍ରଦାନ କରୁଛି। ଏହି ବୁଣାକାର ମାନଙ୍କରେ ଅଧିକାଂଶ ହେଉଛନ୍ତି ମହିଳା ମାନେ ଯେଉଁମାନେ ନିରକ୍ଷର ଓ ସମାଜର ସମ୍ପୁର୍ଣ୍ଣ ନିମ୍ନବର୍ଗର। ଏମାନେ ଅତ୍ୟନ୍ତ ଗରିବ। ତେଣୁ ସେମାନଙ୍କୁ ପ୍ରଥମେ ଜୟପୁର ରଗ୍ ତରଫରୁ ତାଲିମ୍ ଦିଆଯାଏ। ତାଲିମ ସରିବା ପରେ ସେମାନଙ୍କୁ କାମ ଦିଆଯାଏ। ଦେଖାଯାଇଛି ଯେ ଜଣେ ମହିଳାର ତାଲିମ ପଛରେ ଯେତିକି ଅର୍ଥ ଖର୍ଚ୍ଚ ହୁଏ, ଟ୍ରେନିଂ ସରିବାର ୧ ବର୍ଷ ଭିତରେ ଟ୍ରେନିଂଗ୍ ଖର୍ଚ୍ଚର ୮ ଗୁଣ ଅର୍ଥ ସେ କାମ କରି କମ୍ପାନୀକୁ ଫେରସ୍ତ କରିଥାଏ।

image


କାମ ବିଷୟରେ ସେ କହନ୍ତି ଯେ ଏହି ଗ୍ରାମୀଣ ମହିଳା ମାନେ ଅତି ସୁନ୍ଦର କାମ କରନ୍ତି। ସେମାନଙ୍କ ସମସ୍ତ ତିଆରି ସାମଗ୍ରୀର ମାର୍କେଟିଂ ଜୟପୁର ରଗ୍ ହୀ କରିଥାଏ। ଏହି ଉତ୍ପାଦ ଗୁଡିକର ଚାହିଦା ମଧ୍ୟ ବିଦେଶରେ ବହୁତ। ତେଣୁ ବିକ୍ରୀ କରିବାକୁ ବେଶୀ ସମୟ ଆମକୁ ଲଗେ ନାହିଁ। ତା'ଛଡା ଆମର କେତେକ ମହିଳା ବୁଣାକାର କାର୍ପେଟ ଗୁଡିକର ଡିଜାଇନ ନିଜେ କରନ୍ତି, ଯାହା ଅତି ଭଲ ମାନର ଓ ସୁନ୍ଦର। ଏଠି ସେମାନଙ୍କୁ କାମ କରିବାର ସମ୍ପୁର୍ଣ୍ଣ ସ୍ଵାଧିନତା ଦିଆଯାଇଛି। ଫଳରେ ସେମାନେ ନିଜ ସୃଜନାତ୍ମକ ଚିନ୍ତାକୁ କାର୍ପେଟ ଉପରେ ରୁପାନ୍ତରିତ କରିପାରୁଛନ୍ତି।

ଏହି ମହିଳା ବୁଣାକାର ମାନଙ୍କ ପାଇଁ ଜୟପୁର ରଗ୍ ଅନେକ ସମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରେ। ସେମାନଙ୍କୁ ବୁଣାକାର ପରିଚୟ ପତ୍ର,ସ୍ଵାସ୍ଥ୍ୟ ବୀମା, ମାଗଣା ସ୍ଵାସ୍ଥ୍ୟ ଚେକ୍-ଅପ,ଦକ୍ଷତା ବୃଦ୍ଧି ପାଇଁ ତାଲିମ ଆଦି ମଧ୍ୟ ପ୍ରଦାନ କରାଯାଉଛି।

ନନ୍ଦ କିଶୋର ଚୌଧୁରୀ କହନ୍ତି ଯେ ସେ ଏପରି ୧୦୦୦ ବୁଣାକାର ମାନଙ୍କୁ ଜାଣିଛନ୍ତି ଯେଉଁମାନେ କି ପୂର୍ବରୁ ଭଲ କପଡା ଖଣ୍ଡେ ପିନ୍ଧିବାକୁ ପାଉନଥିଲେ। ସେମାନେ ନିଜ ଛୋଟ ଛୋଟ ପିଲାମାନଙ୍କୁ ବିଦ୍ୟାଳୟକୁ ବି ପଠାଉନଥିଲେ। କାରଣ ଥିଲା ଅର୍ଥାଭାବ। କିନ୍ତୁ ଆଜି ପରିସ୍ଥିତି ବଦଳିଛି। ସେମାନେ ଆଜି ଭଲ କପଡା ପିନ୍ଧୁଛନ୍ତି। ନିଜ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଉଛନ୍ତି। ଉତ୍ତମ ସ୍ଵାସ୍ଥ୍ୟସେବା ବି ପାଉଛନ୍ତି।

image


ସେ ସମ୍ମୁଖିନ ହେଇଥିବା ଅସୁବିଧା ସମ୍ପର୍କରେ ସେ କହନ୍ତି ୭୦ ଦଶକରେ ସେ ଗୁଜରାଟ ର ଅଦିବାସୀ ମାନଙ୍କ ସହ କାମ କରିବାକୁ ସ୍ଥିର କଲେ। ସେ ଅଦିବାସୀ ମାନଙ୍କ ସମାଜିକ ଉନ୍ନତି ନିମନ୍ତେ ଏହା କରିବାକୁ ଚାହୁଁଥିଲେ। ମୋତେ ସେମାନଙ୍କୁ ଏହି କାମରେ ଆଣି ସାମିଲ କରିବାକୁ ଅନେକ ଲୋକେ ସହଜରେ ଗ୍ରହଣ କରିନଥିଲେ। କାରଣ ସେ ସମୟରେ ଛୁଆଁ ଅଛୁଆ ଭେଦଭାବ ସମାଜରେ ଭରପୁର ଥିଲା। ଯିଏ ଏହି ପ୍ରଥାକୁ ବିରୋଧ କରୁଥିଲା ତାକୁ ମଧ୍ୟ ସମାଜିକ ବାସନ୍ଦର ସାମନା କରିବାକୁ ପଡୁଥିଲା। ମୁଁ ମୋ ବୁଣାକାର ଯେଉଁମାନେ ଅଛୁଆଁ ଜାତିର ଥିଲେ, ସେମାନଙ୍କ ସହ ମିଶି ଖାଇବା ଆରମ୍ଭ କଲି। ଯାହା ଫଳରେ ସେମାନଙ୍କ ମଧ୍ୟରେ ମୋ ପ୍ରତି ବିଶ୍ଵାସ ଓ ଆସ୍ଥା ବଢିବାରେ ଲାଗିଲା।

୧୯୯୯ରେ ସେ ଜୟପୁରକୁ ଫେରିଲେ ଓ ଜୟପୁର ରଗ୍ ର ସ୍ଥାପନ କଲେ। ନିଜର ଏହି ସଫଳତାର ରହସ୍ୟ ବିଷୟରେ ସେ କହନ୍ତି ଯେ ଯଦି ଜଣକୁ ଆମେ ମାଛ ଖାଇବାକୁ ଦେବା ତ ତାହା କେବଳ ଦିନକ ପାଇଁ ହେଇପାରିବ। ସବୁ ଦିନ ପାଇଁ ନୁହେଁ। କିନ୍ତୁ ଯଦି ଜଣକୁ ଆମେ ମାଛ ଧରିବା ସିଖେଇ ଦେଇପାରିବା ତେବେ ସେ ଜୀବନ ଯାକ ଭୋକିଲା ରହିବ ନାହିଁ ଓ ଆଉ କାହା ସାହାଯ୍ୟ ଉପରେ ନିର୍ଭର କରିବ ନାହିଁ।

ମୂଳ ଲେଖା - ମାରିଆନ ହେଇନିକ

ଭାଷାନ୍ତର - ପାର୍ଥସାରଥି ମହାନ୍ତି

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags