EDITIONS
Odia

୨୫ ବର୍ଷର ସ୍ମୃତି ପାଲଟିଲେ ବଧିର କଳାକାରଙ୍କ ଆୱାଜ

Team Odia
20th Oct 2015
Add to
Shares
1
Comments
Share This
Add to
Shares
1
Comments
Share

କୁହାଯାଏ ଭଲ ପାଇବାର କୌଣସି ଭାଷା ନାହିଁ। ସ୍ମୃତି ନାଗପାଲଙ୍କ ବଡ ଦୁଇ ଭାଇ ଭଉଣୀ ବଧିର ଥିଲେ। କିନ୍ତୁ ଏହା ସେମାନଙ୍କୁ ଅନ୍ୟ ଯେକୌଣସି ସ୍ଵାଭାବିକ ପରିବାର ପରି ପରସ୍ପର ପ୍ରତି ଭାବର ଆଦାନ ପ୍ରଦାନ କରିବାରେ ଅଟକାଇ ପାରିନଥିଲା। ସ୍ମୃତି ନିଜେ ଠାର ଭାଷା ଶିଖି ନିଜ ଭାଇ ଭଉଣୀଙ୍କ ସ୍ଵର ହେବାକୁ ଚେଷ୍ଟା କଲେ।

୨୩ ବର୍ଷୀୟ ସ୍ମୃତି ବର୍ତ୍ତମାନ ଅତୁଲ୍ୟକଳା ନାମକ ଏକ ସାମାଜିକ ଉଦ୍ୟୋଗର CEO, ଯାହାକି ବଧିର କଳାକାର ମାନଙ୍କ ସଶକ୍ତିକରଣରେ ସାହାଯ୍ୟ କରେ। ଅତୁଲ୍ୟକଳା ରୂପରେଖା ସହଭାଗିତା ଓ କଳାତ୍ମକ ଭାଗୀଦାରୀ ଜରିଆରେ ଏହି କଳାକାର ମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥାଏ। “ମୋର ଦୁଇ ଭାଇଭଉଣୀ ମୋ ଠାରୁ ୧୦ ବର୍ଷ ବଡ ଥିଲେ। ମୋର ତାଙ୍କ ସହ ବଢିଛି। ସେମାନଙ୍କ ସହ କଥା ହେବାର ଏକ ମାତ୍ର ଉପାୟ ଥିଲା ଠାର ଭାଷା ଶିଖିବା, ଯାହାକି ଏକ ପ୍ରକାରେ ମୋର ମାତୃଭାଷା ସହ ସମାନ ହେଇଯାଇଥିଲା। ଠାର ଭାଷା ଶିଖିବା ମୋ ପାଇଁ ଅତ୍ୟନ୍ତ ଜରୁରୀ ଥିଲା କାରଣ ମୋ ପରିବାରର ଅନ୍ୟ ସଦସ୍ୟ ଓ ଭାଇଭଉଣୀଙ୍କ ଭିତରେ ମୁଁ ସେତୁ ଥିଲି,” କୁହନ୍ତି ସ୍ମୃତି।

image


ସର୍ବେକ୍ଷଣରୁ ଜଣା ପଡିଛି ଯେ ଭାରତରେ ୦.୯ ରୁ ୧୪ ନିୟୁତ ବଧିର ବ୍ୟକ୍ତି ଅଛନ୍ତି। ବିଶ୍ଵରେ ଥିବା ମୋଟ ବଧୀରଙ୍କ ଭିତରୁ ଗଣିଲେ ପ୍ରତି ୫ଜଣ ବଧିରଙ୍କ ଭିତରେ ଜଣେ ଭାରତରେ ରହୁଥିବେ ଯାହାକି ଭାରତକୁ ସର୍ବାଧିକ ଶ୍ରବଣଶକ୍ତିହୀନ ବ୍ୟକ୍ତି ରହୁଥିବା ଦେଶ କରେ। ଏହି ବଡ ସଂଖ୍ୟା ସତ୍ତ୍ୱେ ମଧ୍ୟ ଦେଶର ବଧିରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସବୁ ମଧ୍ୟରେ ପ୍ରମୁଖ ସମସ୍ୟା ହେଉଛି ଶିକ୍ଷାର ଅଭାବ। ଏହି ବ୍ୟକ୍ତିମାନେ ଯୋଗାଯୋଗ କରିବା ପାଇଁ ଦୁଇ ପ୍ରକାର ବାଟ ଥାଏ। ଗୋଟିଏ ହେଉଛି ଠାର ଭାଷା ଆଉ ଅନ୍ଯଟି ହେଉଛି ଲେଖିବା। ସରକାରୀ ପଲିସି ଓ ଉପଯୁକ୍ତ ଢାଞ୍ଚାର ଅଭାବ ଯୋଗୁଁ ସେମାନେ ଠିକ ଭାବରେ ଲେଖି ତାଙ୍କ ଭାବନା ଜଣାଇପାରନ୍ତି ନାହି।

ସ୍ମୃତିଙ୍କ ଭାଇଭଉଣୀ ଠିକ ଏପରି ସବୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେ ସାକ୍ଷୀ ଥିଲେ। ଯେତେବେଳେ ସେ ୧୬ବର୍ଷରେ ପଦ ଦେଲେ ସେ ଜଣେ ସ୍ଵେଚ୍ଛାସେବି ଭାବରେ Association of Deaf (NAD) ରେ ଯୋଗ ଦେଲେ। କିଛି ବର୍ଷ ପରେ ଯେତେବେଳେ ସେ ବିବିଏ (Bachelor of Business Administration)ରେ ଏଡମିଶନ ନେଇଥିଲେ, ତାଙ୍କୁ ଏକ ଟିଭି ଚ୍ୟାନେଲରୁ ଅଡିସନ ଦେବା ପାଇଁ ଡକରା ଆସିଲା। ସେମାନଙ୍କୁ ଠାର ଭାଷା ପାଇଁ ଏକ ବ୍ୟାଖାକାର ବା ଅନୁବାଦକ ଦରକାର ଥିଲା ଏବଂ ସେମାନେ ସ୍ମୃତିଙ୍କୁ ବାଛିଥିଲେ। ଏହିପରି ଭାବେ ପଢୁଥିବା ସମୟରେ ସେ ଦୂରଦର୍ଶନର ମୁକ ବଧୀରଙ୍କ ପାଇଁ ସକାଳ ସମ୍ବାଦରେ ଅନୁବାଦକ ହେଇଗଲେ। ଏହି କାମ ସହ ତାଙ୍କ ପାଇଁ ଅନେକ ସୁଯୋଗ ଖୋଲିଗଲା। ଏହା ଦ୍ଵାରା ସେ ତାଙ୍କର ମୁକ ବଧିର ସମାଜ ପାଇଁ ଥିବା ସମସ୍ୟାଗୁଡିକର ସମାଧାନ ଖୋଜିବା ପାଇଁ ଯେଉଁ ଆବେଗ ଥିଲା, ତାକୁ ନେଇ ଅଧିକ ଭାବେ ଅନୁପ୍ରାଣିତ ହେଲେ। ତାଙ୍କ ସ୍ନାତକ ସାରିବାର ୭ମାସ ପରେ ସେ ଏକ କାହାଣୀ ଶୁଣିଲେ ଯାହା କି ତାଙ୍କୁ କିଛି କରିବା ପାଇଁ ଖୁବ ଅନୁପ୍ରାଣିତ କଲା।

“ମୁ ଜଣେ ଖୁବ ସିନିୟର କଳାକାରଙ୍କୁ ଭେଟିଲି ଯିଏକି କଳାରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ। ଦୁର୍ଭାଗ୍ୟବଶତ ସେ ଏକ ଏନଜିଓରେ ଶାରୀରିକ କାମ କରୁଥାନ୍ତି। ତାଙ୍କ କଳା ପୂରାପୂରି ବେକାର ଯାଉଥିଲା। ମୁ ଘରକୁ ଫେରି କିଛି ଗବେଷଣା କଲି ଏବଂ ହୃଦୟଙ୍ଗମ କଲି ଯେ ମୋତେ ଶ୍ରବଣ ଶକ୍ତି ହୀନ କଳାକାରଙ୍କ ପାଇଁ କିଛି ନା କିଛି କରିବାକୁ ହେବ। ତେଣୁ ମୋ ବନ୍ଧୁ ହର୍ଷିତଙ୍କ ସହ ମିଶି ମୁ ଅତୁଲ୍ୟକଳା ଆରମ୍ଭ କରିଲି।ସେହି ଯେଉଁ କଳାକାରଙ୍କୁ ମୁ ଏନଜିଓରେ ଭେଟିଥିଲି ସେ ଆମର ଏହି ପ୍ରୟାସରେ ଯୋଗ ଦେଲେ,” କୁହନ୍ତି ସ୍ମୃତି।

ଅତୁଲ୍ୟକଳା ଏକ ଲାଭକାରୀ ସାମାଜିକ ଉଦ୍ୟୋଗ ଯାହାକି ବଧିର କଳାକାର ମାନେ କିପରି ଶିଖି ପାରିବେ, ଆଗକୁ ବଢି ପାରିବେ ଓ ଗର୍ବର ସହ ଆମ ସମାଜରେ ରହି ପାରିବେ ସେ ନେଇ କାମ କରେ। ସେମାନେ ଅନଲାଇନ କିମ୍ବା ଅଫଲାଇନ ଜରିଆରେ ଏହି କଳାକାର ମାନଙ୍କ ଦ୍ଵାରା ସୃଷ୍ଟି କଳାକୃତିକୁ ବିକ୍ରି କରି ସେଥିରୁ ଲାଭ ପାଇଥାନ୍ତି ଏବଂ ଗର୍ବର ସହ ନିଜକୁ ଅନ୍ୟାନ୍ୟ ଏନଜିଓଠାରୁ ଭିନ୍ନ ବୋଲି କହିଥାନ୍ତି। “ଏହି କଳାକାରମାନଙ୍କ କଳାକୁ ବନ୍ଦ କରି ରଖାଯାଉଥିଲା। ଆମେ ତାଙ୍କୁ ତାଙ୍କ କଳା ବିସ୍ତାର କରିବାକୁ ସୁଯୋଗ ଦେଉଛୁ। ଏବଂ ଆମେ କଳାକାରଙ୍କ ନାମ ସାମନାରେ ରଖିଥାଉ। ଆମେ ବଧିର କଳାକାରଙ୍କୁ ରଖି ଆମ ଉଦ୍ୟୋଗର ନାମ ବଢେଇବାକୁ ଚାହୁଁନୁ, ବରଂ ଆମ ଉଦ୍ୟୋଗ ଜରିଆରେ ଏହି କଳାକାର ମାନଙ୍କ ନାମକୁ ଉପରକୁ ଉଠେଇବାକୁ ଚାହୁଁ। ସେଥିପାଇଁ ତାଙ୍କର ସମସ୍ତ କଳାକୃତିକୁ ସ୍ଵାଖରିତ ହେଇଥାଏ। ଆମେ ଚାହୁଁ ସେମାନେ ଯାହା ସୃଷ୍ଟି କରୁଛନ୍ତି ତାକୁ ନିଜର ବୋଲି ମାନେ କରନ୍ତୁ,” କୁହନ୍ତି ସ୍ମୃତି।

image


ଅତୁଲ୍ୟକଳା ଅନ୍ୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛି। “ଆମେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହଭାଗିତାରେ କାମ କରୁଛୁ। ଆମେ ବର୍ତ୍ତମାନ ପ୍ରସିଦ୍ଧ ସଙ୍ଗୀତକାରଙ୍କ ସହ ମିଶି ବଧିର ସମାଜର କଳାକାରଙ୍କ ପାଇଁ ଏକ ଗୀତ ରଚନା ଓ ଚିତ୍ରାୟନରେ ସାହାଯ୍ୟ କରୁଛୁ। ଆମେ ଅନେକ ପ୍ରସିଦ୍ଧ କଳାକାର ମାନଙ୍କ ସହ ମିଶି ବଧିର କଳାକାରଙ୍କ ସଶକ୍ତିକରଣ ପାଇଁ କାମ କରୁଛୁ ଏବଂ କିଛି ମାସ ମଧ୍ୟରେ କିଛି କାମ ପ୍ରକାଶିତ ହେବାକୁ ଯାଉଛି,” ସ୍ମୃତି କୁହନ୍ତି। ସେମାନେ ନିଜର କାର୍ଯ୍ୟକୁ ଖାଲି ବଧିର କଳାକାରଙ୍କ ଠାରେ ସୀମିତ ନକରି ମଧ୍ୟ ପୁରା ବଧିର ଗୋଷ୍ଠୀକୁ ପ୍ରଭାବିତ କରିବାକୁ ଚାହାନ୍ତି।

ଆମେ ଠାର ଭାଷା ମଧ୍ୟ ପ୍ରତି ଜାଗୃତି ସୃଷ୍ଟି କରୁଛୁ। ଆସନ୍ତା ପିଢୀକୁ ଶିକ୍ଷାଦେବା ସହ ହିଁ ବଦଳିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁ ବିଶ୍ଵାସ କରେ ଆଉ ସେଥିପାଇଁ ଆମେ ବିଭିନ୍ନ ଇଉନିଭର୍ସିଟି ମାନଙ୍କରେ ଅନେକ କାର୍ମଶାଳା କରୁଛୁ। ଆମେ ଠାର ଭାଷାର ମୌଳିକ ଜ୍ଞାନ ଥାଇ ଏକ ଛୋଟ ହାତବହି କରୁଛୁ,” ସ୍ମୃତି କୁହନ୍ତି।

ଯଦିଓ ସ୍ମୃତି ତାଙ୍କର ସମସ୍ତ ଜୀବନ ବଧିର ବ୍ୟକ୍ତିଙ୍କ ସହ ବିତେଇଥିଲେ ମଧ୍ୟ ଏକ ବେଶ ଶିକ୍ଷଣୀୟ ଜୀବନ ବଞ୍ଚୁଛନ୍ତି। “ମୁ ଏମାନଙ୍କୁ ବହୁ ଦିନରୁ ଜାଣିଥିଲେ ମଧ୍ୟ ତାଙ୍କ ସଙ୍ଗେ କାମ କରିନଥିଲି। ସେମାନେ ଥିଲେ ମୋର ପରିବାର, ମୋର ବନ୍ଧୁ।କିନ୍ତୁ ବର୍ତ୍ତମାନ ମୋର ଦୃଷ୍ଟିଭଙ୍ଗୀରେ ଅନେକ ପରିବର୍ତ୍ତନ ଆସିଛି। ତାଙ୍କ ସହ କାମ କଲାପରେ ମୁ ବୁଝିଲିଯେ ଏମାନଙ୍କ ପାଖରେ ଅସୀମିତ ସମ୍ଭାବନା ଅଛି, ବାସ ଖାଲି ଆତ୍ମବିଶ୍ଵାସର ଅଭାବ ରହିଛି। ଏସବୁର କାରଣ ମୁଖ୍ୟସ୍ରୋତ ଲୋକଙ୍କର ଏମାନଙ୍କ ପ୍ରତି ମନୋଭାବ। ସମସ୍ତଙ୍କ ବୁଝିବା ଦରକାରଯେ ଏମାନେ ସଂଖ୍ୟାଲଘୁ ସମାଜର ନହେଇ ସାମଗ୍ରିକ ସମାଜର ଏକ ଅଂଶ ଅଟନ୍ତି ଯାହାଙ୍କୁ କି ବାଦ ଦେଇ ହେବ ନାହି,” ସ୍ମୃତି ଜୋଡନ୍ତି। ସେ ଆହୁରି କହନ୍ତି, “ମୋର ଧୈର୍ଯ୍ୟ ବଢିଛି ଓ ମୁ ଆଗ ପରି ଶୀଘ୍ର ହତୋତ୍ସାହିତ ହେଉନାହିଁ। ଏହି କଳାକାର ମାନେ ଖାଲି ଏପରି ଜଣକୁ ଲୋଡନ୍ତି ଯିଏକି ତାଙ୍କ ପାଇଁ ସେତୁ ହେବ।“

ଅତୁଲ୍ୟକଳା ଏକ ନୂଆ ଉଦ୍ୟୋଗ ଯାହାକି ୧୦ ମାସ ତଳେ ଆରମ୍ଭ ହେଇଛି କିନ୍ତୁ ତାଙ୍କ ଆଖିରେ ଭାରି ରହିଛି ଆଖିଏ ସ୍ଵପ୍ନ ଭବିଷ୍ୟତ ପାଇଁ। “ଆମେ ଅତୁଲ୍ୟକଳାକୁ ଏକ ଏଭଳି ସାମାଜିକ ଉଦ୍ୟୋଗ ଭାବେ ଗଢି ତୋଳିବାକୁ ଚାହୁଁ ଯାହାକି କେବଳ ମୁକବଧିର ସମାଜର କଳାକାରଙ୍କ କଳାକୃତିକୁ ବିକ୍ରି କରିବ। ଏହା ସମ୍ଭବ କରିବା ପାଇଁ ଅପକୁ ଆମର ଏକ ଦୃଢ ପରିଚୟ ତିଆରି କରିବାକୁ ପଡିବ। ଖାଲି ଉଦ୍ୟୋଗ ନୁହେଁ ଏହା ସହିତ ଏଥିସହିତ ଜଡିତ କଳାକାରଙ୍କ ମଧ୍ୟ ପରିଚୟ କରିବାକୁ ପଡିବ। ଆମେ ଏହା ସହ ମୁଖ୍ୟ ସ୍ରୋତ କଳାକାର ମାନଙ୍କ ସହ ମିଶି ଏକ ସମ୍ବେଦିକରଣ ଅଭିଯାନ ମାରିବାକୁ ଚାହୁଁ। ମୂକବଧିର ସମାଜ ଆଉ ଅଲଗା ହେଇ ରହିପାରିବେ ନାହି,” କୁହନ୍ତି ସ୍ମୃତି।

ତାଙ୍କ କାମ ପାଇଁ ଅନେକ ସମ୍ମାନ ଲାଭ କରିବା ଛଡା ସ୍ମୃତି ଗଣତନ୍ତ୍ର ଦିବସ ପ୍ୟାରେଡକୁ ଭାରତୀୟ ଟେଲିଭିଯନରେ ବଧିରଙ୍କ ପାଇଁ ଅନୁବାଦ କରିବାକୁ ସୁଯୋଗ ମିଳିଥିଲା। ଗତ ୬୪ ବର୍ଷ ମଧ୍ୟରେ ଏହା ଏପରି ପ୍ରଥମ କାର୍ଯ୍ୟକ୍ରମ ଥିଲା।

ସ୍ମୃତି ଯୁବସମାଜ କୁ କହିବାକୁ ଚାହାନ୍ତି, “କେବେବି ସ୍ଵପ୍ନ ଦେଖିବା ଛାଡନାହିଁ। ମୁ ସ୍ଵପ୍ନ ଦେଖେ। ଆମ ବୟସର ଲୋକଙ୍କ ପାଇଁ ସ୍ଵପ୍ନ ଦେଖିବା ଓ ତାକୁ ଅନୁସରଣ କରିବା ବହୁ ଗୁରୁତ୍ଵପୂର୍ଣ୍ଣ ଅଟେ। ଆଗକୁ ବଢିବା ପାଇଁ ଏହାହିଁ ପ୍ରେରଣା ଯୋଗାଏ। ସମାଜକୁ କିଛି ଅବଦାନ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏହା ତୁମକୁ ଅକଳ୍ପନୀୟ ଖୁଶୀ ଦେବ। ଏହା କରିବା ପାଇଁ ତୁମକୁ ସାମାଜିକ ଉଦ୍ୟୋଗୀ ହେବା କିଛି ଜରୁରୀ ନୁହେଁ। ଲୋକଙ୍କ ପାଇଁ ଓ ସମାଜ ପାଇଁ ଛୋଟ ଛୋଟ କାମ କର”।

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags