EDITIONS
Odia

ରାଜକୋଟର ଯୁବକ ହାତରେ ତିଆରି କଲେ ୧,୦୦୦ସିସି ବାଇକ

Team Odia
31st Jan 2017
Add to
Shares
2
Comments
Share This
Add to
Shares
2
Comments
Share

ଆମ ମାନଙ୍କ ଭିତରୁ ଅନେକଙ୍କର ସ୍ଵପ୍ନ ଏକ ୧୦୦୦ସିସିର ବାଇକ ଚଲାଇବା ପାଇଁ। କିନ୍ତୁ ଏହି ଶ୍ରେଣୀର ବାଇକ ମାନଙ୍କର ପ୍ରାରମ୍ଭିକ ଦାମ୍ ହେଉଛି ପ୍ରାୟ ୧୦ ଲକ୍ଷ ଟଙ୍କା। ତେଣୁ ଏପରି ଏକ ବାଇକ କିଣିପାରିବା ଏକ କଷ୍ଟକଳ୍ପିତ ସ୍ଵପ୍ନ। କିନ୍ତୁ ଗୁଜରାଟର ରିଦ୍ଧେଶ ବ୍ଯାସ ଏପରି ଏକ ବାଇକ ନିଜେ ତିଆରି କରିଛନ୍ତି।

Image source: <a href=

Image source:

HimBudsa12bc34de56fgmedium"/>

ଏହି ବାଇକର ନାମ ଦେଇଛନ୍ତି ‘The Ridd’। ଏଥିରେ ଅଛି ୬ ସ୍ପୀଡ ଟ୍ରାନ୍ସମିସନ, ହାଇଡ୍ରୋଲିକ କ୍ଲଚ, ଚାରିଟି ସିଲିଣ୍ଡର ଥିବା ଇଞ୍ଜିନ ଓ ଏହାର ସର୍ବାଧିକ ସ୍ପୀଡ ହେଉଛି ଘଣ୍ଟାକୁ ୧୭୦ କିଲୋମିଟର। ବାଇକର ଦୈର୍ଘ୍ୟ ହେଉଛି ୮ ଫୁଟ ୯ ଇଞ୍ଚ ଓ ଓଜନ ପ୍ରାୟ ୪୫୦ କିଲୋ। ଏହା ଏକ ଚପର ବାଇକ ଅଟେ ଯାହାର ଇଞ୍ଜିନ, ହାଇଡ୍ରୋଲିକ ସିଷ୍ଟମ ଓ ଟାୟାରକୁ ଛାଡ଼ି ବାକି ସମସ୍ତ ଅଂଶ ହାତରେ ତିଆରି ହେଇଛି। ରିଦ୍ଧେଶ ନିଜେ ସମସ୍ତ ହାଇ ଏଣ୍ଡ ବାଇକ ମାନଙ୍କର ଫିଚରର ତାଲିକା କରି The Riddରେ ସେ ସବୁକୁ ଲାଗୁ କରିବାକୁ ଚେଷ୍ଟା କଲେ।

ରିଦ୍ଧେଶଙ୍କ ପାଖରେ ନା କୌଣସି ଡିଗ୍ରୀ ଅଛି ନା ଡିଜାଇନ ବା ଇଞ୍ଜିନିୟରିଂର କୌଣସି ଶିକ୍ଷା। କିନ୍ତୁ ମେଟାଲ ଇଣ୍ଡଷ୍ଟ୍ରିରେ କାମ କରିବାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ମେଟାଲ ଓ ତାର ମରାମତିକୁ ନେଇ ତାଙ୍କର ନିଜର ବ୍ୟବସାୟ ରହିଛି ଏବଂ ଏହି ଅଭିଜ୍ଞତାରୁ ସେ ନିଜର ସ୍ଵପ୍ନକୁ ରୂପ ଦେବା ଆରମ୍ଭ କଲେ। ସେ ନିଜେ ମୋଟରସାଇକେଲର ସର୍ଭିସିଙ୍ଗ କରିବାକୁ ଲାଗିଲେ।

ଏହି ଭିଡିଓଟି ଦେଖନ୍ତୁ :


ରିଦ୍ଧେଶଙ୍କୁ ପ୍ରାୟ ଆଠ ବର୍ଷ ଓ ୮ଲକ୍ଷ ଟଙ୍କା ଲାଗିଥିଲା ନିଜର ଏଇ ସ୍ଵପ୍ନର ବାଇକ ତିଆରି କରିବା ପାଇଁ। ପ୍ରଥମ ହାତତିଆରି ୧୦୦୦ସିସି ର ବାଇକ ପାଇଁ ସେ Limca Book of World Records ରେ ମଧ୍ୟ ସ୍ଥାନ ପାଇଛନ୍ତି। 

Add to
Shares
2
Comments
Share This
Add to
Shares
2
Comments
Share
Report an issue
Authors

Related Tags