EDITIONS
Odia

ରମ୍ୟା ଶ୍ରୀରାମଙ୍କ The Tap

1st Dec 2016
Add to
Shares
0
Comments
Share This
Add to
Shares
0
Comments
Share

“ମୋ ମୁଣ୍ଡରେ ଆସୁଥିବା ଅଜବ ଗଜବ ସ୍ଵପ୍ନକୁ ସତ୍ୟରେ ପରିଣତ କରିବା ପାଇଁ ଅନୁମତି ମିଳିବା ବୋଧହୁଏ ମୋ ଜୀବନରେ ମୋ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ। ମୋ ଲକ୍ଷ୍ୟ ପର୍ଯ୍ୟାୟ କ୍ରମେ ଅବିରତ ଭାବରେ ତାର ବାଟ ବଦଳାଉଥିଲା- କେବେ ମୁଁ ଚିଡ଼ିଆଖାନାର ଜଗୁଆଳୀ ହେବାକୁ ଚାହୁଁଥିଲି, ତା'ପର ଦିନ ମୁଁ ଘରେ ହିଁ ପୁରୁଣା କାଗଜକୁ ପୁର୍ନବ୍ୟବହାର ଯୋଗ୍ୟ କରିବାକୁ ଚାହୁଁଥିଲି। ମୁଁ ଏହି ଅଭିଳାଷକୁ ବହୁତ ଗମ୍ଭୀର ଭାବରେ ନେଇଥିଲି। ଏବଂ ବହୁ ଆକର୍ଷଣୀୟ ଅନୁଭୂତି ପାଇବାର ପ୍ରୋତ୍ସାହନ ପାଉଥିଲି” ବୋଲି ଦି ଟ୍ୟାପର ପ୍ରତିଷ୍ଠାତା ରମ୍ୟା ଶ୍ରୀରାମ କୁହନ୍ତି। ତାଙ୍କ ମତରେ ଦି ଟ୍ୟାପ ତାଙ୍କ ମସ୍ତିଷ୍କରେ ଘୁରିବୁଲୁଥିବା ସୃଜନଶୀଳତା ଏବଂ ଚିନ୍ତାମଗ୍ନ ପେନସିଲର ଗନ୍ତାଘର।

image


ଜୀବନକୁ ସରଳ କରି ସହଜ ଭାବରେ ଗ୍ରହଣ କରିବାକୁ ଦି ଟ୍ୟାପର ମୂଳଲକ୍ଷ୍ୟ। ପ୍ରଚଳିତ ଭାଷାର ପ୍ରତିବନ୍ଧକକୁ ଭାଙ୍ଗି ଚିତ୍ର ପାଠ୍ୟକ୍ରମକୁ ବ୍ୟବହାର ଏହାର ଉଦ୍ଦେଶ୍ୟ। ଚିତ୍ର କାହାଣୀ ନିର୍ମାଣ ପାଇଁ ତାଙ୍କ ଭାବନାକୁ ରମ୍ୟା ମୁକ୍ତ ଭାବରେ ଛାଡ଼ି ଦେଇଥାନ୍ତି।

କମିକ୍ସ ଆଙ୍କିବାକୁ କେବେ ଛାଡ଼ିପାରିବେ ବୋଲି ସେ ଭାବନ୍ତି ନାହିଁ। କିନ୍ତୁ ମଜା କରିବା ଉଦ୍ଦେଶ୍ୟରେ ଫେସବୁକରେ ନିଜ ସାଙ୍ଗମାନଙ୍କ ଉପରେ ତାଙ୍କର ଲକ୍ଷ୍ୟହୀନ ଚିତ୍ରଅଙ୍କନ ତାଙ୍କୁ ପ୍ରଥମ ସଫଳତା ଆଣି ଦେଇଥିଲା। ତାଙ୍କର ଜଣେ ସାଙ୍ଗ ତାଙ୍କ ମାଗାଜିନ ପାଇଁ କମିକ୍ସ ଆଙ୍କିବାକୁ କହିଲେ। “କମିକ୍ସ ପାଇଁ ଏହି ପ୍ରଥମ ବରାଦ ପାଇବା ପରେ ଏହା ମୋ ପାଇଁ ପେଶାଗତ ଅଭ୍ୟାସ ଠାରୁ ଅଧିକ ବୋଲି ମୁଁ ଭାବିଲି। ମଁ ମୋ କାମରେ ଆହୁରି ଅଧିକ ମନୋନିବେଶ କରି ଏହାକୁ ଗୁରୁତ୍ତ୍ଵର ସହ ଗ୍ରହଣ କଲି। ଅଲଗା ଅଲଗା କାହାଣୀ ପାଇଁ ଭିନ୍ନ ଧରଣର ଚିତ୍ର ଅଙ୍କନ କରି ତାକୁ ବିଭିନ୍ନ ଶୈଳୀରେ ରଖିଲି। ଅନ୍ୟ ପାଇଁ ଚିନ୍ତା କରିବା ଏବଂ ଏକ ପରିକଳ୍ପିତ କାହାଣୀ ପାଇଁ ଅନୁବାଦ ମାଧ୍ୟମରେ ବୁଝାଇବାର ଏହି ପ୍ରକ୍ରିୟାକୁ ମୁଁ ବହୁତ ଉପଭୋଗ କଲି” ବୋଲି ରମ୍ୟା କୁହନ୍ତି।

image


ହାଇଦ୍ରାବାଦରେ ସ୍କୁଲ ସମୟରେ କଳା, ଶିଳ୍ପ, ସଙ୍ଗୀତ, ନୃତ୍ୟ ଭଳି ପାଠ୍ୟକ୍ରମ ବାହାରେ ଥିବା ବିଷୟରେ ନିପୁଣ ଥିବା ସହ ରମ୍ୟା ପିଟି କ୍ଲାସ ଅପେକ୍ଷା ପିଆନୋ କ୍ଲାସରେ ଯୋଗ ଦେବାକୁ ଅଧିକ ପସନ୍ଦ କରୁଥିଲେ। ସେ ଯାହା ଚାହୁଁଥିଲେ ତାହା କରିବାକୁ ସେ ପୁର୍ଣ୍ଣ ସ୍ଵାଧୀନତା ପାଇଥିଲେ, ହେଲେ ସ୍କୁଲ ଶିକ୍ଷା ଶେଷ ପରେ କେଉଁ ବିଷୟରେ ଉଚ୍ଚଶିକ୍ଷା ଲାଭ କରିବେ ସେଥିନେଇ ସେ ନିଶ୍ଚିତ ନଥିଲେ। ଭେଲୋରସ୍ଥିତ ଭେଲୋର ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରିଂରୁ ସେ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଶେଷ କଲେ।

ପୁଣିଥରେ ସ୍ନାତକ ପରେ କଣ କରିବେ ତାକୁ ନେଇ ସେ ନିଶ୍ଚିତ ନଥିଲେ। ସେ ଉଦବିଗ୍ନ ଭାବରେ ବିଭିନ୍ନ ବର୍ଗର କଲେଜ, କଂପାନୀରେ ଚାକିରୀ ପାଇଁ ଆବେଦନ କରିବା ସହ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ପରୀକ୍ଷା ଦେଲେ। ସମ୍ଭାବ୍ୟ ଫଳାଫଳକୁ ଆଶା ରଖି ସେ ଏକ ପବ୍ଲିସିଂ ହାଉସରେ ସଂପାଦକ ଭାବରେ ଯୋଗଦେଲେ, ଯେଉଁଠି ସେ ପାଞ୍ଚବର୍ଷରୁ ଅଧିକ ସମୟ ଚାକିରୀରେ ରହିଲେ।

ପବ୍ଲିସିଂ ହାଉସରେ କାମ କରିବା ରମ୍ୟା ନିଜକୁ ବୁଝିବାରେ ସହାୟକ ହେଲା: “କାମ ସମୟରେ ମୁଁ ବହି ସଂପାଦନା କରେ, ଘରକୁ ଫେରି କମିକ୍ସ ଆଙ୍କିଥାଏ। ପାଠ୍ୟପୁସ୍ତକ ଗୁଡ଼ିକର ପ୍ରୁଫ୍ ଦେଖିବା ପରେ ଘରକୁ ଫେରି ଭ୍ରମଣ କାହାଣୀ ଲେଖିଥାଏ। ଏବଂ ଏହା ପରେ ଯେତେବେଳେ ମୁଁ ଉପଲବ୍ଧି କଲି ଯେ ପେଣ୍ଟିଂ ଏବଂ ଲେଖିବା ମୋର ଚିର ସହଚର ଏବଂ ମୋ ଆତ୍ମାର! ଏହା ସବୁ ଅକସ୍ମାତ ଘଟିଗଲା।”

ରମ୍ୟା 'The Tap'କୁ ଏକ କାହାଣୀ ଠୁଳ କରିବାର ଜାଗା ଭଳି ପ୍ରତିଷ୍ଠା କଲେ।

ମୁଁ ମୋ କ୍ଲାଏଣ୍ଟ ମିଟିଂରେ ବସିଥିବା ସମୟରେ ନିଜକୁ କମିକ୍ସ ଆଙ୍କିବାକୁ ଆଗ୍ରହୀ ପାଇଲେ। ସବୁ ସମୟରେ ନିଜକୁ ଏଇ ଚିନ୍ତା କରିବାର ପାଇଲେ ଯେ ଯଦି The Tapକୁ ବେଶୀ ସମୟ ଦେଇପାରୁଥାନ୍ତେ ତେବେ କଣ ହୁଅନ୍ତା। ଏହାପରେ ଶେଷରେ ନିଷ୍ପତ୍ତିମୂଳକ ପଦକ୍ଷେପ ନେଲି ଯେ ମୁଁ ପୂର୍ଣ୍ଣକାଳୀନ ଭାବେ The Tapରେ ଯୋଗ ଦେବି।

ସେ ନିଜର ସବୁ ଧ୍ୟାନ ଦି ଟ୍ୟାପରେ ମନନୋନିବେଶ କଲେ। ରମ୍ୟା ଅନୁଭବ କଲେ ଯେ ସେ ନିଜର ପରିବାର ଏବଂ ସାଙ୍ଗସାଥୀମାନଙ୍କ ଠାରୁ ବହୁ ସମର୍ଥନ ପାଇବା ପରେ ଏହାକୁ ୱାନ ୱମେନ ଆର୍ମି କହିବା ଅସଙ୍ଗତ ହେବ। “ମୋ ପରିବାର ଏବଂ ସାଙ୍ଗସାଥୀମାନେ ବହୁତ ସହାୟତା ଦେଇଥାଆନ୍ତି। ଏପରିକି ଖୋଲା ବଜାରରେ ମୋର ଜିନିଷ ବିକିବା ପାଇଁ ସେମାନେ ଫେରିବାଲା ପରି ଜୋରରେ ଡକା ମଧ୍ୟ ପକେଇପାରିବେ, ମୋତେ ମୋ ଏକ୍ସେଲ ସିଟ୍ ବୁଝିବାରେ ସାହାଯ୍ୟ କରିବାରେ ବା ମୁଁ ଆଙ୍କିଥିବା ଗାଈର ଚିତ୍ର ଗାଈ ଭଳି ଦେଖାଯାଉଛି କି ନାହିଁ ପଚାରି ଥାଏ,” ବୋଲି ସ୍ମିତହାସ୍ୟ ଦେଇ ରମ୍ୟା କୁହନ୍ତି।

ପ୍ରେମ ଏବଂ ସମର୍ଥନକୁ ଉପଭୋଗ କରିବା ସତ୍ତ୍ୱେ, ତାଙ୍କୁ ଖୁବ ପରିଶ୍ରମର ସହ କାମ ଆରମ୍ଭ କରିବାକୁ ପଡ଼ିଥାଏ ଏବଂ ଉଦ୍ୟୋଗ କ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକକୁ ସାମନା କରିବାକୁ ପଡ଼ିଥାଏ। “ମୁଁ ନା ବୋଲି ଗୋଟିଏ ଜିନିଷ କେବେ କହିପାରେନାହିଁ। ପୂର୍ବରୁ ମୋ ରାସ୍ତାରେ ଆସୁଥିବା ପ୍ରତିଟି କାମକୁ ଆନନ୍ଦପୁର୍ଣ୍ଣ ଭାବେ ଓ ସ୍ମିତହାସ୍ୟ ଦେଇ ଗ୍ରହଣ କରୁଥିଲି। କେତେବେଳେ ଅଯୌକ୍ତିକ ଭାବରେ କମ୍ ଦାମରେ ନେଇଥାଏ, ମୁଁ ସେଥିପାଇଁ ବିନିଯୋଗ କରିଥିବା ସମୟ ଏବଂ ଶକ୍ତି ଅପଚୟକୁ ଉପେକ୍ଷା କରି,” ରମ୍ୟା କୁହନ୍ତି। କିନ୍ତୁ ପରେ ସେ ବୁଝିପାରିଲେ ଯେ ଏହା କାମ କରିବାର ଏକ ସୁସ୍ଥ ଶୈଳୀ ନୁହେଁ। “ଯେତେବେଳେ ଆପଣ କିଛି କରୁଛନ୍ତି ସେତେବେଳେ ଆପଣ ତାକୁ ନେଇ ବହୁ ଭାବପ୍ରବଣ ଥାନ୍ତି। ଆପଣ ସେଥିରେ ବହୁ କିଛି ବିନିଯୋଗ କରିଥାନ୍ତି। କେବଳ ଆର୍ଥିକ ଦୃଷ୍ଟିକୋଣରୁ ନୁହେଁ, ବିନିଯୋଗ ହୋଇଥିବା ସବୁ କିଛିର ହିସାବ ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ,” ବୋଲି ରମ୍ୟା କୁହନ୍ତି।

ପ୍ରତିନିଧି ଦଳ ସହ କଥାବାର୍ତ୍ତା ବେଳେ ସେ ସହଜ ହୁଅନ୍ତିନି, କିନ୍ତୁ ବର୍ତ୍ତମାନ ସେ ଏହାକୁ ନେଇ କାମ କରୁଛନ୍ତି। ଯୋଜନା ଠାରୁ ସେ ଦୂରେଇ ନଯାଇ ନିଶ୍ଟିତ ହେବା ପାଇଁ, ଉଦ୍ୟୋଗଶିଳ୍ପ ଉପରେ ଶିକ୍ଷାଲାଭ କରିବା ସହ ନିଜ ପାଇଁ କିଛି ପନ୍ଥା ପ୍ରସ୍ତୁତ କରିପାରିଛନ୍ତି ବୋଲି ରମ୍ୟା କହନ୍ତି।

ଗୋଟିଏ ଯାହା ମୋତେ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା ତାହା ଥିଲା ପରିକଳ୍ପନା କରିଥିବା ସୁଯୋଗ ପାଇଁ ବିନିଯୋଗ ହେବାକୁ ଥିବା ଅର୍ଥ। ତେଣୁ ଛୋଟ ଏବଂ ବଡ଼ ସବୁ ମୋ ପାଇଁ ସମାନ। ମୁଁ ନେଉଥିବା ପ୍ରତି ନିର୍ଣ୍ଣୟରେ ମୁଁ ନିଜକୁ ନିଜେ ପ୍ରଶ୍ନ କରିଥାଏ- ମୁଁ କଣ ହରାଇବି? ଏବଂ ସେ ପ୍ରଶ୍ନ ପାଇଁ ମୋ ଉତ୍ତରର ସରଳତା ତାକୁ ଗଢ଼ିଥାଏ ବା ଭାଙ୍ଗିଥାଏ।

ଜଣେ ଉଦ୍ୟୋଗୀ ଭାବରେ ରମ୍ୟା ନୂଆ ଚିନ୍ତାଧାରାରେ ପରିପୁର୍ଣ୍ଣ ଏବଂ ନିଆରା ପରିକଳ୍ପନାର ଭିନ୍ନ ଭିନ୍ନ ପ୍ରକଳ୍ପକୁ ସ୍ଵାଧୀନ ଭାବେ କରିବାକୁ ଭଲ ପାଇଥାନ୍ତି। ଏକ ଧରାବନ୍ଧା ନିୟମରେ ବାନ୍ଧି ନହେଇ ରହିବା ତାଙ୍କୁ ଭଲ ଲାଗିଥାଏ। ଯଦିଓ ସେ ନିଜ ସହକର୍ମୀଙ୍କ ସହ ସକାଳ ଚା' ବା କଫି ଏକାଠି ପିଇବାରୁ ବଞ୍ଚିତ ହୋଇଥାନ୍ତି ଏବଂ ଛୁଟିରେ ରହିବାର କଟକଣାରୁ ମୁକ୍ତ ଥାନ୍ତି, ମନଭରି ନିଜ ଇଚ୍ଛାକୁ ପୁର୍ଣ୍ଣ କରିବାରୁ ସ୍ଵାଧୀନତା ପାଇଥାନ୍ତି- ଯାହା ଏକ ଚାକିରୀର ନିୟମ ଭିତରେ ରହିଥାଏ।

ଜଣେ ଉଦ୍ୟୋଗୀ ଭାବରେ ସେ ଅନୁଭବ କରିଛନ୍ତି ଯେ ଦୌଡ଼ ଭିତରେ ଧାଇଁବା ବ୍ୟକ୍ତି ଅପେକ୍ଷା କିଛି ନିୟମକୁ ପାଳନ କରି ଏବଂ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଆଗେଇବା ପ୍ରକୃତରେ ସାହାଯ୍ୟ କରିଥାଏ। ଏହା ହିଁ ବାସ୍ତବତା। ନିଜ ଅଭିଜ୍ଞତାରୁ ସେ ଆଉ ଯାହା ଉପଲବ୍ଧି କରିଛନ୍ତି ତାହା ହେଲା, “କିଛି ପାଇବା ପର୍ଯ୍ୟନ୍ତ ଯାହା ଉପରେ ତୁମେ ସହଜ ହୋଇଥାଅ, ତା' ଉପରେ ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା କରିବା ଭଲ ବୋଲି ମୁଁ ବୁଝିପାରେ। ଅନ୍ୟ କିଏ କାହା ସହ ସହଜ ଥାଏ ତାକୁ ନେଇ ନିଜେ ଆଗେଇଯିବା ଉଚିତ ନୁହେଁ। ତାହା ହେଲେ ସହୁ କିଛି ସହଜରେ ହୋଇପାରିବ ବୋଲି ମୁଁ ବିଶ୍ଵାସ କରେ।”

ଅଧିକ ପ୍ରକଳ୍ପ, ଅଧିକ ପ୍ରତିଯୋଗିତାର ଆହ୍ଵାନ, ଅଧିକ ଚିତ୍ରକଳାଏବଂ ଅଧିକ କାହାଣୀରେ ମନୋନିବେଶ କରୁଥିବାରୁ ରମ୍ୟାଙ୍କ ଭବିଷ୍ୟତ ତାଙ୍କ ଏକ ସୁଗମ ପଥକୁ ରାସ୍ତା ଦେଖାଉଛି। ଏବଂ ସେ କୁହନ୍ତି, “ଦି ଟ୍ୟାପର ଗ୍ରାହକ ବୃଦ୍ଧି ପାଇଁ ମୁଁ ଚେଷ୍ଟା କରୁଛି ଏବଂ ଏହାକୁ ଅନଲାଇନ ମାଧ୍ୟମରେ ଆଣିବାକୁ ଚାହୁଁଛି।”

ଏହା ରମ୍ୟାଙ୍କର ଏକ କାହାଣୀ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags