EDITIONS
Odia

ଜୟ ମିଶ୍ର : ଏକ ଭିନ୍ନ ପଥର ଯାତ୍ରୀ

Team Odia
23rd Nov 2015
Add to
Shares
1
Comments
Share This
Add to
Shares
1
Comments
Share
‘ଗୋଟେ ବସ୍ତିରେ ମୋର ୧୬ ବର୍ଷ କଟିଛି । ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି ମୋ ପରିବାର ଅହରହ ସଂଘର୍ଷ କରିଥିଲା । ମୋ ବାପା ମୋର ଆଦର୍ଶ; ମୋତେ ଠିକ ଶିକ୍ଷା ଯୋଗାଇଦେବା ଲାଗି ସେ ଅବିରାମ ପରିଶ୍ରମ କରୁଥିଲେ । ମୁଁ ତାଙ୍କୁ ପୂର୍ତ୍ତ ବିଭାଗ ଅର୍ଦ୍ଦଳି ଭାବେ ଦେଖିଛି ଓ ପରେ ସେ କେମିତି ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର ହୋଇ ପାରିଥିଲେ ତାହା ବି ଦେଖିଛି । ସେ ହିଁ ମୋତେ ଶିଖାଇଥିଲେ, ଶିକ୍ଷା କେମିତି ଜୀବନର ଗତିପଥ ବଦଳାଏ । ଖାଲି ଚାଲାଖ ଚତୁର ହେଲେ ଚଳିବ ନାହିଁ, କଠିନ ପରିଶ୍ରମ ହିଁ ସଫଳତା ଆଣିଥାଏ । କଠିନ ପରିଶ୍ରମର ବିକଳ୍ପ ନାହିଁ ।’ 
image


ନିକଟରେ ‘ଟେକ୍ ଫର ଇଣ୍ଡିଆ’ରେ ଯୋଗ ଦେଇଥିବା ଜୟ ମିଶ୍ର ଏକଥା କହନ୍ତି । ଉତ୍ତରପ୍ରଦେଶର ଏକ କ୍ଷୁଦ୍ର ସହର ଜଉଁପୁରରେ ଜନ୍ମିତ ଜୟ ଗୋଟିଏ ଅନାମଧ୍ୟେୟ ଘରୋଇ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଅତ୍ୟନ୍ତ ନିମ୍ନ ସ୍ତରରେ ବଞ୍ଚୁଥିବା ଏକ ସମାଜରେ ସେ ବଢ଼ିଥିଲେ ଓ ସେଠାରୁ ଇଂଜିନିୟରିଂ ଡିଗ୍ରୀ ପାଇବା ଓ ପରେ ଟେକ୍ ଫର ଇଣ୍ଡିଆ(ଟିଏଫ୍ଆଇ)ରେ ଯୋଗଦେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଥିଲା ବେଶ୍ ଜଟିଳ। ଦଶମ ପଢ଼ିବା ବେଳେକୁ ନିଜ ସହପାଠୀଙ୍କ ତୁଳନାରେ ସେ ୫ ଶ୍ରେଣୀ ପଛୁଆ ଥିଲେ । କିନ୍ତୁ ତାଙ୍କର ଦୃଢ଼ ମନୋବଳ ତାଙ୍କୁ ଆଗେଇବାରେ ସହାୟକ ହେଲା । ୨୦୧୨ ମସିହାରେ ୮୯ ପ୍ରତିଶତ ମାର୍କ ରଖି ସେ ମେକାନିକାଲ ଇଂଜିନିୟର ହେଲେ ଓ କଲେଜରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସବୁ ବାଧା ଡେଇଁଥିବା ସତ୍ତ୍ୱେ ଓ କଲେଜରେ ଭଲ ଛାତ୍ର ହୋଇଥିବା ସତ୍ତ୍ୱେ ସେ ଚାକିରିଟିଏ ପାଇବାରେ ବିଫଳ ହେଲେ, କାରଣ ତାଙ୍କର ଦଶମ ଫଳାଫଳ ନୈରାଶ୍ୟଜନକ ଥିଲା । ଅନେକେ ହୁଏତ ଏଇଠୁ ହତୋତ୍ସାହିତ ହୋଇପଡ଼ନ୍ତି । କିନ୍ତୁ ଜୟ କହନ୍ତି, ତାଙ୍କର ଅସାଧାରଣ ଦୂରଦୃଷ୍ଟି ଓ ମୁହଁରେ ଚେନାଏ ହସ ହିଁ ସାହସ ଭରି ଦେଇଥିଲା ।

ସେ କହନ୍ତି, ‘ଏସବୁ ଜଟିଳ ସ୍ଥିତି ହିଁ ମୋତେ ପରିବର୍ତ୍ତନ ଆଣିବାକୁ ଓ ନିଜକୁ ବଦଳାଇବାକୁ ପ୍ରେରଣା ଦେଲା । ଜଣେ ଭାରତୀୟ ଭାବେ ମୁଁ ଜାଣେ, ମୋ ଦେଶର ପ୍ରଗତିରେ ସାମିଲ ହେବା ମୋ କର୍ତ୍ତବ୍ୟ । ମୁଁ ଲୋକଙ୍କୁ ଉତ୍ସାହିତ କରିବା ଓ ପ୍ରେରଣା ଦେବାକୁ ସଙ୍କଳ୍ପ ନେଲି । ଏବଂ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲି ଯେ ପ୍ରତି ସମସ୍ୟାର ଗୋଟିଏ ସମାଧାନ ରହିଛି ।’

ଏବେ ସୋସିଆଲ ଷ୍ଟୋରି ସହ ଜୟଙ୍କ କଥାବର୍ତ୍ତାର କୀୟଦଂଶ...

ସୋଷ୍ଟୋ: ଟିଏଫ୍ଆଇରେ ଯୋଗଦେବାକୁ କେବେ ଓ କିପରି ନିଷ୍ପତ୍ତି ନେଲେ? ଏହା କ’ଣ ଆପଣଙ୍କ ପାଇଁ ଗୋଟେ ପରମ ଆନନ୍ଦ ମୁହୂର୍ତ ଥିଲା?

ଜମି: ମୁଁ ଇଂଜିନିୟରିଂ ଶେଷ ବର୍ଷ ପଢ଼ିବା ବେଳେ ହିଁ ଟିଏଫ୍ଆଇର ଏଇ ଲକ୍ଷ୍ୟ ସଂକଳ୍ପଟି ଦିନେ ଆଖିରେ ପଡ଼ିଲା - ଦିନେ ସବୁ ପିଲା ସର୍ବୋତ୍ତମ ଶିକ୍ଷା ପ୍ରାପ୍ତ ହେବେ ।’ ଏହା ହିଁ ମୋତେ ଚିନ୍ତା କରିବାକୁ ପ୍ରଚୋଦିତ କଲା । ସେତେବେଳେ ମୁଁ ‘ଭାରତରେ ଉଚ୍ଚଶିକ୍ଷାର ମାନ’ ଶିର୍ଷକ ଏକ ଗବେଷଣା କରୁଥାଏ । ମୁଁ ଏ ସଂକଳ୍ପଟି ମୋ ଖାତାରେ ଟିପିନେଲି ଏବଂ ପରେ ଏହି ସଂକଳ୍ପର ସମ୍ଭାବନା ନେଇ ମୋ ଗାଇଡଙ୍କ ସହ ଆଲୋଚନା କଲି । ଘଣ୍ଟାଏ ଆଲୋଚନା ପରେ ଆମେ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଏ ସଂକଳ୍ପଟି ସମ୍ଭବ, କିନ୍ତୁ ଏଥିପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧତା ଓ ବିଶ୍ୱାସ ଆବଶ୍ୟକ । ସେତେବେଳେ ହିଁ ମୁଁ ଟିଏଫ୍ଆଇରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲି- ଏଥିପାଇଁ ନୁହେଁ ଯେ ମୁଁ ଆହ୍ୱାନ କୁ ଭଲପାଏ ବା ସୁଯୋଗ-ରହିତ ପିଲାମାନଙ୍କ ପ୍ରତି ମୋର ଦୟା ଭାବ ରହିଛି; ବରଂ ସେହି ପିଲାମାନଙ୍କୁ ସଶକ୍ତ କରିବା ମୋର ଉଦ୍ଦେଶ୍ୟ ଥିଲା । ୨୦୧୨ରେ ମୁଁ ଉଦ୍ୟମ କରି ବିଫଳ ହେଲି ଓ ୨୦୧୩ରେ ହିଁ ମୋତେ ଟିଏଫ୍ଆଇ ଗ୍ରହଣ କଲା । ମୁଁ ପୂର୍ଣ୍ଣ ମାତ୍ରାରେ ବିଶ୍ୱାସ କରେ ଯେ ଦିନେ ସବୁ ପିଲା ଉକ୍ରୃଷ୍ଟ ଶିକ୍ଷା ପାଇପାରିବେ, ଏହା ନିଶ୍ଚୟ ସମ୍ଭବ ହେବ ।

ସୋଷ୍ଟୋ: ଫେଲୋସିପ୍ ବାବଦରେ ଟିକେ କହନ୍ତୁ ।

ଜମି: ଫେଲୋସିପଟି ଭାରି ଜଟିଳ ଆହ୍ୱାନପୂର୍ଣ । ଟିଏଫ୍ଆଇରେ ପାଞ୍ଚ ସପ୍ତାହର ପ୍ରଶିକ୍ଷଣ ପରେ ବି ନିଜକୁ ଶ୍ରେଣୀ ଗୃହ ପାଇଁ ପ୍ରସ୍ତୁତ କରିବା କଠିନ ଥିଲା । ମୁଁ ସୀମିତ ସମୟରେ କାମ କରିବା ଶିଖିଲି, ତଥ୍ୟ ସମ୍ବର ଉପାଦେୟତା ବୁଝିଲି । ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଓ ଜରୁରୀକୁ ଉପଲବ୍ଧି କଲି ।

ସୋଷ୍ଟୋ: ଟିଏଫ୍ଆଇ ବାହାରେ ଏହା ପ୍ରତି ଗୋଟେ ଭିନ୍ନ ଧାରଣା ରହିଛି, ଆପଣଙ୍କର ବି ସେମିତି ଥିଲା ବୋଧେ।

ଜମି: ବାହାର ଲୋକ କ’ଣ ଭାବନ୍ତି ମୁଁ ଜାଣେନା । ମୁଁ ବି ଏଠି ଫେଲୋ ଭାବେ ଯୋଗ ଦେବା ଆଗରୁ ମୋର କିଛି ଧାରଣା ନଥିଲା । ମୁଁ ଏତିକି ଜାଣିଥିଲି, ଟିଏଫ୍ଆଇ ଗୋଟେ ଅଭିଯାନରେ ବାହାରିଛି ଓ ମୋତେ ସେହି ଅଭିଯାନରେ ସାମିଲ ହେବାର ଅଛି ।

ସୋଷ୍ଟୋ: ଆପଣ ଏବେ ଫେଲୋସିପ ସାରି ଟିଏଫ୍ଆଇରେ କାର୍ଯ୍ୟକ୍ରମ ପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି । ଆପଣଙ୍କ ପରିବାର ଲୋକ ଏହାକୁ କିପରି ଦେଖନ୍ତି?

ଜମି: ସୁଶିକ୍ଷାର ମହତ୍ତ୍ୱ ବୁଝୁଥିବା ମୋ ବାପା ମୋ ନିଷ୍ପତ୍ତିରେ ଖୁସି । ଅନ୍ୟପଟେ ମୋ ପିଛା ରିଥିବା ବିରାଟ ବ୍ୟାଙ୍କ ଋଣ କେମିତି ସୁଝାଯିବ, ସେ ନେଇ ମୋ ମା’ ବିଚଳିତ । ତେବେ ମୁଁ ତାଙ୍କ ସବୁବେଳେ କହେ, ଏ ସାରା ଦେଶ ହେଉଛି ମୋ ପରିବାର ।

image


ସୋଷ୍ଟୋ: ବେଶ୍ ଉଚ୍ଚ ଦରମା ପାଉଥିବା ଆପଣଙ୍କ ସାଙ୍ଗମାନଙ୍କ ରଙ୍ଗୀନ ଜୀବନକୁ ଆପଣ ହାତଛଡ଼ା କଲେ ବୋଲି ଭାବନ୍ତି କି?

ଜମି: ଆଦୌ ନୁହେଁ । ମୁଁ ଭାବୁଛି ଏ ପିଲାମାନେ ଓ ସେମାନଙ୍କ ପରିବାର ସହ ବିଗତ ଦୁଇବର୍ଷ ହେଲା ମୁଁ ସବୁଠୁ ରଙ୍ଗୀନ ଜୀବନ ବିତାଉଛି । ଉଚ୍ଚ ଦରମା ବାଲା ଚାକିରି କେବଳ ବ୍ୟାଙ୍କ ଜମା ବୃଦ୍ଧିରେ ସହାୟକ ହେବ । ମୋ କାମ ବି ମୋ ବ୍ୟାଙ୍କ୍ ଜମା ବଢ଼ାଉଛି - ଅବଶ୍ୟ ତାହା ଗୌରବର ବ୍ୟାଙ୍କ ।

ସୋଷ୍ଟୋ: ଏ ପିଲାମାନେ ଏବଂ ସେମାନଙ୍କ ପୀଡ଼ା ବାବଦରେ ଆମକୁ କିଛି କହନ୍ତୁ ।

ଜମି: ସବୁ ପିଲା ଭିନ୍ନ ଓ ସେମାନେ ମିଳିତ ଭାବେ ଗୋଟେ ସୁନ୍ଦର ପୃଥିବୀ ତିଆରି କରିପାରିବେ । ମୁଁ ୩୨ ପିଲାଙ୍କ ସହ ମୋର ଫେଲୋସିପ କାମ ଆରମ୍ଭ କରିଥିଲି । ଶେଷରେ ମୋ ସ୍କୁଲରେ ମୋର ଛାତ୍ର ବନ୍ଧୁଙ୍କ ସଂଖ୍ୟା ୩୬୦ରେ ପହଞ୍ଚିଥିଲା । ଏ ପିଲାମାନେ ଅତ୍ୟନ୍ତ ଆର୍ଥିକ ଦୁର୍ବଳ ପରିବାରରୁ ଆସିଛନ୍ତି । ସେମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ପରି ମୌଳିକ ଆବଶ୍ୟକତା ବି ସାତ ସପନ । ଅଧିକାଂଶ ପିଲା ପେଟ ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ଉପରେ ଭରସା କରନ୍ତି । ଏମିତିକି ପିଲାମାନେ ସ୍କୁଲରୁ ମଧ୍ୟାହ୍ନ ଭୋଜନ ନିଜ ପରିବାର ଲୋକଙ୍କ ପାଇଁ ସାଇତି ନେବା ମୁଁ ଦେଖିଛି । ସେମାନଙ୍କ ଅଭିଭାବକମାନେ ଦିବସ ବ୍ୟାପୀ କଠିନ ପରିଶ୍ରମ କରୁଥିବାରୁ ସେମାନେ ଭଲପାଇବାରୁ ବି ବଂଚିତ । ନିଜ ପରିବେଶ ଦ୍ୱାରା ବି ସେମାନେ ପ୍ରଭାବିତ । ସେମାନେ ମୁହଁରେ କଦର୍ଯ୍ୟ ଭାଷା କହନ୍ତି, ବିଡ଼ି-ସିଗାରେଟ୍ ଟାଣନ୍ତି । ସେମାନେ ଶାରିରୀକ ଓ ଯୌନ ଶୋଷଣର ବି ଶିକାର ହୁଅନ୍ତି । ଅନେକ ପିଲା ସ୍କୁଲ ସମୟ ପରେ କାମ ବି କରୁଥିବାର ମୁଁ ଦେଖିଛି । ସେମାନେ ମୋ ସାଙ୍ଗରେ ସେମାନଙ୍କର ଖୁସି ଓ ପୀଡ଼ା ସବୁ କହନ୍ତି । ମୁଁ ସେମାନଙ୍କ ପାଇଁ ଭାଇ, ବାପା ଓ ମା’ର ଚରିତ୍ର ବହନ କରିଛି ।

ସୋଷ୍ଟୋ: ସ୍କୁଲ ବାହାରେ ଥିବା ପିଲାଙ୍କ ପାଇଁ TFI କ’ଣ କରିଛି?

ଜମି: ଏ ପ୍ରଶ୍ନର ଉତ୍ତର ଏମିତି ଦେବା ସହଜ ନୁହେଁ । ଆମେ ସେମାନଙ୍କ ପରିବାର ସହ କାମ କରିଛୁ; କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ସେମାନଙ୍କ ମନଭାବ ପରିବର୍ତନ ପାଇଁ ମଧ୍ୟ ଚେଷ୍ଟା କରିଛୁ ।

ସୋଷ୍ଟୋ: ଆପଣ କ’ଣ ଶିକ୍ଷା କରିଛନ୍ତି?

ଜମି: ନିଜକୁ ବୁଝିବାର ଗୁରୁତ୍ୱ ମୁଁ ଶିଖିଛି, ଅନ୍ୟମାନଙ୍କ ପ୍ରତି ସଦୟ ହେବା ଶିଖିଛି । ସମ୍ପର୍କ ସ୍ଥାପନର ଆବଶ୍ୟକତା କ’ଣ ତାହା ମୁଁ ଜାଣିଛି । ଏବଂ ସବୁଠୁ ବଡ଼ କଥା ମୁଁ ଶିଖିଛି: ସବୁକିଛି ସମ୍ଭବ ।

ସୋଷ୍ଟୋ: କିଛି ସ୍ଵତନ୍ତ୍ର ଘଟଣା ଅଛି, ଯାହା ଆପଣ ଆମ ସହ ବିନିମୟ କରିବାକୁ ଚାହିଁବେ?

ଜମି: ନିର୍ଦ୍ଦିଷ୍ଟ ଭାବେ ଘଟଣା ନାହିଁ । ତେବେ ପ୍ରଥମ ଦିନ ପିଲାଙ୍କୁ ସ୍କୁଲରେ ଭେଟିବା; ବାଳୁଙ୍ଗା ବିଲାଙ୍କୁ ସୁଧାର ହେବା ଦେଖିବା, ଗଣିତରେ ଶୂନ ପାଉଥିବା ପିଲାକୁ ଆନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡରେ ସ୍ଵର୍ଣ୍ଣ ପଦକ ହାସଲ କରିବାର ଦେଖିବା, ଏବଂ ଶ୍ରେଣୀରେ ଅନୁପସ୍ଥିତ ରହୁଥିବା ପିଲାକୁ ଦିନେ ଶ୍ରେଣୀରେ ପ୍ରଥମ ହେବା ଦେଖିବା ଇତ୍ୟାଦି ଭଳି ବହୁ ପ୍ରସଙ୍ଗ ରହିଛି ।

ସୋଷ୍ଟୋ: ଭବିଷ୍ୟତ ଯୋଜନା କ’ଣ?

ନିକଟ ଭବିଷ୍ୟତରେ ନୁହେଁ, ତେବେ ଦିନେ ମୋ ଗାଁରେ ନିଜେ ଏକ ବିଦ୍ୟାଳୟ ଖୋଲିବି । ଫଳରେ ମୋ ବାପା ଓ ମୁଁ ଯେଉଁ କଠିନ ସମୟ ଦେଇ ଗତି କରିଛୁ, ଆମ ଗାଁର ଅନ୍ୟ କେହି ପିଲା ତାହା ଭୋଗିବେ ନାହିଁ । ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିବା ପାଇଁ ମୁଁ ରାଜନୀତି କରିବାକୁ ମଧ୍ୟ ଆଗ୍ରହୀ ।

image


ମୂଳ ଲେଖା - ସ୍ନିଗ୍ଧା ସିହ୍ନା

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags