EDITIONS
Odia

ସିଗାରେଟ ଟୁକୁଡ଼ା ଓ ପାଉଁଶ ସଂଗ୍ରହ କରୁଛି ଏଇ ଷ୍ଟାର୍ଟଅପ ଓ ତା’ ପାଇଁ ଦେଉଛି ପଇସା

Team Odia
18th Jan 2017
Add to
Shares
3
Comments
Share This
Add to
Shares
3
Comments
Share

ସିଗାରେଟ ପିଇବା ବ୍ୟକ୍ତି ପାଇଁ ତାହା ଯେତିକି କ୍ଷତିକାରକ, ପିଇସାରିବା ପରେ ଫିଙ୍ଗା ହେଉଥିବା ଖଣ୍ଡିଆ ସିଗାରେଟ ଗୁଡ଼ିକ ପରିବେଶ ପାଇଁ ଠିକ ସେତିକି ମାତ୍ରାରେ କ୍ଷତିକାରକ। ବିଶ୍ଵରେ ଯେତିକି ପରିମାଣରେ ସିଗାରେଟ ବିକ୍ରି ହୁଏ ତା’ର ପରିମାଣ ଅନୁସାରେ ସିଗାରେଟର ବର୍ଜ୍ୟବସ୍ତୁର ପରିମାଣର ଅନୁମାନ ଲଗାଯାଇପାରେ। ସିଗାରେଟ ଟାଣିବା ପରେ ଲୋକେ ଫୋପାଡ଼ି ଦେଉଥିବା ସିଗାରେଟ ଟୁକୁଡ଼ା ଗୁଡିକ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ପ୍ରତିଦିନ ଶହଶହ ଟନ ସିଗାରେଟ ଟୁକୁଡ଼ା ଫିଙ୍ଗା ହେଇଥାଏ। ସିଗାରେଟର ପଛ ଭାଗଟି ସେଲ୍ଯୁଲୋଜ ଆସିଟେଟ ନାମକ ଏକ ସିନ୍ଥେଟିକ ପଲିମରରେ ତିଆରି ଓ ଏହାକୁ ସଂପୂର୍ଣ୍ଣ ଭାବେ ନଷ୍ଟ ହେବା ପାଇଁ ଦେଢ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ। ସେଲ୍ଯୁଲୋଜ ଆସିଟେଟରେ ତିଆରି ଏହି ପ୍ଲାଷ୍ଟିକ ଫିଲ୍ଟର ବାୟୋଡିଗ୍ରେଡ଼େବଲ ନୁହେଁ ଏବଂ ପରିବେଶ ପାଇଁ ନିହାତି ହାନିକାରକ ହେଇଥାଏ।

Source : <a href=

Source :

Hindustan Timesa12bc34de56fgmedium"/>

ଗୁଡ଼ଗାଓଁରେ ରହୁଥିବା ଦୁଇଜଣ ଯୁବକ, ବିଶାଲ କାନ୍ତ ଓ ନମନ ଗୁପ୍ତା ‘Code’ ନାମରେ ଏକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି ଯାହା ସମସ୍ତ ପ୍ରକାରର ସିଗାରେଟ ଆବର୍ଜନାକୁ ରିସାଇକଲ କରେ। ଅନେକ ଦିନ ତଳେ ଏକ ପାର୍ଟିକୁ ଯାଇଥିବା ବେଳେ ଦୁହେଁ ବହୁତ ସିଗାରେଟ ଟୁକୁଡ଼ା ପଡ଼ିଥିବାର ଦେଖିବା ପରେ ତାଙ୍କ ମନରେ ଏହାକୁ ରିସାଇକଲ କରିବାର ବିଚାର ଆସିଥିଲା। Hindustan Times ସହ କଥା ହେଇ ଦୁହେଁ କୁହନ୍ତି,

ଏହା ଏକ ସାଧାରଣ ବ୍ୟାଚେଲରର ଘର ଥିଲା ଯେଉଁଠି ଆମେ ସମସ୍ତେ ପ୍ରାୟ ସମୟରେ ପାର୍ଟି କରୁ। ଯେହେତୁ ସେଟାକୁ ଅନେକ ଲୋକ ଯିବାସିବା କରନ୍ତି, ପ୍ରାୟ ସମୟରେ ଖଣ୍ଡି ସିଗାରେଟ ସବୁ ଏଣେତେଣେ ପଡ଼ି ରହିଥାଏ। ସେସବୁ ଦେଖି ଆମ ମନରେ ବିଚାର ଆସିଲା ଯେ ସିଗାରେଟ ଟୁକୁଡ଼ାକୁ ରିସାଇକଲ କରି ଯଦି କିଛି କରି ହୁଅନ୍ତା ତେବେ କେତେ ଆବର୍ଜନା କମ ହେଇଯାଆନ୍ତା। 

ଏହି ଆଇଡିଆ ସହ ସେମାନେ ଜୁଲାଇ ୨୦୧୬ରେ ‘Code’ ଆରମ୍ଭ କଲେ। ଏହି ଷ୍ଟାର୍ଟଅପଟି ସିଗାରେଟର ସମସ୍ତ ଉପାଦାନକୁ ରିସାଇକଲ କରେ। ମଜାର ବିଷୟ ହେଲା ଏମାନେ ତାଙ୍କୁ ସିଗାରେଟ ଆବର୍ଜନା ଦେବା ଲୋକଙ୍କୁ ତା’ପାଇଁ ପଇସା ମଧ୍ୟ ଦେଇଥାନ୍ତି। ପ୍ରତି କିଲୋ ସିଗାରେଟ ଆବର୍ଜନା ପାଇଁ ୭୦୦ ଟଙ୍କା ଓ ପ୍ରତି ୧୦୦ ଗ୍ରାମ ପାଇଁ ୮୦ ଟଙ୍କା ଲେଖାଏଁ ଦେଇଥାନ୍ତି। ତେଣୁ ସିଗାରେଟ ବିକ୍ରି କରିବା ବ୍ୟକ୍ତି ଏବଂ ତାକୁ ବ୍ୟବହାର କରୁଥିବା ବ୍ୟକ୍ତି, ଉଭୟ ନିଜର ସିଗାରେଟ ଆବର୍ଜନା ତାଙ୍କୁ ବିକ୍ରି କରି ଦେଇପାରିବେ।

ରିସାଇକଲ ହେଇଥିବା ଫିଲ୍ଟର ଗୁଡ଼ିକ ବ୍ୟବହାର କରିବା ପାଇଁ ୯୯.୯% ସୁରକ୍ଷିତ ଏବଂ ଏହାର ଆନୁଷଙ୍ଗିକ ଉତ୍ପାଦ ଗୁଡ଼ିକ BIS ଦ୍ଵାରା ଯାଞ୍ଚ କରାଯାଇ ସ୍ବୀକୃତି ପାଇଛି। ଏହା ଭିତରେ ପଶିଥିବା ସାମଗ୍ରୀ ମଧ୍ୟ ରିସାଇକଲ ହେଇଥିବା ଆବର୍ଜନାରୁ ତିଆରି ହେଇଛି। ଗତ ତିନିମାସ ମଧ୍ୟରେ ଏହି ଷ୍ଟାର୍ଟଅପଟି ପ୍ରାୟ ୧୦ କିଲୋ ସିଗାରେଟ ଆବର୍ଜନା ସଂଗ୍ରହ କରିଛି। ଏଥିରେ ସିଗାରେଟ ପାଉଁଶ, ତମ୍ବାଖୁ, ଫିଲ୍ଟର ଓ କାଗଜ ଇତ୍ୟାଦି ରହିଛି। ଖୁବଶୀଘ୍ର ସେମାନେ ସଂପୂର୍ଣ୍ଣ ଦେଶରେ ନିଜର ପ୍ରସାର କରିବାର ପ୍ରତିଜ୍ଞା ନେଇଛନ୍ତି।

ନୋଇଡା ସ୍ଥିତ ଷ୍ଟାର୍ଟଅପ Codeର ବର୍ତ୍ତମାନ ୭୦ରୁ ଊର୍ଦ୍ଧ୍ଵ ଗ୍ରାହକ ଅଛନ୍ତି। ଏହା ମଧ୍ୟରୁ ୫୦ ଜଣ ହେଉଛନ୍ତି ସିଗାରେଟ ବିକ୍ରେତା। ସେମାନେ VBins ନାମରେ ଏକ ସେବା ପ୍ଯାକେଜ ଆରମ୍ଭ କରିଛନ୍ତି। ଏଥିରେ Codeର ଜଣେ ଆବର୍ଜନା ସଂଗ୍ରହକାରୀ ପ୍ରତି ୧୫ ଦିନରେ ଠାରେ ଏମାନଙ୍କ ପାଖକୁ ଯାଇ ସିଗାରେଟର ଆବର୍ଜନା ସଂଗ୍ରହ କରିଆଣେ। ୨୫ ବର୍ଷୀୟ ବିଶାଲ ପେସାରେ ଜଣେ ଇଞ୍ଜିନିୟର ଅଟନ୍ତି ଏବଂ ନମନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍ନାତକ ଅଟନ୍ତି।

The Pioneerର ଏକ ରିପୋର୍ଟ ଅନୁସାରେ ଏଣେତେଣେ ଫିଙ୍ଗା ହେଉଥିବା ଆବର୍ଜନା ମଧ୍ୟରେ ସିଗାରେଟ ଟୁକୁଡାର ମାତ୍ରା ସବୁଠାରୁ ବେଶି। କେବଳ ଭାରତରେ ପ୍ରତିବର୍ଷ ୧୦୦ ବିଲିଅନ ସିଗାରେଟ ଆବର୍ଜନା ବାହାରିଥାଏ। ବେଙ୍ଗାଲୁରୁ ଭଳି ସହରରେ ପ୍ରତିଦିନ ପ୍ରାୟ ୩୧ ଲକ୍ଷ ସିଗାରେଟ ଟୁକୁଡା ଫିଙ୍ଗା ହେଇଥାଏ।

Better Indiaକୁ ଏକସାକ୍ଷାତକାରରେ HCG କ୍ୟାନସର ସେଣ୍ଟରର ଡାଃ ବିଶାଲ ରାଓ କୁହନ୍ତି,

ଆଜିର ପରିସ୍ଥିତିରେ ସିଗାରେଟ ଆବର୍ଜନା ଏକ ପ୍ରମୁଖ ପରିବେଶ ବିପତ୍ତି ଭାବେ ଉଭା ହେଇଛି। ଅଧିକାଂଶ ସିଗାରେଟ ଫିଲ୍ଟର ଗୁଡ଼ିକ ବିଷାକ୍ତ ହେଇଥାନ୍ତି ଏବଂ ପାଣି ମଧ୍ୟରେ ଗଲେ ସେହି ପାଣିକୁ ମଧ୍ୟ ବିଷାକ୍ତ କରିଦେଇପାରନ୍ତି। ଚଢେଇ, ମାଛ ଏବଂ ଅନ୍ୟାନ୍ୟ ଜନ୍ତୁ ମାନେ ଏହି ସିଗାରେଟ ଟୁକୁଡ଼ା ଗୁଡ଼ିକୁ ଖାଇ ରୋଗରେ ପଡ଼ିବା ସହ ପ୍ରାଣହାନୀ ହେବାର ସମ୍ଭାବନା ରହିଛି।

ବିଶ୍ଵରେ ପ୍ରଦୂଷଣ ଏବଂ ଗ୍ଲୋବାଲ ୱାର୍ମିଙ୍ଗ ସମ୍ପର୍କରେ ନାନା ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହେବା ସମୟରେ ଏପରି ଏକ ଷ୍ଟାର୍ଟଅପ ନିଶ୍ଚୟ ଭାବେ ସ୍ଵାଗତଯୋଗ୍ୟ। 

Add to
Shares
3
Comments
Share This
Add to
Shares
3
Comments
Share
Report an issue
Authors

Related Tags