EDITIONS
Odia

ନିର୍ଯ୍ୟାତିତ ଶୈଶବରୁ ଇଣ୍ଡିଆନ୍ କ୍ରିକେଟ ଟିମ – ସୁରେଶ ରାଇନାଙ୍କର କାହାଣୀ

Ruchi Panigrahi
30th May 2016
Add to
Shares
0
Comments
Share This
Add to
Shares
0
Comments
Share

ଆଜି ବି ସୁରେଶ ରାଇନା ଚଟାଣରେ ଶୋଇବା ପସନ୍ଦ କରନ୍ତି, ଖଟ ଉପରେ ନୁହେଁ। ପିଲାଟି ବେଳୁ ସେ ଏହିପରି ଭାବେ ହିଁ ବଢି ଆସିଛନ୍ତି – ନିଜ ଘରର ଆରାମ ଠାରୁ ବେଶ ଦୂର ହଷ୍ଟେଲରେ – ଯେଉଁଠି ପ୍ରତିଟି ଦିନ ଏକ ନୂଆ ଚ୍ୟାଲେଞ୍ଜ ହେଇଥାଏ। ସିନିୟର ମାନଙ୍କର ଅତ୍ୟଧିକ ଚିଡେଇବା ଓ ହଇରାଣ କରିବାର ପ୍ରବୃତ୍ତି ତାଙ୍କ କୋମଳ ମନରେ ଏତେ ପରିମାଣରେ ଆଘାତ ଦେଇଥିଲା ଯେ ଏକ ସମୟରେ ଆତ୍ମହତ୍ୟା କରିବାର ବିଚାର ମଧ୍ୟ ତାଙ୍କ ମନକୁ ଆସିଥିଲା। Indian Express ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରୁ ସୁରେଶଙ୍କର ପିଲାବେଳର ସଂଘର୍ଷ ବିଷୟରେ ଏକ ଝଲକ ମିଳେ।

Image : (L) – Mid Day; (R) – Google Plus

Image : (L) – Mid Day; (R) – Google Plus


ଟ୍ରେନର ବଗି.... ଦୁଇଟି ବର୍ଥ ମଝିରେ ଥିବା ଚଟାଣରେ ଖବରକାଗଜ ବିଛେଇ ସୋଇଥାନ୍ତି ସୁରେଶ। ଯାଉଥାନ୍ତି ଏକ ମ୍ୟାଚ ପାଇଁ। ହଠାତ ଛାତି ଉପରେ କଣ ଗୋଟେ ଓଜନିଆ ଲାଗିଲା। ଆଖି ଖୋଲିପାରିବା ପୂର୍ବରୁ କିଏ ଗୋଟେ ତାଙ୍କ ଦୁଇ ହାତକୁ ଚଟାଣରେ ମାଡି ଧରିଲା। ଆଖି ଖୋଲି ଦେଖିଲା ବେଳକୁ ଗୋଟେ ମୋଟା ତାଗଡା ପିଲା ତାଙ୍କ ଛାତି ଉପରେ ବସିଛି ଆଉ ଦେଖୁ ଦେଖୁ ତାଙ୍କ ମୁହଁ ଉପରେ ପରିସ୍ରା କରିବା ଆରମ୍ଭ କରିଦେଲା। ସୁରେଶ ହାତ ଗୋଡ ମାରିବା ଆରମ୍ଭ କଲେ। ଟ୍ରେନ ସେତେବଳେ ଏକ ଷ୍ଟେସନରେ ରହିବା ପାଇଁ ମନ୍ଥର ହେଉଥାଏ। ସୁରେଶ ଏହି ସୁଯୋଗ ରେ ତାକୁ ଗୋଟେ ମୁଥ ମାରି ଟ୍ରେନରୁ ବାହାରକୁ ଠେଲିଦେଲେ। ତାଙ୍କର ବୟସ ସେତେବେଳେ ମାତ୍ର ୧୩। ସେସମୟରେ ଉତ୍ତର ପ୍ରଦେଶର ଲକ୍ଷ୍ନୋ ସହରରେ ଏକ ସ୍ପୋର୍ଟ୍ସ ହଷ୍ଟେଲରେ ସୁରେଶ ରହୁଥାନ୍ତି।

ହଷ୍ଟେଲରେ ରହୁଥିବା ଅନ୍ୟ ପିଲାମାନେ ସୁରେଶଙ୍କ ସହ ବହୁତ ନିଷ୍ଠୁର ଭାବେ ବ୍ୟବହାର କରୁଥିଲେ। ରାଇନାଙ୍କୁ କ୍ରିକେଟ କୋଚଙ୍କ ଠାରୁ ଅଧିକ ଧ୍ୟାନ ମିଳୁଥିବାରୁ ପ୍ରାୟ ପିଲାମାନେ ତାଙ୍କୁ ଈର୍ଷା କରୁଥିଲେ ଓ କାଳେ ସେ ଅନ୍ୟମାନଙ୍କଠାରୁ ଆଗକୁ ବଢିଯିବେ ବୋଲି ତାଙ୍କ ପ୍ରତି ଅସହିଷ୍ଣୁ ମନୋଭାବ ଦେଖାଉଥିଲେ।

“ସେମାନେ ସବୁ ସାର୍ଟିଫିକେଟ ଆଶାରେ ସେଠାରେ ଥିଲେ। ଚାରି ବର୍ଷ ସ୍ପୋର୍ଟ୍ସ ହଷ୍ଟେଲରେ ବିତାଅ, ସାର୍ଟିଫିକେଟ ନିଅ ଓ ସ୍ପୋର୍ଟ୍ସ କୋଟାରେ ସରକାରୀ ଚାକିରୀ ଖଣ୍ଡେ ଯୋଗାଡ କର। ତାହା ହିଁ ଥିଲା ଅନେକଙ୍କର ଲକ୍ଷ୍ୟ। “

ଧୀରେ ଧୀରେ ପରିସ୍ଥିତି ଆହୁରି ବିଗିଡିବାକୁ ଲାଗିଲା। କ୍ଷୀର ବାଲଟିରେ କଚରା ଜିନିଷ ଫିଙ୍ଗିଲେ। ଆମେ ସବୁ ଓଢଣୀରେ କ୍ଷୀରକୁ ଛାଣି ପିଉଥିଲୁ।

ରାତି ୩ଟା ସମୟରେ ହାଡଥରା ଶୀତରେ ବାଲଟି ଭର୍ତ୍ତି ଥଣ୍ଡା ପାଣି ଆମ ଉପରେ ଫିଙ୍ଗୁଥିଲେ। ସେତେବେଳେ ଇଛା ହୁଏ ଉଠି ଗୋଗଛବାଡିଆ ପିଟିଦେବାକୁ। କିନ୍ତୁ ଜାଣିଥିଲି ଯେ ଜଣକୁ ପିଟିଲେ ଆଉ ପାଞ୍ଚ ଜଣ ମୋ ଉପରେ କୁଦି ପଡିବେ। କଣ କରିହେବ।

ଶେଷରେ ରାଇନା ସେ ହଷ୍ଟେଲ ଛାଡିଦେଲେ। କିନ୍ତୁ ପୁଣି ଫେରିଲେ ଏକ ପଣ କରି। ସମସ୍ତ ପ୍ରକାର କ୍ରୋଧକୁ ଏକ ସକାରାତ୍ମକ ଦିଗରେ ବିନିଯୋଗ କରିବାର ପଣ।

ଦିନେ ମୁମ୍ବାଇରୁ ଗୋଟେ ଫୋନ କଲ ଆସିଲା। ତାଙ୍କୁ ଏୟାର ଇଣ୍ଡିଆ ପାଇଁ କ୍ରିକେଟ ଖେଳିବା ପାଇଁ ଡକରା ଥିଲା। ଏହି ଗୋଟିଏ ଘଟଣା ତାଙ୍କର ଜୀବନର ଗତିବିଧି ବଦଳାଇଦେଲା।

“UP ରେ ରହିଥିଲେ ଜୀବନ ବାସ ଛୋଟ ମୋଟ ଖେଳରେ ସରିଯାଇଥାନ୍ତା।“
Image: For Celebrities

Image: For Celebrities


ଏୟାର ଇଣ୍ଡିଆରେ ପ୍ରବୀଣ ଆମ୍ରେଙ୍କର ପ୍ରୋତ୍ସାହନା ଯୋଗୁ ଧୀରେ ଧୀରେ ରାଇନାଙ୍କର ଉନ୍ନତି ହେବାରେ ଲାଗିଲା। ୧୯୯୯ରେ ତାଙ୍କୁ ଏୟାର ଇଣ୍ଡିଆ ତରଫରୁ ୧୦,୦୦୦ ଟଙ୍କାର ବୃତ୍ତି ମିଳିବାକୁ ଲାଗିଲା।

“ଏହି ୧୦,୦୦୦ ଟଙ୍କାରୁ ମୁଁ ୮,୦୦୦ ଟଙ୍କା ଘରକୁ ପଠାଉଥିଲି। ଘର କୁ ଗୋଟେ STD କଲ ସେତେବେଳେ ଚାରି ଟଙ୍କା ଲେଖେ ପଡୁଥିଲା। ଦୁଇ ମିନିଟ ହେବା ପୂର୍ବରୁ ମୋତେ ଫୋନ ରଖିଦେବାକୁ ହୁଏ। ଏସବୁ ସଂଘର୍ଷରୁ ମୁଁ ଟଙ୍କାପଇସାର ମୂଲ୍ୟ ଶିଖିଥିଲି।

IPL ସୁରେଶ ରାଇନାଙ୍କ ପାଇଁ ଆଉ ଏକ ପରିବର୍ତ୍ତନର ମୋଡ ପ୍ରମାଣିତ ହେଇଥିଲା। ଠିକ IPL ଖେଳ ପୂର୍ବରୁ ଆଣ୍ଠୁ ଅପରେସନ ଯୋଗୁ ସେ ବେଶ ମୁଲ୍ୟବାନ ମାସ କେଇଟା ହରାଇ ଦେଇଥିଲେ।

“ଏହା ଏକ ବହୁତ କଷ୍ଟକର ସମୟ ଥିଲା। ମୁଁ ଡରୁଥିଲି ଯେ ବୋଧହୁଏ ମୋର କ୍ୟାରିଅର ବୋଧହୁଏ ସରିବାକୁ ଯାଉଛି। ସେତେବେଳେ ପୁଣି ମୁଣ୍ଡ ଉପରେ ୮୦ ଲକ୍ଷର ହୋମ ଲୋନ।“

କିନ୍ତୁ ରାଇନା ଫେରିଲେ। ଖେଳ ଜଗତରେ ପୁଣି ନାମ କଲେ। ଏପ୍ରିଲ ୨୦୧୫ରେ ସେ ଆମଷ୍ଟରଡ୍ୟାମର ଏକ ବ୍ୟାଙ୍କରେ କାର୍ଯ୍ୟରତ ଆଇଟି ପ୍ରଫେସନାଲ ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କଲେ।

“ବିବାହ କଲାପରେ ଜୀବନରେ ଦାୟିତ୍ଵବୋଧ ଓ ସ୍ଥିରତା ଆଣିଲା। ଆଗରୁ ମୁଁ ବିଶେଷ କିଛି ନ ଭାବି ଖାଲି ଖେଳୁଥିଲି। ଏବେ ପ୍ରତି କଣ୍ଟ୍ରାକ୍ଟକୁ ଭଲ ଭାବେ ବୁଝି ବିଚାରି ପରଖି ମୁଁ ଆଗକୁ ବଢୁଛି। ମୋର ସମୟ କୁ କିଭଳି ଭାବେ ଉପଯୋଗ କରିପାରିବି ସେ ବିଷୟରେ ଭାବୁଛି। ଏମିତି ଲାଗେ ଯେ କାମ ଅନେକ କିନ୍ତୁ ସମୟ ବହୁତ କମ।

ପ୍ରିୟଙ୍କା ଓ ସୁରେଶ ଅଳ୍ପ କିଛିଦିନ ତଳେ ଏକ ଶିଶୁକନ୍ୟାର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags