EDITIONS
Odia

ପଲଙ୍କର ଇତିହାସ କଥା କହୁଛି 'ଶୋଭନ’ଙ୍କ ପ୍ରଦର୍ଶନୀ

11th May 2016
Add to
Shares
0
Comments
Share This
Add to
Shares
0
Comments
Share
image


ପଲଙ୍କ କାରିଗର ଶୋଭନ କୁମାର । ବୟସ ୪୭ ବର୍ଷ । ଘର ଓଲ୍ଡ ଟାଉନ୍ ରେ । ଦୀର୍ଘ ୩୦ ବର୍ଷ ହେଲା ନିଜର ପରିଶ୍ରମ ଓ ନିଖୁଣ କାରିଗରୀରେ ଲୋକଙ୍କ ମନ ଜିଣି ଚାଲିଛନ୍ତି ସେ । ସମୟ ଥିଲା ଯୌତୁକରେ କନ୍ୟାଘର ପକ୍ଷରୁ ଆସୁଥିବା ପଲଙ୍କକୁ ଦେଖି ଜାଣି ହେଉଥିଲା ବୋହୂ କେଉଁ ଜିଲ୍ଲାର । ଯେମିତିକି ପୁରୀ ଜିଲ୍ଲାର ପଲଙ୍କରେ ଲାଗୁଥିଲା ବାଘ ନଖ, ଗୋଡ଼ । ଗଞ୍ଜାମ ପଲଙ୍କରେ ଚକ ଲାଗୁଥିଲା, ତାହା ପୁଣି ଏମିତି ସେମିତି କାଠରେ ନୁହେଁ; ଶାଗୁଆନ୍ ରୁ ଆରମ୍ଭ କରି ଶିଶୁ, ଶାଳ, ତେନ୍ତୁଳି କାଠରେ । ସେ ପଲଙ୍କରେ କଳାର ପ୍ରତିଛବି ରହୁଥିଲା, ମଶାରୀ ଲଗାଇବା ପାଇଁ ବାଡ଼ ରହୁଥିଲା । କିନ୍ତୁ ଏବେ ବଜାରରେ ସେପରି ପଲଙ୍କ ଦେଖିବା ସ୍ୱପ୍ନ ହୋଇଗଲାଣି । ହଜିଗଲାଣି ସେହି କଳା, ପରମ୍ପରା ଓ କାରିଗରୀ । ଧିରେ ଧିରେ ନୂଆ ଟ୍ରେଣ୍ଡ୍ ପାଦ ଥାପିଲାଣି । କିନ୍ତୁ ସେହି ପୁରୁଣା ପଲଙ୍କ ଶଯ୍ୟାର ଇତିହାସକୁ ପୁଣି ଥରେ ଉଜ୍ଜୀବିତ କରିବା ପାଇଁ ଆରମ୍ଭ ହୋଇଛି ହିଷ୍ଟ୍ରି ଅଫ୍ ବେଡ୍ । ଏଭଳିି ଇତିହାସ ରଚନା କରୁଛି ଲଳିତ କଳା ଏକାଡେମି ପରିସରରେ ହେଉଥିବା ଶୋଭନଙ୍କ ଏକକ ପ୍ରଦର୍ଶନୀ।

image


ବ୍ରହ୍ମପୁର, ପୁରୀ, ପାରାଳାଖେମୁଣ୍ଡି, ରଣପୁର, ଆସ୍କା ଆଦି ବିଭିନ୍ନ ସ୍ଥାନରୁ ସେ ବହୁ ପୁରାତନ ପଲଙ୍କ ସଂଗ୍ରହ କରିଛନ୍ତି । ପଲଙ୍କ ସଂଗ୍ରହ କରିବା ସହ ତା ଉପରେ ଚିତ୍ରକଳା, ଟେରାକୋଟା, ମୂର୍ତ୍ତୀ ଆଦିକୁ ସ୍ଥାନ ଦେଇଛନ୍ତି । ସେଥିରେ ରହିଛି ବେଡ୍ ଅଫ୍ ଲଭ୍, ବେଡ୍ ଅଫ୍ ମେମୋରି, ବେଡ୍ ଅଫ୍ ପ୍ଲାର୍ଟଫର୍ମ, ବେଡ୍ ଅଫ୍ ଲିଡର, ବେଡ୍ ଅଫ୍ ନଲେଜ୍, ବେଡ୍ ଅଫ୍ ଟୁଲ୍ସ୍, ବେଡ୍ ଅଫ୍ ମନୁମେଣ୍ଟ, ବେଡ୍ ଅଫ୍ ପିସ୍ ଭଳି ଭିନ୍ନ ଭିନ୍ନ ଟେରାକୋଟା, କାଚ, ଫାଇବର, କାଠ ତିଆରି ସାମଗ୍ରୀ । ଏସବୁ ଭିତରେ କେଉଁଠି ରାଧାକୃଷ୍ଣଙ୍କ ଳୀଳା ରହିଛି ତ କେଉଁଠି ବୁଦ୍ଧଙ୍କ ଶୟନାୟନ ମୂର୍ତ୍ତୀ; ପୁଣି କେଉଁଠି ହାତୀର ଦାନ୍ତ ତ କେଉଁଠି ମନ୍ଦିର ପ୍ରତିଫଳିତ ହେଉଛି ।

image


ଏମିତି ବି ଲୋକ ଅଛନ୍ତି ଯେଉଁମାନେ ପଲଙ୍କ କିଣିବା ପାଇଁ ସକ୍ଷମ ନୁହନ୍ତି । ବାଧ୍ୟ ହୋଇ ଗଛ ତଳ କିମ୍ବା ରାସ୍ତାକଡ଼କୁ ସାହାରା ଭାବି ନିଅନ୍ତି । ସେମାନଙ୍କ ଅଭାବ ଓ ବେଦନାକୁ ମାଟିର ସାମଗ୍ରୀରେ ତିଆରି କରି ପଲଙ୍କରେ ସଜାଇଛନ୍ତି ଶୋଭନ୍, ଯାହାର ନାଁ ବେଡ୍ ଅଫ୍ ପ୍ଲାର୍ଟଫର୍ମ ରଖାଯାଇଛି । ଅନ୍ୟ ଏକ ପଲଙ୍କର ନାଁ ରହିଛି ବେଡ୍ ଅଫ୍ ନଲେଜ୍ । ସେହି ପଲଙ୍କକୁ ପାରାଳାଖେମୁଣ୍ଡିର ଜଣେ ଓକିଲଙ୍କଠାରୁ ସେ ଆଣିଛନ୍ତି । ସେ ଭାବନ୍ତି, ଓକିଲ ହେଉଛି ସିମ୍ବଲ ଅଫ୍ ଲିଡର୍ । ତେଣୁ ସେହି ପଲଙ୍କରେ ଓକିଲମାନଙ୍କର ଆଇନ ବହି ରଖାଯାଇଛି । ତାଛଡ଼ା ନିଜର ପୁରୁଣା ସ୍ମୃତିକୁ ମନେ ପକାଇବା ପାଇଁ ସେହି ପଲଙ୍କରେ ସାଇତିଛନ୍ତି ବିଭିନ୍ନ ପ୍ରକାର ବହି, ହାତ ତିଆରି ସାମଗ୍ରୀ ।

ଶୋଭନଙ୍କ କହିବାନୁସାରେ, ଏଠାରେ ଶହେ ବର୍ଷର ପୁରୁଣା ପଲଙ୍କ ପ୍ରଦର୍ଶିତ ହେଉଛି । ଏଥିରେ ରହିଛି ଓଡ଼ିଶାର କଳା, କୌଶଳ, ଯାହା ବର୍ତ୍ତମାନର ପଲଙ୍କରେ ନାହିଁ । ଆମ ପରେ ଯେଉଁ ପିଢ଼ି ଆସିବେ ମୁଁ ସେମାନଙ୍କ ପାଇଁ ଏହାକୁ ସାଇତି ରଖିଛି । ସେ ଜାଣନ୍ତି ପଲଙ୍କ ହେଉଛି ମଣିଷର ସୁଖ ଦୁଃଖର ସାଥୀ, ମନୁଷ୍ୟ ଜୀବନର ଏକ ଅଂଶବିଶେଷ ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags