ରାଜଧାନୀରେ ଖୋଲିବ MUSICAL ଫୁଡ୍ କୋର୍ଟ

 ରାଜଧାନୀରେ ଖୋଲିବ MUSICAL  ଫୁଡ୍ କୋର୍ଟ

Tuesday March 29, 2016,

3 min Read

ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ପୁଣି ଏକ ନୂଆ ପରିକଳ୍ପନା । ଏଥର ମୁ୍ୟଜିକାଲ ଫୁଡକୋର୍ଟ ଖୋଲିବା ପାଇଁ ଯୋଜନା ହୋଇଛି । ସହରବାସୀଙ୍କ ଜୀବନ ଶୈଳୀକୁ ଆହୁରି ସ୍ମାର୍ଟ କରିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଏଭଳି ପ୍ରସ୍ତାବ ଆଣିଛି । ଏଥିପାଇଁ ଦେଶର ଅନ୍ୟ ମେଟ୍ରୋ ସିଟି ଓ ବିଦେଶୀ ଢାଞ୍ଚାରେ ଭୁବନେଶ୍ୱରରେ ଅତ୍ୟାଧୁନିକ ସ୍ମାର୍ଟ ଫୁଡ୍ କୋର୍ଟ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମୁ୍ୟଜିକାଲ ଫୁଡ୍ କୋର୍ଟରେ ବିଭିନ୍ନ ଦେଶୀ ଓ ବିଦେଶୀ ମେନୁ୍ର ଉପଲବ୍ଧ ହେବ । ପୂରା ମୁ୍ୟଜିକ୍ ଓ ବ୍ୟାଣ୍ଡର ମାହୋଲ ଭିତରେ ଲୋକଙ୍କୁ ଖାଦ୍ୟ ପରଷାଯିବ ।

image


ବିଏମ୍ ସି ପକ୍ଷରୁ ପ୍ରସ୍ତାବିତ ଫୁଡ୍ କୋର୍ଟରେ ବିଭିନ୍ନ କମ୍ପାନୀର ନାମୀଦାମୀ ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ବିକ୍ରି ହେବ । ଏଠାରେ ଖାଲି ହାଇଫାଇ ଓ ବିଦେଶୀ ଖାଦ୍ୟ ନୁହେଁ ଓଡ଼ିଶାର ପାରମ୍ପରିକ ଦେଶୀ ଖାଦ୍ୟ ମଧ୍ୟ ମିଳିବ । ଖାଲି ସେତିକି ନୁହେଁ, ରାସ୍ତାକଡ଼ର ଚଟପଟା ଖାଦ୍ୟକୁ ମଧ୍ୟ ଏଠାକାର ମେନୁ୍ରେ ସ୍ଥାନିତ କରାଯିବ ।

image


ଦିନରେ ନୁହେଁ ଅପରାହ୍ନରେ ଏହି ଫୁଡ୍ କୋର୍ଟ ଖୋଲିବ । ରାତି ୧୦ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ବିଭିନ୍ନ କିସମର ଖାଦ୍ୟ ସହ ଏଠାରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହା ସମସ୍ତଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣି ଦେବ । ତେବେ ଏଠାରେ ନାଚଗୀତ ଭଳି ମଜାମସ୍ତିକୁ ସୀମିତ କରାଯିବ । କେବଳ ସୁମଧୁର ଗୀତ ପରିବେଷଣ କରି ଶାନ୍ତିର ପରିବେଶରେ ଲୋକଙ୍କୁ ଖାଦ୍ୟ ପରଷାଯିବ । ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ କିଛି ଖର୍ଚ୍ଚ ପଡ଼ିବନି । କେବଳ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡିବ । ପ୍ରତି ଥର ନୂଆ କଳାକାର ଓ ଗ୍ରୁପମାନଙ୍କୁ ଏଠାରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ସୁଯୋଗ ଦିଆଯିବ । ଶନିବାର ଓ ରବିବାର ମଧ୍ୟ ଫୁଡ୍ କୋର୍ଡ ଖୋଲାଯିବ । ଏହି ମୁ୍ୟଜିକାଲ ଫୁଡ୍ କୋର୍ଟକୁ ବିଦେଶ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଡେଷ୍ଟିନେସନରେ ପରିଣତ କରିବାକୁ ବିଏମ୍ସି ପକ୍ଷରୁ ପ୍ଲାନ୍ ହୋଇଛି ।

image


ୟୁନିଟ୍-୩ ସ୍ଥିତ ଏକାମ୍ର ହାଟ, ଖଣ୍ଡଗିରି, ମାର୍କେଟ ବିଲ୍ଡିଂ ଓ ଇନ୍ ଫୋସିଟି ଅଞ୍ଚଳର କୌଣସି ଏକ ଜାଗାରେ ଏହି ମୁ୍ୟଜିକାଲ ଫୁଡ୍ କୋର୍ଟ କରିବାକୁ ଜାଗା ଚୟନ ଚାଲିଛି । ବିଏମ୍ ସି କମିଶନର ଡ. କ୍ରିଷନ କୁମାର ଏ ବିଷୟରେ କହିଛନ୍ତି, 

ଭୁବନେଶ୍ୱରବାସୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇ ଦେବା ଓ ଏକ ସ୍ମାର୍ଟ ଜୀବନଶୈଳୀ ଦେବା ଉଦେ୍ଦଶ୍ୟରେ ମୁ୍ୟଜିକାଲ ଫୁଡକୋର୍ଟ ଖୋଲିବାକୁ ବିଏମ୍ ସି ପ୍ରୟାସ କରୁଛିି । ଏଥିପାଇଁ ଏକାମ୍ର ହାଟ, ଖଣ୍ଡଗିରି, ମାର୍କେଟ ବିଲ୍ଡିଂ ଓ ଇନଫୋସିଟି ସମେତ ୫ଟି ଜାଗା ନଜରରେ ରହିଛି । ଏହି ୫ଟି ଜାଗା ଭିତରୁ ସର୍ବୋତ୍କୃଷ୍ଟ ଜାଗା ଚୟନ କରି ଫୁଡ୍ କୋର୍ଟ ଖୋଲାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଓ ଖୁବଶୀଘ୍ର ଏଥିପାଇଁ ସରକାରୀ ସ୍ତରରେ ଘୋଷଣା ହେବ ।
image


ସେହିପରି ରାଜଧାନୀରେ କେବଳ ମୁ୍ୟଜିକାଲ ଫୁଡ କୋର୍ଟ ନୁହେଁ ବିଦେଶ ଢାଞ୍ଚାରେ ନାଇଟ୍ ମାର୍କେଟ ବା ରାତିରେ ବଜାର ଖୋଲିବାକୁ ଯୋଜନା କରିଛି ବିଏମ୍ ସି । ରାତି ସାରା ଏହି ମାର୍କେଟ ଖୋଲି ରହିବ । ସନ୍ଧ୍ୟାରୁ ଆରମ୍ଭ ହୋଇ ସକାଳ ଯାଏ ମାର୍କେଟ ଚାଲିବ । ତେବେ କେଉଁଠି ଏହି ନାଇଟ୍ ମାର୍କେଟ୍ ବସିବ ସେଥିପାଇଁ ଲୋକଙ୍କଠାରୁ ସୋସିଆଲ ମିଡିଆରେ ମତ ସଂଗ୍ରହ ଅଭିଯାନ ଚାଲିଛି । ମାରାକେଚ୍, କାନାଡା, ଥାଇଲାଣ୍ଡ, ଲାଓସ୍, ଗୋଆ ଓ ସିଙ୍ଗାପୁର ଭଳି ସ୍ଥାନରେ ନାଇଟ୍ ମାର୍କେଟ ବେଶ୍ ଲୋକପ୍ରିୟ । ଏଠାରେ ବିଭିନ୍ନ ଖାଦ୍ୟସାମଗ୍ରୀଠାରୁ ନେଇ ହସ୍ତତନ୍ତ୍ର ସାମଗ୍ରୀ ଓ ଅନ୍ୟ କିଣାକିଣି ସାମଗ୍ରୀର ପସରା ମେଲିବ । ପ୍ରସ୍ତାବିତ ନାଇଟ୍ ମାର୍କେଟ୍ରେ ସି ଫୁଡ୍ ବିକ୍ରି ଠାରୁ ନେଇ ବିଭିନ୍ନ ଦେଶୀ ଓ ବିଦେଶୀ ଖାଦ୍ୟ ସାମଗ୍ରୀ, ଓପନ ବାର୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନ ରହିବ । ଲୋକଙ୍କୁ ସ୍ମାର୍ଟ ସିଟିର ଝଲକ୍ ଦେବା ଓ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏହି ନାଇଟ୍ ମାର୍କେଟ ଖୋଲିବା ପଛର ମୁଖ୍ୟ ଉଦେ୍ଦଶ୍ୟ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ବିଏମ୍ ସି କମିଶନର ଡ. କ୍ରିଷନ କୁମାର ନାଇଟ୍ ମାର୍କେଟ ଖୋଲିବା ବିଷୟରେ କହିଛନ୍ତି ନାଇଟ୍ ମାର୍କେଟ ଖୋଲିବାକୁ ଯୋଜନା ଚାଲିଛି । ଲୋକଙ୍କଠାରୁ ମତ ସଂଗ୍ରହ ପରେ ଆମେ ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦେବୁ ।