EDITIONS
Odia

ଅପେକ୍ଷା କରି ଥକିଲେ, ଶେଷରେ ଗାଁ ଲୋକେ ନିଜେ ବସ୍ କିଣି ଛୁଆଙ୍କୁ ସ୍କୁଲ ପଠାଇଲେ

12th Jul 2016
Add to
Shares
0
Comments
Share This
Add to
Shares
0
Comments
Share

ସକାରାତ୍ମକ ଅରାଜକତାର ଅନେକ ଦୃଷ୍ଟାନ୍ତ ଆମେ ଦେଖିଆସିଛୁ। ଗତବର୍ଷ ହରିୟାଣାର ଦୁଇଟି ବିଚ୍ଛିନ୍ନାଞ୍ଚଳରେ ଥିବା ଗାଁ ଅଲିକା ଓ ପଣିହାରୀର କଥା ତ ମନେ ଥିବ। ସେମାନେ କେତେ ଦଶନ୍ଧି ଧରି ସରକାରୀ ଅବହେଳାର ଶିକାର ହେଲାପରେ ଦିନେ ନିଜେ କମର ଭିଡ଼ି ନିଜ ଗାଁ ପାଇଁ ସେତୁ ତିଆରି କଲେ ଓ ସେ ସେତୁରେ ରାଜନେତା ମାନଙ୍କର ପାଦ ଦେବା ମଧ୍ୟ ନିଷେଧ କଲେ।

Representational image; Source – <a href=

Representational image; Source –

Peace Gospela12bc34de56fgmedium"/>

ସେହି ହରିୟାଣା ଠାରୁ ବେଶି ଦୂରରେ ନଥିବା ଭାରତର ଆଉ ଏକ ଗାଁ ଆଜି ପୁଣି ଏକତା ଓ ସାମୁହିକ ସଂଘର୍ଷରେ ଥିବା ଅପାର ଶକ୍ତିକୁ ପ୍ରମାଣ କରି ଦେଖାଇଛି। ଶୀକର, ରାଜସ୍ଥାନର ଗାଁ ହମୀରପୁରାର ଲୋକେ ନିଜେ ଚାନ୍ଦା ଏକାଠି କରି ଏକ ବସ୍ କିଣି ସେଠାରେ ଥିବା ସରକାରୀ ସ୍କୁଲକୁ ଦାନ କରିଛନ୍ତି ଯେଉଁଥିରେ ତାଙ୍କ ଛୁଆପିଲା ମାନେ ଦୂରଦୂରାନ୍ତରୁ ମଧ୍ୟ ସ୍କୁଲକୁ ସ୍ଵଚ୍ଛନ୍ଦରେ ଯିବାଆସିବା କରିପାରିବେ ଓ ସ୍କୁଲ ବନ୍ଦ କରିବେ ନାହିଁ।

IndiaTimesର ଏକ ରିପୋର୍ଟ ଅନୁଯାୟୀ ହମୀରପୁରାରେ ପାଖାପାଖି ୩ କିଲୋମିଟର ପରିଧି ମଧ୍ୟରେ ୪୫ଟି ଛୋଟ ଛୋଟ ପଲ୍ଲୀ ରହିଛି। ଏଠାରେ ରହୁଥିବା ପିଲାମାନଙ୍କ ପାଇଁ ସ୍କୁଲକୁ ଗମନାଗମନର କୌଣସି ସାଧନ ନାହିଁ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ବହୁବାର ଏ ନେଇ ଅନୁରୋଧ କରିବା ସତ୍ତ୍ୱେ କୌଣସି ଉତ୍ତର ମିଳିଲା ନାହିଁ। ତେଣୁ ଶେଷରେ ଗାଁର ବାସିନ୍ଦା ମାନେ ନିଜେ ଚାନ୍ଦା ଏକାଠି କରି ଏକ ବସ୍ କିଣିଲେ ଯେଉଁଥିରେ ତାଙ୍କ ପିଲାମାନେ ଶହିଦ ରାଜେନ୍ଦ୍ର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯିବାଆସିବା କରିପାରିବେ।

ଏପରି ଏକ ଦୁର୍ଲଭ ଜୟକୁ ନେଇ ପ୍ରାକ୍ତନ ସୈନିକ ଓ ବର୍ତ୍ତମାନ ହମୀରପୁରାର ସରପଞ୍ଚ, ରତନ ସିଂ ଶେଖାଵତ The Times of India କୁ କୁହନ୍ତି, 

ଏହି ବସ ଯୋଗୁଁ ବର୍ତ୍ତମାନ କାଣ୍ଟେବା, ମାନସିଆ ଓ ଯଶରାସର ଭଳି ଗାଁ ଯାହା କି ସ୍କୁଲ ଠାରୁ ୫-୭ କିମି ଦୂର, ସେଠାକାର ଛୁଆମାନେ ମଧ୍ୟ ଏହି ସ୍କୁଲ ଆସିପାରିବେ। ପୂର୍ବରୁ ସେମାନେ ୨-୩ଟି ରୁମରେ ଚାଲୁଥିବା ପ୍ରାଇଭେଟ ସ୍କୁଲ ଗୁଡିକୁ ଯିବାପାଇଁ ବାଧ୍ୟ ହେଉଥିଲେ। 
Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags