EDITIONS
Odia

ଶ୍ରୁତି: କୋର୍ଟରେ ଚା ବିକାଳୀଙ୍କ ଝିଅରୁ ବିଚାରପତି

5th Jan 2016
Add to
Shares
0
Comments
Share This
Add to
Shares
0
Comments
Share

ଶ୍ରୁତିଙ୍କ କାହାଣୀ କେଉଁ ସିନେମା ଠାରୁ କମ ରୋମାଞ୍ଚକର ନୁହେଁ। ପଞ୍ଜାବ ରାଜ୍ୟର ଜଲନ୍ଧର ନିବାସୀ ୨୩ ବର୍ଷୀୟା ନିଜ ପ୍ରଥମ ପ୍ରଚେଷ୍ଟାରେ ପଞ୍ଜାବ ନ୍ୟାୟିକ ସେବା(Punjab Civil Services (Judicial) ପରୀକ୍ଷା ରେ କୃତକାର୍ଯ୍ୟ ହେଇଛନ୍ତି। ଗୋଟିଏ ବର୍ଷର ତାଲିମ ପରେ ସେ ଜଲନ୍ଧର କୋର୍ଟରେ ବିଚାରପତି ଭାବେ ଅବସ୍ଥାପିତ ହେବେ।

image


ଆପଣଙ୍କ ମନକୁ ପ୍ରଶ୍ନ ଆସୁଥାଇପାରେ ଏ ସଫଳତା ଏତେ ମହତ୍ଵପୂର୍ଣ କାହିଁକି। ଶ୍ରୁତିଙ୍କ ପାରିବାରିକ ପରିସ୍ଥିତିକୁ ବିଚାର କଲେ ଏହାର ଗୁରୁତ୍ଵ ବୁଝିହେବ। ତାଙ୍କ ବାପା ସୁରିନ୍ଦର କୁମାର ଜଣେ ଚା ବିକାଳି। ଆଉ ତାଙ୍କ ସାରା ଜୀବନ କଟି ଯାଇଛି କୋର୍ଟ ପରିସରରେ ଚା ବିକି ବିକି। ସୁରିନ୍ଦର କେବେ ସ୍ଵପ୍ନରେ ବି ଭାବି ନଥିଲେ ଯେ ତାଙ୍କ ଝିଅ ସେହି କୋର୍ଟରେ ବିଚାରପତି ଭାବେ କାମ କରିବାର ସୁଯୋଗ ଅର୍ଜନ କରିବ ଯେଉଁଠି ତାଙ୍କର ସାରା ଜୀବନ ଚା ବିକିବାରେ କଟି ଯାଇଛି।

ଗୁରୁ ନାନକ ଦେବ କଲେଜରୁ ଆଇନରେ ସ୍ନାତକ ଶିକ୍ଷା ଶେଷ କଲା ପରେ ଶ୍ରୁତି ପଞ୍ଜାବ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ କରିଥିଲେ। ନିଜ ସଫଳତା ଉପରେ ମତ ଦେଇ ଶ୍ରୁତି କୁହନ୍ତି, "ମୂଳରୁ ଆଇନ ପେଷା ପ୍ରତି ମୋର ଦୁର୍ବଳତା ଥିଲା। ମୁଁ ଜଣେ ବିଚାରପତି ହେବାକୁ ଚାହୁଁଥିଲି। ସେଥିପାଇଁ ମୁଁ ନ୍ୟାୟିକ ପରୀକ୍ଷା ଦେଲି ଓ ସେଥିରେ ମୁଁ ଅନୁସୂଚିତ ଜାତି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲି।”

ମୂଳ ଲେଖା - Think Change India

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags