EDITIONS
Odia

ଗରିବ ଚାଷୀଙ୍କ ପାଇଁ ବଂଚିବାର ନୂଆ ରାହା ଭୁଙ୍ଗରୁ

28th Oct 2015
Add to
Shares
4
Comments
Share This
Add to
Shares
4
Comments
Share

ଜମିରେ ପାଣି ନାହିଁ ବିଲ ଫାଟି ଆଁ କଲାଣି । ଗତ ବର୍ଷ ଠାରୁ ଏ ବର୍ଷ କମ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ଘୋଷଣା କରିଛି । ମୌସୁମି ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ । ସ୍ୱଳ୍ପ ବୃଷ୍ଟିପାତ ଏବଂ ଜଳର ଅଭାବ ଏକ ପ୍ରକାର ମରୁଡିର ଆଭାସ ଦେଲାଣି । ଏହିଭଳି ଦୁଃସ୍ଥିତିରେ ଭାରତର ଦୁଇଟି ଉତ୍ତପ୍ତ ରାଜ୍ୟ ଭାବେ ଗଣାଯାଉଥିବା ଗୁଜୁରାଟ ରାଜସ୍ଥାନର ଚାଷୀମାନଙ୍କ ସମସ୍ୟାକୁ ଆହୁରି ଦ୍ଵିଗୁଣିତ କରିଛି ।

ତୃପ୍ତି ଜୈନ୍ ପେଷାରେ ଜଣେ ଦକ୍ଷ ପରିବେଶ ଇଂଜିନିୟର ତଥା ରକଫେଲର ଫାଉଣ୍ଡେସନ ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ଫେଲୋସିପ ପାଇଥିବା ବ୍ୟକ୍ତି । ସେ ଗୁଜୁରାଟ ଏବଂ ରାଜସ୍ଥାନର ଚାଷିମାନଙ୍କ ସୁଖଦୁଃଖରେ ସଦା ସର୍ବଦା ଜଡିତ ରହୁଥିଲେ। ଚାଷୀ ଜମିରେ ପାଣି ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଦୃଶ୍ୟକୁ ସେ ଅତି ନିକଟରୁ ଦେଖିଥିଲେ । କେତେବେଳେ ସ୍ୱଳ୍ପ ବୃଷ୍ଟିପାତ ସାଙ୍ଗକୁ ପ୍ରଚଣ୍ଡ ଖରା ତ କେବେ କାଳ ବୈଶାଖୀର ତାଣ୍ଡବ ଲୀଳା ଚାଷୀ କୂଳକୁ ହତାଶ କରୁଥିଲା । ବର୍ଷା ଜଳକୁ ଚାତକ ପରି ଚାହିଁ ରହିଥିବା ଚାଷୀ ଆବଶ୍ୟକ ମୁତାବକ ଜଳ ନ ପାଇ ମରୁଡିର ସମ୍ମୁଖିନ ହେଉଥିଲା । ଜଳର ସମସ୍ୟାକୁ ନେଇ ଉପୁଜୁଥିବା କଷ୍ଟ ଶ୍ରୀମତି ଜୈନକୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା । ଆଉ ସେଥିପାଇଁ ନିଜ ଅଞ୍ଚଳବାସୀଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ନେଇ ସେ ଆଗେଇ ଆସିଥିଲେ । ନିଜ ସଂସ୍ଥା ନୈରୀତାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ପ୍ରଥମେ ସେ ଚାଷୀମାନଙ୍କ ପାଖକୁ ଯାଇ ନୈରୀତା ବିଷୟରେ ବୁଝାଇଲେ ।

image


ନୈରୀତା ନଅ ଜଣ କୁଶଳୀ କାରିଗରଙ୍କୁ ନେଇ ଭୁଙ୍ଗରୁ ନାମକ ଜଳ ସୁପରିଚାଳନା ଯନ୍ତ୍ର ଉଦ୍ଭାବନ କରିଛି । ଏହାର କାର୍ଯ୍ୟନିର୍ବାହୀ ଟିମର ମୁଖ୍ୟ ହେଉଛନ୍ତି ବିକଳ୍ପ କେତନ ପଲ ଯିଏକି NSPL ଓ ଅଶୋକା ଫର୍ଟିଲାଇଜରର ନିର୍ଦ୍ଧେଶକ। ନୈରୀତା ଟିମରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି । ଏହି ଟିମରେ କାର୍ଯ୍ୟ କରୁଥିବା ପାଖାପାଖି ୨୩ ମହିଳା ସ୍ୱେଚ୍ଛାସେବୀ ଭୁଙ୍ଗରୁ ପାଇଁ UNFCCC Momentum for Change ପୁରସ୍କାର ପାଇଛନ୍ତିା ନୈରୀତା ଭାରତର ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣଟକ, ପଶ୍ଚିମବଙ୍ଗ, ଗୁଜୁରାଟ ଆଦି ରାଜ୍ୟରେ କାର୍ଯ୍ୟ କରୁଛି । ଏହି ସବୁ ରାଜ୍ୟ ବ୍ୟତୀତ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣାରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛିା

image


image


ୟୁଏନଇପି ଏବଂ ଆଇଏଫଏଡି ଦ୍ୱାରା ୨୦୧୩ ମସିହାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ଭାରତକୁ କ୍ଷୁଦ୍ର ଉଦ୍ୟୋଗ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପ୍ରତି ଗୁରୁତ୍ତ୍ଵ ଦେବାକୁ ସୂଚାଯାଇଥିଲା । ଯାହା ସୁଚାଇ ଦେଉଥିଲା କ୍ଷୁଦ୍ର ଉଦ୍ୟୋଗ ଉପରେ ପୃଥିବୀର ପ୍ରାୟ ୪୦ ପ୍ରତିଶତ ବା ୫୦୦ ମିଲିଅନ ଚାଷୀ ନିର୍ଭରଶୀଳ । ପୃଥିବୀରେ କ୍ଷୁଦ୍ରଚାଷୀମାନେ ୮୦ ପ୍ରତିଶତ ଖାଦ୍ୟଶସ୍ୟ ଯୋଗାଉଛଛି ।

ଚାଷକୁ ବଞ୍ଚିବାର ମାନଦଣ୍ଡ ଭାବେ ଆଦରି ନେଇଥିବା ଗୁଜୁରାଟ, ରାଜସ୍ଥାନର ଛୋଟ ବଡ ଚାଷୀ ପରିବାର ଅନେକ ସମୟରେ ଜଳ ଅଭାବ ଯୋଗୁ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବର୍ଷ ଯାକର ଖାଦ୍ୟ ଯୋଗାଉଥିବା ଶସ୍ୟ କ୍ଷେତ ଯେତେବେଳେ ଉଜୁଡି ଯାଏ ସେତେବେଳେ ଭାଳେଣୀ ପଡେ ଚାଷିକୂଳରେ । ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସେମାନେ ହୋଇପଡନ୍ତି ଦୁର୍ବଳ ।

ତେବେ ଏହିଭଳି ସମସ୍ୟାକୁ ସମୂଳେ ନାଶ କରି ଗରିବ ଚାଷୀ ମୁହଁରେ ହସ ଫୁଟାଇବା ଲକ୍ଷ୍ୟ ନେଇ ଆଗେଇ ଆସିଛି ନୈରୀତା । ଜାତୀର ପିତା ମହାତ୍ମା ଗାନ୍ଧିଙ୍କ ଆହ୍ୱାନ କ୍ରମେ ଅନ୍ତୋଦ୍ୟୋୟର କାର୍ଯ୍ୟ ଧାରାକୁ ବଜାୟ ରଖିବା ପାଇଁ ଶପଥ ନେଇଛି ନୈରୀତା ।

ତେବେ ଏଠି ମନରେ ପ୍ରଶ୍ନ ଆସେ ଭୁଙ୍ଗରୁ କଣ?

ଭୁଙ୍ଗରୁ ହେଉଛି ଏକ ବୈଷୟିକ ପ୍ରକ୍ରିୟା (ଟେକନିକାଲ ପ୍ରୋସେସ) ଯାହା ସାହାଯ୍ୟରେ କ୍ଷୁଦ୍ର ଚାଷୀମାନେ ଗ୍ରୀଷ୍ମ ବା ଶୀତ ମାସ ଗୁଡିକରେ ଦେଖା ଦେଉଥିବା ଜଳର ଅଭାବକୁ ଦୂରକରିବାରେ ଅନେକ ସଫଳ ହୋଇଥାନ୍ତି । ଏହା ଆବଶ୍ୟକ ଜଳକୁ ଏକ କୂପରେ ଗଚ୍ଛିତ ରଖିଥାଏ । ପ୍ରତି ୟୁନିଟ ଭୁଙ୍ଗରୁର ମୂଲ୍ୟ ୯ ଲକ୍ଷ ଟଙ୍କା । ଏହା ମୌସୁମୀ ଓ ଶୀତ ଋତୁରେ ପାଖାପାଖି ୨୧ ଏକର ଜମିକୁ ଜଳସେଚିତ କରିବାର କ୍ଷମତା ରଖିଥାଏ । ଏବଂ ସବୁଠାରୁ ଗରୁତ୍ତ୍ଵପୂର୍ଣ୍ଣ କଥା ହେଉଛି ଗୋଟିଏ ଭୁଙ୍ଗ୍ରୋ ୟୁନିଟ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାର କ୍ଷମତା ରଖିଥାଏ ।

image


ଶ୍ରୀମତି ଜୈନ୍ କହିବା ଅନୁଯୟୀ ଭୁଙ୍ଗରୁ ସଫଳ କାର୍ଯ୍ୟକାରିତା ବିଷୟରେ ମୁଁ ଯେତେବେଳେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପାଣି ମାଫିଆଙ୍କ ଭଳି ଏହା ଆଉ ଏକ ଠକ ସଂସ୍ଥା ବେଲି ଭାବୁଥିଲେ । ସମୟ କ୍ରମେ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବାରୁ ଏହାର ଉପକାରିତା ବିଷୟରେ ଜାଣିଲେ । ପ୍ରଥମେ ପାଞ୍ଚ ଜଣ ମହିଳା ଚୁକ୍ତିପତ୍ର ସ୍ୱାକ୍ଷର କରି ଭୁଙ୍ଗରୁର ବ୍ୟବହାର କରିଥିଲେ । ହେଲେ ବର୍ତ୍ତମାନ ଭୁଙ୍ଗରୁ ଉପରେ ପ୍ରାୟ ୩୦ରୁ ୪୦ ପରିବାର ନିର୍ଭର କରି ଏହାର ସୁଫଳ ପାଇପାରୁଛନ୍ତି ଓ ବେଶ ଦି’ପଇସା ଉପାର୍ଜନ କରୁଛନ୍ତି । ଏହାକୁ ଆପଣେଇବା ଫଳରେ ସେମାନଙ୍କ ବାର୍ଷିକ ଆୟରେ ପରିବର୍ତ୍ତନ ଆସିଛି । ପୂର୍ବରୁ ଯେଉଁମାନଙ୍କ ଏକର ପିଛା ୮୦୦୦ ଟଙ୍କା ଆୟ ଥିଲା ଏବେ ତାହା ବୃଦ୍ଧି ପାଇ ୨୫,୦୦୦ ଟଙ୍କାରେ ପହଂଚିଛି । ଆଉ ଯେଉଁମାନଙ୍କ ବାର୍ଷିକ ଆୟ ପୂର୍ବରୁ ୧୨,୦୦୦ ଟଙ୍କାରେ ସୀମିତ ଥିଲା ଏବେ ତାହା ୩୮,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଯାହା ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆଣିପାରିଛି ।

ପରିବେଶକୁ ଭିତ୍ତିକରି ନୈରୀତା ଭୁଙ୍ଗରୁ ଡିଜାଇନରେ ପରିବର୍ତ୍ତନ କରିଥାଏ । ବର୍ତ୍ତମାନ ନୈରୀତା ପାଖରେ ୧୨ଟି ପରିବେଶ ବୈଶିଷ୍ଟ୍ୟଯୁକ୍ତ ନୂତନ ଧରଣର ଭୁଙ୍ଗରୁ ଡିଜାଇନ ରହିଛି । ଯାହା ୩୧୧ ମିଲିମିଟର ବର୍ଷା ହେଉଥିବା ମରୁଭୂମି ଅଂଚଳ ଏବଂ ୧୮୦୦ ମିଲିମିଟର ବର୍ଷାପ୍ରବଣ ଅଂଚଳରେ କାର୍ଯ୍ୟ କରିବାର କ୍ଷମତା ରଖିଥାଏ ।

ଭୁଙ୍ଗରୁର ଏହି ସଫଳତା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ୧୨ଟି ରାଜ୍ୟର ଆଇନ ପ୍ରଣେତାଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛି । ନିକଟ ଅତୀତରେ ଏହା ଆମ ପାର୍ଲିଆମେଣ୍ଟରେ ଚର୍ଚ୍ଚା ହୋଇ ନୀତି ଆୟୋଗର ଧ୍ୟାନ ଆକର୍ଷଣ କରିଛି । ଭୁଙ୍ଗରୁକୁ ଆମ ଦେଶରେ ଏକ ବୈପ୍ଳବିକ ରୂପ ଦେବା ସଙ୍ଗେ ସଙ୍ଗେ ସାର୍କ ଦେଶ ତଥା ବିଶ୍ୱ ପ୍ରସାରି କରିବାପାଇଁ ନୈରୀତା ଲକ୍ଷ୍ୟ ରଖିଛି ।

Add to
Shares
4
Comments
Share This
Add to
Shares
4
Comments
Share
Report an issue
Authors

Related Tags