EDITIONS
Odia

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ- Punam Flutes ଓ ସୁଭାଷ ଠାକୁରଙ୍କ ସଫଳତାର କାହାଣୀ

7th Mar 2016
Add to
Shares
0
Comments
Share This
Add to
Shares
0
Comments
Share
image


କଳା ବା ନିଶା ଯେବେ ପେଶା ହୋଇ ଯାଏ ସେତେବେଳେ କଳାକାର ନିଜ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଉପକରଣ ବା ସାଜ ଖୋଜିଥାଏ। ଆଉ ଯଦି ତାହା ସେ ନପାଏ, ତାହାଲେ କଣ କରେ? ହୁଏତ ଦୁଃଖୀ ହୁଏ , ଅଭିଯୋଗର ଫର୍ଦ୍ଦ ବାଢେ ଅବା ଅଧିକ ମୂଲ୍ୟ ଦେଇ ଠିକ ସାଜ କିଣିବାକୁ ପ୍ରସ୍ତୁତ ହୁଏ। 

ହେଲେ ପେଷାଦାର ବଂଶୀ ବାଦକ ସୁଭାଷ ଠାକୁର ହେଉଛନ୍ତି ଏହାର ବ୍ୟତିକ୍ରମ। ଯେତେବେଳେ ସେ ପେଷାଦାର ବଂଶୀବାଦକ ଭାବେ କାମ କରିବାକୁ ଆରମ୍ଭ କଲେ, ବଜାରରୁ ଉନ୍ନତ ମାନର ବଂଶୀ ପାଇଲେ ନାହିଁ। ଏକା ସୁଭାଷ ଯେ ଏହି ଅସୁବିଧା ଭୋଗୁଥିଲେ ସେମିତି ନୁହେଁ, ଅନ୍ୟ ବଂଶୀବାଦକ ମାନଙ୍କର ମଧ୍ୟ ସମାନ ଅଭିଯୋଗ ଥିଲା। ସୁଭାଷ ନିଜ ଆବଶ୍ୟକତା ପୂରଣ ପାଇଁ ଆରମ୍ଭ କଲେ ବଂଶୀ ତିଆରି ଆଉ ସେହି ଠାରୁ ହିଁ ମୂଳଦୁଆ ପଡିଲା ଅଭିନବ ବ୍ୟବସାୟିକ ପ୍ରୟାସ Punam Flutesର। ଆଜି ସୁଭାଷଙ୍କ ପ୍ରସ୍ତୁତ ବଂଶୀରେ ଦେଶ ଓ ଦେଶ ବାହାରେ ସୁର ମୂର୍ଚ୍ଛନା ତୋଳୁଛନ୍ତି ପଣ୍ଡିତ ହରି ପ୍ରସାଦ ଚୌରାଶିୟାଙ୍କ ପରି ଅନେକ ଦିଗ୍ଗଜ।

image


ସୁଭାଷ ହେଉଛନ୍ତି ଉସ୍ତାଦ ଫହୀମୁଲ୍ଲା ଖାନଙ୍କ ଶିଷ୍ୟ। ୧୯୮୮ମସିହାରେ ତାଙ୍କ ଠାରୁ ସୁଭାଷ ଶିଖିଥିଲେ ବଂଶୀ ବାଦନ। ଏହାପରେ ସଙ୍ଗୀତରେ ସେ ସ୍ନାତକୋତ୍ତର କଲେ ଓ ଆକାଶବାଣୀ ପାଟନାରେ ସୀକୃତିପ୍ରାପ୍ତ କଳାକାର ଭାବେ କାମ କରିବା ଆରମ୍ଭ କଲେ। ଦିଲ୍ଲୀରେ ଜଣେ ବଂଶୀବାଦକ ଭାବେ ସରକାରୀ ଚାକିରି ପାଇବା ପରେ ସେ ଦିଲ୍ଲୀ ଚାଲି ଆସିଲେ। 

 ଏହି ସମୟର ଘଟଣାବଳୀ ବର୍ଣ୍ଣନା କରି ସୁଭାଷ କୁହନ୍ତି, 

ମୋତେ ସେବେ ଆଠ ହଜାର ଟଙ୍କା ଦରମା ମିଳୁଥିଲା। ଏହି ସମୟରେ ମୁଁ ଅନୁଭବ କଲି ଯେ ବଜାରରେ ଉନ୍ନତ ମାନର ବଂଶୀ ସୁଲଭ ମୂଲ୍ୟରେ ଉପଲବ୍ଧ ନୁହେଁ। ଭଲ ବଂଶୀର ମୂଲ୍ୟ ବହୁତ ଅଧିକ ରହୁଥିଲା କିମ୍ବା ଏହାକୁ ବହୁ କଷ୍ଟରେ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା। ସେଥିପାଇଁ ମୁଁ ନିଜେ ବଂଶୀ ତିଆରି କରିବା ଆରମ୍ଭ କଲି।

ଧୀରେ ଧୀରେ ସୁଭାଷଙ୍କ ତିଆରି ବଂଶୀର ଚାହିଦା ବଢିବାକୁ ଲାଗିଲା। ତାଙ୍କର ବର୍ତ୍ତମାନର ଗୁରୁ ପଣ୍ଡିତ ଅମରନାଥଙ୍କ ଅନେକ ଶିଷ୍ୟ ସେମାନଙ୍କ ପାଇଁ ବଂଶୀ ତିଆରି କରିବାକୁ କହିଲେ। ଧୀରେ ଧୀରେ ସୁଭାଷ ବୁଝି ପାରିଲେ ଯେ ବଂଶୀ ତିଆରିରୁ ବଂଶୀ ବାଦନ ଅପେକ୍ଷା ଅଧିକ ପଇସା ମିଳୁଛି। ସଙ୍ଗୀତ ସାଜ ତିଆରି କରିବା ଗୋଟିଏ ଶ୍ରମ ସାପେକ୍ଷ ଓ କଳାତ୍ମକ ପ୍ରକ୍ରିୟା। ବଂଶୀ ତିଆରି ମଧ୍ୟ ଠିକ ସେହି ପରି। ଏଥିପାଇଁ ଉନ୍ନତ ମାନର ବାଉଁଶର ଆବଶ୍ୟକତା ରହିଛି। ଏହି ବାଉଁଶ କେବଳ ଉତ୍ତର ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ମିଳେ। ଥରେ ବାଉଁଶ ଆସିଗଲେ ତାକୁ ବଂଶୀ ପାଇଁ ସଜ କରିବାକୁ ତିନି ମାସ ସମୟ ଲାଗେ। ଏହାପରେ ସମ୍ପୂର୍ଣ ନିଖୁଣତାର ସହ ଏହି ବାଉଁଶ ଉପରେ କାମ କରିବାକୁ ପଡେ। ବଂଶୀର ଗୁଣବତ୍ତା ଏହାର ଛିଦ୍ର ମାନଙ୍କ ଅବସ୍ଥିତି ଓ ବ୍ୟାସାର୍ଦ୍ଧ ଉପରେ ନିର୍ଭର କରେ। ସେଥିପାଇଁ ତ ବଂଶୀ ତିଆରି କରିବା ପାଇଁ ଅଧିକ ସମୟ ଲାଗେ ଓ ବହୁ ଯତ୍ନ ସହ କାମ କରିବାକୁ ପଡେ।

ସଂଘର୍ଷର ଦିନ ସବୁ

ବଂଶୀ ତିଆରି ଆରମ୍ଭ କରିବା ଦିନ ଗୁଡିକ ସୁଭାଷଙ୍କ ପାଇଁ ଏତେ ସହଜ ନଥିଲା। ବାଉଁଶରେ ଛିଦ୍ର କରିବା ପାଇଁ ଆବଶ୍ୟକ ହେଉଥିବା ଯାନ୍ତ୍ରିକ ଉପକରଣ ସେତେବେଳେ ଏତେ ସହଜରେ ମିଳୁନଥିଲା। ଏହି ଉପକରଣକୁ ସେ ଆମେରିକାରୁ ମଗାଇଥିଲେ। ଧୀରେ ଧୀରେ ଇଣ୍ଟରନେଟର ପ୍ରସାର ତାଙ୍କ କାମକୁ ସହଜ କଲା। ନିଜ କାମ ପାଇଁ ଆବଶ୍ୟକ ଯାନ୍ତ୍ରିକ ଉପକରଣ ସେ ସହଜରେ ପାଇପାରିଲେ।

ଅନଲାଇନ ଉପସ୍ଥିତି

ଗୁରୁ ପଣ୍ଡିତ ଅମରନାଥଙ୍କ ପୁଅ ହିଁ ସୁଭାଷଙ୍କୁ ଅନଲାଇନ ମାଧ୍ୟମରେ ତାଙ୍କ ତିଆରି ବଂଶୀ ଗୁଡିକ ବିକ୍ରି କରିବା ପାଇଁ ଉପଦେଶ ଦେଇଥିଲେ ଓ ସୁଭାଷଙ୍କ ପାଇଁ ୨୦୦୪ ମସିହାରେ ଡୋମେନ ପଞ୍ଜୀକରଣ କରାଇ ୱେବସାଇଟ ତିଆରି କରି ଦେଇ ଥିଲେ। ଏହାପରେ ସୁଭାଷ ଆଉ ପଛକୁ ଫେରି ଚାହିଁ ନାହାନ୍ତି। .com ଡୋମେନ ହିଁ ଆନ୍ତର୍ଜାତୀୟ ସ୍ତରରେ ତାଙ୍କ ବଂଶୀକୁ ପହଞ୍ଚାଇବାରେ ସାହାଯ୍ୟ କରିଛି ବୋଲି ସୁଭାଷ ମତ ଦିଅନ୍ତି। ଆଜି ପ୍ରେମ ଯଉଶା ଓ ନବୀନ କୁମାରଙ୍କ ପରି ପ୍ରତିଷ୍ଠିତ କଳାକାର ମାନେ ସୁଭାଷଙ୍କ ତିଆରି ବଂଶୀ ହିଁ ବ୍ୟବହାର କରୁଛନ୍ତି।

ସୁଭାଷଙ୍କ ପତ୍ନୀ ପୁନମ ୱେବସାଇଟ ଟି କିପରି ସୋସିଆଲ ମେଡିଆରେ ଭଲ ପ୍ରଦର୍ଶନ କରିବ ତାହା ବୁଝନ୍ତି। ତାଙ୍କ ନାମ ଅନୁସାରେ ହିଁ ସୁଭାଷ ନିଜ ସଂସ୍ଥାର ନାମ Punam Flutes ରଖିଛନ୍ତି। କମ୍ପାନୀର ଗ୍ରାହକ ମାନଙ୍କ ମଧ୍ୟରୁ ୫୦ ଭାଗ ସୁଭାଷଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିବା ବେଳେ ବାକି ୫୦ ଭାଗ ଅନଲାଇନ ମାଧ୍ୟମରେ ହିଁ ତାଙ୍କ ପାଖରେ ପହଞ୍ଚନ୍ତି ବୋଲି ସୁଭାଷ କୁହନ୍ତି। ଆମେରିକା ଓ ଇଂଲଣ୍ଡରୁ ତାଙ୍କର ପାଖାପାଖି ୨୫ ପ୍ରତିଶତ ଗ୍ରାହକ ଆସିଥାନ୍ତି ବୋଲି ସୁଭାଷ ମତ ଦିଅନ୍ତି।

ମୂଳ ଲେଖା - ପୂର୍ଣ୍ଣିମା ମକରମ

ଭାଷାନ୍ତର - ପରଂବ୍ରହ୍ମ ତ୍ରିପାଠୀ

ପଢନ୍ତୁ ଆଉ କିଛି ସମ୍ବନ୍ଧିତ କାହାଣୀ

କଳା ପଛର କାହାଣୀ ବଖାଣିବାରେ ପ୍ରୟାସରତ ଗାଥା

ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲା ଦରିଆ ସୁନ୍ଦରୀଙ୍କ “ତାଳସରୀ ବେଳାଭୂମି’’

ଯାତ୍ରୀର ଚିକିତ୍ସା ପାଇଁ ଅଟୋ ବନ୍ଧକ ରଖିଲେ ଚେନ୍ନାଇ ଅଟୋ ଚାଳକ

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags