EDITIONS
Odia

ମୋ କାହାଣୀ : ଇନ୍ଦୋରର ଅବହେଳିତ ଶିଶୁମାନଙ୍କର ସ୍ଵପ୍ନ

Team Odia
20th Oct 2015
Add to
Shares
0
Comments
Share This
Add to
Shares
0
Comments
Share

ମୋତେ ୧୪ବର୍ଷ ହୋଇଥାଏ। ମୁଁ କମ୍ପ୍ୟୁଟର ଶିଖିବାକୁ ଚାହୁଁଥିଲି କିନ୍ତୁ ମା’ଙ୍କ ପାଖରେ ପଇସା ନଥିଲା। ସେତେବେଳେ ଅର୍ଥାଭାବ ହେତୁ ପିଲାମାନଙ୍କର କେତେ ଅସୁବିଧା ହୁଏ ମୁଁ ଜାଣିପାରିଥିଲି। ସେହି ସମୟରେ ହିଁ ମୁଁ ସ୍ଵାମୀ ବିବେକାନନ୍ଦ, ମହାତ୍ମାଗାନ୍ଧି ଓ ଭଗତ ସିଂଙ୍କୁ ପଢି ସମାଜସେବାର ପ୍ରେରଣା ପାଇଲି। ମୁଁ ଯେଉଁ ସୁଯୋଗରୁ ବଞ୍ଚିତ ହୋଇଥିଲି ତାହା ଅନ୍ୟ ଶିଶୁମାନଙ୍କର ନ ହେଉ ବୋଲି ଚାହିଁଲି। ମୋର ଦୃଢ ବିଶ୍ଵାସ ଥିଲା ଯେ ଅର୍ଥାଭାବ ସେମାନଙ୍କର ସ୍ଵପ୍ନରେ ବାଧା ହୋଇ ଠିଆ ହେବ ନାହିଁ। ଏହିପରି ଏକ ଗଭୀର ଆତ୍ମବିଶ୍ୱାସ ଓ ପ୍ରେରଣାକୁ ପୁଞ୍ଜିକରି ଆମଦେଶର ଅବହେଳିତ ଶିଶୁମାନଙ୍କର ଶିକ୍ଷା ପାଇଁ ମୁଁ ଗୋଲଡେନ ବାର୍ଡ ଫାଉଣ୍ଡେସନ ନାମରେ ଏକ ଏନଜିଓ ଗଠନ କଲି।

image


ଏନଜିଓ ଆରମ୍ଭ କରିବାର ଇଚ୍ଛା ମୋ ମନରେ ବଳବତୀହୋଇଥିଲା ଯେବେ ମୁଁ ଗୋଟିଏ ଅନାଥାଶ୍ରମ ଦେଖିବାକୁ ଗଲି। ତମେ ନିଜେ ଯାଇ ସେମାନଙ୍କୁ ନ ଦେଖିଲେ ସେମାନଙ୍କର ବାସ୍ତବ ସ୍ଥିତି ବିଷୟରେ କିଛିବି ଉପଲବ୍ଧି କରିପାରିବନି। ସେମାନଙ୍କୁ କେବଳ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବା ବାହାରେ , ଅଧିକ କିଛି କରିବାକୁ ମୁଁ ନିଷ୍ପତ୍ତି ନେଲି ଏବଂ ଏକ ବଡ ସଂଗଠନ ଜରିଆରେ ଗରିବ ଅବହେଳିତ ଶିଶୁଙ୍କ ନିକଟରେ ପହଞ୍ଚି ପାରିଲି।

ଏକ ଏନଜିଓ ଗଢି ତୋଳିବବାର ସ୍ଵପ୍ନ ମୋ ପାଇଁ ଏକ ଦୂରନ୍ତ ଆହ୍ଵାନ ଥିଲା। ମୋର ଏହି କଳ୍ପନା ଅନ୍ୟମାନଙ୍କୁ ଉଦ୍ଭଟ ଲାଗିବାର ଅନେକ ସମ୍ଭାବନା ଥିଲା ; ଏବଂ ଅନେକ ଲୋକ ମଧ୍ୟ ମୋର ବିଚାରକୁ ଗ୍ରହଣ କରିନଥିଲେ । ଏହା ବ୍ୟତୀତ ସଂଗଠନର ସମସ୍ତ କାଗଜପତ୍ର ଓ ଆଇନଗତ କାର୍ଯ୍ୟ ତୁଲାଇବା ମୋ ପାଇଁ କଠିନ ଥିଲା। ତଥାପି ଏସବୁ ମୋର ଦୃଢ ନିଷ୍ପତ୍ତିକୁ ଦୋହଲାଇ ପାରିନଥିଲା।

ପ୍ରାଥମିକ ସ୍ତରରେ ଏନଜିଓ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବା ମୋ ପାଇଁ ଦ୍ଵିତୀୟ ବାଧା ଭାବରେ ଛିଡ଼ା ହୋଇଥିଲା। ଆରମ୍ଭରେ ମୋର କୌଣସି ଚାକିରୀ ନ ଥିଲା କିମ୍ବା ମୋ ପରିବାର ମଧ୍ୟ ଆର୍ଥିକ ସାହାଯ୍ୟ କରିବା ଅବସ୍ଥାରେ ନ ଥିଲା। ମୋ ପାଖରେ ଏକମାତ୍ର ରାସ୍ତା ଥିଲା, ୧୫ବର୍ଷର ଜଣେ ବାଳକ ଭାବେ ମୁଁ ଯାହା କିଛି ରୋଜଗାର କରିପାରିବି ତାକୁ ନେଇ ହିଁ ଏହି ସଂସ୍ଥାକୁ ଚଳାଇବି। ଏକ ଇଣ୍ଟରନେଟ ସେବା ଯୋଗାଣକାରୀ ସଂସ୍ଥା ତିକୋଣରେ ମୁଁ ଚାକିରୀ କଲି ; ଦୁଆର ଦୁଆର ବୁଲି ବିକ୍ରୀ କରିବା ମୋର କାମ ଥିଲା। ଚାକିରୀଟି ଖୁବ ଛୋଟ ଥିଲା ଏବଂ ଏଥିରୁ ମଣିଷ କିଛି କରିପାରିବା କଥା ମଧ୍ୟ ଚିନ୍ତା କରିପାରିବ ନାହିଁ , କିନ୍ତୁ ତଥାପି ମୁଁ ଏନଜିଓ କଥା ଭାବିବା ବନ୍ଦ କରି ନ ଥିଲି ଏବଂ ତାହାହିଁ ମୋର ବିଚାରକୁ ନେଇ ଆଗକୁ ବଢିବାରେ ମୋତେ ବହୁତ ସହାୟକ ହେଲା।

ଏହି ପର୍ଯ୍ୟାୟରେ ସଠିକ ବ୍ୟକ୍ତି ଓ ସଠିକ ସମ୍ବଳସ୍ରୋତ ସହିତ ଯୋଗାଯୋଗ ରକ୍ଷା କରିବା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଦିଲ୍ଲୀର ଜଣେ ଓକିଲଙ୍କ ସହିତ ମୋରଯୋଗାଯୋଗ ହେଲା, ଯେ କି ମୋଏନଜିଓର ପଞ୍ଜୀକରଣ ତଥା କାଗଜପତ୍ର କାମରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲେ। ଅବଶ୍ୟ ଦିଲ୍ଲୀକୁ ଯିବାଆସିବା ଏବଂ ସେଠାରେ ରହିବା ଖର୍ଚ୍ଚ ସମ୍ଭାଳିବା ମୋ ପକ୍ଷରେ ସମ୍ଭବ ନ ଥିଲା। ଏ ଦିଗରେ ଓକିଲଜଣକ ମଧ୍ୟ କୌଣସି ପ୍ରକାର ସାହାଯ୍ୟ କଲେ ନାହିଁ। ମୁଁ ପୁଣି ସେହି ପୂର୍ବ ଅବସ୍ଥାକୁ ଫେରି ଆସିଲି। ଅବଶ୍ୟ ପରେ ନିଜ ସହର ଇନ୍ଦୋରରେ , ମୋ କାମ ପାଇଁ ସାହାଯ୍ୟ ଓ ସହଯୋଗ ପାଇବାରେ ସମର୍ଥ ହେଲି।

ଏହି ସଂଘର୍ଷ ଖୁବ କଠିଣ ଓ ଲମ୍ବା ଥିଲା, କିନ୍ତୁ ଏଥିରୁ ମୋତେ ସୁଫଳ ମିଳିଲା। ଦୁଇ ବର୍ଷ ପରେ ମୁଁ ଏନଜିଓର କାଗଜପତ୍ର ଠିକ କରି ପ୍ରଥମ ଅଭିଯାନ ଆରମ୍ଭ କରିବାରେ ସଫଳ ହୋଇଥିଲି।

ଆମେ କଣ କଲୁ :-

• ଆମେ ଶିଶୁମାନଙ୍କପାଇଁ ମାଗଣା କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଥିଲୁ।

• ଆମର ମହିଳା ସଶକ୍ତିକରଣ ପ୍ରକଳ୍ପ (ଆର୍ଯ୍ୟା) ମହିଳାମାନଙ୍କୁ ପୋଷାକ ତିଆରି କରି ତାକୁ ଫେସନ ସୋ ଜରିଆରେ ବିକ୍ରୀ କରିବାରେ ସହାୟତା କରିଥିଲା।

• ଲୋକଙ୍କୁ ମିଳୁନଥିବା ସ୍ଵାସ୍ଥ୍ୟସେବା ଯୋଗାଇଦେବାକୁ ସଫଳତାର ସହ ରକ୍ତଦାନ ଶିବିର ଓ ଚକ୍ଷୁ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା।

• ସାଇକେଲ ପଦଯାତ୍ରା ଜରିଆରେ ପରିବେଶ ସଚେତନତା ସୃଷ୍ଟି କରିବାରେ ଆମର ସ୍ଵତନ୍ତ୍ର ପ୍ରକଳ୍ପ (ସାଇକ୍ଳୋଥନ) ଖୁବ ସଫଳ ହୋଇ ପାରିଥିଲା।

ଭବିଷ୍ୟତରେ ଏନଜିଓ ପାଇଁ ପାଣ୍ଠି ସଂଗ୍ରହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ତଥା ଚଳିତ ବର୍ଷ ଏନଜିଓ ପଞ୍ଜୀକରଣ ଓ ଟିକସ ପରିଚାଳନା ପ୍ରମାଣପତ୍ର ଉପରେ କାମ କରିବାର ଯୋଜନା ରଖାଯାଇଛି। ଅନ୍ୟାନ୍ୟ ସଂଗଠନଗୁଡ଼ିକସହ ବ୍ୟବସାୟିକ ସାମାଜିକ ଦାୟିତ୍ଵ ପାଳନ ପାଇଁ ସହଯୋଗ ରକ୍ଷା ଏବଂ ଆୟୋଜନ ମାଧ୍ୟମରେ ଏନଜିଓର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ମଧ୍ୟ ଆମେ ପ୍ରୟାସ କରିବୁ।

ଆମର ବଳ ହେଉଛି “ସର୍ବନିମ୍ନ ବିଚାରଧାରା”। ସରଳ ନିର୍ଦ୍ଦିଷ୍ଟ ଓ ଲକ୍ଷ୍ୟଭିତ୍ତିକ ଘଟଣାବଳୀର ଆୟୋଜନ କରି ଆମେ ଗୁଣାତ୍ମକ ଫଳାଫଳ ଓ ଉତ୍ସର୍ଗୀକୃତ ସେବା ଯୋଗାଇ ଦେଇଥାଉ। ଆମେ କୌଣସି ପ୍ରକାର ଦାନ ଗ୍ରହଣ କରୁନାହୁଁ ଏବଂ ସଫଳତାର ସହ କାର୍ଯ୍ୟ କରିବାକୁ ଆମର କାର୍ଯ୍ୟକ୍ରମ ଓ ଅଭିଯାନ ଜରିଆରେ ଆମେ ପାଣ୍ଠି ସଂଗ୍ରହ କରିଥାଉ। ଆମେ ପ୍ରତିଷ୍ଠିତ ସଂସ୍ଥା ଓ କମ୍ପାନୀରୁ ହିଁ ସର୍ବୋତ୍ତମ ସାମଗ୍ରୀ ଓ ସେବା ଯୋଗାଇଦେଇଥାଉ। କାରଣ ଏଗୁଡ଼ିକର ଗୁଣାତ୍ମକ ମାନ ପ୍ରତି ବିଶେଷ ଧ୍ୟାନ ଦେଇଥାଉ।

ଯୋଗାଯୋଗ : thegoldenbirdfoundation.org

ଲେଖକ : ଆକାଶ ମିଶ୍ର

ଏହି ଲେଖାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags