EDITIONS
Odia

ତାଙ୍କୁ କୁହାଗଲା ‘ତମେ କେବେ କଥା କହି ପାରିବନି’, ଆଉ ଆଜି ସେ ଜଣେ ପ୍ରଖ୍ୟାତ ଗାୟିକା

Team Odia
4th Dec 2015
Add to
Shares
1
Comments
Share This
Add to
Shares
1
Comments
Share

ଜନ୍ମରୁ କ୍ରେନିଓସିନୋଷ୍ଟୋସିସ(craniosynostosis)ରେ ପୀଡ଼ିତ ଥିଲେ ଆମ୍ବର ସିମୋନ୍ । କ୍ରେନିଓସିନୋଷ୍ଟୋସିସ୍ ଏପରି ଏକ ଜନ୍ମଗତ ବିକୃତି, ଯେଉଁଥିରେ ମସ୍ତିଷ୍କର ହାଡ଼ମାନଙ୍କ ମଧ୍ୟରେ ଥିବା ଯୋଡେ଼ଇ ମୂଳରୁ ବନ୍ଦ ଥାଏ । କଥା କହିବା ତ ଦୂରର କଥା, ଏପରିକି ସେ ଠିକରେ ଶ୍ୱାସକ୍ରିୟା କରିବା ନେଇ ସନ୍ଦେହ ଥିଲା । କିନ୍ତୁ, ଆଜି ସେ ଜଣେ ପ୍ରତିଭାବାନ ଗାୟିକା ।

image


ନ୍ୟୁୟର୍କର ବଫାଲୋ ସହରର ବାସିନ୍ଦା ଏ ଝିଅ, ଏହାକୁ ଚମକ୍ତାର ବୋଲି କହନ୍ତି । ସେ ନିଜେ ନିଜେ ଶ୍ୱାସକ୍ରିୟା କରିବା ଆରମ୍ଭ କଲେ । ସେ କହନ୍ତି, ‘ନିଜକୁ କାବୁ କରିବା କଠିନ ଥିଲା । ମୋର ଆତ୍ମବିଶ୍ୱାସ ଥିଲା । କିନ୍ତୁ ମୁଁ କେବେ ବି ଭାବିନଥିଲି, ମୋ ଗୀତ ଚହଳ ସୃଷ୍ଟି କରିବ । ହୁଏତ ମୁଁ ଗୋଟେ କଣ୍ଠ ପାଇ ନଥାନ୍ତି, ହୁଏତ ମୁଁ କେବେ ଗୀତ ଗାଇ ପାରିନଥାନ୍ତି ।’


୭ ଦିନରେ ସେ ସୋସିଆଲ ମିଡିଆରେ ୩୦ ଲକ୍ଷ ଦର୍ଶକଙ୍କୁ ଆକୃଷ୍ଟ କରି ପାରିଛନ୍ତି । ମହିଳା ସଶକ୍ତିକରଣ ଓ ଘରୋଇ ହିଂସା ଉପରେ ତାଙ୍କର ସଂଗୀତ ଭିଡିଓଟି ହଜାର ହଜାର ଲୋକଙ୍କୁ ପ୍ରେରଣା ଯୋଗାଇଛି । ନିକଟରେ ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବିଜୁଳି ଭଳି ସଂଚରି ଯାଇଛି । ସାମାଜିକ ପ୍ରତିବଦ୍ଧତା ସଂଗୀତ ଭିଡିଓ ପ୍ରସ୍ତୁତ କରିବା ଲାଗି ଏବେ ସେ ଗୋ-ଫଣ୍ଡ୍-ମି ନାମରେ ଏକ ଅଭିଯାନ ମାଧ୍ୟମରେ ଅନୁଦାନ ଯୋଗାଡ଼ କରୁଛନ୍ତି ।

ମୂଳ ଲେଖା - Think Change India

ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags