ଦେଶର ବିଭିନ୍ନ ପ୍ରାନ୍ତ ର ଖାଣ୍ଟି ଖାଦ୍ୟ ପହଞ୍ଚାଇବା ପାଇଁ ଆଇଆଇଏମ୍ ଛାତ୍ରଙ୍କ Appeti.in

ଦେଶର ବିଭିନ୍ନ ପ୍ରାନ୍ତ ର ଖାଣ୍ଟି ଖାଦ୍ୟ ପହଞ୍ଚାଇବା ପାଇଁ ଆଇଆଇଏମ୍ ଛାତ୍ରଙ୍କ Appeti.in

Friday March 25, 2016,

3 min Read

ଗୁଜୁରାଟର ପ୍ରସିଦ୍ଧ ମିଠା କାକରା, ହାଇଦ୍ରାବାଦର ବେକେରି ବିସ୍କୁଟ, ଆଗ୍ରାର ପିଠା, କଲିକତାର ମିଠା, ଓ ପାନିପଥର ଆଚାର । ବିଭିନ୍ନ ଅଞ୍ଚଳର ସ୍ଥାନୀୟ ପ୍ରସିଦ୍ଧ ଖାଦ୍ୟ ଭାବେ ପରିଚିତ ଏମିତିକା ୨୪୦ରୁ ଅଧିକ ପ୍ରକାରର ସୁଆଦିଆ ବ୍ୟଞ୍ଜନ । ମିଳିଯିବ ଗୋଟିଏ ମାଉସ୍ କ୍ଲିକ୍ ରେ । ଲୋକଙ୍କୁ ସ୍ଥାନୀୟ ସୁଆଦିଆ ବ୍ୟଞ୍ଜନ ଦେବାକୁ ଏଭଳି ପ୍ରୟାସ କରି ସଫଳ ହୋଇଛନ୍ତି କଲିକତାର ଆଇଆଇଏମ୍ ଛାତ୍ର ନିତେଶ୍ ପ୍ରଜାପତି ।

image


ସମସ୍ତେ ନିଜ ସ୍ଥାନୀୟ ଖାଦ୍ୟ ଖାଇବା ପାଇଁ ସବୁବେଳେ ପାଗଳ । ବିଶେଷ କରି ମା’ଙ୍କ ହାତରନ୍ଧା ଖାଇବା । ଏହାର ସ୍ୱାଦ ବେଶ୍ ନିଆରା । ନିଜ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟର ବିକଳ୍ପ କେଉଁ ପଞ୍ଚତାରକା ହୋଟେଲରେ ବି ମିଳେନା। ନୀତେଶ ଯେବେ ଆଇଆଇଟି କାନପୁରରେ ପଢୁଥିଲେ, ସେ ସବୁବେଳେ ନିଜ ଅଞ୍ଚଳର ଖାଇବାକୁ ମିସ୍ କରୁଥିଲେ । କଲିକତାର ମିଠା ହେଉ କି ଆଗ୍ରାର ପିଠା..ଏସବୁର ପ୍ରସ୍ତୁତି ଶୈଳୀ ଓ ସ୍ୱାଦ ମୁମ୍ବାଇ ବା ବାଙ୍ଗାଲୋରର କୌଣସି ଦୋକାନରେ ଖୋଜିଲେ ବି ମିଳେନି । ଏହା ହିଁ ଭବିଷ୍ୟତରେ Appeti କରିବାକୁ ମୋତେ ପ୍ରେରଣା ଦେଇଥିଲା ବୋଲି କୁହନ୍ତି ସେ ।

image


୨୦୧୨ରେ ଆଇଆଇଟି କାନପୁରରୁ ପାସ୍ କରିବା ପରେ ନୀତେଶ୍ ହିରୋ ମୋଟର୍ସ କର୍ପରେ ଯୋଗ ଦେଇଥିଲେ । ସେ କମ୍ପାନୀର ପ୍ରଡକ୍ଟ ଡେଭଲପମେଣ୍ଟ ଦାୟିତ୍ୱରେ ରହିଥିଲେ । ଏଥିପାଇଁ ପ୍ରତି ମାସରେ ତାଙ୍କୁ ଦେଶ ଭିତରେ ଦୁଇଟି ନୂଆ ଜାଗା ବୁଲିବାକୁ ପଡୁଥିଲା । ଏହି ଯାତ୍ରା ସମୟରେ ହିଁ ସେ ଯାଉଥିବା ଅଞ୍ଚଳର ପ୍ରସିଦ୍ଧ ବ୍ୟଞ୍ଜନ ସହ ପରିଚିତ ହେଉଥିଲେ । ସେଠାକାର ସୁସ୍ୱାଦୁ ବ୍ୟଞ୍ଜନକୁ କେପରି ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଉପଲବ୍ଧ କରି ହେବ ସେ ଏଥିପାଇଁ ଚିନ୍ତା କରୁଥିଲେ । ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ସେ ନିଜ ମାମୁଁ ନରେନ୍ଦ୍ର ପ୍ରଜାପତିଙ୍କ ସହ ବାବଦରେ ଆଲୋଚନା କଲେ । ୨୦୧୫ ଫେବ୍ରୁଆରୀ ମାସରେ Appeti ପ୍ରତିଷ୍ଠା ହୋଇଥିଲା ।

image


Appeti ପାଇଁ ନୀତେଶ୍ ଙ୍କ ଜୋଶ୍

ଆଇଆଇଏମ୍ କୋଲକାତାରେ ପ୍ରଥମ ବର୍ଷ ପଢିବା ବେଳୁ ନୀତେଶ୍ କିଛି ବିଜନେସ୍ ଓ ଷ୍ଟାଟ ଅପ କରିବାକୁ ଚିନ୍ତା କରୁଥିଲେ । ଏଥିପାଇଁ ସେ ଅଧିକରୁ ଅଧିକ ଜ୍ଞାନ ଆହରଣ କରୁଥିଲେ । ସେ ଚାକିରୀ କରିବା ପାଇଁ ଇଚ୍ଛୁକ ନଥିଲେ । ଖାସ୍ ସେଇଥିପାଇଁ ସେ ତାଙ୍କ ବ୍ୟାଚ୍ ର ୫୦୦ ପିଲାଙ୍କ ଭିତରୁ ଏକମାତ୍ର ପିଲା ଭାବେ କୌଣସି କ୍ୟାମ୍ପସ୍ ଚୟନରେ ବସିବା ପାଇଁ ଆଗ୍ରହ ଦେଖାଇନଥିଲେ ।

Appeti ର ବିଶ୍ୱସନୀୟତା

ଦେଶର ସବୁ କୋଣ ଅନୁକୋଣର ଲୋକଙ୍କୁ ଅନ୍ୟ ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ସୁସ୍ୱାଦୁ ଖାଇବା ଯୋଗାଇ ଦେବା ଉଦ୍ଦେଶ୍ୟରେ appeti.in ଆରମ୍ଭ ହୋଇଥିଲା । ଗୁଜୁରାଟର ପ୍ରସିଦ୍ଧ ମିଠା କାକରା, ହାଇଦ୍ରାବାଦର ବେକେରି ବିସ୍କୁଟ, ଆଗ୍ରାର ପିଠା, କଲିକତାର ମିଠା, ଓ ପାନିପଥର ଆଚାର, କେରଳର କଦଳୀ ଚିପ୍ସ ଓ ଉଟିର ଚକୋଲେଟ୍ ଆଉ ଏମିତି କେତେ କଣ । ଏ ସବୁ ସୁସ୍ୱାଦୁ ଖାଇବା ଦେଶର ସବୁ ଅଞ୍ଚଳରେ ପହଞ୍ଚାଇବା । ତେବେ ଯେଉଁଠୁ ଏହାର ପ୍ରସ୍ତୁତି ପ୍ରଥମେ ଆରମ୍ଭ ହୋଇଥିବା ବା ଯେଉଁଠି ଏହା ବେଶ୍ ପରିଚିତ ଏବଂ ପ୍ରସିଦ୍ଧ, ସେହି ମୂଳ ସ୍ୱାଦକୁ ସେଠାରୁ ଆଣି ଲୋକଙ୍କୁ ଦେବାକୁ Appeti ର ମୁଖ୍ୟ ଲକ୍ଷ୍ୟ ବୋଲି ନୀତେଶ କୁହନ୍ତି । ଟିମ୍ ସଦସ୍ୟଙ୍କ କହିବା ଅନୁସାରେ, ଦେଶର ୧୪ଟି ସହରର ୨୭ଜଣ ଦୋକାନୀଙ୍କଠାରୁ ସେହି ଅଞ୍ଚଳର ପ୍ରସିଦ୍ଧ ଓ ମୂଳ ସୁସ୍ୱାଦୁ ଖାଇବା ଆଣି ବିକ୍ରି କରାଯାଉଛି । Appeti ’ର ୱେବସାଇଟ୍ ରେ ଏବେ ପ୍ରାୟ ୨୪୦ ପ୍ରକାରର ବିଭିନ୍ନ ଖାଇବା ଉପଲବ୍ଧ ହେଉଛି । ଲୁଧିଆନା, ଆଗ୍ରା, ଅହମ୍ମଦାବାଦ, ପୁନେ, ଗୋଆ, ହାଇଦ୍ରାବାଦ, ମହୀଶୂର, ଇନ୍ଦୋର ଓ କୋଲକାତାରୁ ଏହି ସବୁ ଖାଇବା ଆଣି ବିକ୍ରି କରାଯାଉଛି ।

image


ନୀତେଶ କୁହନ୍ତି, କମ୍ପାନୀ ୱେବସାଇଟ୍ ରୁ ଅର୍ଡର କରି ବିଭିନ୍ନ ସୁସ୍ୱାଦୁ ଖାଇବା ପାଇ ହେବ ।ଏଥିପାଇଁ ୭ଦିନରୁ ୧୦ ଦିନ ସମୟ ଲାଗିବ । ତେବେ ସେମାନେ କିଛି କୋରିୟର କମ୍ପାନୀ ମାନଙ୍କ ସହ ମଧ୍ୟ ଅନୁବନ୍ଧିତ ହୋଇଛନ୍ତି । ଫଳରେ ଖାଦ୍ୟ ଅର୍ଡର କରିବାର ୪ଦିନ ଭିତରେ ଡେଲିଭରି ପାଇ ହେଉଛି । ଖାଦ୍ୟ ପହଞ୍ଚାଇବା ବା ଡେଲିଭରି ସମୟକୁ କମାଇ ଦୁଇ ଦିନ ଭିତରେ ଡେଲିଭରି ଦେବାକୁ ଯୋଜନା ଚାଲିଛି ବୋଲି ନୀତେଶ୍ କୁହନ୍ତି । ସେହିପରି ଖାଦ୍ୟସାମଗ୍ରୀର ଉପଯୁକ୍ତ ପ୍ୟାକେଜିଂ କରିବାକୁ କମ୍ପାନୀ ପଶ୍ଚିମବଙ୍ଗସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ପ୍ୟାକେଜିଂ ସହ ମିଶି କାମ କରୁଛି। ଏବେସୁଦ୍ଧା କମ୍ପାନୀର ପ୍ରାୟ ୨ହଜାରରୁ ଅଧିକ ୟୁନିକ୍ ଭିଜିଟର୍ ଅଛନ୍ତି ଓ ପ୍ରାୟ ହଜାରେରୁ ଅଧିକ ଲୋକ Appeti ’ର ମୋବାଇଲ୍ ଆପସ୍ ଡାଉନଲୋଡ କରି ସାରିଲେଣି ବୋଲି କମ୍ପାନୀ କହିଛି ।

image


କମ୍ପାନୀର ଆୟ ଦିଗ

ଏହି ଫାର୍ମଟି ଗତ ଦୀପାବଳିରୁ ଆରମ୍ଭ ହୋଇ ଏବେସୁଦ୍ଧା ପ୍ରାୟ ୪୦୦ରୁ ଅଧିକ ଅର୍ଡର ହୋଇ ସାରିଲାଣି । ତେବେ ବିନା ମାର୍କେଟିଂରେ ସବୁ କରାଯାଉଛି ବୋଲି Appeti ପକ୍ଷରୁ କୁହାଯାଇଛି । ଅର୍ଡର କରିବାକୁ ସର୍ବନିମ୍ନ ଦର ହେଉଛି ୬୦୦ ଟଙ୍କା । ଏଥିରୁ ହାରାହାରି ପ୍ରାୟ ୧୦ରୁ ୧୫ ପ୍ରତିଶତ ପରିଚାଳନା ଲାଭାଂଶ ଭାବେ କମ୍ପାନୀ ଉଠାଇ ଥାଏ । କେବଳ ଗତ ନଭେମ୍ବର ମାସରେ କମ୍ପାନୀ ପ୍ରାୟ ୮୦ ଟଙ୍କା ଲାଭ କରିଥିଲା । ଆଗାମୀ ଦିନରେ ଏହାକୁ ବଢାଇବାକୁ ଚେଷ୍ଟା ଚାଲିଛି । ଏପ୍ରିଲ ସୁଦ୍ଧା ଲଣ୍ଡନ, ନୁୟର୍କ ଓ ପେନସିଲଭାନିଆରେ ଡେଲିଭରି ଦେବାକୁ appeti.in ଯୋଜନା କରିଛି । ସେହିପରି ଟାୟାର-୨ ଓ ଟାୟାର-୩ ସହରରର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସେମାନଙ୍କର ହାତ ପ୍ରସ୍ତୁତି ଖାଦ୍ୟ ବିକ୍ରି ପାଇଁ ପ୍ଲାଟଫର୍ମ ଦେବାକୁ କମ୍ପାନୀ ପରିକଳ୍ପନା କରିଛି ।