EDITIONS
Odia

ଆଇନ କ୍ଷେତ୍ରର ସମସ୍ତ ପ୍ରତିବନ୍ଧକ ଏଡାଇ ଜିୟା ମୋଦିଙ୍କର ସଫଳତାର ଶୀର୍ଷରେ ପହଞ୍ଚିବାର ଯାତ୍ରା

17th Nov 2015
Add to
Shares
0
Comments
Share This
Add to
Shares
0
Comments
Share

ଜିୟା ମୋଦି ଭାରତର କର୍ପୋରେଟ୍ ଆଇନ କ୍ଷେତ୍ରରେ ଜଣେ ନିବିର୍ବାଦୀୟ ନେତ୍ରୀ ଭାବରେ ପରିଚିତ। ତାଙ୍କର ଫାର୍ମ AZB ଏବଂ ସହଯୋଗୀମାନେ ଶୀର୍ଷ ସ୍ଥାନରେ ରହି ତାଙ୍କର ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି। ଜିୟା ଥିଲେ ଜଣେ ପ୍ରସିଦ୍ଧ ଭାରତୀୟ ବିଚାରପତି ଓ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ସୋଲି ସୋରାବ୍ଜିଙ୍କ ଝିଅ। ଜିୟାଙ୍କ ଧାରଣା ଥିଲା ସେ ଯେତେବେଳେ ବଡ଼ ହେବେ ସେତେବେଳେ ତାଙ୍କର ପ୍ରତିଟି ରାତ୍ରିଭୋଜନ ସମୟରେ ସେ କେବଳ ଆଇନ୍ ବିଷୟରେ ଚର୍ଚ୍ଚା କରିବେ। ସେ ନିଜର ଜ୍ଞାନ ଓ ଭାବନା ଦ୍ଵାରା ଏହା ଜାଣିଥିଲେ ଯେ ନିଜର ସଂକଳ୍ପ ପୂରଣ ପାଇଁ ତାଙ୍କୁ ଆଇନକୁ ଆଗକୁ ନେବାକୁ ହେବ। ପ୍ରକୃତରେ ତାଙ୍କର ପିତା ଥିଲେ ତାଙ୍କ ପାଇଁ ଜଣେ ଦିଗଦର୍ଶକ ଓ ପ୍ରେରଣା।

image


ଜିୟାଙ୍କର ସହକର୍ମୀ ଓ କ୍ଲାଏଣ୍ଟମାନେ ତାଙ୍କର କର୍ମବଦ୍ଧତା ଓ ଆଇନଗତ ନିଷ୍ପତ୍ତି, ନୀତି ପାଇଁ ସମର୍ଥନ କରୁଥିଲେ। ଜିୟା ତାଙ୍କର ଗବେଷଣାକୁ ଆହୁରି ଆଗକୁ ନେବା ଓ କେସ ଗୁଡ଼ିକର ଶ୍ରେଷ୍ଠତା ଆଣିବା ପାଇଁ ରାତିର ଅନେକ ସମୟ ଗବେଷଣାରେ କଟାଇ ଦେଉଥିଲେ। ଯାହା ବି ହେଉ ଜିଆଙ୍କର ବୃତ୍ତିଗତ ଜୀବନ ସେତେ ସହଜ ନଥିଲା। ଦୁଇ ଦଶନ୍ଧି ଧରି ତାଙ୍କର କଠିନ ପରିଶ୍ରମ, ଏକାଗ୍ରତା ଓ ସଂକଳ୍ପ ଦ୍ଵାରା ସେ ଭାରତର ଜଣେ ଶକ୍ତିଶାଳୀ ଓକିଲ ହୋଇପାରିଲେ।

ଆଇନ୍ ସହିତ ଜୀବନଯାତ୍ରାର ଆରମ୍ଭ

ମୁମ୍ବାଇଠାରେ ସ୍କୁଲ୍ ଜୀବନ ଶେଷ କରିବା ପରେ ଜିୟାଙ୍କ ମନରେ ଆଇନ୍ ବିଷୟ ପ୍ରତି ଆଗ୍ରହ ଜନ୍ମିଥିଲା। ସେ ତାଙ୍କର ପିଲାଦିନ ବିଷୟକୁ ନେଇ କହନ୍ତି, "ସବୁବେଳେ ମୁଁ ପିତାଙ୍କଠାରୁ ପରାମର୍ଶ ନେଉଥିଲି। ମୋ ବାପା ଦିନ ରାତି କାମ କରୁଥିଲେ। ଆମ୍ଭେମାନେ ରାତ୍ରିଭୋଜନ ସମୟରେ କେବଳ ଆଇନଗତ ବିଷୟ ଉପରେ ଆଲୋଚନା କରିଥାଉ। ତେଣୁ ମୋର ପିଲା ଦିନ କେବଳ ଆଇନଗତ ବିଷୟଗୁଡ଼ିକ ଉପରେ ପର୍ଯ୍ୟବେସିତ ଥିଲା।

1975 ମସିହାରେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଜିୟା ଭାରତ ଛାଡ଼ିଥିଲେ। ଏହାପରେ ସେ ହାର୍ଭାର୍ଡ ଲ ସ୍କୁଲରେ ତାଙ୍କର ମାଷ୍ଟର ଡିଗ୍ରୀ ସମାପ୍ତ କଲେ। ସେ ସମୟରେ ଖୁବ୍ କମ୍ ମହିଳା ବିଦେଶକୁ ଯାଇ ନିଜର ଶିକ୍ଷା ସମାପ୍ତ କରୁଥିଲେ। ସେହିଦିନଗୁଡ଼ିକ ସମ୍ପର୍କରେ ଜିଆ କହନ୍ତି, "ଏଭଳି ନିଷ୍ପତ୍ତି ନେବା ଯଦିଓ କଷ୍ଟକର ନଥିଲା। ଏ କ୍ଷେତ୍ରରେ ମୋର ପରିବାର ମଧ୍ୟରେ ମୋର ମାଁ ମୋତେ ବିଦେଶରେ ପଢ଼ିବା ପାଇଁ ବିଶେଷ ଉତ୍ସାହ ପ୍ରଦାନ କରିଥିଲେ ଓ ସେ ଚାହୁଁଥିଲେ ମୁଁ ଜୀବନରେ ଅଧିକରୁ ଅଧିକ ଉନ୍ନତି କରେ। "

ହାର୍ଭାର୍ଡ ଲ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ଜିୟା ମୁମ୍ବାଇକୁ ଫେରି ଆସିଲେ। ସେ କହନ୍ତି,"ଯେତେବେଳେ ମୁଁ ଘରକୁ ଫେରିଲି ସେତେବେଳେ ମୁଁ ଭାରତରେ କୌଣସି ଲ ଫାର୍ମ ଥିବା ଦେଖିବାକୁ ପାଇନଥିଲି। ଏହାପରେ ମୁଁ ବମ୍ବେ ହାଇକୋର୍ଟରେ ଓବେଦ୍ ଚିନୟଙ୍କ ଅଧିନରେ ଜଣେ ଜୁନିୟର ବାରିଷ୍ଟର ଭାବରେ ମୋର କ୍ୟାରିୟର ଆରମ୍ଭ କଲି। ସେହିସବୁ ଦିନଗୁଡ଼କ ବହୁତ କଷ୍ଟଦାୟକ ଥିଲା। ଖୁବ୍ କମ୍ ମହିଳା କୋର୍ଟରେ କାମ କରୁଥିଲେ। କ୍ଲାଏଣ୍ଟମାନେ ତାଙ୍କର କେସକୁ ଜଣେ ମହିଳା ଓକିଲଙ୍କ ଆଗରେ କହିବାକୁ ନାପସନ୍ଦ କରୁଥିଲେ। ମୁଁ ଜାଣିଥିଲି ଯେ ମୋର ବରିଷ୍ଠ ସହକର୍ମୀ ଓ କ୍ଲାଏଣ୍ଟମାନେ ମୋ ଉପରେ ଭରସା ରଖିବେ ନାହିଁ। କିନ୍ତୁଏହା ସତ୍ତ୍ୱେ ମୁଁ ନିରାଶ ନହୋଇ କାର୍ଯ୍ୟ କରୁଥିଲି। ଯଦି ଆପଣ ଭଲ କରିବା ପାଇଁ ଦୃଢ଼ ନିଶ୍ଚିତ ହୁଅନ୍ତି, ତେବେ ଆପଣ ସମସ୍ତ ପ୍ରତିବନ୍ଧକକୁ ସହଜରେ ଏଡାଇ ଦେଇପାରିବେ। ଏଥିପାଇଁ ଗୋଟିଏ ମୂଳମନ୍ତ୍ର ହେଉଛି ଜାରି ରଖନ୍ତୁ, ଜାରି ରଖନ୍ତୁ, ଜାରି ରଖନ୍ତୁ ଓ କଦାପି ଅଧାରୁ ଛାଡ଼ି ଦିଅନ୍ତୁ ନାହିଁ। "

ଏକ କର୍ପୋରେଟ୍ ଲ ଫାର୍ମର ଶୁଭାରମ୍ଭ

ଜିୟା 1995ରେ AZB ପାର୍ଟନରର ଶୁଭାରମ୍ଭ କଲେ ଓ କର୍ପୋରେଟ୍ ଓକିଲ ଭାବରେ କାର୍ଯ୍ୟ ଆରମ୍ଭ କଲେ। ଏ ସମ୍ବନ୍ଧରେ ସେ କହନ୍ତି, "କାଉନ୍ସେଲ୍ ସମୟରେ ପ୍ରକୃତରେ ଆପଣ ନିଜ ଅଧିନରେ ନଥାନ୍ତି। କାହାର ଜୁନିୟର ଭାବରେ କାମ କରୁଥିବା ବେଳେ ନିଜର ସ୍ଵାଧୀନତା ନଥାଏ। ମୁଁ ଚାହୁଁଥିଲି ନିଜେ କିଛି କରିବି ଓ ସେହି କାର୍ଯ୍ୟ 1990ରେ ଆରମ୍ଭ ହୋଇଥିଲା।" ସେତେବେଳେ ଭାରତରେ ଉଦାରୀକରଣ ନୀତି ଆରମ୍ଭ ହୋଇଥିଲା। ଅନେକଗୁଡ଼ିଏ ବିଦେଶୀ କମ୍ପାନୀ ଭାରତରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଚାହୁଁଥିଲେ। ଜିୟା ପ୍ରଥମେ କିଛି ଆମେରିକାନ୍ କ୍ଲାଏଣ୍ଟଙ୍କୁ ନେଇ କାର୍ଯ୍ୟ ଆରମ୍ଭ କଲେ।

ସେ କହନ୍ତି ଅନେକ ଗୁଡ଼ିଏ ବଡ଼ ବଡ଼ ଫାର୍ମ ଥିବା କାରଣରୁ ଲୋକମାନେ ଆମ ନିକଟକୁ ଆସିବା ପାଇଁ ସଙ୍କୋଚ ପ୍ରକାଶ କରୁଥିଲେ ଏହା ସତ୍ତ୍ୱେ କାର୍ଯ୍ୟ ପ୍ରତି ନିଷ୍ଠା ଓ କଠିନ ପରିଶ୍ରମ ଏବଂ ଉପଯୁକ୍ତ ସେବା ପ୍ରଦାନ ହେତୁ ଧୀରେ ଧୀରେ କ୍ଲାଏଣ୍ଟଙ୍କ ମଧ୍ୟରେ ବିଶ୍ଵାସ ସୃଷ୍ଟି ହେଲା ଓ ସେମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା। ସେ କହନ୍ତି ଯେ ଆମର ସଚ୍ଚୋଟତା ଓ ସାଧୁତା ଆମକୁ ସଫଳତା ଆଣିବାରେ ସାହାଯ୍ୟ କରିଛି ।

ଜିଆଙ୍କ ଦିଗ୍ଦର୍ଶକ ଓବେଡ୍ ଚିନୟ ଏବଂ ନର୍ମାନ୍ ମିଲର ତାଙ୍କୁ ଯଥେଷ୍ଟ ପ୍ରେରଣା ପ୍ରଦାନ କରିଛନ୍ତି। ଜିଆ ମଧ୍ୟ ବହୁ ଯୁବ ଓକିଲଙ୍କ ସହିତ କାର୍ଯ୍ୟ କରିଛନ୍ତି ଏବଂ ସମସ୍ତଙ୍କଠାରୁ ସେ କିଛି ନା କିଛି ଶିଖିବାକୁ ଆଗ୍ରହ ରଖିଛନ୍ତି। ସେ କହନ୍ତି କଠିନ ପରିଶ୍ରମ ପାଇଁ ଇଚ୍ଛାଶକ୍ତି ବଜାୟ ରଖିବା ହେଉଛି ଗୁରୁତ୍ତ୍ଵପୂର୍ଣ୍ଣ। ଏଥିପାଇଁ ସେ ସବୁ ସମୟରେ ଯୁବ ଓକିଲମାନଙ୍କୁ ସମୟର ସଦୁପଯୋଗ କରିବା ସହିତ କଠିନ ପରିଶ୍ରମ କରିବାକୁ ପ୍ରବର୍ତ୍ତାଇଥାନ୍ତି।

ସଫଳତାର ଭିତ୍ତିଭୂମି

ଜିୟା ନିଜର ବୃତ୍ତିଗତ ଜୀବନ ସହିତ ନିଜର ପତିଙ୍କଠାରୁ ଯଥେଷ୍ଟ ସହାୟତା ପାଇଛନ୍ତି। ଏଥିପାଇଁ ସେ କହନ୍ତି, "ଯେତେବେଳେ ମୁଁ ଏହି କାର୍ଯ୍ୟ ନିମନ୍ତେ ଆଗେଇଲି, ସେତେବେଳେ ମୋ ପାଇଁ ଅନେକଗୁଡ଼ିଏ ପ୍ରତିବନ୍ଧକ ରହିଥିଲା। ବିଶେଷ କରି ମୁଁ ଜଣେ ମହିଳା ହୋଇଥିବାରୁ ମୋତେ ବହୁତଗୁଡ଼ିଏ ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ଆମେ ଯେଉଁ କାର୍ଯ୍ୟ କରୁନା କାହିଁକି ଏହାର ଭିତ୍ତିଭୂମି ଯଦି ସୁଦୃଢ଼ ରହିଥାଏ ତେବେ ସେହି କାର୍ଯ୍ୟର ସଫଳତା ନିଶ୍ଚିତ ଭାବେ ସମ୍ଭବ।" ତାଙ୍କର ପରିବାର ଓ ପିଲାମାନଙ୍କ ସମ୍ପର୍କରେ ଜିଆ କହନ୍ତି, "ପିଲାମାନଙ୍କ ପାଇଁ ମୁଁ ବିଶେଷ ସମୟ ଦେଇପାରୁନଥିଲି। ଅବଶ୍ୟ ସେମାନଙ୍କ ପାଇଁ ମୁଁ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରୁଥିଲି। ମୋର ପତି ଏଥିପାଇଁ ମୋତେ ବହୁତ ସାହାଯ୍ୟ କରୁଥିଲେ। ବର୍ତ୍ତମାନ ବହୁ ପ୍ରକାର ବ୍ୟସ୍ତତା ସତ୍ତ୍ୱେ ମୁଁ ସେମାନଙ୍କ ପାଇଁ ସମୟ ବାହାର କରୁଛି। ମୋର ପ୍ରଥମ ଝିଅ ମୁମ୍ବାଇରେ ଏକ ଫଣ୍ଣିର୍ଚର ଡିଜାଇନ୍ ଷ୍ଟୋର କରିଛି। ମୋର ଦ୍ଵିତୀୟ ଝିଅ ବର୍ତ୍ତମାନ ଆଇନ ଅଧ୍ୟୟନ କରୁଛି। ସେ ଏହି ବର୍ଷ ସ୍ନାତକ ଡିଗ୍ରୀ ସମାପ୍ତ କରିବ। ମୋର ତୃତୀୟ ଝିଅ ବର୍ତ୍ତମାନ ବନ୍ୟପ୍ରାଣୀ ସଂରକ୍ଷଣ ଟ୍ରଷ୍ଟରେ କାର୍ଯ୍ୟ କରୁଛି।"

ପେଶାଗତ ସଫଳତା ଓ ବିଫଳତା

"ମହିଳାମାନଙ୍କ ପାଇଁ ଏହି ବୃତ୍ତିରେ ରହିଥିବା ପ୍ରତିବନ୍ଧକକୁ ମୁଁ ଅନେକ ମାତ୍ରାରେ ଭାଙ୍ଗିବାରେ ସଫଳ ହୋଇପାରିଛି ବୋଲି ବିଶ୍ଵାସ କରେ,"ଏକଥା କହନ୍ତି ଜିୟା। ସେ ଏହା ପ୍ରମାଣିତ କରିଛନ୍ତି ଯେ ପ୍ରଥମ କରି ବାର ଜଣିଆ ସଦସ୍ୟ ବିଶିଷ୍ଟ ଏକ ଲ ଫାର୍ମ ବର୍ତ୍ତମାନ 250 ସଦସ୍ୟ ବିଶିଷ୍ଟ ଲ ଫାର୍ମରେ ପରିଣତ ହୋଇପାରିଛି। ସେ ଏହା ବିଶ୍ଵାସ କରନ୍ତି ଯେ ଯଦି ଆପଣ ଉପଯୁକ୍ତ ସହଯୋଗୀଙ୍କୁ ସାଥିରେ ନିଅନ୍ତି, ତେବେ ଆପଣ ଏକ ଦଳଗତ ପ୍ରତିଶ୍ରୁତି ପୂରଣ କରିପାରିବେ ଓ ସବୁ ସମୟରେ କ୍ଲାଏଣ୍ଟମାନଙ୍କୁ ଉପଯୁକ୍ତ ସେବା ଯୋଗାଇପାରିବେ।

"ଯଦିଓ ଏହି ଯାତ୍ରା ପଥ ଖୁବ୍ କଠିନ, ଅନେକ ସମୟରେ ଏଥିପାଇଁ ଆପଣ କ୍ଳାନ୍ତି ଅନୁଭବ କରିପାରନ୍ତି। କିନ୍ତୁ ଏହା ସତ୍ତ୍ୱେ ଆପଣ ଭାବିବା ଉଚିତ ଯେ ପ୍ରତିଟି କାର୍ଯ୍ୟକୁ ପରିଚାଳନା କରିବା ଏତେ କଷ୍ଟକର ନୁହେଁ। କଠିନ ସମୟରେ ମୋର ମନ୍ତ୍ର ହେଉଛି ଆପଣ ଗଭୀର ନିଶ୍ଵାସ ନେଇ ଚଲାବୁଲା କରନ୍ତୁ। ଆପଣ ସେହି ଏକା ଭୁଲ୍ ଯେପରି ପୁଣି ଥରେ ନକରନ୍ତି ତାହା ସୁନିଶ୍ଚିତ କରନ୍ତୁ। "
Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags